ଶିବଲିଙ୍ଗ: ହିନ୍ଦୁ ଦେବତା ଶିବଙ୍କର ବର୍ଣ୍ଣିତ ରୂପ।

ପାରମ୍ପରିକ ଭାରତୀୟ ସମାଜରେ , ମହାଲିଙ୍ଗ ଭଗବାନ ମହାଦେବ (ଶିବ)ଙ୍କର ଶକ୍ତି ଏବଂ ଅସ୍ଫୁଟର ଏକ ପ୍ରତୀକ ଅଟେ ।

ଶିବଲିଙ୍ଗ: ହିନ୍ଦୁ ଦେବତା ଶିବଙ୍କର ବର୍ଣ୍ଣିତ ରୂପ।
ପାରମ୍ପରିକ ପୁଷ୍ପକୁ "ବାରଣାସୀ"ର ମହା ଶିବଲିଙ୍ଗଙ୍କ ଉପରେ ନୈବେଦ୍ୟ ରୂପେ ଅର୍ପିତ କରା ଯାଉଥିବାର ସଚିତ୍ର

ମହା ଶିବଲିଙ୍ଗର ଅର୍ଥ ହେଉଛି ଭଗବାନ ଶିବ (ମହାଦେବ)ଙ୍କ ଆଦି-ଅନାଦୀ ସ୍ୱରୂପ । ଶୂନ୍ୟ , ଆକାଶ , ଅନନ୍ତ ବ୍ରହ୍ମାଣ୍ଡ ଏବଂ ନିରାକାର ପରମ ପୁରୁଷଙ୍କ ପ୍ରତୀକ ହୋଇଥିବାରୁ ଏହାକୁ ଲିଙ୍ଗ କୁହାଗଲା । ସ୍କନ୍ଧ ପୁରାଣରେ କୁହାଯାଇଛି , ଆକାଶ ସ୍ୱୟଂ ଲିଙ୍ଗ ଅଟେ । ଧରତୀ ତାହାର ପୀଠ କିମ୍ବା ଆଧାର ଅଟେ ଏବଂ ସମସ୍ତ ଅନନ୍ତ ଶୂନ୍ୟରୁ ଜନ୍ମ ହୋଇଛନ୍ତି , ସେଥିରେ ଲୟ ହେବା କାରଣରୁ ତାହାଙ୍କୁ ଲିଙ୍ଗ କୁହାଗଲା । ବାତାବରଣ ସହିତ ଘୁରୁଥିବା ପୃଥିବୀ କିମ୍ବା ଅନନ୍ତ ବ୍ରହ୍ମାଣ୍ଡ (ବ୍ରହ୍ମାଣ୍ଡ ଗତିମାନ ଅଟେ)ର ଅକ୍ଷ/ଘୁରୀ (axis) ହିଁ ଲିଙ୍ଗ ଅଟେ ।

ପୁରାଣରେ ଶିବଲିଙ୍ଗକୁ ବହୁ ଅନ୍ୟ ନାମରେ ମଧ୍ୟ ସମ୍ବୋଧିତ କରାଯାଇଛି ଯେପରି : ପ୍ରକାଶ ସ୍ତମ୍ଭ/ଲିଙ୍ଗ , ଅଗ୍ନି ସ୍ତମ୍ଭ/ଲିଙ୍ଗ , ଉର୍ଜା ସ୍ତମ୍ଭ/ଲିଙ୍ଗ , ବ୍ରହ୍ମାଣ୍ଡୀୟ ସ୍ତମ୍ଭ/ଲିଙ୍ଗ ।

