ଭୀମ ଭୋଇ

ଭୀମ ଭୋଇ: ଓଡ଼ିଆ ସନ୍ଥକବି

ସନ୍ଥକବି ଭୀମ ଭୋଇ ଭୀମ ଭୋଇ (୧୮୫୦-୧୮୯୫ ) ରେଢ଼ାଖୋଲର ମଧୁପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ।ଭୀମ ଭୋଇ ଜଣେ ଓଡ଼ିଆ କବି ଓ ମହିମା ଧର୍ମର ପ୍ରଚାରକ ଥିଲେ ।[୧] ତାଙ୍କର ରଚନା ଗୁଡ଼ିକରେ ମାନବ ଧର୍ମ, ଦର୍ଶନ, ଜୀବନ ଓ କାର୍ଯ୍ୟ ଧାରାକୁ ଖୁବ ସରଳ ଓ ସାବଲୀଳ ଭାବରେ ବର୍ଣ୍ଣନା କରାଯାଇଅଛି । ସେ "ସନ୍ଥ କବି" ଭାବରେ ପରିଚିତ ଥିଲେ । ତାଙ୍କର ଖ୍ୟାତନାମା କବିତାବଳୀ ମଧ୍ୟରେ "ମୋ ଜୀବନ ପଛେ ନର୍କେ ପଡ଼ିଥାଉ" କବିତା ଅନ୍ୟତମ । ତାଙ୍କ ସମସାମୟିକମାନଙ୍କ କବିତାସବୁ ତରୁଣ ପ୍ରଣୟ, ପ୍ରକୃତି ବର୍ଣ୍ଣନା, ଯୁଦ୍ଧଚର୍ଚ୍ଚା ଆଦି ବିଷୟରେ ହୋଇଥିବା ବେଳେ ସେ ତତ୍କାଳୀନ ସମଜରେ ପ୍ରଚଳିତ ଜାତିପ୍ରଥା, ଉଚ୍ଚନୀଚ ଓ ଛୁଆଁଅଛୁଆଁ ଭେଦଭାବ ଓ ଅନ୍ୟାନ୍ୟ ଧର୍ମାନ୍ଧ କୁସଂସ୍କାରର ପ୍ରଚଳନ ବିରୋଧରେ ଏବଂ ସାମାଜିକ ସମତା ସ୍ଥାପନ ନିମନ୍ତେ ସେ ଶହଶହ ଛାନ୍ଦ, ଚଉପଦୀ ଓ ଚଉତିଶା ରଚନା କରିଥିଲେ । ତାଙ୍କଦ୍ୱାରା ରଚିତ ବହିଗୁଡ଼ିକ ମଧ୍ୟରେ "ସ୍ତୁତିଚିନ୍ତାମଣି", "ହଲିଆ ଗୀତ", "ଡାଲଖାଈ", "ରସରକେଲି", "ଜାଇଫୁଲ", "ବ୍ରହ୍ମ ନିରୂପଣ ଗୀତା", "ଆଦିଅନ୍ତ ଗୀତା", "ଅଷ୍ଟକ ବିହାରୀ ଗୀତା", "ନିର୍ବେଦ ସାଧନା", "ଶ୍ରୁତିନିଷେଧ ଗୀତା", "ମନୁସଭାମଣ୍ଡଳ", "ଗୃହଧର୍ମ" ଓ "ମହିମାବିନୋଦ" । ତାଙ୍କର ରଚନାସମୂହ ଲୋକମୁଖରେ ଓ ପୋଥି ରୂପରେ ମଧ୍ୟ ଗାଦିରେ ସୁରକ୍ଷିତ । ତାଙ୍କ ରଚିତ ବହିଗୁଡ଼ିକ ବିଂଶ ଶତାବ୍ଦୀରେ ଛପାଯାଇଥିଲା । ସାମାଜିକ ପ୍ରତିଷ୍ଠା ହେତୁ ତାଙ୍କ ରଚିତ ଗୀତକୁ ସ୍ଥାନୀୟ ଲୋକେ ସାପକାମୁଡ଼ା, ଡାଆଣୀ ବା ଭୂତପ୍ରେତ ଗ୍ରାସରୁ ଆରୋଗ୍ୟ ଲାଗି ମନ୍ତ୍ର ଭାବରେ ମଧ୍ୟ ପ୍ରୟୋଗ କରିବା ମଧ୍ୟ ପ୍ରଚଳିତ ଥିଲା ।[୨]

