କଳାକଳେବର ଚଉତିଶା: ପ୍ରାଚୀନ ଚଉତିଶା

କଳାକଳେବର ଚଉତିଶା କବି ଭକ୍ତଚରଣ ଦାସଙ୍କ ରଚିତ ଏକ ଚଉତିଶା | ଏହି ଚଉତିଶାରେ କୃଷ୍ଣ ଓ ବଳରାମଙ୍କ ମଥୁରା ଗମନ କାଳୀନ ଦୃଶ୍ୟ ଏବଂ ଗୋପୀମାନଙ୍କର ବିହର ବେଦନା ଏଥିରେ ବର୍ଣ୍ଣନା କରାଯାଇ ଅଛି | ପୁରାତନ ରଚନା ମାନଙ୍କ ମଧ୍ୟରେ ଏହା ଖୁବ ଲୋକପ୍ରିୟ |

ଏହି ଚଉତିଶାକୁ ଅଠାରୁ କ୍ଷ ଯାଏଁ ନମିତା ଅଗ୍ରୱାଲ ଗାଇଛନ୍ତି ।

[ ଗୀତ ]

କଳାକଳେବର କହ୍ନାଇ ସଙ୍ଗେ ରୋହିଣୀ ସୁତ,
କରନ୍ତି ମଥୁରା ବିଜୟେ ଦାଣ୍ଡେ ଦେଖ ସଙ୍ଗାତ |
ଖସି ପଡୁଛି କି ଆକାଶୁ କି ଏ ଗଙ୍ଗା ଯମୁନା,
କ୍ଷୀର ସଙ୍ଗେ ପ୍ରାଣ ଶୋଷିଲେ ନାଶ ଗଲା ପୂତନା |

ଗହନ କାନନ ବନରେ ଘୋର ବରଷା କାଳ,
ଗିରି ବାମ କରେ ଧଇଲେ ନନ୍ଦ ଯଶୋଦାବାଳ |
ଘରେ ନ ରହନ୍ତି ଗଉଡେ ବଡ଼ ଅଧମ ଜାତି,
ଘେନି ବତ୍ସାବୃନ୍ଦ ବାଳକେ ବନେ ବୁଲନ୍ତି ନିତି |

ଉଇଁ ଆସୁଛିକି ପୂର୍ଣ୍ଣିମା ଶଶି ମଧୁ ସାଗରୁ,
ଉଠ ମଧୁପୁର ଯୁବତୀ ଓଗାଳିବା ଆଗରୁ |
ଚନ୍ଦନ ବେଶ ମୁଁ କରନ୍ତି ମୋର ହେଉଛି ମନ,
ଚିତ୍ତ କେ ଧରିବ ଯୁବତୀ ଚାହିଁ ଚନ୍ଦ୍ର ବଦନ |

ଛନକା ପଶିଲା ଛାତିରେ ଜାତି କୁଳ ଉପେକ୍ଷି,
ଛାଡିବେ ଜୀବନ ଯଶୋଦା ଗୋପେ କୃଷ୍ଣ ନ ଦେଖି |
ଜହର ସଙ୍ଗତେ ମହୁରା ଆସି ହେଲା ନିୟତ,
ଯୁବତୀ କୁଳକୁ ଦଇବ କଲା ଏ ହନ୍ତସନ୍ତ |

ଝଡ଼ି ପଡୁଛି କି ଝୁଣ୍ଟିଆ ଝସକେତନ ଘାତେ,
ଝାଳ ବିନ୍ଦୁ ବିନ୍ଦୁ ଶ୍ରୀମୁଖୁ ବହୁଅଛି ନିରତେ |
ନୟନ ଉପରେ ଭ୍ରୂଲତା କିଏ କାମ କମାଣ,
ନୁହଁନ୍ତି ଏ ପୋଏ କାହାରି ସବୁ ଗୋପୀଙ୍କ ପ୍ରାଣ |

ଟୋପି ଟୋପି ଗୋପୀ ଚନ୍ଦନ ମଣ୍ଡିଛନ୍ତି କି ସଜେ,
ଟେକିବାରେ ଚାହାଁ ମଥୁରା ଦାଣ୍ଡେ ଗୋବିନ୍ଦ ବିଜେ |
ଠାବେ ଠାବେ ଗୋଳ ଚହଳ ଶିଙ୍ଘା ବେଣୁ ବଇଁଶୀ,
ଠିଆ ହୋଇ ଭକ୍ତ ଦାସ ତା ଦାଣ୍ଡେ ଦେଖନ୍ତି ଆସି |
ଡାକନ୍ତି ଏକକୁ ଆରେକ ଆସ ଜୀବ ଜୀବନ,
ଡୋଳାରେ ଏ ରୂପ ଦେଖିବା ବିଜେ ମଧୁସୂଦନ |

