ଉପେନ୍ଦ୍ର ଭଞ୍ଜ

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଷୋଡ଼ଶ ଶତାବ୍ଦୀର ପ୍ରମୁଖ ଓଡ଼ିଶୀ ସଙ୍ଗୀତକାର କବି ଥିଲେ । ସେ ଷୋଡ଼ଶ ଶତାବ୍ଦୀରେ ପୁରାତନ ରାଜଶାସିତ ଘୁମୁସରର କୁଲାଡ଼ଗଡଠାରେ ଜନ୍ମଲାଭ କରିଥିଲେ। ରୀତିଯୁଗର ତାଙ୍କର ପାଣ୍ଡିତ୍ୟପୂର୍ଣ୍ଣ ସାହିତ୍ୟ କୃତି ପାଇଁ ତାଙ୍କୁ କବି ସମ୍ରାଟ ଉପାଧିରେ ଭୂଷିତ କରାଯାଇଅଛି । ଓଡ଼ିଆ ସାହିତ୍ୟରେ ଥିବା ଅସଂଖ୍ୟ କବିଙ୍କ ମଧ୍ୟରେ ସେ ଅସାଧାରଣ ପ୍ରସିଦ୍ଧି ଲାଭ କରିଅଛନ୍ତି । ଏକ ରାଜ ପରିବାରରେ ଜନ୍ମିତ ଉପେନ୍ଦ୍ର ଭଞ୍ଜ ରାଜପଦଠାରୁ ଦୂରରେ ରହି ଓଡ଼ିଆ ସାହିତ୍ୟରେ ମନୋନିବେଶ କରିଥିଲେ ।.

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ (୧୬୭୦[୧] - ୧୭୪୦, ଅନ୍ୟମତେ ୧୭୨୦[୧]) ଷୋଡ଼ଶ ଶତାବ୍ଦୀର ପ୍ରମୁଖ ଓଡ଼ିଶୀ ସଙ୍ଗୀତକାର କବି ଥିଲେ ।[୨] ସେ ଷୋଡ଼ଶ ଶତାବ୍ଦୀରେ ପୁରାତନ ରାଜଶାସିତ ଘୁମୁସରର କୁଲାଡ଼ଗଡଠାରେ ଜନ୍ମଲାଭ କରିଥିଲେ। ରୀତିଯୁଗର ତାଙ୍କର ପାଣ୍ଡିତ୍ୟପୂର୍ଣ୍ଣ ସାହିତ୍ୟ କୃତି ପାଇଁ ତାଙ୍କୁ କବି ସମ୍ରାଟ ଉପାଧିରେ ଭୂଷିତ କରାଯାଇଅଛି ।[୩]ଓଡ଼ିଆ ସାହିତ୍ୟରେ ଥିବା ଅସଂଖ୍ୟ କବିଙ୍କ ମଧ୍ୟରେ ସେ ଅସାଧାରଣ ପ୍ରସିଦ୍ଧି ଲାଭ କରିଅଛନ୍ତି । ଏକ ରାଜ ପରିବାରରେ ଜନ୍ମିତ ଉପେନ୍ଦ୍ର ଭଞ୍ଜ ରାଜପଦଠାରୁ ଦୂରରେ ରହି ଓଡ଼ିଆ ସାହିତ୍ୟରେ ମନୋନିବେଶ କରିଥିଲେ ।[୪]

କବି ସମ୍ରାଟ

ଉପେନ୍ଦ୍ର ଭଞ୍ଜ

ବୀରବର
ଉପେନ୍ଦ୍ର ଭଞ୍ଜ
ଉପେନ୍ଦ୍ର ଭଞ୍ଜ
ଛଦ୍ମନାମଯୁବ ଭଞ୍ଜ (ଦଶପୋଇ)
ବୃତ୍ତିକବି
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସମୟରୀତି ଯୁଗ
ଶୈଳୀକାବ୍ୟ ସାହିତ୍ୟ
ବିଷୟପୁରାଣ ଆଧାରିତ ବା କାଳ୍ପନିକ କାବ୍ୟ
ସାହିତ୍ୟର ଆନ୍ଦୋଳନରୀତି ଯୁଗ
ସାହିତ୍ୟ କୃତି
ଜ୍ଞାତି କୁଟୁମ୍ବଧନଞ୍ଜୟ ଭଞ୍ଜ

ପ୍ରାରମ୍ଭିକ ଜୀବନ

ଜନ୍ମ

ଉପେନ୍ଦ୍ର ଭଞ୍ଜ ଆଧୁନିକ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅଞ୍ଚଳରେ ଗୁମୁସର (ଘୁମୁସର) ନାମକ ପ୍ରାଚୀନ ରାଜ୍ୟରେ ନୀଳକଣ୍ଠ ଭଞ୍ଜଙ୍କ ଜ୍ୟେଷ୍ଠପୁତ୍ର ଭାବେ ୧୬୮୦ ଖ୍ରୀଷ୍ଟାବ୍ଦର କୁଲାଡଗଡ଼ରେ ଜନ୍ମନେଇଥିଲେ । ଘୁମୁସରରେ ଭଞ୍ଜବଂଶୀୟ ରାଜାମାନେ ଶାସନ କରୁଥିଲେ । ସେମାନଙ୍କ ମଧ୍ୟରେ ଧନଞ୍ଜୟ ଭଞ୍ଜ (ପ୍ରତାପ ଧନଞ୍ଜୟ) ବୋଲି ଜଣେ ରାଜା ଥିଲେ । ସେ ଜଣେ କବି ଓ ଶାସକ ଥିଲେ । ସେ ରଘୁନାଥ ବିଳାସ, ତ୍ରିପୁର ସୁନ୍ଦରୀ, ଇଚ୍ଛାବତୀ, ମଦନମଞ୍ଜରୀ ଆଦି କାବ୍ୟମାନ ରଚନା କରିଥିଲେ । ଧନଞ୍ଜୟ ଓ ତାଙ୍କ ରାଣୀ ମଣ୍ଡାଦେବୀଙ୍କ ଗର୍ଭରୁ ଜନ୍ମ ନେଇଥିଲେ ଉପେନ୍ଦ୍ର ଭଞ୍ଜଙ୍କ ପିତା ନୀଳକଣ୍ଠ ଭଞ୍ଜ । ଘୁମୁସରର ରାଜାମାନେ ଯେଉଁ କେତେଗୁଡିଏ ଦୁର୍ଗ ଗଢ଼ିଥିଲେ ତା' ମଧ୍ୟରେ ଗୁମୁସରଗଡ଼, ଅନ୍ଧାରଗଡ଼, ଦୁର୍ଗାପ୍ରସାଦଗଡ଼, କୁଲାଡଗଡ଼ ପ୍ରଧାନ । କୁଲାଡଗଡ଼ ଦୁର୍ଗମଧ୍ୟରେ ନୀଳକଣ୍ଠ ଭଞ୍ଜ ବାସ କରୁଥିଲେ । ଉପେନ୍ଦ୍ର ଭଞ୍ଜ ତାଙ୍କର ''ବୈଦେହୀଶ ବିଳାସ'' କାବ୍ୟଗ୍ରନ୍ଥରେ ନିଜର ପିତୃପରିଚୟ ଦେଇ ଲେଖିଥିଲେ:

