ଜନ୍ମ ନିରୋଧ: ମାନବ ଗର୍ଭ ରୋକିବା ପଦ୍ଧତି

ଜନ୍ମ ନିରୋଧ ବା ଜନ୍ମ ନିୟନ୍ତ୍ରଣ ବା ପ୍ରଜନନ ଶକ୍ତି ନିୟନ୍ତ୍ରଣ ଏକ ପଦ୍ଧତି ଯାହାଦ୍ୱାରା ଗର୍ଭ ନିରୋଧ କରାଯାଏ ଅର୍ଥାତ ପିଲା ଜନ୍ମ ନ ହେବା ନିମନ୍ତେ ବନ୍ଦବୋସ୍ତ କରାଯାଏ । ଯୋଜନା, ବନ୍ଦବୋସ୍ତ ଓ ଜନ୍ମ ନିୟନ୍ତ୍ରଣକୁ ସାମୁହିକ ଭାବରେ ପରିବାର ଯୋଜନା ବା ପରିବାର ନିୟନ୍ତ୍ରଣ କହନ୍ତି । ପୁରାକାଳରୁ ଜନ୍ମ ନିରୋଧ ପଦ୍ଧତିର ପ୍ରଚଳନ ଚାଲିଆସିଛି କିନ୍ତୁ ବିଂଶ ଶତାବ୍ଦୀରେହିଁ ଫଳପ୍ରଦ ଓ ନିରାପଦ ପଦ୍ଧତି ଉପଲବ୍‌ଧ ହେଲା । ଧାର୍ମିକ, ନୈତିକ ଓ ରାଜନୈତିକ କାରଣରୁ ଅନେକ ସଂସ୍କୃତିରେ ଜନ୍ମ ନିରୋଧକୁ ବିରୋଧ କରାଯାଏ ।

ଜନ୍ମ ନିରୋଧ
Package of birth control pills
A package of birth control pills
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
MeSHD003267

ପଦ୍ଧତି

ସବୁଠାରୁ ଫଳପ୍ରଦ ବନ୍ଧ୍ୟାକରଣ ମଧ୍ୟରେ ଭାସେକ୍ଟୋମି(ପୁରୁଷମାନଙ୍କର ବନ୍ଧ୍ୟାକରଣ), ମହିଳାମାନଙ୍କର ଟ୍ୟୁବାଲ ଲାଇଗେସନ୍, ଆଇ.ୟୁ.ଡି. ଓ ଇମ୍ପ୍ଲାଣ୍ଟେବ୍ଲ ଡିଭାଇସ୍ ନାମ ଉଲ୍ଲେଖଯୋଗ୍ୟ । ତା ପରେ ହରମୋନ କଣ୍ଟ୍ରାସେପ୍ଟିଭ, ଓରାଲ ପିଲ୍, ପ୍ୟାଚେସ୍, ଯୋନିପଥ ରିଙ୍ଗ ଓ ଇଞ୍ଜେକସନ ମାଧ୍ୟମରେ ଜନ୍ମ ନିରୋଧ କରା ଯାଇପାରେ । କଣ୍ଡୋମ, ଡାୟାଫ୍ରାମ, କଣ୍ଟ୍ରାସେପ୍ଟିଭ ସ୍ପଞ୍ଜ ପଦ୍ଧତି ଓ ଗର୍ଭାଧାନ ଶିକ୍ଷାଦ୍ୱାରା ସ୍ୱଳ୍ପ ଫଳପ୍ରଦ ନିରୋଧ ହୋଇ ପାରେ । ଶୁକ୍ରାଣୁ ଘାତକ ଓ ବୀର୍ଯ୍ୟ ବିକ୍ଷେପ ପୂର୍ବରୁ ବିରତ ସବୁଠାରୁ ସ୍ୱଳ୍ପ ଫଳପ୍ରଦ ପ୍ରଣାଳୀ ଅଟେ । ଭାସେକ୍ଟୋମି(ପୁରୁଷମାନଙ୍କର ବନ୍ଧ୍ୟାକରଣ), ମହିଳାମାନଙ୍କର ଟ୍ୟୁବାଲ ଲାଇଗେସନ୍ ପଦ୍ଧତିରେ ସ୍ଥାୟୀ ଦନ୍ଧ୍ୟାକରଣ କରାଯାଏ, ଅନ୍ୟ ସମସ୍ତ ପ୍ରଣାଳୀ ପ୍ରତ୍ୟାବର୍ତ୍ତନଶୀଳ ଓ ସ୍ୱଳ୍ପକାଳୀନ ଫଳପ୍ରଦ । ଅସୁରକ୍ଷିତ ଯୌନ ସମ୍ପର୍କ ପରେ ପରେ ଏମର୍ଜେନ୍ସି ଔଷଧଦ୍ୱାରା କିଛି ଦିନ ଗର୍ଭ ନିରୋଧ ହୋଇ ପାରେ । କୈଶୋର ଅବସ୍ଥାରେ ଯୌନ ଶିକ୍ଷା ନ ଥାଇ ଯୌନ ସମ୍ପର୍କ ନିରାପଦ ନୁହେଁ ନିରାପଦ ଯୌନ ସମ୍ପର୍କ (ପୁରୁଷ ବା ମହିଳା କଣ୍ଡୋମ)ଦ୍ୱାରା ଯୌନ ସମ୍ପର୍କ ଜନିତ ରୋଗଗୁଡିକର ସଂକ୍ରମଣ ହୁଏ ନାହିଁ । ଅସୁରକ୍ଷିତ ଯୌନ ସମ୍ପର୍କର ୭୨ରୁ ୧୨୦ ଘଣ୍ଟା ମଧ୍ୟରେ ଜରୁରୀ ଜନ୍ମ ନିରୋଧ ଉପାୟ ଅବଲମ୍ବନ କଲେ ଗର୍ଭ ପ୍ରତିରୋଧ କରାଯାଇ ପାରେ । କେତେକ ଲୋକଙ୍କ ଯୁକ୍ତି ଅନୁସାରେ ଯୌନ ବିରତି ଏକ ଜନ୍ମ ନିରୋଧ ପଦ୍ଧତି କିନ୍ତୁ ଏହାଦ୍ୱାରା ଉପ‌ଯୁକ୍ତ ଯୌନ ନିରୋଧ ଶିକ୍ଷା ଅଭାବରୁ କିଶୋର ଗର୍ଭ ସମ୍ଭାବନା ଅଧିକ ରହେ ।