ପୁରାଣରେ ଭଗବାନ ମହେଶ୍ୱରଙ୍କ ମହଣ ମହିମାର ବଖାଣ କରୁଥିବା ଲିଙ୍ଗ ପୁରାଣକୁ ବିଶିଷ୍ଟ ପୁରାଣ କୁହାଯାଏ । ଭଗବାନ ଶିବଙ୍କର ଜ୍ୟୋତିର୍ଲିଙ୍ଗର କଥା , ଈଶାନ-କଳ୍ପର ବୃତ୍ତାନ୍ତ ସର୍ବବିସର୍ଗ ଆଦି ଦଶା ଲକ୍ଷଣ ସହିତ ବର୍ଣ୍ଣିତ ହୋଇଛି । ଭଗବାନ ଶିବଙ୍କ ମହିମା ଲିଙ୍ଗ ପୁରାଣରେ ୧୧,୦୦୦ ଶ୍ଳୋକରେ ବର୍ଣ୍ଣିତ ହୋଇଛି । ଏହା ସମସ୍ତ ପୁରାଣରେ ଶ୍ରେଷ୍ଠ ଅଟେ । ବେଦବ୍ୟାସ କୃତ ଏହି ପୁରାଣରେ ପ୍ରଥମେ ଯୋଗ ପରେ କଳ୍ପ ବିଷୟରେ ବର୍ଣ୍ଣନା କରାଯାଇଛି ।

ଲିଙ୍ଗ ଶବ୍ଦ ପ୍ରତି ଆଧୁନିକ ସମାଜରେ ବଡ଼ ଧରଣର ଭ୍ରାନ୍ତି ପାଇଛନ୍ତି । ଲିଙ୍ଗ ଶବ୍ଦର ଶାବ୍ଦିକ ଅର୍ଥ ଚିହ୍ନ ଅଥବା ପ୍ରତୀକ ଅଟେ - ଯେପରିକି କଣାଦ (ମୁନି) କୃତ ବୈଶେଷିକ ଦର୍ଶନ ଗ୍ରନ୍ଥରୁ ଖୋଜା ଯାଇଛି । ଭଗବାନ ମହେଶ୍ୱର ଆଦି ପୁରୁଷ ଅଟନ୍ତି । ଏହି ଶିବଲିଙ୍ଗ ଭଗବାନ ଶଙ୍କରଙ୍କ ଜ୍ୟୋତିରୂପା ଚିନ୍ମୟ ଶକ୍ତିର ଚିହ୍ନ ଅଟେ । ତାହାର ଉଦ୍ଭବ ବିଷୟରେ ସୃଷ୍ଟିର କଲ୍ୟାଣ ପାଇଁ ଜ୍ୟୋତିର୍ଲିଙ୍ଗଦ୍ୱାରା ପ୍ରକଟ ହୋଇ ବ୍ରହ୍ମା ତଥା ବିଷ୍ଣୁଙ୍କ ପରି ଅନାଦି ଶକ୍ତିଙ୍କୁ ମଧ୍ୟ ଆଶ୍ଚର୍ଯ୍ୟରେ ପକାଉଥିବା ଘଟଣାର ବର୍ଣ୍ଣନା , ଏହି ପୁରାଣର ବର୍ଣ୍ଣିତ ବିଷୟର ଏକ ପ୍ରଧାନ ଅଙ୍ଗ ଅଟେ । ମୁକ୍ତି ପ୍ରଦାନ କରୁଥିବା ବ୍ରତ-ଯୋଗ ଶିବାର୍ଚନ ଯଜ୍ଞ ହବାନାଦିର ବିସ୍ତୃତ ବିବେଚନ ପ୍ରାପ୍ତ ହୋଇଛି । ଏହା ଶିବ ପୁରାଣର ପୂରକ ଗ୍ରନ୍ଥ ଅଟେ ।