ଜୀବନୀ

ପ୍ରାରମ୍ଭିକ ଜୀବନ

ଭୀମ ଭୋଇଙ୍କ ଜନ୍ମ ସମ୍ବନ୍ଧରେ ସମ୍ପୂର୍ଣ୍ଣ ବିବରଣୀ।। ସ୍ତୁତି ଚିନ୍ତା ମଣିର ନମ୍ବର 22 ବୋଲିରେ ଭୀମ ଭୋଇ ସ୍ୱଲିଖିତ ''

''ଜନନି ଉଦର୍ ଗୋପ ମଧୁପୁର ପାସାରି ନ ଯାଏ ଚିତ୍ତୁ

ମତୃଗର୍ଭେଗତେ ପାଠ ପଢ଼ୁଥିଲି ଟିକେ ଟିକେ ଅଛି ହେତୁ। ''

୧୮୫୦ ମସିହାରେ ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲର ମଧୁପୁର ଗ୍ରାମରେରେ ଜନ୍ମ ଗ୍ରହଣ କରିଥିଲେ।। ତାଙ୍କ ସ୍ୱଲିଖିତ "ସ୍ତୁତି ଚିନ୍ତାମଣି"ରେ ୨୨ତମ ବୋଲିରେ ଏ ବାବଦରେ ସେ ଲେଖିଛନ୍ତି । କେତେକ ସ୍ଥାନରେ ସେ ଜନ୍ମାନ୍ଧ ଓ ଆଉ କେତେକ ସ୍ଥାନରେ ସେ ବସନ୍ତ ରୋଗରେ ପୀଡ଼ିତ ହୋଇ ବାଲ୍ୟାବସ୍ଥାରେ ନିଜର ଦୃଷ୍ଟିଶକ୍ତି ହରାଇଥିଲେ । ତେବେ ଜନଶ୍ରୁତି ଏ ଉଭୟ ଆଲେଖ ରହିଥିଲେ ମଧ୍ୟ ସେ ନିଜ ରଚନାରେ ସେ ନିଜକୁ ଅନ୍ଧ ବୋଲି ଘୋଷଣା କରିନାହାନ୍ତି । ତତ୍କାଳୀନ ରେଢ଼ାଖୋଲ ରାଜ୍ୟର ରାଜା ଜାତି ଭେଦ ଓ ବ୍ରାହ୍ମଣମାନଙ୍କର ଦଳିତ ଓ ଆଦିବାସୀମାନଙ୍କ ପ୍ରତି କଠୋର ଭେଦଭାବ ଯୋଗୁ ଭୀମ ଭୋଇଙ୍କ ପରିବାରକୁ ଦେଶାନ୍ତର କରିବା ପାଇଁ ଆଦେଶ ଦେଇଥିଲେ । ତାଙ୍କ ପରିବାର ଘରଲୋକେ ଦେଶାନ୍ତର ହେବା ଭୟରେ ନିଜକୁ ଗୋପନ ରଖିଥିଲେ ।[୩][୪][୧] ମଧୁପୁର ଗ୍ରାମରେ ସେ ୧୦ ବର୍ଷ ଅତିବାହିତ କରିଥିଲେ । ପରେ ଅନ୍ୟ ଗ୍ରାମକୁ ଯାଇ ଭିକ୍ଷା ବୃତ୍ତି ଓ ଗୋରୁ ଗାଈମାନଙ୍କୁ ସେବା କରି ନିଜ ପେଟ ପ୍ରତିପୋଷଣ କରୁଥିଲେ ।