ବରହିବଂଶେ ଉଦ୍ଭବ ନୃପ-ଧନଞ୍ଜୟ ।
ବିଶିଷ୍ଟେ ଘୁମୁସରଅଧିପ ଗୁଣାଳୟ ଯେ ।୪୭।
ବେନି ଅର୍ଥେ ସେ କବି ଗଣେଶ ବୋଲି ଜାଣ ।
ବନ୍ଦନ ତଦ୍ଧତ ତାଙ୍କ ନନ୍ଦନ ପ୍ରମାଣ ଯେ ।୪୮।
ବସୁଧାପତି ସେ ନୀଳକଣ୍ଠ ନାମେ ଖ୍ୟାତ ।
ବିଧାନରେ ମୁଁ ହିଁ ତାହାଙ୍କର ଜ୍ୟେଷ୍ଠସୁତ ଯେ ।୪୯।
ବୀରବର ପଦ ଉପଇନ୍ଦ୍ର ମୋର ନାମ ।
ବାରେ ବାରେ ସେବାରେ ମନାଇଁ ସୀତାରାମ ଯେ ।୫୦।

—ଦ୍ୱିପଞ୍ଚାଶତ ଛାନ୍ଦ, ବୈଦେହୀଶ ବିଳାସ

ବଂଶାବଳୀ

ପୀତାମ୍ବର ଭଞ୍ଜ
ନଳିନାକ୍ଷ ଭଞ୍ଜ
ତ୍ରିବିକ୍ରମ ଭଞ୍ଜ
ଗୋଦାବରୀ ଭଞ୍ଜ
ଗଜେନ୍ଦ୍ର ଭଞ୍ଜ
ଗୋପାଳ ଭଞ୍ଜ
ପ୍ରତାପ ଭଞ୍ଜ
ଗୋପୀନାଥ ଭଞ୍ଜ
ଧନଞ୍ଜୟ ଭଞ୍ଜଗୋବିନ୍ଦ ଭଞ୍ଜ
ନୀଳକଣ୍ଠ ଭଞ୍ଜଘନ ଭଞ୍ଜ
ଉପେନ୍ଦ୍ର ଭଞ୍ଜଲୋକନାଥ ଭଞ୍ଜ
କୃଷ୍ଣ ଭଞ୍ଜ
ଲକ୍ଷ୍ମଣ ଭଞ୍ଜ
ଶ୍ରୀକର ଭଞ୍ଜ
ଧନଞ୍ଜୟ ଭଞ୍ଜହରିକୃଷ୍ଣ ଭଞ୍ଜ
ବ୍ରଜରାଜ ଭଞ୍ଜପ୍ରତାପରୁଦ୍ର ଭଞ୍ଜ

ବାଲ୍ୟଶିକ୍ଷା

ଉପେନ୍ଦ୍ରଙ୍କର ବାଲ୍ୟଶିକ୍ଷା ଚାହାଳୀରେ ଆରମ୍ଭ ହୋଇଥିଲା । ବାପା ନୀଳକଣ୍ଠ ଓ ଜେଜେ ଧନଞ୍ଜୟଙ୍କଠାରୁ ସେ ବିଭିନ୍ନ ଶାସ୍ତ୍ର ପଢ଼ିଥିଲେ । ଧନଞ୍ଜୟ ଭଞ୍ଜ ଜଣେ କବି ହୋଇଥିବାରୁ ତାଙ୍କ ଦରବାରକୁ ଅନେକ କବି, ପଣ୍ଡିତ, ସାଧୁସନ୍ଥ ବିଭିନ୍ନ ସମୟରେ ଆସୁଥିଲେ ଓ ସେଠାରେ ରହି ସାହିତ୍ୟ ସଙ୍ଗୀତ ବିଷୟରେ ଚର୍ଚ୍ଚା କରୁଥିଲେ । ଉପେନ୍ଦ୍ର ମଧ୍ୟ ଜେଜେଙ୍କ ପାଖରେ ବସି ସେଗୁଡିକ ଶୁଣୁଥିଲେ ଓ ଧୀରେ ଧୀରେ ସେମାନଙ୍କଦ୍ୱାରା ପ୍ରଭାବିତ ହୋଇ ସେ ଶାସ୍ତ୍ରମାନ ଆୟତ୍ତ କରିଥିଲେ । ଚାହାଳୀରେ ପଢୁଥିବା ସମୟରେ ଉପେନ୍ଦ୍ର କବିତା ଲେଖିବା ଆରମ୍ଭ କରି ଦେଇଥିଲେ ଯାହା ଜେଜେ ଧନଞ୍ଜୟ ବେଶ୍ ପସନ୍ଦ କରିଥିଲେ ଓ ନାତିକୁ ଆହୁରି ଲେଖିବାକୁ ପ୍ରେରଣା ଦେଲେ । ଉପେନ୍ଦ୍ର ଯାହା ଯେତେବେଳେ ଲେଖୁଥିଲେ ଜେଜେଙ୍କୁ ନେଇ ଦେଖାଉଥିଲେ ଓ ତାଙ୍କର ପରାମର୍ଶ ନେଉଥିଲେ । ସେ ଜେଜେଙ୍କୁ ନିଜର କାବ୍ୟଗୁରୁ ଭାବରେ ବିଚାର କରି ନିଜ ସାଧନାରେ ଆଗେଇ ଯାଉଥିଲେ ।

ରାଜା ଧନଞ୍ଜୟଙ୍କ ଦରବାରକୁ ଥରେ ରଘୁନାଥ ନାମରେ ଜଣେ ସିଦ୍ଧପୁରୁଷ ସନ୍ୟାସୀ ଆସିଥିଲେ । ସେ ଉପେନ୍ଦ୍ରଙ୍କର ପାଠପଢ଼ା ଓ କବିତା ଲେଖିବାର ଆଗ୍ରହ ଦେଖି ତାଙ୍କୁ "ରାମ ତାରକ ମନ୍ତ୍ର" ବୋଲି ଏକ ସିଦ୍ଧ ମନ୍ତ୍ର ଶିଖାଇ ଏହାକୁ କେମିତି ସାଧନା କରିବାକୁ ହେବ ବତାଇଦେଲେ । ମନ୍ତ୍ରଟି ଶିଖିବା ପାଇଁ ଉପେନ୍ଦ୍ର କୁଲାଡ଼ଗଡ଼ ଛାଡ଼ି ଅଳ୍ପ ଦୂରରେ ଥିବା ଏକ ନିର୍ଜନ ସ୍ଥାନକୁ ଚାଲିଗଲେ । ହିଂସ୍ରଜନ୍ତୁପୂର୍ଣ୍ଣ ଓ ପାହାଡ ପର୍ବତଘେରା ସେହି ସ୍ଥାନରେ ଗୋଟିଏ ଗୁମ୍ଫା ଭିତରେ ବସି କିଛିଦିନ ଗୁରୁମନ୍ତ୍ର ସାଧନା କରିବାପରେ ସିଦ୍ଧିଲାଭ କରି ସେ ରାଜପ୍ରସାଦକୁ ଫେରି ଆସିଲେ । ସେହି ସ୍ଥାନଟି ଏବେ "ବାଘବଲି" ଓ "ଡାମଣ ଝୋଲି" ନାମରେ ପରିଚିତ ।

