ଐଶାଣେଶ୍ୱର ଶିବ ମନ୍ଦିର

ଐଶାଣେଶ୍ୱର ଶିବ ମନ୍ଦିର ଓଡ଼ିଶାର ଭୁବନେଶ୍ୱରରେ ଥିବା ଭଗବାନ ଶିବଙ୍କ ନିମନ୍ତେ ୧୩ଶ ଶତକରେ ନିର୍ମିତ ଏକ ପୁରାତନ ହିନ୍ଦୁ ମନ୍ଦିର । ଏହି ମନ୍ଦିରଟି ପୁରୁଣା ଭୁବନେଶ୍ୱରରସ୍ଥିତ ଶ୍ରୀରାମ ନଗରର ମୁନିସିପାଲ କର୍ପୋରେସନ ଡାକ୍ତରଖାନା ପରିସରରେ ଅବସ୍ଥିତ । ଏହା ଲିଙ୍ଗରାଜ ମନ୍ଦିରର ପଶ୍ଚିମ ପାଚେରି ନିକଟରେ ଅବସ୍ଥିତ । ଏଥିରେ ନିରନ୍ତର ପୂଜା ହୋଇଥାଏ ଓ ଦେବ-ବେଦି ପୂର୍ବ ଦିଗକୁ ମୁହାଁଇଛି ।

ଐଶାଣେଶ୍ୱର ଶିବ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନଭୁବନେଶ୍ୱର
Stateଓଡ଼ିଶା
Countryଭାରତ
Architecture
Typeକଳିଙ୍ଗ ସ୍ଥାପତ୍ୟ କଳା

ମନ୍ଦିର ପରିସର

ଏଠାରେ ପୂଜିତ ଦିଅଁ ଶିବଲିଙ୍ଗଯାହାଙ୍କ ଚାରିପାଖରେ ଗୋଲାକାର ଯୋନିପୀଠ ଧାରକ ରହିଛି । ଜାଗର, ଜଳାଭିଷେକ, ରୁଦ୍ରାଭିଷେକ, ସଙ୍କ୍ରାନ୍ତି ଆଦି ଏହି ମନ୍ଦିରରେ ପାଳନ କରାଯାଇଥାଏ । ଶିବରାତ୍ରିର ୬ଷ୍ଠ ଦିନରେ ଲିଙ୍ଗରାଜଙ୍କର ବିଗ୍ରହ ଏଠାକୁ ଅଣାଯାଇଥାଏ ।

ଇତିହାସ

ଏହା କଳିଙ୍ଗ ସ୍ଥାପତ୍ୟ କଳାର ସପ୍ତରଥ ଶୈଳିରେ ତିଆରି ଯାହା ୧୩ ଶ ଶତକରେ ତିଆରି ହୋଇଥିଲା ଓ ମେଘେଶ୍ୱର ମନ୍ଦିର ସହ ଏହାର ସମାନତା ଦେଖିବାକୁ ମିଳିଥାଏ । କେତେକ ନିର୍ମାଣଶୈଳିରୁ ଏହା ଗଙ୍ଗମାନଙ୍କ ଦେଇ ନିର୍ମିତ ହୋଇଥିବାର ଆଭାସ ମିଳିଥାଏ ।

ନିର୍ମାଣ ଶୈଳି

ଏହି ମନ୍ଦିର କଳିଙ୍ଗ ସ୍ଥାପତ୍ୟ କଳାରେ ଓ ଧୁସର ବାଲିପଥରରେ ନିର୍ମିତ । "ତଳଜଙ୍ଘ" ଓ "ଉପର ଜଙ୍ଘ" "ଖାକରା ମୁଣ୍ଡି ଓ "ପିଠା ମୁଣ୍ଡି" ଶୈଳିରେ ନିର୍ମିତ । ପୀଠଟିରେ ତିନୋଟି ଆଧାର ରହିଛି ଯାହା ଖାକରା ମୁଣ୍ଡି ଶ୍ରେଣିରେ ସଜା ହୋଇଛି । ଅନୁରଥ ପାଗ ଶୈଳିରେ ଏହା ଉପରେ ପଦ୍ମ ତଥା "କାନିକା ପାଗ"ରେ ୧୦ ଗୋଟି ଭୂମି ଅମ୍ଳ ରହିଛି । ଦୁଇଟି "ଉଦ୍ୟତ" ସିଂହ ଏହାର "ଗଣ୍ଡି" ଓ "ରହପାଗ"ରେ ରହିଛନ୍ତି । "ଗଣ୍ଡି"ର ପାଦ ଦେଶରେ ସାମନା କାନ୍ଥରେ ଏକ ଛୋତ "ରେଖା ଅଙ୍ଗଶିଖର" ରହିଛି ।