ପରିବାର

ସେ ସୁମେଧା ନାମ୍ନୀ ଜଣେ ମହିଳାଙ୍କୁ ବିବାହ କରିଥିଲେ ବୋଲି କେତେକ ରଚନାରେ ବର୍ଣ୍ଣିତ । ୧୮୯୨ ମସିହାରେ ଏହି ଦମ୍ପତ୍ତିଙ୍କର ଝିଅଟିଏ ଓ ପୁଅଟିଏ ଜନ୍ମ ହୋଇଥିଲେ । ସୁମେଧା ଥିଲେ ମଢ଼ି ଗ୍ରାମର ଅନ୍ନପୂର୍ଣ୍ଣା ଏବଂ ଗୌନ୍ତିଆ ମୋହନ ଦାସଙ୍କ ଝିଅ । ସେ ସ୍ଥାନୀୟା ମୋହିନୀ, ସରସ୍ୱତୀ ଓ ସୁବର୍ଣ୍ଣାଙ୍କୁ ମଧ୍ୟ ବିବାହ କରିଥିଲେ ବୋଲି ଉଲ୍ଲେଖ ରହିଛି ।[୨]

ବର୍ତ୍ତମାନର ପରିବାର କହିଲେ 2ଟି ଭାଇ ଯଥା ।। ମିଲ୍ଲ ଭୋଇ , ଏକାଦୋଷୀ ଭୋଇ


କିମ୍ବଦନ୍ତୀ

ଜନଶ୍ରୁତି ଅନୁସାରେ ଭୀମ ଭୋଇ ପିଲା ବେଳେ କାକଣପଡ଼ାର ଚୈତନ୍ୟ ପ୍ରଧାନ ନାମକ ଜଣକ ଘରେ ଗାଈ ଜଗୁଥିଲେ । ଗାଈ ଚରାଉ ଥିବା ବେଳେ ଦିନେ ଅଜାଣତରେ କନ୍ଦରା ଗାଁରେ ଥିବା ଏକ ପରିତ୍ୟକ୍ତ କୂଅରେ ଖସିପଡ଼ିଥିଲେ । ସେଠାରୁ ଉଦ୍ଧାର କରିବାପାଇଁ ସେ ଡାକ ପକାଇଥିଲେ ଓ ଲୋକେ ପହଞ୍ଚିଥିଲେ । ତେବେ ତାଙ୍କୁ ଯିଏ କୂଅରେ ପକାଇଛି ସେ ନିଜେ ଆସି ନ ଉଠାଇଲେ ଆଉ କାହା ସାହାଯ୍ୟ ନେଇ ଉଠିବେ ନାହିଁ ବୋଲି କହିଥିଲେ । ଶେଷରେ ଜଣେ ମହିମା ଗୋସାଇଁ ସେଠାରେ ପହଞ୍ଚିଥିଲେ ଏବଂ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ତାଙ୍କ ବିଚାରକୁ ଜନସାଧାରଣରେ ପ୍ରଚାର କରିବେ । ସେ ବାଳକ ଭୀମଭୋଇଙ୍କୁ କବିତ୍ୱ-ଶକ୍ତି ମଧ୍ୟ ପ୍ରଦାନ କରିଥିଲେ ।[୨]

