କଣ୍ଡୋମ (ଇଂରାଜୀ ଭାଷାରେ condom) ଏକ ମୁଣି ଆକାରର ଏକ ପ୍ରତିବନ୍ଧ ଉପକରଣ (barrier device) ଯାହା ଯୌନ ସମ୍ଭୋଗ (sexual intercourse) ସମୟରେ ଗର୍ଭାଧାନ ସମ୍ଭାବନା ଓ ଯୌନସଞ୍ଚାରିତ ସଂକ୍ରମଣ (sexually transmitted infection ବା STIs) ରୋକିବା ନିମନ୍ତେ ବ୍ୟବହାର କରାଯାଏ । ଏଥି ନିମନ୍ତେ ଉଭୟ ପୁରୁଷ ଓ ମହିଳା କଣ୍ଡୋମ (female condom) ମିଳେ । ସଠିକ ଭାବରେ ପ୍ରତ୍ୟେକ ନାରୀ-ପୁରୁଷ ସମ୍ଭୋଗ ସମୟରେ ପୁରୁଷ ସାଥୀ କଣ୍ଡୋମ ବ୍ୟବହାର କଲେ ମାତ୍ର ୨% ଗର୍ଭାଧାନ ହାର ହୁଏ । କିନ୍ତୁ ସାଧାରଣ ବ୍ୟବହାରରେ ଏହି ହାର ପ୍ରାୟ ବାର୍ଷିକ ୧୮% ହୁଏ । କଣ୍ଡୋମ ବ୍ୟବହାର କଲେ ଗନରିଆ, କ୍ଲାମିଡିଆ (chlamydia), ଟ୍ରାଇକୋମୋନିଆସିସ୍, ହେପାଟାଇଟିସ ବି ଓ ଏଚଆଇଭି/ଏଡସ ଇତ୍ୟାଦି ରୋଗ ସଙ୍କଟ ଅନେକ ପରିମାଣରେ କମିଯାଏ । କିଛି ପରିମାଣରେ ସୁରକ୍ଷା ମିଳୁଥିବା ଅନ୍ୟ କେତେକ ରୋଗମାନଙ୍କ ନାମ ଜେନିଟାଲ ହର୍ପିସ (genital herpes), ହ୍ୟୁମାନ ପାପିଲୋମା ଭୁତାଣୁ (human papillomavirus ବା HPV) ଓ ସିଫିଲିସ୍ ।
କଣ୍ଡୋମ | |
---|---|
Background | |
Pronunciation | /ˈkɒndəm/ or UK: /ˈkɒndɒm/ |
Type | Barrier |
First use | Ancient Rubber: 1855 Latex: 1920s Polyurethane: 1994 Polyisoprene: 2008 |
Pregnancy rates (first year, latex) | |
Perfect use | 2% |
Typical use | 18% |
Usage | |
User reminders | Latex condoms damaged by oil-based lubricants |
Advantages and disadvantages | |
STI protection | Yes |
Benefits | No health care visits required |
ସମ୍ଭୋଗ ପୂର୍ବରୁ ଉତ୍ଥିଥ ପୁରୁଷାଙ୍ଗ (erect penis) ଉପରେ ପୁରୁଷ କଣ୍ଡୋମ ଗୁଡ଼େଇ ଦେବାଫଳରେ ମହିଳା ଯୌନାଙ୍ଗରେ ବୀର୍ଯ୍ୟ ପ୍ରବେଶକୁ ଅବରୋଧ କରେ । ପୁରୁଷ କଣ୍ଡୋମ ଲେଟେକ୍ସରୁ (latex) ଓ ସ୍ୱଳ୍ପ ମାତ୍ରାରେ ପଲିୟୁରିଥେନ (polyurethane) ବା ମେଣ୍ଢାଛୁଆ ଅନ୍ତନଳୀରୁ ତିଆରି ହୁଏ । ପୁରୁଷ କଣ୍ଡୋମ ସହଜରେ ମିଳେ, ବ୍ୟବହାର ବିଧି ସହଜ ଓ ଅଳ୍ପ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଏ । ଲେଟେକ୍ସ ଆଲର୍ଜି (latex allergy) ଥିଲେ ପଲିୟୁରିଥେନ ବା ଅନ୍ୟ କୃତ୍ରିମ ସଂସ୍କରଣ ବ୍ୟବହାର କରାଯାଏ । ମହିଳା କଣ୍ଡୋମ ପଲିୟୁରିଥେନରୁ ପ୍ରସ୍ତୁତ କରାଯାଇଥାଏ ଓ ଏକାଧିକ ଥର ବ୍ୟବହାର କରାଯାଇପାରେ ।
ସନ ୧୫୬୪ରୁ ଯୌନ ସଞ୍ଚାରିତ ରୋଗ ପ୍ରତିଷେଧ ନିମନ୍ତେ କଣ୍ଡୋମ ବ୍ୟବହାର କରାଯାଉଛି । ରବର କଣ୍ଡୋମ ସନ ୧୮୫୫ରୁ ଓ ଲେଟେକ୍ସ କଣ୍ଡୋମ ସନ ୧୯୨୦ରୁ ବ୍ୟବହୃତ ହେଉଥିଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ବିକାଶଶୀଳ ଦେଶମାନଙ୍କରେ (developing world) ଏହାର ଗୋଟିକର କ୍ରୟ ମୂଲ୍ୟ ପ୍ରାୟ ୦.୦୩ରୁ ୦.୦୮ ଆମେରିକୀୟ ଡଲାର । ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ମୁଲ୍ୟ ଏକ ଆମେରିକୀୟ ଡଲାରରୁ କମ୍ । ପୃଥିବୀର ୧୦%ରୁ କମ୍ ଲୋକ ଜନ୍ମ ନିରୋଧ ନିମନ୍ତେ କଣ୍ଡୋମ ବ୍ୟବହାର କରୁଛନ୍ତି । ବିକଶିତ ଦେଶମାନଙ୍କରେ (developed world) ଅଧିକ କଣ୍ଡୋମ ବ୍ୟବହାର ହୁଏ । ଜନ୍ମ ନିରୋଧ ଉପାୟ ନିମନ୍ତେ କଣ୍ଡୋମ ସଂଯୁକ୍ତ ରାଷ୍ଟ୍ରରେ ୨ୟ ସ୍ଥାନ (୨୨%) ଓ ଯୁକ୍ତରାଷ୍ଟ୍ର ଆମେରିକାରେ ୩ୟ ସ୍ଥାନ (୧୫%) ଅଧିକାର କରିଛି । ବାର୍ଷିକ ପ୍ରାୟ ଛଅରୁ ନଅ ବିଲିଅନ କଣ୍ଡୋମ ପୃଥିବୀରେ ବିକ୍ରୟ ହୁଏ ।
This article uses material from the Wikipedia ଓଡ଼ିଆ article କଣ୍ଡୋମ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.