ଶିବ | |
---|---|
![]() ଧ୍ୟାନରତ ଅବସ୍ଥାରେ ଶିବ | |
ସଂସ୍କୃତ ଅନୁବାଦ | Śiva |
ଉପାଧି | ଦେବତା |
ବାସସ୍ଥାନ | କୈଳାଶ ପର୍ବତ |
ମନ୍ତ୍ର | ଓଁ ନମଃ ଶିବାୟ |
ଅସ୍ତ୍ର | ତ୍ରିଶୂଳ |
ବାହନ | ନନ୍ଦୀ |
ବ୍ରହ୍ମା-ବିଷ୍ଣୁ-ମହେଶ୍ୱରଙ୍କୁ ହିନ୍ଦୁଧର୍ମ ବିଶ୍ୱାସରେ ସୃଷ୍ଟି, ସ୍ଥିତି ଓ ସଂହାରର ନିୟନ୍ତା ରୂପେ ବିବେଚନା କରାଯାଏ । ମହେଶ୍ୱର ଶିବ ସୃଷ୍ଟିର ସମସ୍ତ ଅନିଷ୍ଟକାରୀ, ଅପଶକ୍ତି, ଅନ୍ୟାୟ ଓ ଅନୀତିକୁ ସଂହାର କରି ସଂସାରକୁ ସୁଖଶାନ୍ତି ପ୍ରଦାନ କରନ୍ତି । ସେ ଦେବଦେବ ମହାଦେବ-ସତ୍ୟ, ଶିବ, ସୁନ୍ଦର । ସେ ଅକାଳମୃତ୍ୟୁ ହରଣର ମହାଶକ୍ତି ମୃତ୍ୟୁଞ୍ଜୟ । ସାଗର ମନ୍ଥନରୁ ଜାତ ହଳାହଳ ବିଷ ପ୍ରକୋପରୁ ସମଗ୍ର ସୃଷ୍ଟିକୁ ରକ୍ଷା କରିବା ପାଇଁ ଶିବ ସେହି ବିଷ ନିଜେ ପାନ କରିଦେବାରୁ ତାଙ୍କର କଣ୍ଠ ନୀଳବର୍ଣ୍ଣ । ତେଣୁ ତାଙ୍କର ନାମ ନୀଳକଣ୍ଠ ମୃତ୍ୟୁଞ୍ଜୟ । ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରି ଶିବଙ୍କ କୃପାରୁ ମନୁଷ୍ୟ ଅକାଳ ମୃତ୍ୟୁକୁ ଜୟ କରିପାରେ । ଶିବ ପଞ୍ଚାକ୍ଷର ମନ୍ତ୍ର ଓଁ ନମଃ ଶିବାୟ ଜପର ଫଳ ସ୍ୱରୂପ ମନୁଷ୍ୟ ସଦଜ୍ଞାନ ଲାଭକରି ସାଂସାରିକ ଦୁଃଖତାପରୁ ମୁକ୍ତି ପାଏ । ଜୀବଜଗତର ଜନ୍ମ ମୃତ୍ୟୁର କାଳ ସ୍ୱରୂପ ଶିବ ହେଉଛନ୍ତି ମହାକାଳେଶ୍ୱର ।
ଯେଉଁମାନେ ଶିବଙ୍କର ଭକ୍ତ ସେମାନଙ୍କୁ ଶୈବ କୁହାଯାଏ । ମହାଦେବ ତନ୍ତ୍ର ଶାସ୍ତ୍ରର ପ୍ରଣେତା ।ତନ୍ତ୍ର ଶାସ୍ତ୍ରରେ ଶକ୍ତି ପୂଜାହିଁ ପ୍ରଧାନ ଅଙ୍ଗ । ତାନ୍ତ୍ରୀକ ମତରେ ଶକ୍ତି ଉପାସନାକାରୀମାନଙ୍କୁ ଶାକ୍ତ କୁହାଯାଏ ।
ଶିବଙ୍କୁ ଉପାସନା କରି କରାଯାଉଥିବା ପର୍ବପର୍ବାଣି ମଧ୍ୟରେ ମହା ଶିବରାତ୍ରି (ଜାଗର ଯାତ୍ରା) ଓ ବୋଲ ବମ ପ୍ରଧାନ ।
This article uses material from the Wiki ଓଡ଼ିଆ article ଶିବ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply. (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
#Wikipedia® is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.