ମହିମା ଧର୍ମ

ତାଙ୍କର ଭଜନ, ଜଣାଣ ଓ ଗୀତ ମାଧ୍ୟମରେ ସେ ମହିମା ଧର୍ମର ପ୍ରଚାର କରିଥିଲେ । ସମକାଳରେ ମହିମାଧର୍ମ ସଂକ୍ରାନ୍ତରେ କୌଣସି ପ୍ରାମାଣିକ ଗ୍ରଛ ନାହିଁ । ତାଙ୍କ ନିଜ ରଚନା ଅନୁଯାୟୀ ଜଣେ ଅଲେଖ ମହିମା ଗୋସାଇଁ ତାଙ୍କୁ ମହିମା ଧର୍ମ ବା ଅଲେଖ ଧର୍ମର ପ୍ରଚାର କରିବାପାଇଁ ଆଦେଶ ଦେଇଥିଲେ । ମହିମା ଗୋସାଇଁଙ୍କଦ୍ୱାରା ଅନୁପ୍ରାଣିତ ହୋଇ ସେ କଳାହାଣ୍ଡି ଜିଲ୍ଲାସ୍ଥିତ ଖଲିଆପାଲିଠାରେ ସତ୍ୟ ମହିମା ଧର୍ମର ବିକାଶରେ ମୁଖ୍ୟ ଭୂମିକା ନିଭାଇଥିଲେ । କେତେକ ଗବେଷକଙ୍କ ମତରେ ସେ ପ୍ରଥମେ ଏକ କୂଅରେ ପଡ଼ିଯାଇଥିବା ବେଳେ ମହିମା ଗୋସାଇଁଙ୍କ ବାବଦରେ ଅବଗତ ହୋଇଥିଲେ । ଅନ୍ୟ କେତେକଙ୍କ ମତରେ ତରୁଣ ବୟସରେ ସେ କୌଣସି ସୂତ୍ରରୁ ମହିମା ଗୋସାଇଁଙ୍କ ବାବଦରେ ଅବଗତ ହୋଇ ମାଳବିହାରପୁର ଅଥବା ଖୁଣ୍ଟୁଣିରେ ତାଙ୍କୁ ସାକ୍ଷାତ କରିଥିଲେ । ତାହାରେ ତାଙ୍କଠାରୁ ଦୀକ୍ଷିତ ହୋଇ ନିଜ ଅଞ୍ଚଳକୁ ଫେରିଥିଲେ । ସେ ନିଜ କବି ପ୍ରତିଭାକୁ ମହିମା ଗୋସାଇଁଙ୍କ ବ୍ୟକ୍ତିତ୍ୱ ଓ ବିଚାର ପ୍ରଚାର ଓ ପ୍ରସାର କରିଥିଲେ । ସିଦ୍ଧିଲାଭ ପରେ ୧୮୬୬ ମସିହା ବେଳକୁ ସେ ମହିମା ଗୋସାଇଁଙ୍କ ବିଚାର ପ୍ରଚାର ପାଇଁ ଜନପଦରୁ ଜନପଦ ଯାତ୍ରା ଆରମ୍ଭକରିଥିଲେ । ତାଙ୍କ ସାଙ୍ଗଠନିକ ଶକ୍ତି ପ୍ରଥମେ ରେଢ଼ାଖୋଲର ରାଜା ଗୌରଚନ୍ଦ୍ରଙ୍କ ଅହଂକାରର ସମ୍ମୁଖୀନ ହୋଇଥିଲା । ଜଣେ କନ୍ଧ ବ୍ୟକ୍ତି ସମାଜରେ ଆଦର ଓ ସମ୍ମାନ ପାଇବା ଦେଖି ରାଜା ତାଙ୍କୁ ବନ୍ଦୀ କରିଥିଲେ । ବ୍ରାହ୍ମଣ ଓ କ୍ଷତ୍ରିୟମାନଙ୍କ ପ୍ରରୋଚନାରେ ରାଜା ତାଙ୍କୁ ରାଜ୍ୟ ତ୍ୟାଗ କରିବାକୁ ମଧ୍ୟ ଆଦେଶ ଦେଇଥିଲେ । ସେ ରେଢ଼ାଖୋଲ ତ୍ୟାଗ କରି ଗୁଲୁଣ୍ଡା ଓ ଭୁର୍ଷାପାଲିରେ କିଛି ବର୍ଷର ରହଣି ପରେ ପ୍ରାୟ ୧୮୭୭ ବେଳକୁ ସୋନପୁର ରାଜ୍ୟର ଖଲିଆପାଲିରେ ଆଶ୍ରମ ପ୍ରତିଷ୍ଠା କରିଥିଲେ । ଏହି କାର୍ଯ୍ୟରେ ତାଙ୍କୁ ସୋନପୁରର ତତ୍କାଳୀନ ରାଜା, ଗୌନ୍ତିଆ ତଥା ଅନ୍ୟ ଭକ୍ତମାନେ ସାହାଯ୍ୟ କରିଥିଲେ । ଦାନ ସୂତ୍ରରେ ଆଶ୍ରମକୁ ପ୍ରାୟ ୬୦ ଏକର ଜମି ମଧ୍ୟ ମିଳିଥିଲା । ସୋନପୁରର ରାଜା ନୀଳଧର ସିଂହଦେଓ ତାଙ୍କ ଲୋକପ୍ରିୟତା ଓ ସାମାଜିକ ପ୍ରତିପତ୍ତି ଦେଖି ପ୍ରତିକ୍ରିୟାଶୀଳ ହୋଇ ପବିତ୍ରତା ପରୀକ୍ଷା ପାଇଁ ଭୀମଭୋଇଙ୍କୁ ଅଗ୍ନି-ପ୍ରବେଶ ପରି ଅମାନବୀୟ ଆଦେଶ ଦେଇଥିବା ଉଲ୍ଲେଖ ରହିଛି । ତେବେ ଲୋକଶ୍ରୁତି ଅନୁସାରେ ଅଗ୍ନିପରୀକ୍ଷାର ପୂର୍ବ ଦିନ ଏକ କୀଟ-ଦଂଶନଜନିତ ଜ୍ୱରରେ ରାଜାଙ୍କର ମୃତ୍ୟୁ ଘଟିଥିଲା । [୨]