ବିଶେଷ ଜନସଂଖ୍ୟା

କିଶୋର ଗର୍ଭାଧାନ ସର୍ବାଧିକ ସଙ୍କଟ ସୃଷ୍ଟି କରେ । ଉପ‌ଯୁକ୍ତ ଯୌନ ଶିକ୍ଷା ଓ ଜନ୍ମ ନିରୋଧକାରୀ ଉପାୟ ମିଳିଲେ ଏହି ବୟସରେ ଅନିଚ୍ଛାକୃତ ଗର୍ଭ କମେଇବ ସମ୍ଭବ ହୁଏ । ସମସ୍ତ ପ୍ରକାର ଜନ୍ମ ନିରୋଧ ପ୍ରଣାଳୀ ଗୁଡ଼ିକ ବ୍ୟବ‌ହାର ଉପ‌ଯୋଗୀ ହେଲେ ମଧ୍ୟ ଦୀର୍ଘକାଳୀନ-ପ୍ରତ୍ୟାଗମନଶୀଳ ଜନ୍ମ ନିରୋଧ ଉପାୟ ଯେପରିକି ଇମ୍ପ୍ଲାଣ୍ଟ, ଆଇୟୁଡି ଓ ଯୌନ ରିଙ୍ଗ‌ଦ୍ୱାରା ସର୍ବାଧିକ କିଶୋର ଗର୍ଭ କମ୍ କରିହୁଏ । ପ୍ରସବ ପରେ ସ୍ତନ୍ୟପାନ ନ କଲେ ୪ରୁ ୬ ସପ୍ତାହ ପରେ ପୁନଶ୍ଚ ଗର୍ଭାଧାନ ହୋଇପାରେ । ପ୍ରସବ ପରେ ପରେ ତୁରନ୍ତ କେତେକ ଜନ୍ମ ନିରୋଧ ଉପାୟ ଗ୍ରହଣ କରାଯାଇପାରେ ଓ ଅନ୍ୟ କେତେକ ୬ ମାସ ପର୍ଯ୍ୟନ୍ତ ବିଳମ୍ବ କରାଯାଇପାରେ । ସ୍ତନ୍ୟପାନ କରାଉଥିବା ମହିଳା ମିଶ୍ରିତ ଓରାଲ ଜନ୍ମ ନିରୋଧ ପିଲ ବଦଳରେ ପ୍ରୋଜେସ୍ଟିନ ୱନଲି ଉପାୟ ବ୍ୟବ‌ହାର ଅଧିକ ପସନ୍ଦ ଯୋଗ୍ୟ । ଋତୁବନ୍ଦ (ଶେଷ ଋତୁସ୍ରାବ) ହେବାର ଏକ ବର୍ଷ ପର ପର୍ଯ୍ୟନ୍ତ ଜନ୍ମ ନିରୋଧ ଉପାୟ ଗ୍ରହଣ କରିବା ଉଚିତ ।