ନୈମିଷାରଣ୍ୟରେ ସୂତଙ୍କ ବାର୍ତ୍ତା

ଶିବଲିଙ୍ଗ ପୂଜା

ପଦ୍ମପୁରାଣ ବର୍ଣ୍ଣିତ ଅଛି ମହର୍ଷି ଭୃଗୁ ସୃଷ୍ଟି ତତ୍ତ୍ୱ ଓ ପରମପିତା ଶିବଙ୍କର ମାହାତ୍ମ ଜାଣିବା ପାଇଁ କୈଳାସରେ ପହଞ୍ଚିଲେ । ଠିକ୍‌ ସେହି ସମୟରେ ଭଗବାନ ଶିବ ମାତା ପାର୍ବତୀଙ୍କ ସହିତ ଏକ ନିବୃତ ସ୍ଥାନରେ ରତିକ୍ରୀଡ଼ା ଅର୍ଥାତ୍‌ ସୃଷ୍ଟି ସର୍ଜନାରେ ମଗ୍ନ ଥିଲେ । ବହୁଦିନ ଧରି ଅପେକ୍ଷା କରିଥିଲେ ମଧ୍ୟ ମହର୍ଷି ଭୃଗୁ ପରମପିତାଙ୍କର ଦର୍ଶନ କରିପାରିଲେ ନାହିଁ । ଏଥିପାଇଁ ତାଙ୍କର ଧୈର୍ଯ୍ୟଚ୍ୟୁତି ହେବାରୁ ସେ ପରମପିତାଙ୍କୁ ପ୍ରାର୍ଥନା ତଥା ଅଭିଶାପ ଦେଇ କହିଲେ-“ ହେ ପରମ ପିତା ! ଆପଣ ଯେଉଁ ଅବସ୍ଥାରେ ନାରୀ ଶକ୍ତି ସହିତ ସଂଯୁକ୍ତ ହୋଇଛନ୍ତି, ସେହି ଅବସ୍ଥାରେ ଏ ଭବମୟ ସାରା ସଂସାରରେ ପୂଜା ପାଇବେ ।” ତାହା ହିଁ ହେଲା । ଭୃଗୁ ଋଷିଙ୍କର କଥା ସତ୍ୟ ହେଲା । ସେହିଦିନରୁ ଭଗବାନ ଶିବ ଲିଙ୍ଗରୂପରେ ପୂଜା ପାଇଆସୁଛନ୍ତି ।

କୋଟିରୁଦ୍ର ସଂହିତା ଅନୁସାରେ ଦେବଦାରୁ ବନରେ ଥିବା ଏକ ଆଶ୍ରମରେ କେତେକ ଋଷି ସପତ୍ନୀକ ଭଗବାନ ଶିବଙ୍କର ପୂଜାର୍ଚ୍ଚନା କରୁଥିଲେ । ଏକଦା ଏହି ସପତ୍ନୀକ ଋଷିମାନଙ୍କୁ ପରୀକ୍ଷା କରିବା ପାଇଁ ଭଗବାନ ଶିବ ସେହି ଆଶ୍ରମରେ ପହଞ୍ଚିଲେ । ଠିକ୍‌ ସେହି ସମୟରେ ଋଷିମାନେ ସମିଧ ସଂଗ୍ରହ ନିମନ୍ତେ ବନକୁ ଯାଇଥିଲେ । ଭଗବାନ ଶିବ ଋଷି ପତ୍ନୀମାନଙ୍କ ସମ୍ମୁଖରେ ନଟରାଜ ରୂପରେ ନୃତ୍ୟ କରିବାକୁ ଲାଗିଲେ । ନୃତ୍ୟ ସମୟରେ ଦେହରୁ ସମ୍ପୂର୍ଣ୍ଣ ବସ୍ତ୍ର ଖସି ଯାଇଥିଲା, ତାଙ୍କର ସେଥିପ୍ରତି ଧ୍ୟାନ ନଥିଲା । ଠିକ୍‌ ସମୟରେ ଋଷିମାନେ ବନରୁ ଫେରି ଭଗବାନ ଶିବଙ୍କର ଏପରି ଉଲଗ୍ନ ଅବସ୍ଥା ଦେଖି କ୍ରୋଧାନ୍ୱିତ ହୋଇ ଅଭିଶାପ ଦେଲେ, ଏହାଫଳରେ ଶିବଙ୍କ ଲିଙ୍ଗ ତାଙ୍କ ଦେହରୁ ଛିନ୍ନ ହୋଇ ଭୂମିରେ ପଡ଼ିଲା । ଛିନ୍ନ ଲିଙ୍ଗ ଅସ୍ଥିର ହୋଇ ସମଗ୍ର ସଂସାରରେ ବହୁ ଉତ୍ପାତ କଲେ । ଦେବତାମାନେ ବ୍ୟସ୍ତ ହୋଇ ବେଦପତି ବ୍ରହ୍ମା ମାତା ପାର୍ବତୀଙ୍କୁ ଧ୍ୟାନ କଲେ । ବ୍ରହ୍ମାଙ୍କ ଧ୍ୟାନରେ ସନ୍ତୁଷ୍ଟ ହୋଇ ମାତା ପାର୍ବତୀ ସମସ୍ତ ଜାଣିପାରି ମର୍ତ୍ତ୍ୟକୁ ଆଗମନ କଲେ । ମାତା ଭଗବତୀ ଦେବୀ ପାର୍ବତୀ ଶିବଙ୍କର ସେହି ଛିନ୍ନ ଲିଙ୍ଗକୁ ନିଜ ଶକ୍ତିଚକ୍ର(ଯୋନି) ମଧ୍ୟରେ ଧାରଣ କରି ଶାନ୍ତ କରାଇଲେ । ସେହିଦିନ ଏକାନ୍ତ ଭକ୍ତି ଓ ନିଷ୍ଠାର ସହିତ ସପତ୍ନୀକ ଋଷିମାନେ ଶକ୍ତିଚକ୍ର ସହିତ ଲିଙ୍ଗପୂଜା କଲେ । ଫଳରେ ସେହିଦିନରୁ ଭଗବାନ ଶିବଲିଙ୍ଗ ରୂପରେ ପୂଜା ପାଇଆସୁଛନ୍ତି ।