ରଚନାବଳୀ

ଭୀମ ଭୋଇ ନିଜ ରଚନାରେ ସମାଜରେ ଉଚ୍ଚନୀଚ ଭେଦଭାବ, ଦଳିତ ଓ ଆଦିବାସୀମାନଙ୍କ ଉପରେ ତଥାକଥିତ ଉଚ୍ଚ ଜାତିର ଲୋକଙ୍କ ପ୍ରତାଡ଼ନା ତଥା ବିଭିନ୍ନ କୁସଂସ୍କାର ବିରୋଧରେ ତଥା ମହିମା ଧର୍ମର ବିଚାରକୁ ପ୍ରଚାର କରିଛନ୍ତି । ସେ ସମ୍ପୂର୍ଣ୍ଣ ନିରକ୍ଷର ଥିବା ଯୋଗୁଁ ଅନ୍ୟାନ୍ୟ କବିମାନଙ୍କ ରଚନା ତାଙ୍କୁ ପ୍ରଭାବିତ କରିପାରିନଥିଲା ।[୨]

  • ସ୍ତୁତିଚିନ୍ତାମଣି
  • ହଲିଆ ଗୀତ
  • ଡାଲଖାଈ
  • ରସରକେଲି
  • ଜାଇଫୁଲ
  • ବ୍ରହ୍ମ ନିରୂପଣ ଗୀତା
  • ଆଦିଅନ୍ତ ଗୀତା
  • ଅଷ୍ଟକ ବିହାରୀ ଗୀତା
  • ନିର୍ବେଦ ସାଧନା
  • ଶ୍ରୁତିନିଷେଧ ଗୀତା
  • ମନୁସଭାମଣ୍ଡଳ
  • ଗୃହଧର୍ମ
  • ମହିମାବିନୋଦ
ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ ।
ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ

—ସନ୍ଥକବି ଭୀମଭୋଇ, ବାଣୀ

ଟୀକା

  1. ୧.୦ ୧.୧ Orissa Review May 2005
  2. ୨.୦ ୨.୧ ୨.୨ ୨.୩ ୨.୪ "ଭୀମ ଭୋଇ". ova.gov.in. Archived from the original on 2022-08-16. Retrieved 2022-08-16.
  3. The Telegraph, July 21 , 2008
  4. Eminent Personaltites of Sambalpur District - 3. Bhima Bhoi

ଅଧିକ ପଠନ

  • Bannerjee, Ishita and Johannes Beltz 2008 (eds.), Popular Religion and Ascetic Practices. New studies on Mahima Dharma, New Delhi: Manohar Publishers.
  • Bäumer, Bettina and Johannes Beltz 2010 (eds.), Verses from the Void: Mystic poetry of an Oriya saint, New Delhi: Manohar Publishers.
  • Beltz, Johannes. 2003. “Bhima Bhoi: The making of a modern saint”, A. Copley (ed.) Hindu Nationalism and Religious Reform Movements, New Delhi: OUP, pp. 230–253.
  • Bhima Bhoi. 1992. Bhaktakavi Bhimabhoi Granthavali. Edited by Karunakar Sahu and published by Vidhyadhar Sahu. Cuttack: Dharmagrantha Store.
  • Mahapatra, Sitakant. 1983. Bhima Bhoi. New Delhi: Sahitya Akademi (Makers of Indian Literature).