ସାଧନା କରି ଫେରିବା ପରେ ଉପେନ୍ଦ୍ରଙ୍କର ଆଗ ଅପେକ୍ଷା ଆହୁରି କାବ୍ୟ ଲେଖିବା ଓ କାବ୍ୟକବିତା ବିଷୟରେ ଜାଣିବାରେ ଆଗ୍ରହ ବୃଦ୍ଧି ପାଇବାରେ ଲାଗିଲା । କାବ୍ୟ ଆଲୋଚନା ପାଇଁ ସେ ଜେଜେ ଧନଞ୍ଜୟ ଭଞ୍ଜଙ୍କ ସହିତ ସମୟ ବିତାଉଥିଲେ । ଦିନେ ସାହିତ୍ୟ ଆଲୋଚନା ହେଉଥିଲା ବେଳେ ଧନଞ୍ଜୟ ନିଜର ଶ୍ରେଷ୍ଠ କାବ୍ୟ ରଘୁନାଥ ବିଳାସ ଉପେନ୍ଦ୍ରଙ୍କୁ ଦେଲେ ଓ କିଛି ଦୋଷତ୍ରୁଟି ଥିଲେ ନିର୍ଭୟରେ ତାଙ୍କୁ ଜଣାଇବାକୁ କହିଲେ । ଉପେନ୍ଦ୍ର କାବ୍ୟଟିକୁ ମନଦେଇ ପଢ଼ିସାରିଲାପରେ ଅଳଙ୍କାରର ପ୍ରୟୋଗ କରିଥିଲେ ଆହୁରି ଭଲ ହୋଇଥାନ୍ତା ବୋଲି କହିଲେ, ଧନଞ୍ଜୟ ଭଞ୍ଜ ଏକଥା ଶୁଣି ଖୁସି ହେଲେ ।

ରାଣୀ ମଣ୍ଡାଦେବୀ ତାଙ୍କ ପୁଅ ନୀଳକଣ୍ଠଙ୍କୁ ଭଞ୍ଜବଂଶର ରାଜସିଂହାସନରେ ବସାଇବାକୁ ଚାହୁଁଥିଲେ, ତେଣୁ ସେ ଷଡଯନ୍ତ୍ର କରି ଧନଞ୍ଜୟଙ୍କୁ ବିଷ ଦେଇ ହତ୍ୟା କରାଇଲେ । ନୀଳକଣ୍ଠ ଭଞ୍ଜ ରାଜଗାଦିରେ ବସିବାରେ ସଫଳ ହେଲେ ଓ କିଛିଦିନ ପାଇଁ ରାଜ୍ୟଶାସନ କଲେ । ହେଲେ ତାଙ୍କର କାକାପୁଅ ଭାଇ ଘନଭଞ୍ଜ ଧରାକୋଟରେ ଥାଇ ନୀଳକଣ୍ଠଙ୍କ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ କରିଦେଲେ ଏବଂ ସୈନ୍ୟସାମନ୍ତ ଧରି ଘୁମୁସର ଆକ୍ରମଣ କଲେ । ରଣକ୍ଷେତ୍ରରେ ନୀଳକଣ୍ଠ ଘନଭଞ୍ଜଙ୍କଠାରୁ ପରାସ୍ତ ହୋଇ ରାଜ୍ୟ ଛାଡ଼ି ଚାଲିଗଲେ । ନିଜର ସ୍ତ୍ରୀ ଓ ଯୋଗ୍ୟପୁତ୍ର ଉପେନ୍ଦ୍ରଙ୍କୁ ଧରି ନୀଳକଣ୍ଠ ନୟାଗଡ଼ର ମାଳିସାହି ଢେଙ୍କଣା ଗ୍ରାମରେ ଘରଟିଏ କରି ଅତି ସାଧାରଣ ଭାବରେ ଜୀବନ ଅତିବାହିତ କରିବାକୁ ଲାଗିଲେ । ନୀଳକଣ୍ଠ ଭଞ୍ଜ ଏହି ସମୟରେ ଉପେନ୍ଦ୍ରଙ୍କୁ ଘୋଡାଚଢା, ଖଣ୍ଡା, ତରବାରୀ ଚାଳନାରେ ଧୁରନ୍ଧର କରାଇଥିଲେ । ଉପେନ୍ଦ୍ର ଭଞ୍ଜ କାବ୍ୟ କବିତା ରଚନାରେ ଧ୍ୟାନ ଦେଲେ । ମାତ୍ର ୧୫ ବର୍ଷ ବୟସରେ ଉପେନ୍ଦ୍ର ପିତା ନୀଳକଣ୍ଠ ଭଞ୍ଜଙ୍କୁ ହରାଇଲେ ଓ ତାଙ୍କ ମାମୁଙ୍କ ଘରେ ରହିବାକୁ ଲାଗିଲେ ।

ବିବାହ

୧୮ ବର୍ଷ ବୟସରେ ଉପେନ୍ଦ୍ରଙ୍କର ବିବାହ ନୟାଗଡ଼ ରାଜା ପୁରୁଷୋତ୍ତମ ମାନ୍ଧାତାଙ୍କ ଭଉଣୀ ଲାବଣ୍ୟବତୀଙ୍କ ସହ ହୋଇଥିଲା । ଲାବଣ୍ୟବତୀ ସଂସ୍କୃତ ସାହିତ୍ୟରେ ନିପୁଣା ଥିଲେ । କୁଲାଡ଼ଗଡ ପାଖରେ ଅନ୍ଧାରଗଡ଼ ବୋଲି ପାହାଡ଼ ଓ ଜଙ୍ଗଲଘେରା ଦୁର୍ଗଟିଏ ରହିଥିଲା । କିମ୍ବଦନ୍ତୀ ଅନୁସାରେ ଉପେନ୍ଦ୍ର ଭଞ୍ଜ ସେହି ସ୍ଥାନକୁ ସବୁବେଳେ ଏକୁଟିଆ ଚାଲିଯାଉଥିଲେ ଏବଂ କିଛିଦିନ ସେଠାରେ ରହିବା ପରେ ଫେରି ଆସୁଥିଲେ । ଥରେ ଉପେନ୍ଦ୍ର ସେହି ସ୍ଥାନକୁ ଯାଇ ବହୁଦିନ ପର୍ଯ୍ୟନ୍ତ ରାଜଉଆସକୁ ଫେରିଲେ ନାହିଁ । ରାଜପ୍ରାସାଦରେ ଲାବଣ୍ୟବତୀ ବ୍ୟସ୍ତ ହୋଇପଡିଲେ ଓ ପତିଙ୍କୁ ଖୋଜି ଆଣିବା ପାଇଁ ଦୂତଟିଏ ପଠାଇଲେ । ଦୂତଟି ଗଡ଼ ଭିତରକୁ ନଯାଇ ଅଳ୍ପବାଟରୁ ଫେରି ଆସିଲା ଓ କହିଲା ଯେ ସେ ଗୋଟିଏ ମହାବଳ ବାଘ ଦେଖିଲା । ତା ପାଖରେ ମଣିଷର ରକ୍ତାକ୍ତ ଶବ ପଡିଥିବାର ଦେଖି ଭୟରେ ଫେରି ଆସିଲା । ଦୂତଠାରୁ ଏପରି ଖବର ଶୁଣି ଲାବଣ୍ୟବତୀ ଧୈର୍ଯ୍ୟ ଧରି ରହି ପାରିଲେ ନାହିଁ । ତାଙ୍କର ସଙ୍ଗେସଙ୍ଗେ ଚେତା ବୁଡିଗଲା ଓ ଚାହୁଁ ଚାହୁଁ ତାଙ୍କର ପ୍ରାଣବାୟୁ ଉଡିଗଲା । କିଛିଦିନ ପରେ ଭଞ୍ଜ ରାଜପୁରକୁ ଫେରିଲା ପରେ ପତ୍ନୀ ଲାବଣ୍ୟବତୀଙ୍କ ସ୍ୱର୍ଗବାସ କଥା ଜାଣି ମର୍ମାହତ ହେଲେ । ଉପେନ୍ଦ୍ରଙ୍କ ଶଳାଭାଉଜ ଶୋଭାବତୀଙ୍କର କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ବୋଲି ଜଣେ ଭଉଣୀ ଥିଲେ । ତାଙ୍କ ସହିତ ଭଞ୍ଜଙ୍କର ଦ୍ୱିତୀୟଥର ବିବାହ ହେଲା । କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ଉପେନ୍ଦ୍ରଙ୍କୁ କାବ୍ୟ ଲେଖିବାରେ ସାହାଯ୍ୟ କରୁଥିଲେ । ତାଙ୍କ ପରାମର୍ଶରେ ଭଞ୍ଜ ମଧ୍ୟ ନିଜର କାବ୍ୟକବିତାକୁ ସଂଶୋଧନ କରି ଆହୁରି ଉନ୍ନତ କରିବାରେ ସମର୍ଥ ହେଉଥିଲେ ।