ଶିବ ପୁରାଣ ଅନୁସାରେ ଦକ୍ଷପ୍ରଜାପତିଙ୍କ ଯଜ୍ଞରେ ମଙ୍ଗଳମୟ ଦେବାଧିଦେବ ମହାଦେବଙ୍କ ଅପମାନ ସହ୍ୟ କରିନପାରି ମାତା ସତୀ ଯଜ୍ଞକୁଣ୍ଡରେ ଆତ୍ମହୁତି ଦେଲେ । ଫଳରେ ସତୀଙ୍କୁ ନପାଇ ଭଗବାନ ଶିବ ହତଜ୍ଞାନ ହୋଇ ଦକ୍ଷଯଜ୍ଞ ଭଙ୍ଗ କରିବା ସଙ୍ଗେ ସଙ୍ଗେ ସଂସାରରେ ତାଣ୍ଡବଲୀଳା କରି ସମଗ୍ର ସୃଷ୍ଟିକୁ ପ୍ରଳୟ କରିବାକୁ ଲାଗିଲେ । ସେହି ସମୟରେ ତାଙ୍କ କଟିରୁ ବ୍ୟାଘ୍ରଚର୍ମ ଖସିପଡ଼ିବାଦ୍ୱାରା ସେ ସମ୍ପୂର୍ଣ୍ଣ ଉଲଗ୍ନ ହୋଇଗଲେ । ଶିବଙ୍କ କ୍ରୋଧ ଶାନ୍ତ କରିବା ପାଇଁ ଦକ୍ଷ ପ୍ରଜାପତିଙ୍କ ରାଣୀ ନୈବେଦ୍ୟ ଧରି ଶିବଙ୍କ ସମ୍ମୁଖରେ ଉଭା ହେଲେ । ଭଗବାନ ଶିବଙ୍କର ଏପରି ଉଲଗ୍ନ ରୂପ ଦେଖି ରାଗିଯାଇ ବଡ଼଼ପାଟିରେ କହିଲେ, “ ମୁଁ ତୁମର ମାତୃତୁଲ୍ୟ, ତୁମେ ମୋ ସମ୍ମୁଖରେ ଉଲଗ୍ନ ହୋଇ ଲିଙ୍ଗ ପ୍ରଦର୍ଶନ କଲ । ତେଣୁ ତୁମେ ଯୁଗେ ଯୁଗେ ଏହି ଲିଙ୍ଗ ରୂପରେ ପୂଜା ପାଅ । ତାହା ହିଁ ହେଲା । ସେହିଦିନରୁ ଭଗବାନ ଶିବଶଙ୍କର ସମଗ୍ର ସଂସାରରେ ଲିଙ୍ଗରୂପରେ ପୂଜା ପାଇ ଆସୁଛନ୍ତି ।”