This article uses material from the Wikipedia ଓଡ଼ିଆ article ଭୀମ ଭୋଇ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply. (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 3.0 ରେ ଉପଲବ୍ଧ । Images, videos and audio are available under their respective licenses.
#Wikipedia® is a registered trademark of the Wikimedia Foundation, Inc. Wiki (DUHOCTRUNGQUOC.VN) is an independent company and has no affiliation with Wikimedia Foundation.

In other languages:

🔥 Trending searches on Wiki ଓଡ଼ିଆ:

ପ୍ରଧାନ ପୃଷ୍ଠାରାମ ନବମୀଅଂକୋର୍ ୱାଟ୍କମ୍ପ୍ୟୁଟରଗ୍ରୀକ ଭାଷାଉତ୍କଳ ଦିବସ୧୪୦୦ଆପଲ କମ୍ପାନୀରାମଓଡ଼ିଶାନ୍ୟାଚୁରାଲ ଲାଙ୍ଗୁଏଜ ପ୍ରୋସେସିଂମୀରା ରାୟବନ୍ଦେ ଉତ୍କଳ ଜନନୀଜଗନ୍ନାଥରାମାୟଣଓଡ଼ିଆ ସାହିତ୍ୟ୧୯୬୨ଦଣ୍ଡ ନାଟହନୁମାନ ଚାଳିଶାଓଡ଼ିଶାର ସଂସ୍କୃତିଭାରତଓଡ଼ିଆ ଭାଷାଫକୀର ମୋହନ ସେନାପତିଲକ୍ଷ୍ମୀକାନ୍ତ ମହାପାତ୍ରଜଗନ୍ନାଥ ମନ୍ଦିରରଥଯାତ୍ରାବାହାଘର ଡଟ୍ କମ୍ଭାରତର ସଂସ୍କୃତିମନୋଜ ଦାସଓଡ଼ିଶାର ଲୋକନୃତ୍ୟଓଡ଼ିଆ ରାମାୟଣଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିକାଳୀଚରଣ ପଟ୍ଟନାୟକବୈଦେହୀଶ ବିଳାସସ୍ୱାମୀ ବିବେକାନନ୍ଦଅଶୋକାଷ୍ଟମୀପଞ୍ଚସଖାଓଡ଼ିଶାର ଇତିହାସରାଧାନାଥ ରାୟମଧୁସୂଦନ ଦାସଗୋପୀନାଥ ମହାନ୍ତିଲକ୍ଷ୍ମଣ ନାୟକଅଚ୍ୟୁତାନନ୍ଦ ଦାସଆର୍କମିଡ଼ିସକାଳିନ୍ଦୀ ଚରଣ ପାଣିଗ୍ରାହୀଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଭୁବନେଶ୍ୱରଉପେନ୍ଦ୍ର ଭଞ୍ଜଓଡ଼ିଆ ସାହିତ୍ୟର ଇତିହାସନମିତା ଅଗ୍ରୱାଲଓଡ଼ିଆ କବି ମାନଙ୍କର ତାଲିକାସଚ୍ଚିଦାନନ୍ଦ ରାଉତରାୟପ୍ରତିଭା ରାୟପଠାଣି ସାମନ୍ତସାରଳା ଦାସକୁଞ୍ଜବିହାରୀ ଦାଶକନକ ମଞ୍ଜରୀ ମହାପାତ୍ରଚୈତନ୍ୟଓଡ଼ିଆ ଭାଗବତଶ୍ରୀରାମ ପଣ୍ଡା୨୧ଜଗନ୍ନାଥ ଦାସମହାଭାରତଭାରତୀୟ ସମ୍ବିଧାନମଧୁସୂଦନ ରାଓ🡆 More
/** SHOW / HIDE SECTION**/function mfTempOpenSection(getID) {var x = document.getElementById("mf-section-"+getID); if (x.style.display === "none") { x.style.display = ""; } else { x.style.display = "none"; }}