ରାଜ୍ୟ ପ୍ରତ୍ୟାବର୍ତ୍ତନ

କବି ଭାବରେ ବେଶ୍ ନାଁ କରିସାରିଥିବା ଭଞ୍ଜଙ୍କର ଖ୍ୟାତି ବିଷୟରେ ତାଙ୍କ କକା ଘନଭଞ୍ଜ ଶୁଣିବାକୁ ପାଇଲେ । ଘନଭଞ୍ଜ ଜଣେ ରାଜା ଓ କବି ଥିଲେ । ତେଣୁ ସେ ପୁତୁରା ଉପେନ୍ଦ୍ରଙ୍କୁ କୁଲାଡ଼ଗଡକୁ ଫେରାଇ ଆଣିଲେ । ସେ ଅନ୍ୟ କବି ଓ ପଣ୍ଡିତମାନଙ୍କ ସହିତ କାବ୍ୟଶାସ୍ତ୍ର ଆଦି ଆଲୋଚନା କରୁଥିଲେ ।

ଉପାଧି

ଉପେନ୍ଦ୍ର ଭଞ୍ଜଙ୍କୁ ତାଙ୍କ ଜୀବନ କାଳରେ ଓ ପରେ ଅନେକ ଉପାଧିଦ୍ୱାରା ସମ୍ବୋଧିତ କରାଯାଇଥିଲା ।

  • ବୀରବର
  • ମଙ୍ଗରାଜ
  • କବିସାର୍ବଭୌମ[୫]
  • କବିକୁଳକେଶରୀ[୬]
  • କବି ସମ୍ରାଟ

ବୀରବର ଉପାଧି ଲାଭ

 ବୀରବର ପଦ ଉପଇନ୍ଦ୍ର ମୋର ନାମ ।
ବାରେ ବାରେ ସେବାରେ ମନାଇଁ ସୀତାରାମ ଯେ ।୫୦।

—ଦ୍ୱିପଞ୍ଚାଶତ ଛାନ୍ଦ, ବୈଦେହୀଶ ବିଳାସ

କାବ୍ୟକବିତା ଲେଖି ଉପେନ୍ଦ୍ର ସାରା ଓଡ଼ିଶାରେ ବେଶ୍ ପ୍ରସିଦ୍ଧି ଲାଭ କରିସାରିଥିଲେ । ପୁରୀର ତତ୍କାଳୀନ ଗଜପତି ରାଜା ଦିବ୍ୟସିଂହ ଦେବ କବିଙ୍କ ବିଷୟରେ ଶୁଣିବାକୁ ପାଇଲେ ଓ ତାଙ୍କୁ ସମ୍ମାନିତ କରିବା ପାଇଁ ପୁରୀକୁ ଡକାଇଲେ। ରାଜାଙ୍କ ନିମନ୍ତ୍ରଣ ରକ୍ଷା କରି ଉପେନ୍ଦ୍ର ପୁରୀ ଆସିଲେ । ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ସହ ରାଜଦରବାରରେ କାବ୍ୟ ଆଲୋଚନା କଲେ । ତାଙ୍କର କାବ୍ୟ ଆଲୋଚନା ଏତେ ପାଣ୍ଡିତ୍ୟ ପୂର୍ଣ୍ଣ ଥିଲା ଯେ ଖାଲି ରାଜା କାହିଁକି ବଡ଼ ବଡ଼ ପଣ୍ଡିତମାନେ ମଧ୍ୟ ତାହା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ। ଶେଷରେ ଦିବ୍ୟସିଂହ ଦେବ ରାଜଦରବାର ଭିତରେ ଉପେନ୍ଦ୍ରଙ୍କ ମୁଣ୍ଡରେ ପାଟଶାଢୀ ବାନ୍ଧିଦେଇ କହିଲେ,ଧନ୍ୟ ଉପେନ୍ଦ୍ର। ତୁମେ ଖାଲି ରାଜପୁତ୍ର ନୁହଁ, ତୁମେ ସେମାନଙ୍କ ମଧ୍ୟରେ ଶ୍ରେଷ୍ଠ। ତୁମକୁ ଆଜି ମୁଁ ବୀରବରଉପାଧିରେ ଭୂଷିତ କରୁଛି"। ଉପେନ୍ଦ୍ର ଗଜପତି ଦିବ୍ୟସିଂହ ଦେବଙ୍କର ସେହି ଉପାଧିକୁ ଆଗ୍ରହର ସହିତ ଗ୍ରହଣ କଲେ ।

ପୁରୀରେ ରହିଥିବାବେଳେ ଉପେନ୍ଦ୍ରଙ୍କର ପରିଚୟ ଭକ୍ତକବି ଦୀନକୃଷ୍ଣ ଦାସ ସହିତ ହୋଇଥିଲା । ଦୀନକୃଷ୍ଣ ଦାସ ସେତେବେଳକୁ "ରସକଲ୍ଲୋଳ" କାବ୍ୟଟିକୁ ସମ୍ପୂର୍ଣ୍ଣ ରୂପେ ଲେଖିସାରିଥାନ୍ତି । କବି ଉପେନ୍ଦ୍ର ଯେତେବେଳେ ପୁରୀକୁ ଆସିଛନ୍ତି, ତାଙ୍କୁ ଟିକେ ନିଜର କାବ୍ୟଟିକୁ ଦେଖାଇ ମତାମତ ନେବାକୁ ଦୀନକୃଷ୍ଣଙ୍କର ଭାରି ମନ ହେଲା । ତେଣୁ "ରସକଲ୍ଲୋଳ" କାବ୍ୟଟିକୁ ନେଇ ସେ ଉପେନ୍ଦ୍ର ଭଞ୍ଜଙ୍କୁ ଦେଖାଇଲେ । ଉପେନ୍ଦ୍ର ପୋଥିକୁ ଭଲ କରି ପଢ଼ିଲେ, ତାପରେ ହସି ହସି କହିଲେ - "ବୁଝିଲେ ଦାସେ ଆପଣେ, ଦିବ୍ୟସୁନ୍ଦର କାବ୍ୟଟିଏ ଲେଖିଲେ ସିନା ହେଲେ ଭଲ ନାଁଟିଏ ଦେଇପାରିଲେ ନାହିଁ । ପ୍ରତି ଅକ୍ଷର ଯେତେବେଳେ "କ" ଅକ୍ଷରରେ ଆରମ୍ଭ କରିଛନ୍ତି, ତା ନା "କଳକଲ୍ଲୋଳ" ବା "କୃଷ୍ଣକଲ୍ଲୋଳ" ରଖିଥିଲେ ଭଲ ହୋଇଥାନ୍ତା"।

ପୁରୀରୁ ଫେରିଲା ପରେ ଉପେନ୍ଦ୍ର 'କ' ଅକ୍ଷରକୁ ପ୍ରଥମରେ ରଖି "କଳାକୌତୁକ ନାମରେ କବିତାଟିଏ ଲେଖିଲେ ଯାହାର ପ୍ରତିପାଦର ମୂଳରେ "କ" ଅକ୍ଷରକୁ ରଖି କୃଷ୍ଣଙ୍କର ସମସ୍ତ ଲୀଳାଖେଳା ବର୍ଣ୍ଣିତ।