ଢଳି ଢଳି କୃଷ୍ଣ ନାଚନ୍ତି ଭଙ୍ଗୀ ଦେଖ ମିତଣୀ,
ଢାଳନ୍ତି କିରୂପେ ଡୋଳାକୁ କେଉଁ ଛଟକେ ଆଣି |
ଅଳକାରେ ସରୁ କାଇଁଚ ମଣ୍ଡିଛନ୍ତି କିକରେ,
ଅଣହେଳା ପାଉଥିବେ ଗୋ ନନ୍ଦ ଗଉଡ ଘରେ |

ତିଳକ ଉପରେ କସ୍ତୁରୀ ଗୋରଚନା ରଞ୍ଜିଛି,
ତେରଛାଇ ଚାହିଁ ଦେବାରୁ ତରଳାଇ ଦେଉଛି |
ଥକା ହୋଇ ଥୋକେ ରହିଲେ ଥୋକେ ଗଲେ ଗୋଡାଇ,
ଥିର ମଦନ ସଂଘାତରେ କାମ ଦେଲା ଭୁଲାଇ |
ଦୁଃଖୀ ଲୋକଙ୍କର ସଂଖାଳି ସେ ତ ଦରିଦ୍ର ଧନ,
ଦହି ଦୁଧ ସର ଖିଆ ଗୋ ତେଣୁ ବଡ଼ ଲାବଣ୍ୟ |

ଧରଣୀ ମଣ୍ଡିଲା ପରାଏ ହୋଇଛନ୍ତି କି ଉଭା,
ଧଳା କଳା ବେନି ଭାଇ ଗୋ ଦୁହେଁ ଦୁହିଁଙ୍କି ଶୋଭା |
ନାସାବିନ୍ଧା ଅପ୍ରତିଆଣୀ ସେ ଗୋ ଯଶୋଦାସୁତ,
ନକଲା ଦଇବ ନରେନ୍ଦ୍ର ଘରେ ଏ ପୁଅ ଜାତ |

ପୁଅ ହୋଇ ଏଡେ ସୁନ୍ଦର ନାହିଁ କାହାର ଘରେ,
ପାହିଲା କି ଯୋଗେ ରଜନୀ ଆଜି ମଧୁନଗରେ |
ଫୁଲରେ ଏହାଙ୍କ ଶରଧା ଫୁଲେ ଦିଶନ୍ତି ତୋରା,
ସ୍ଫୁରୁଛି ତ ବାମ ନୟନ ମୋତେ ଚାହିଁବେ ପରା |

ବୁଦ୍ଧି ବଣା ହେଲା ଶୁଣିଣ ଅମୃତ ଜିଣା ବାଣୀ,
ବସି କେତେ କାଳ ଗଢ଼ୀଲା ତାକୁ କେଉଁ ବିନ୍ଧାଣି |
ଭଜିବାକୁ ହେଲା ଭଜନ ମାଳା କଲା ଏ ରୂପ,
ଭଜିବକି ଭକ୍ତ ଦାସ ତା କ୍ଷୟ କରିବ ପାପ |
ମନ୍ଦ ବୁଦ୍ଧିକଲେ ନନ୍ଦ ଗୋ ସେ ତ ଆମ୍ଭ କରମ,
ମିଛେ ନନ୍ଦ ପୁଅ ବୋଲନ୍ତି ମଥୁରାରେ ଜନମ |

ଯଦୁକୁଳ ଚନ୍ଦ୍ର ବୋଲିଣ ସେଗୋ ଯଦୁବିହାରୀ,
ଜାତି ଯଉବନ ଜୀବନ ସବୁ ନେଲା ଆମ୍ଭରି |
ରାମକୃଷ୍ଣ ବେନି ଭାଇ ଗୋ ଦୁହେଁ ଦୁହିଁଙ୍କି ତୋରା,
ରଙ୍ଗେ ନାଚି ଆସୁଥାନ୍ତି ଗୋ ଯେହ୍ନେ ଗଗନ ତାରା |

ଲାଜ ଭୟ ତେଜି କରିବା କୃଷ୍ଣ ସଙ୍ଗେ ପୀରତି,
ଲାଭ ହେଉଥିବ ଆମ୍ଭର ହସୁଥିବା ଗୋ ନିତି |
ବଳିଣ ଦିଶେ କି ମଳିନ ବାହୁ ଶ୍ରୀଭୁଜ ସ୍ଥଳ,
ବିନ୍ଧୁଛି କି ଝସ କେତନ ମିଶି ହେଲା ତରଳ |