ପ୍ରସାର ଓ ପ୍ରଭାବ

ବିକାଶଶୀଳ ଦେଶମାନଙ୍କରେ ଗର୍ଭବତୀ ନ ହେବା ନିମନ୍ତେ ପ୍ରାୟ ୨୨୨ ନିୟୁତ ମହିଳା ଇଚ୍ଛା କରୁଥିଲେ ମଧ୍ୟ କୌଣସି ଆଧୁନିକ ଜନ୍ମ ନିରୋଧକ ଉପାୟ ଅବଲମ୍ବନ କରୁନାହାନ୍ତି । ଏହି ଦେଶମାନଙ୍କରେ ଜନ୍ମ ନିରୋଧ ବ୍ୟବ‌ହାର କରିବାଦ୍ୱାରା ମାତୃ ମୃତ୍ୟୁ ହାର ପ୍ରାୟ ୪୦% (ସନ ୨୦୦୮ରେ ୨୭୦,୦୦୦ ମୃତ୍ୟୁ) କମିଛି; ଜନ୍ମ ନିରୋଧ ଉପାୟ ଗ୍ରହଣ କରିଥିଲେ ପ୍ରାୟ ୭୦% ମୃତ୍ୟୁ କମିଯାଇଥାଆନ୍ତା । ଦୁଇ ଗର୍ଭାଧାନ ମଝିର ସମୟ ଦୀର୍ଘ ହେଲେ ପ୍ରସବ ଫଳାଫଳ ଓ ଶିଶୁ ବଞ୍ଚିବା ହାର ଅଧିକ ହେବ । ଜନ୍ମ ନିରୋଧକ ବ୍ୟବହାରଦ୍ୱାରା ବିକାଶଶୀଳ ଦେଶମାନଙ୍କରେ ମହିଳାଙ୍କର ରୋଜଗାର, ବଡ଼ି ମାସ୍ ଇଣ୍ଡେକ୍ସ, ପିଲାମାନଙ୍କର ଶିକ୍ଷା ଓ ସମ୍ପତ୍ତି ବୃଦ୍ଧି ହେବ । ଜନ୍ମ ନିୟନ୍ତ୍ରଣ ଯୋଗୁ ଅଳ୍ପ ପିଲା ଜନ୍ମ ହେବାଦ୍ୱାରା ଅର୍ଥନୈତିକ ବିକାଶ ସାଧନ ହୁଏ ।

ଆଧାର

Tags:

ଜନ୍ମ ନିରୋଧ ପଦ୍ଧତିଜନ୍ମ ନିରୋଧ ବିଶେଷ ଜନସଂଖ୍ୟାଜନ୍ମ ନିରୋଧ ପ୍ରସାର ଓ ପ୍ରଭାବଜନ୍ମ ନିରୋଧ ଆଧାରଜନ୍ମ ନିରୋଧ

🔥 Trending searches on Wiki ଓଡ଼ିଆ:

ଆଷାଢ଼ସମ୍ବଲପୁରଗଙ୍ଗାଧର ମେହେରବାଞ୍ଛାନିଧି ମହାନ୍ତିରାଧାମୋହନ ଗଡ଼ନାୟକରଥଯାତ୍ରାବକ୍ସି ଜଗବନ୍ଧୁଭାରତଦାସକାଠିଆ୩ ଅଗଷ୍ଟଶିମିଳିପାଳ ଜାତୀୟ ଉଦ୍ୟାନଆଜରବାଇଜାନପାରୁଲ ଯାଦବଜ୍ଞାନକୋଷଜାଭା (ପ୍ରୋଗ୍ରାମିଂ ଭାଷା)୨୦୧୪ଉତ୍କଳ ସମ୍ମିଳନୀରାଧାରାଣୀ ପଣ୍ଡାଇତିହାସନାରୀବାଦଜଗଦୀଶ ମହାନ୍ତିଗନ୍ଧମାର୍ଦନଜାପାନୀ ଭାଷାବଲ୍ଲଭଭାଇ ପଟେଲପ୍ରତିଭା ଶତପଥୀସରସ୍ୱତୀମନୋଜ ଦାସଅଂଶୁଘାତପଖାଳ ଦିବସବିଜୟ କୁମାର ପ୍ରଧାନଚକ୍ଷୁଗୋଲକ ଫାଟଉପବାସଅର୍ଥଶାସ୍ତ୍ରଜାନକୀ ବଲ୍ଲଭ ପଟ୍ଟନାୟକକବିସୂର୍ଯ୍ୟ ନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରମାକାନ୍ତ ରଥବେଙ୍ଗଚିଲିକା ହ୍ରଦବିନୋଦ ଚନ୍ଦ୍ର ନାୟକwiki.phtmlଓଡ଼ିଶାର ଭୂଗୋଳଆଶ୍ୱିନ୧୪ ଅପ୍ରେଲ୧୧ ଅପ୍ରେଲ୧୯୯୦ବୀଣାପାଣି ମହାନ୍ତିଦେବଦୁର୍ଲ୍ଲଭ ଦାସଯକ୍ଷ୍ମାନରେନ୍ଦ୍ର ମୋଦୀଶୁକ୍ରଅକ୍ଷାଂଶହୀରାକୁଦ ବନ୍ଧ୧୮୬୬୧୪୦୫ପଦ୍ମ ଲୋଚନ ପଣ୍ଡାଗୌରୀଶଙ୍କର ରାୟକାଶୀ ବିଶ୍ୱନାଥ ମନ୍ଦିରମାଗୁଣି ଚରଣ ଦାସଗୌତମ ବୁଦ୍ଧତରଳ ଝାଡ଼ାକପିଳେନ୍ଦ୍ର ଦେବଓଡ଼ିଶାର ତହସିଲ ତାଲିକାଲଣ୍ଡନ🡆 More