ଉପେନ୍ଦ୍ର ଭଞ୍ଜଙ୍କ ପୂର୍ବବର୍ତ୍ତୀ କବିମାନେ ତତ୍କାଳୀନ ପାଠକମାନଙ୍କର ପସନ୍ଦକୁ ଅନୁସାରେ କେବଳ ରାଧାକୃଷ୍ଣଙ୍କ ଉପରେ ବର୍ଣ୍ଣନା କରି କାବ୍ୟକବିତା ଲେଖିଥିଲେ । ଉପେନ୍ଦ୍ର ପ୍ରଥମ କରି ଓଡ଼ିଆ ସାହିତ୍ୟରେ ସୀତାରାମଙ୍କୁ ନେଇ କାବ୍ୟ ଲେଖିଲେ । ନୂଆ ପ୍ରକାରର କାବ୍ୟ ରସାମୃତ ପରିବେଷଣ ହେବା ଫଳରେ ସେତେବେଳର ସମାଜରେ ତାହା ବେଶ୍ ଅଲୋଡନ ସୃଷ୍ଟି କରିବା ସହିତ ପାଠକମାନଙ୍କଦ୍ୱାରା ଆଦରଲାଭ ମଧ୍ୟ କଲା । ନିଜର ଆରାଧ୍ୟ ଦେବତା ସୀତାରାମଙ୍କ ଲୀଳା ବର୍ଣ୍ଣନା କରିବାରେ ତାଙ୍କର ଲେଖନୀ ଚଳଚଞ୍ଚଳ ହୋଇ ଉଠିଲା । ନିପୁଣ ଭାବରେ ସେ ରାମସୀତା ଚରିତଟିକୁ ବିଭିନ୍ନ ଛନ୍ଦରେ ମାଳଟିଏ ଗୁନ୍ଥିଥିଲେ କହିଲେ ଅତ୍ୟୁକ୍ତି ହେବନାହିଁ । ସାଧାରଣ ପାଠକଟିଏ ଏହି କାବ୍ୟଟି ପଢ଼ିବାଦ୍ୱାରା ତାର ଆଧ୍ୟାତ୍ମ୍ୟ ଜ୍ଞାନ ବୃଦ୍ଧି ପାଇଲା ।

ଉପେନ୍ଦ୍ର ଭଞ୍ଜ ବହୁ ଶାସ୍ତ୍ର ପଢ଼ିଥିଲେ, ଯାହାଫଳରେ ସେଗୁଡିକ ନିଜ କାବ୍ୟକବିତାରେ ପ୍ରୟୋଗ କରିବାରେ ସଫଳ ହୋଇପାରିଥିଲେ । ତାଙ୍କ ପୂର୍ବରୁ ଯେଉଁ କାବ୍ୟକବିତା ଲେଖା ହୋଇଥିଲା ସେଥିମଧ୍ୟରୁ ଅଧିକାଂଶ ସଂସ୍କୃତରେ ଲେଖା ହୋଇଥିଲା । ତେଣୁ ଓଡ଼ିଆ ଭାଷୀ ଲୋକମାନଙ୍କ ପକ୍ଷରେ ବୁଝିବା ଟିକେ କଷ୍ଟ ହୋଇପଡୁଥିଲା । ତାଛଡା ସଂସ୍କୃତ ଅଳଙ୍କାରକୁ ନେଇ ଓଡ଼ିଆ କାବ୍ୟରେ ପ୍ରୟୋଗ କରିବାରେ ଉପେନ୍ଦ୍ର ଥିଲେ ପ୍ରଥମ ଓ ସିଦ୍ଧହସ୍ତ । ତାଙ୍କ ରଚନାବଳୀରେ ଯେଉଁ ବହୁଳ ଶବ୍ଦ ଭଣ୍ଡାରର ପ୍ରୟୋଗ ହୋଇଛି, ତାହା ମଧ୍ୟ ପଢ଼ିଲେ ଆଶ୍ଚର୍ଯ୍ୟ ଲାଗେ । ବିଭିନ୍ନ ଛନ୍ଦ ଓ ବୃତ୍ତର ବ୍ୟବହାର କରିବାଦ୍ୱାରା ତାଙ୍କ କାବ୍ୟଗୁଡିକ ସଙ୍ଗୀତ ଜଗତରେ ଏକ ଉଜ୍ୱଳ ମଣିତୁଲ୍ୟ ଶୋଭାପାଉଛି । କବି ସମାଜରେ ଉପେନ୍ଦ୍ର ଭଞ୍ଜଙ୍କ ସ୍ଥାନ ସମସ୍ତଙ୍କଠାରୁ ବହୁ ଉଚ୍ଚରେ ରହିଲା । ସମସ୍ତ ଶାସ୍ତ୍ରରେ ପାଣ୍ଡିତ୍ୟ ଅର୍ଜନ କରି କାବ୍ୟମାନ ଲେଖିଥିବାରୁ ଆଜି ସେ ବାସ୍ତବରେ କବି ସମ୍ରାଟ ଭାବରେ ସବୁଆଡେ ପରିଚିତ ।[୭]

ରଚନାବଳୀ

ଉପେନ୍ଦ୍ର ଭଞ୍ଜ ପାଖାପାଖି ୫୨ ଗୋଟି ଗ୍ରନ୍ଥ ରଚନା କରିଥିଲେ ବୋଲି ଏକାଧିକ ଗବେଷକମାନଙ୍କଦ୍ୱାରା ଅନୁମିତ ହୋଇଛି । କିନ୍ତୁ ମୁଦ୍ରଣଯନ୍ତ୍ର ଅଭାବରୁ ଏହି ଗ୍ରନ୍ଥଗୁଡ଼ିକ ମଧ୍ୟରୁ ଅନେକ ଗ୍ରନ୍ଥ ଆଉ ଖୋଜିଲେ ମଧ୍ୟ ମିଳିବା ଅସମ୍ଭବ ପ୍ରାୟ । ଏବେ ମାତ୍ର ୨୦-୨୫ ଗୋଟି ରଚନା ମିଳୁଛି । ଏହି ବିଷୟରେ ପ୍ରସିଦ୍ଧ ପତ୍ରିକା ଉତ୍କଳ ଦୀପିକାରେ ୧୮୬୬ ମସିହାରେ ଛପାଯାଇଥିଲା-[୮]

ମୁଦ୍ରାଯନ୍ତ୍ର ଅଭାବରେ ଅନେକ ଗ୍ରନ୍ଥ ଲୋପ ହୋଇଛି । ଓଡ଼ିଶାର କବିକୁଳ କେଶରୀ ଉପେନ୍ଦ୍ର ଭଞ୍ଜ ୫୨ ଖଣ୍ଡ ଗ୍ରନ୍ଥ ରଚନା କରନ୍ତି ମାତ୍ର ଇଦାନୀଂ ପ୍ରକାଶିତ କବି ରଚିତ ୨୦।୨୫ ଖଣ୍ଡ ଗ୍ରନ୍ଥରୁ ଅଧିକ ମିଳୁନାହିଁ ।