ଶ୍ରୀମନ୍ତ ବଢ଼ାଇ ଏ ପୁଅ ଲକ୍ଷ୍ମୀ ଏହାଙ୍କ ଦାସୀ,
ଶ୍ରୀମୁଖ ଏ ପରା ଦିଶୁଛି କିବା ପୂର୍ଣ୍ଣିମା ଶଶୀ |
ସରଲବଣୀ ଗୋଟିକା ଯେ ଖାଇ ନନ୍ଦର ବତ୍ସି,
ସବୁ ଗୋପୀଙ୍କର ମନକୁ ବଂଶୀସ୍ୱନେ ମୋହିଛି |

ସଧୀରେ ପବନ ବହଇ ସରୁ କଟି ମେଖଳା,
ଶିବ ଡମ୍ବରୁ କି କୈଳାସୁ ଶ୍ୟାମ ବଦନ କଳା |
ହେଲେ ହେବୁ ପଛେ କୁଳଟା ହାର କରିବୁ ଗଳେ,
ହସୁଥିବୁ ତାଙ୍କ ସଙ୍ଗତେ ବସିଥିବୁ ଗୋ କୋଳେ |
ଛାଡି ଲଜ୍ଜାଭୟ ତା ରୂପ ଦରପଣେ ମାଜିବା,
ଛାର କହେ ଭକ୍ତ ଦାସ ତା ଧ୍ୟାୟୀ ରଜନୀ ଦିବା |

Tags:

ଚଉତିଶା

🔥 Trending searches on Wiki ଓଡ଼ିଆ:

କବୀରହଳଧର ନାଗଭାରତର ନଦୀ ସମୂହର ତାଲିକାମନୋଜ ଦାସରାଖାଲ ମହାନ୍ତି୧ ମାର୍ଚ୍ଚଜାତୀୟ ବିଜ୍ଞାନ ଦିବସଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାକାଳୀଚରଣ ପଟ୍ଟନାୟକତୁଳସୀ ଦାସସିପାହୀ ବିଦ୍ରୋହଦଗ୍ଧସୁଦର୍ଶନ ପଟ୍ଟନାୟକବଳରାମ ଦାସକରଞ୍ଜଏମିତି ଭାଇ ଜଗତେ ନାହିଁବୈକୁଣ୍ଠନାଥ ପଟ୍ଟନାୟକ୨୮ ଅପ୍ରେଲଜଗଦୀଶ ମହାନ୍ତିହେନା ଫୁଲଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଛତିଶଗଡ଼ଭାରତର ଜାତୀୟ ପତାକାଯୁକ୍ତରାଜ୍ୟକଟକଗୋଦାବରୀଶ ମହାପାତ୍ରଅୟେନ୍ଦ୍ରୀ ଲୱନିୟା ରାୟମଧୁସୂଦନ କାନୁନଗୋଗୀତଗୋବିନ୍ଦରାମଚନ୍ଦ୍ର ମିଶ୍ରନବୀନ ପଟ୍ଟନାୟକଦାଶରଥୀ ଜେନାପଣିକିଆଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରକ୍ଷୀରରାଶି ଓ ନକ୍ଷତ୍ରବିଶ୍ୱଜିତ ଦାସକୋରାପୁଟବେଣୁଧର ରାଉତଉଇକିମିଡ଼ିଆ ଫାଉଣ୍ଡେସନ୨୦ ଅପ୍ରେଲପ୍ରଦୂଷଣହିଡ଼ିମ୍ବସାରଳା ଦାସରାମକୃଷ୍ଣ ନନ୍ଦମହାବୀର ଜୈନବିଭୁଦତ୍ତ ମିଶ୍ରଅନ୍ନପୂର୍ଣ୍ଣା ମହାରଣାରାମକୃଷ୍ଣ ପରମହଂସସାରଳା ମନ୍ଦିରପାରାଦୀପ ବନ୍ଦରରମାଦେବୀ ଚୌଧୁରୀବାଞ୍ଛାନିଧି ମହାନ୍ତିଇଣ୍ଡୋନେସିଆବିଦ୍ୟାଳୟଉଇକିକମନ୍ସଜୟୀ ରାଜଗୁରୁନନ୍ଦିନୀ ଶତପଥୀଧାମରାଅକ୍ଷୟ ତୃତୀୟାବିଭୂତି ଭୂଷଣ ପ୍ରଧାନନଟବର ଶତପଥୀଯୋଗଭାଷାଭାରତ ଛାଡ଼ ଆନ୍ଦୋଳନଅମିୟ କୁମାରୀ ପାଢ଼ୀ🡆 More