Tags:

🔥 Trending searches on Wiki ଓଡ଼ିଆ:

ଟ୍ରାଲୋକିନୁମାବନୟାଗଡ଼ ଜିଲ୍ଲାପୂରଣବାଚକ ସଂଖ୍ୟାନଟବର ସାମନ୍ତରାୟଯୌନ ସମ୍ଭୋଗଜ୍ୟୋତିର୍ଲିଙ୍ଗଜଗନ୍ନାଥ ମନ୍ଦିରବିଜ୍ଞାନକୁଜିବର ପ‌ତ୍ରଭାରତୀୟ ରିଜର୍ଭ ବ୍ୟାଙ୍କ ଗବର୍ନରଦଣ୍ଡ ନାଟଚିନ୍ତାମଣି ବେହେରାଚାନ୍ଦ୍ରମାସଫେବୃଆରୀ ୨୯ସଚ୍ଚିଦାନନ୍ଦ ରାଉତରାୟଓଡ଼ିଆ ରାନ୍ଧଣାସୁରେନ୍ଦ୍ର ମହାନ୍ତିନବୀନ ପଟ୍ଟନାୟକପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷବେଦହୃଷୀକେଶ ମଲ୍ଲିକଲକ୍ଷ୍ମୀକାନ୍ତ ମହାପାତ୍ରରାସାୟନିକ ମୌଳିକପ୍ରବୀଣ ଚନ୍ଦ୍ର ଭଞ୍ଜଦେଓଅପରେଟିଙ୍ଗ ସିଷ୍ଟମସମ୍ବଲପୁର ଜିଲ୍ଲାମହାପାତ୍ର ନୀଳମଣି ସାହୁଭଦ୍ରକ (ଲୋକ ସଭା ନିର୍ବାଚନ ମଣ୍ଡଳୀ)କୋଳିସରୋଜିନୀ ସାହୁଉତ୍ତମ ମହାନ୍ତିଚନ୍ଦ୍ରଶେଖର ରଥଶାସ୍ତି (ଓଡ଼ିଆ କଥାଚିତ୍ର)ଓଡ଼ିଆ କାବ୍ୟ କବିତାମାଛଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣି୨୯ ମାର୍ଚ୍ଚଆନନ୍ଦ ଶଙ୍କର ଦାସଶ୍ରୀ ଅରବିନ୍ଦମହାବିଦ୍ୟା୧୦୫୪ଗିରିଧର ଗମାଙ୍ଗଟିଣରାମାବତାରମ୍ଭାନୁମତୀ (ଦୁର୍ଯୋଧନଙ୍କ ପତ୍ନୀ)ରାମଯଦୁମଣି ମହାପାତ୍ରସୀତାକାନ୍ତ ମହାପାତ୍ରଗାଲୁଆବଣଭୋଜି ବେଶମାର୍ଚ୍ଚ ୨୧ଓଡ଼ିଶୀ ସଙ୍ଗୀତବିରାଟ କୋହଲୀଡାକ ମୁନସୀଉଇକିଅଭିଧାନବିଜୟ ମିଶ୍ରପ୍ରସନ୍ନ କୁମାର ପଣ୍ଡାଗୋପୀନାଥ ମହାନ୍ତିଫେବୃଆରୀ ୨୮କୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଏଣ୍ଡୋମେଟ୍ରିଓସିସରାବଣଚାଣକ୍ୟଜାହାଙ୍ଗୀରକୋଚିଲାଦୀନକୃଷ୍ଣ ଦାସଓଡ଼ିଶୀଉଦ୍ଭିଦ ବିଜ୍ଞାନଚନ୍ଦନ ଯାତ୍ରାମଧୁସୂଦନ ଦାସଶ୍ରାଦ୍ଧଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକା🡆 More