ଲାବଣ୍ୟବତୀ

ଉପେନ୍ଦ୍ରଙ୍କ ପତ୍ନୀ ଲାବଣ୍ୟବତୀଙ୍କର ଭାଇ ପୁରୁଷୋତ୍ତମ ଜଣେ ପ୍ରସିଦ୍ଧ କବି ଓ ଭାଉଜ ଶୋଭାବତୀ ଜଣେ ବିଦୁଷୀ ନାରୀ ଥିଲେ । ଥରେ ପୁରୁଷୋତ୍ତମ "ଶୋଭାବତୀ" ନାମରେ କାବ୍ୟଟିଏ ଲେଖି ଉପେନ୍ଦ୍ରଙ୍କ ପାଖକୁ ପଠାଇଥିଲେ । ଉପେନ୍ଦ୍ର କାବ୍ୟଟିକୁ ନେଇ ଲାବଣ୍ୟବତୀଙ୍କୁ ଦେଖାଇଲେ, କବିତାଟି ପଢ଼ି ଲାବଣ୍ୟବତୀ ମନେ ମନେ ଭାଉଜଙ୍କୁ ଈର୍ଷା କଲେ । ଭାଉଜଙ୍କଠାରୁ ସେ ଥିଲେ ବହୁତ ସୁନ୍ଦର, ହେଲେ ତାଙ୍କ ନାଁରେ କଣ ଏମିତି ଗୋଟାଏ କାବ୍ୟ ତାଙ୍କ ସ୍ୱାମୀ ଲେଖି ପାରିବେ? ଲାବଣ୍ୟବତୀ ଅଭିମାନରେ ନିଜ ଶୋଇବା ଘରେ ମୁହଁମାଡି ଶୋଇଲେ. ଉପେନ୍ଦ୍ର ସ୍ତ୍ରୀଙ୍କ ମନଦୁଃଖ ହୋଇଥିବା କଥା ଜାଣିପାରି ତାଙ୍କୁ କହିଲେ "କିଛିଦିନ ସମୟ ଦିଅ, ତୁମକୁ ମୁଁ ଏହାଠାରୁ ଅଧିକ ସୁନ୍ଦର ଓ ଉନ୍ନତମାନର କାବ୍ୟଟିଏ ଲେଖି ଉପହାର ଦେବି"। ସ୍ୱାମୀଙ୍କଠାରୁ ଭରସା ପାଇ ଲାବଣ୍ୟବତୀ ଅଭିମାନ ଛାଡି ଉଠିଲେ । ମାତ୍ର ଦୁଇ ମାସ ପରେ ଉପେନ୍ଦ୍ର "ଲାବଣ୍ୟବତୀ" ନାମରେ କାବ୍ୟଟିଏ ଲେଖି ଆଣି ସ୍ତ୍ରୀଙ୍କ ହାତରେ ଅର୍ପଣ କଲେ । ଲାବଣ୍ୟବତୀ ନିଜ ନାମରେ ଲେଖା ଯାଇଥିବା କାବ୍ୟଟିକୁ ହାତରେ ପାଇ ନିଜକୁ ଗର୍ବିତ ମନେ କଲେ । ଉପେନ୍ଦ୍ର ସେହି କାବ୍ୟରୁ ଗୋଟିଏ ପୋଥି ନିଜ ଶଳା ଓ ଶଳା ଭାଉଜଙ୍କ ପାଖକୁ ମଧ୍ୟ ପଠାଇଲେ ।ଏକ କାଳ୍ପନିକ ବିଷୟବସ୍ତୁକୁ ନେଇ ଲେଖାଯାଇଥିବା "ଲାବଣ୍ୟବତୀ" କାବ୍ୟଟିକୁ ପଢ଼ି ରସପ୍ରେମୀ ପାଠକମାନେ ମୁଗ୍ଧ ହୋଇଯାଆନ୍ତି । ବିଷୟବସ୍ତୁ, ଅଳଙ୍କାର, ଶବ୍ଦ ବିନ୍ୟାସ କୌଣସି କ୍ଷେତ୍ରରେ କାବ୍ୟଟି କମ୍ ନୁହେଁ। ଓଡ଼ିଶାର ପୁରପଲ୍ଲୀର ଚିତ୍ର ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ବର୍ଣ୍ଣନାରେ କାବ୍ୟଟିର ବିଷୟବସ୍ତୁ ପ୍ରତ୍ୟେକ ପାଠକର ମନକୁ ହରି ନେଇଥାଏ। କାବ୍ୟଟି ଯଦିଓ କାଳ୍ପନିକ ବିଷୟବସ୍ତୁକୁ ନେଇ ଆଧାରିତ ତଥାପି ଏଥିରେ ନାରୀ ଚରିତ୍ରର ସମସ୍ତ ଗୁଣ ଅତି ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଛି। ତେଣୁ ଏହା ତତ୍କାଳିନ କବିସମାଜକୁ ନତମସ୍ତକ ହେବାକୁ ବାଧ୍ୟ କରିଥିଲା।

ବୈଦେହୀଶ ବିଳାସ

ବଇଦେହୀଶ ବିଳାସ ନାମ ଗୀତ ବକାରେ ରଚନ ।
ବାନପଦେ ଛାନ୍ଦ ଉପଇନ୍ଦ୍ର କୃତ ବୁଝିବେ ସୁମନ । ୫୨ ।

—ଚତୁର୍ବିଂଶ ଛାନ୍ଦ, ବୈଦେହୀଶ ବିଳାସ

ଉପେନ୍ଦ୍ର ନିଜର ଆରାଧ୍ୟ ରାମସୀତାଙ୍କର ଲୀଳାକୁ ନେଇ ଗୋଟିଏ ସୁନ୍ଦର କାବ୍ୟ ଲେଖି ତା'ର ନାଁ ଦେଲେ "ବୈଦେହୀଶ ବିଳାସ" । କାବ୍ୟଟିର ବିଶେଷତା ହେଲା ପ୍ରତି ଛନ୍ଦର ପ୍ରଥମ ଅକ୍ଷରଟି "ବ"ରେ ଆରମ୍ଭ ହେଉଥିଲା । ନାନା ପ୍ରକାର ଅଳଙ୍କାର ଓ ଛନ୍ଦର ପ୍ରୟୋଗ ହୋଇଥିବା ଯୋଗୁଁ କାବ୍ୟଟି ପଣ୍ଡିତ ସମାଜରେ ବେଶ୍ ଆଦରଲାଭ କଲା ।

"ବୈଦେହୀଶ ବିଳାସ"ରେ ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମ, ବିବାହ, ବନବାସ ସହିତ ଅଯୋଧ୍ୟାରେ ଅଭିଷେକ ହେବା ପ୍ରଭୃତି ମୁଖ୍ୟ ଘଟଣାଗୁଡିକୁ ତାଛଡା ସୀତାଙ୍କର ନିର୍ବାସନ, ବାଲ୍ମୀକି ଆଶ୍ରମରେ ଲବକୁଶଙ୍କର ଜନ୍ମ, ଲବକୁଶଙ୍କଦ୍ୱାରା ହନୁମାନ ଓ ଶ୍ରୀରାମଙ୍କ ପରାଜୟ, ସୀତାଙ୍କର ଅଗ୍ନି ପରୀକ୍ଷା ଓ ପାତାଳପୁରକୁ ଗମନ, ରାମଚନ୍ଦ୍ରଙ୍କର ସ୍ୱର୍ଗପ୍ରାପ୍ତି ଆଦି ଘଟଣା ଅତି ସୁନ୍ଦର ଭାବରେ ବର୍ଣ୍ଣନା କରାଯାଆଇଅଛି । ଜେଜେ ଧନଞ୍ଜୟ ଭଞ୍ଜଙ୍କୁ ଦେଇଥିବା କଥାଟିକୁ ପୂରଣ କରିପାରିଥିବାରୁ ଉପେନ୍ଦ୍ର ନିଜର ପରିଶ୍ରମକୁ ସାର୍ଥକ ମଣିଲେ ।

କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ

"ବୈଦେହୀଶ ବିଳାସ", "ଲାବଣ୍ୟବତୀ" ଭଳି ଦୁଇଟି ପ୍ରସିଦ୍ଧ କାବ୍ୟ ଲେଖିସାରିଲା ପରେ ଉପେନ୍ଦ୍ର ନିଜର ତୃତୀୟ କାବ୍ୟ "କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ" ଲେଖିଲେ । କାବ୍ୟଟିରେ କବି ଚମ୍ପାନଗରୀର ରାଜା ବିଶ୍ୱାସନନ୍ଦକ ଓ ରାଣୀ ବିଚିତ୍ରକଳାଙ୍କର କନ୍ୟା କୋଟି ବ୍ରହ୍ମାଣ୍ଡ ସୁନ୍ଦରୀଙ୍କର କଥାକୁ ବର୍ଣ୍ଣନା କରିଛନ୍ତି. ରାଜାରାଣୀ ଝିଅଟିକୁ କେମିତି ଲାଭ କଲେ, କିପରି ତାର ଲାଳନ ପାଳନ କଲେ ଏସବୁ କଥା ଅତି ସୁନ୍ଦର ଭାବରେ ଲେଖିଛନ୍ତି । ପାଟଳିପୁତ୍ରର ରାଜପୁତ୍ର ପୁଷ୍ପକେତୁଙ୍କ ସହିତ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀଙ୍କ ବିବାହ କବିଙ୍କ ଲେଖନୀମୁନରେ ଅତ୍ୟନ୍ତ ସୁନ୍ଦର ଭାବରେ ବର୍ଣ୍ଣିତ ହୋଇଛି. ବିଭିନ୍ନ ଅଳଙ୍କାର, ରସ, ଭାବ ଓ ଶବ୍ଦ ବିନ୍ୟାସଦ୍ୱାରା କାବ୍ୟଟି ଅତି ସୁନ୍ଦର ଏବଂ ହୃଦୟସ୍ପର୍ଶୀ ହୋଇପାରିଛି. ଜଗନ୍ନାଥଙ୍କର ଲୀଳାକୁ ମଧ୍ୟ ଉପେନ୍ଦ୍ର ଏହି କାବ୍ୟରେ ଅତି ସୁନ୍ଦର ଭାବରେ ରୂପାୟିତ କରିପାରିଛନ୍ତି। କାବ୍ୟଟିର ବିଷୟବସ୍ତୁ ସମ୍ପୁର୍ଣ୍ଣ କାଳ୍ପନିକ ହେଲେ ମଧ୍ୟ ପଢ଼ିଲେ ପାଠକଙ୍କୁ ସତ ବୋଲି ମନେ ହୁଏ। ଶ୍ରୀଜଗନ୍ନାଥଙ୍କ ଲୀଳାଚରିତ ବର୍ଣ୍ଣନା ପାଠକକୁ ଆତ୍ମହରା କରିଦିଏ। ଉପେନ୍ଦ୍ରଙ୍କର ସମସ୍ତ କାବ୍ୟ ରସଯୁକ୍ତ, ଛନ୍ଦମୟ ଓ ସୁର-ତାଳରେ ପରିବେଷିତ ।

ତିନୋଟି ଉନ୍ନତ ଧରଣର କାବ୍ୟ ଲେଖିସାରି ଉପେନ୍ଦ୍ର "ପ୍ରେମ ସୁଧାନିଧି", "ସୁବର୍ଣ୍ଣରେଖା", "ଅବନା ରସତରଙ୍ଗ" ଆଦି କାବ୍ୟ ମଧ୍ୟ ଲେଖିଲେ । "ଅବନା ରସତରଙ୍ଗ" କାବ୍ୟରେ ସୂର୍ପଣଖାର ନାକ କାନ କାଟିବାଠାରୁ ରାମଚନ୍ଦ୍ରଙ୍କର ଅଯୋଧ୍ୟା ଅଭିଷେକ ହେବା ପର୍ଯ୍ୟନ୍ତ ରାମାୟଣର ବିଷୟବସ୍ତୁ ଲେଖାଯାଇଛି। କାବ୍ୟଟିରେ ଏକ ଭିନ୍ନପ୍ରକାରର କାବ୍ୟିକ କୌଶଳର ଉପଯୋଗ କରାଯାଇଛି, ଏଥିରେ ସମସ୍ତ ଛନ୍ଦ ଅବନାରେ ଲେଖାଯାଇଅଛି ଯାହା ଓଡ଼ିଆ ସାହିତ୍ୟରେ ଏକ ମାଇଲ ଖୁଣ୍ଟ ।

ସେହିପରି ପ୍ରତି ପଦର ପ୍ରଥମ ଅକ୍ଷରରେ "ସ" ରଖି ଉପେନ୍ଦ୍ର ଏକ ନୂଆ ଧରଣର କାବ୍ୟ "ସୁଭଦ୍ରା ପରିଣୟ" ଲେଖିଥିଲେ ଯେଉଁଥିରେ ସୁଭଦ୍ରା ଓ ଅର୍ଜୁନଙ୍କ ବିଭାଘର ପ୍ରସଙ୍ଗ ବର୍ଣ୍ଣନା କରାଯାଇଛି। ଶ୍ରୀକୃଷ୍ଣଙ୍କର ସଖା ଭାବେ ଅର୍ଜୁନ ସଦାସର୍ବଦା ତାଙ୍କ ପାଖେ ପାଖେ ରହୁଥିଲେ. ଶ୍ରୀକୃଷ୍ଣ ମଧ୍ୟ ଅର୍ଜୁନଙ୍କୁ ପ୍ରାଣଠାରୁ ଅଧିକ ଭଲ ପାଉଥିଲେ, ତେଣୁ ନିଜର ଭଉଣୀ ସୁଭଦ୍ରାଙ୍କୁ ଅର୍ଜୁନଙ୍କ ସହ ବିବାହ ଦେଲେ। ଏହି କଥାବସ୍ତୁର ଲାଳିତ୍ୟପୂର୍ଣ୍ଣ ବର୍ଣ୍ଣନା ଅତ୍ୟନ୍ତ ମନୋମୁଗ୍ଧକର ଥିଲା.

ଉପେନ୍ଦ୍ର ଭଞ୍ଜ ଲେଖିଥିବା ସର୍ବମୋଟ ୫୨[୯] ଖଣ୍ଡରୁ କେବଳ ୨୦-୨୫ ଖଣ୍ଡ ଏବେ ପଢ଼ିବା ପାଇଁ ମିଳୁଛି ।[୧୦] ଛାପାକଳର ଅଭାବରୁ ଅନେକ ବହି କ୍ରମେ ନଷ୍ଟହୋଇ ଯାଇଛି । ତାଙ୍କର କେତୋଟି ପ୍ରମୁଖ କାବ୍ୟ ହେଲା:

  • ସରଭ
  • ଅଭିଷେକ
  • ବୈଦେହୀଶ ବିଳାସ ("ବ"ରେ ଆରମ୍ଭ ହୋଇଥିବା ସବୁ ପଦ)
  • ରାସଲୀଳା
  • ବ୍ରଜଲୀଳା
  • ସୁଭଦ୍ରା ପରିଣୟ("ସ"ରେ ଆରମ୍ଭ ହୋଇଥିବା ସବୁ ପଦ)
  • ଲାବଣ୍ୟବତୀ
  • ପ୍ରେମ ସୁଧାନିଧି
  • ରସିକହାରାବଳୀ
  • ଚିତ୍ରକାବ୍ୟ-ବନ୍ଦୋଧ୍ୟ ଲାବଣ୍ୟବତୀ
  • କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ
  • କଳା କୌତୁକ ("କ"ରେ ଆରମ୍ଭ ହୋଇଥିବା ସବୁ ପଦ)
  • ସତୀଶ ବିଳାସ ("ସ"ରେ ଆରମ୍ଭ ହୋଇଥିବା ସବୁ ପଦ)
  • ଦମୟନ୍ତୀ ବିଳାସ ("ଦ"ରେ ଆରମ୍ଭ ହୋଇଥିବା ସବୁ ପଦ)
  • ପଦ୍ମାବତୀ ପରିଣୟ ("ପ"ରେ ଆରମ୍ଭ ହୋଇଥିବା ସବୁ ପଦ)[୩]