ଦୁଆର ବନ୍ଧସବୁରେ ବାହାରୁ ଭିତର ଯାଏଁ "ପୁଷ୍ପ ଶାଖା", "ପତ୍ର ଶାଖା", "ଲତା ଶାଖା"ରେ ସଜା ହୋଇଛି । ଦୁଆରବନ୍ଧର ପାଦଦେଶରେ ଉଭୟ ପାଖରେ ଖାକରା ମୁଣ୍ଡିସବୁ ଅଛି । ଏଠାର ଅଧିଷ୍ଠାତ୍ରୀ ଦେବୀ "ଲଲାଟବିମ୍ବ ଗଜଲକ୍ଷ୍ମୀ" ଲଳିତାସନରେ ବସିଛନ୍ତି । ଦୁଆରବନ୍ଧର ଉପରେ ନବଗ୍ରହ ଶ୍ରେଣି ରହିଛନ୍ତି, ପ୍ରଟିଟି ଗ୍ରହ ଏକ ଆସନ ଉପରେ ଅଧୀଷ୍ଠିତ । "ସୂର୍ଯ୍ୟ" ଉଭୟ ହାତରେ ପଦ୍ମ ଧରିଛନ୍ତି ଓ "କେତୁ" ଏକ ସାପ ହାତରେ ଧରିଥାନ୍ତି । ଏହା ଭୁବନେଶ୍ୱର ମୁନିସିପାଲ କର୍ପୋରେସନ ଦେଇ ପରିଚାଳିତ । ଏହା ଭଲଭାବରେ ସଂରକ୍ଷିତ ହୋଇରହିଛି ।

ଆହୁରି ଦେଖନ୍ତୁ

  • ଭୁବନେଶ୍ୱରରେ ଥିବା ମନ୍ଦିରମାନଙ୍କର ତାଲିକା

ଟୀକା

ଆଧାର

  • Pradhan, Sadasiba (2009). Lesser Known Momunents Of Bhubaneswar. Bhubaneswar: Lark Books. pp. 1–2. ISBN 8173751641.

Tags:

ଐଶାଣେଶ୍ୱର ଶିବ ମନ୍ଦିର ମନ୍ଦିର ପରିସରଐଶାଣେଶ୍ୱର ଶିବ ମନ୍ଦିର ଇତିହାସଐଶାଣେଶ୍ୱର ଶିବ ମନ୍ଦିର ନିର୍ମାଣ ଶୈଳିଐଶାଣେଶ୍ୱର ଶିବ ମନ୍ଦିର ଆହୁରି ଦେଖନ୍ତୁଐଶାଣେଶ୍ୱର ଶିବ ମନ୍ଦିର ଟୀକାଐଶାଣେଶ୍ୱର ଶିବ ମନ୍ଦିର ଆଧାରଐଶାଣେଶ୍ୱର ଶିବ ମନ୍ଦିରଓଡ଼ିଶାଭୁବନେଶ୍ୱରଲିଙ୍ଗରାଜ ମନ୍ଦିରଶିବ

🔥 Trending searches on Wiki ଓଡ଼ିଆ:

ପଠାଣି ସାମନ୍ତଜୟୀରାମ ସାମଲସରସ୍ୱତୀପଠାଣି ପଟ୍ଟନାୟକମହିମା ଧର୍ମଯକୃତକାଞ୍ଚି ଅଭିଯାନ୯ ଫେବୃଆରୀମଘା (ନକ୍ଷତ୍ର)ପିଠାଉତ୍କଳ ସମ୍ମିଳନୀଶଶିଭୂଷଣ ରାୟସଜନାପତିତପାବନ ଯାତ୍ରା୯୨୯Turtleହେମନ୍ତ ଦାସଶିବ ଚତୁର୍ଦ୍ଦଶୀଅରଖରାମଶଙ୍କର ରାୟ୨୦୦୬ଶନିହରିଶଙ୍କର ମନ୍ଦିରବଳରାମ ଦାସଜନ ବୀମସଠିଆକିଆ ବେଶଜଳଓଡ଼ିଆ କାବ୍ୟ କବିତାଅମୃତ ଫଳକୁନ୍ତଳା କୁମାରୀ ସାବତମିଳିମିଳାରଚିତା ମିସ୍ତ୍ରୀଲାଲ ରଞ୍ଜିତ ସିଂହ ବରିହାସୁନ୍ଦରଗଡ଼ଓ ଅନ୍ଧଗଳିତାକଲାମାକାନ ମରୁଭୂମିଶାରଳା ପୁରସ୍କାରଅନନ୍ତ ନାରାୟଣ ସିଂହ ଦେଓନୂଆପଡ଼ା ଜିଲ୍ଲାଶ୍ରୀନିବାସ ଉଦ୍‌ଗାତାକର୍ପୁରହିନ୍ଦୁସରୋଜିନୀ ସାହୁଆଚାର୍ଯ୍ୟ ହରିହରରମେଶ ପ୍ରସାଦ ପାଣିଗ୍ରାହୀଦି ଟାଇମସ୍ ଅଫ୍ ଇଣ୍ଡିଆଧନ ନନ୍ଦକୋଣାର୍କଭୁବନେଶ୍ୱର ବେହେରାଅବସରଅମୃତା ପ୍ରୀତମବୃହସ୍ପତି (ଜ୍ୟୋତିଷ)ଗୋଦାବରୀଶ ମିଶ୍ରଧର୍ମ୧୧୯୩ମାୟାଧର ମାନସିଂହବିନୋବା ଭାବେବିଭୂତି ପଟ୍ଟନାୟକମେଘନାଦ ପ୍ରାଚୀରସଂଖ୍ୟା ରେଖାମେଦ ବହୁଳତାକଳିଙ୍ଗ ଯୁଦ୍ଧ୨୯ ଅପ୍ରେଲରଜନୀଗନ୍ଧା (ଫୁଲ)ଭାଜିନିସମସପୂଜାରୋଷନୀ ସିଂହ ଦେଓଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳପରିମେୟ ସଂଖ୍ୟା୧୨ ଫେବୃଆରୀପାରା🡆 More