ଚଉପଦୀ

ଭଞ୍ଜଙ୍କ ଲିଖିତ ଅନେକ କ୍ଷୁଦ୍ର ଚଉପଦୀ ଗୀତ ପ୍ରସିଦ୍ଧି ଲାଭ କରିଛି ।

ମହୁରୀରେ ଭଞ୍ଜଙ୍କ ଚଉପଦୀ 'ଆଜ ଦେଖିଲିରେ ନବୀନ ବୟସୀ ବାଳା'ର ବାଦନ
  • ଆଜ ଦେଖିଲିରେ ନବୀନ ବୟସୀ ବାଳା
  • ଆହା ମୋ ଜୀବନ ଧନୀ ଜୀବନେ କି ଥିବରେ
  • ଶ୍ରୀମତି ଶ୍ରୀପତି ବୃନ୍ଦାବନେ କେଳି ରଚିଲେ
  • ମଲ୍ଲୀମାଳ ଶ୍ୟାମକୁ ଦେବି ମନ ତୋଷିବି
  • ଏ ଘୋର ବରଷା କାଳେ ପ୍ରିୟା ରସା
  • ଦେଖିଲିଟି କୃଷ୍ଣଙ୍କୁ ଆଜ ସଖି
  • କାନ୍ତ ବିନା ଦିବା ରଜନୀ ସଜନୀ
  • ନ କରରେ ରାମା ମାନ
  • ମୋ ରାମା ମନେ କି ପାଞ୍ଚିଲା
  • ରମଣୀବର ଆସୁଛି କରି ଭଙ୍ଗୀରେ
  • ପରମାନନ୍ଦଙ୍କୁ ପଚାରିବୁ ଦୂତୀ
  • ଆରେ ମଦାଳସା ଶେଷ ହୋଇ ଯାଉଥିଲା ଚନ୍ଦ୍ରନିଶା
  • କହ କି କରିବି ବୁଦ୍ଧି ଦିଶୁନାହିଁ
  • ଆହା ମୋ ଲାବଣ୍ୟନିଧି
  • ବିଦେଶେ ନାୟକ ଭାଳଇ ବସି
  • ଆଉ କାହା କର ଧରିବି
  • କମଳଲୋଚନା କରିଛି ମାନ
  • ନୂଆ ନୂଆ ଦିନା କେତେ
  • ବୀଣାଜିଣା ଭାରତୀ ତୁ ଶୁଣାରେ
  • କିଏ ପକାଇଲା କାମନଟେ
  • କେଳି ସଦନ ମଣ୍ଡି ବସିଛି ବାଳା
  • ରମଣୀରତନ ବେଦଯୁଗ୍ମ ଋତୁ ବୟସ
  • ରଖିଲା ମନ ବିମ୍ବାଧରୀ ଧରି ରେ
  • କାଲି ରଜନୀ ଗୋ ବଞ୍ଚିଲି ମୁଁ ଶ୍ୟାମ ସଙ୍ଗେ
  • ରସେ ରସିକା ରସି
  • ବାଳାମଣି ଚାହିଁ ଚନ୍ଦ୍ରନିଶାକୁ
  • ସଙ୍ଗାତ ମନା କଲି ପରା ତୋତେ
  • ରମଣୀ ରତନ ରତାନ୍ତରେ ଏକଦିନ
  • ଜାଣେ ଯେତେ ଭାବେ ପ୍ରୀତି
  • ଦୂତୀ କହିବୁ ଗୋ ଚିତ୍ତଚୋରାଙ୍କୁ ଏତେକ
  • ଆଜ କେଳି କଉତୁକୀ ଶ୍ରୀଛାମୁରେ
  • ଦ୍ୱିତୀୟା ଯାମିନୀରେ ମୋ ପ୍ରାଣସହି

ଆଧାର

This article uses material from the Wikipedia ଓଡ଼ିଆ article ଉପେନ୍ଦ୍ର ଭଞ୍ଜ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply. (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 3.0 ରେ ଉପଲବ୍ଧ । Images, videos and audio are available under their respective licenses.
#Wikipedia® is a registered trademark of the Wiki Foundation, Inc. Wiki (DUHOCTRUNGQUOC.VN) is an independent company and has no affiliation with Wiki Foundation.

🔥 Trending searches on Wiki ଓଡ଼ିଆ:

ପ୍ରଧାନ ପୃଷ୍ଠାବିଶ୍ୱ ପରିବେଶ ଦିବସଆୟୋଟ୍ରକ୍ସିକ ଏସିଡଅଲିମ୍ପିକ କ୍ରୀଡ଼ାରଥଯାତ୍ରାଫକୀର ମୋହନ ସେନାପତିଓଡ଼ିଆ ଭାଷାଜଗନ୍ନାଥ ମନ୍ଦିରଓଡ଼ିଶାଓଡ଼ିଆ ସାହିତ୍ୟରାଧାନାଥ ରାୟଟାହିଆଅଣସରଦେବସ୍ନାନ ପୂର୍ଣ୍ଣିମାଗୋପବନ୍ଧୁ ଦାସଜଗନ୍ନାଥଗଙ୍ଗାଧର ମେହେରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଅଲାରନାଥ ମନ୍ଦିରଯୌନ ସମ୍ଭୋଗପ୍ରତିଭା ରାୟମନୋଜ ଦାସତୁଳସୀ ଲାହିରିପହଣ୍ଡି ବିଜେବାହାର ବାନୁ ବେଗମକିଟୋଜେନିକ ଖାଦ୍ୟଭାରତମଧୁସୂଦନ ରାଓକାଳୀଚରଣ ପଟ୍ଟନାୟକସଚ୍ଚିଦାନନ୍ଦ ରାଉତରାୟ୨୦୨୩ ଓଡ଼ିଶା ରେଳ ଧକ୍କାମହାତ୍ମା ଗାନ୍ଧୀଲକ୍ଷ୍ମୀକାନ୍ତ ମହାପାତ୍ରପରି ମଣିସାରଳା ଦାସଗୋଦାବରୀଶ ମିଶ୍ର୧୪୫୫ବାଲେଶ୍ୱରକଟକଦ୍ରୌପଦୀ ମୁର୍ମୁୟୁ ଟ୍ୟୁବବଳରାମ ଦାସଟାହିଆଲାଗି ବେଶଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପସୁରେନ୍ଦ୍ର ମହାନ୍ତିରମାକାନ୍ତ ରଥଅଚ୍ୟୁତାନନ୍ଦ ଦାସମଧୁସୂଦନ ଦାସରଜଶାନ୍ତନୁ କୁମାର ଆଚାର୍ଯ୍ୟଭାରତୀୟ ସମ୍ବିଧାନସ୍ୱର ବର୍ଣ୍ଣକାଳିନ୍ଦୀ ଚରଣ ପାଣିଗ୍ରାହୀଓଡ଼ିଆଓଡ଼ିଶାର ଇତିହାସଭକ୍ତ ଚରଣ ଦାସଗୁଫି ପେଣ୍ଟାଲକନକ ମଞ୍ଜରୀ ମହାପାତ୍ରଗୋପୀନାଥ ମହାନ୍ତିଅନନ୍ତ ପଟ୍ଟନାୟକ🡆 More