ହରିଶଙ୍କର ମନ୍ଦିର

ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ଉପଖଣ୍ଡ ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଥିବା ହରିଶଙ୍କର ଉଭୟ ଶୈବପୀଠ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ । ଏହାର ଦୂରତା ସଦର ମହକୁମାରୁ ପ୍ରାୟ ୮୦ କି.ମି ହେବ । ଗନ୍ଧମାର୍ଦ୍ଦନ ପର୍ବତର ଉତ୍ତରାଞ୍ଚଳରେ ବରଗଡ଼ ଜିଲ୍ଲାର ପ୍ରସିଦ୍ଧ ନୃସିଂହନାଥ ମନ୍ଦିର ଥିବାବେଳେ ଦକ୍ଷିଣରେ ରହିଛି ହରିଶଙ୍କର । ଏହି ପୀଠରେ ହରି ଓ ଶଙ୍କର ଏକାଠି ପୂଜା ପାଉଥିବାରୁ ଏହି ପୀଠର ସ୍ୱତନ୍ତ୍ରତା ରହିଛି । ହରିଶଙ୍କର ମନ୍ଦିର ଏବଂ ନୃସିଂହନାଥ ମନ୍ଦିର ମଧ୍ୟରେ ଅବସ୍ଥିତ ମାଳଭୂମିରେ ବୌଦ୍ଧ ଧର୍ମାଲମ୍ବୀଙ୍କଦ୍ୱାରା ନିର୍ମାଣ କରାଯାଇଥିବା ଧ୍ୱସ୍ତବିଧ୍ୱସ୍ତ ଏକ ପ୍ରାଚୀନ ପରିମଳଗିରି ବିଶ୍ୱବିଦ୍ୟାଳୟ ରହିଛି ।

ହରିଶଙ୍କର ମନ୍ଦିର
ହରିଶଙ୍କର ମନ୍ଦିର
ହରିଶଙ୍କର ମନ୍ଦିର, ବଲାଙ୍ଗୀର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtବଲାଙ୍ଗୀର
Location
ସ୍ଥାନହରିଶଙ୍କର
Countryହରିଶଙ୍କର ମନ୍ଦିର ଭାରତ

ଇତିହାସ

୧୪ଶହ ଶତାବ୍ଦୀରେ ପଶ୍ଚିମ ଓଡ଼ିଶାର ଚୌହାନ ରାଜବଂଶର ରାଜାଙ୍କୁ ହରିଶଙ୍କର ପ୍ରତିମୂର୍ତ୍ତୀ ବିଷୟରେ ସୂଚନା ମିଳିଥିଲା । ଏହା ପରଠାରୁ ସେହି ସ୍ଥାନରେ ହରିଶଙ୍କରଙ୍କର ପୂଜା ହୋଇଆସୁଛି । ନୃତ କରୁଥିବା ଏକ ଗଣେଶଙ୍କ ଛବି ମଧ୍ୟ ମିଳିଥିଲା, ଯାହାକି ୧୨ଶହ ଶତାବ୍ଦୀର ପ୍ରାରମ୍ଭର ବୋଲି ଅନୁମାନ କରାଯାଏ । ଏହା ପରେ ମହାରାଜ ବିଜଳ ଦେବ ଚୌହାନଙ୍କର ପତ୍ନୀ ଦୁର୍ଲଭା ଦେବୀଙ୍କ ନିର୍ଦ୍ଦେଶରେ ସେହି ସ୍ଥାନରେ ମନ୍ଦିରଟି ନିର୍ମାଣ ହୋଇଥିଲା । ଏହି ମନ୍ଦିରର ଆକର୍ଷଣୀୟ ରୂପରେଖ ଏବଂ ଉତ୍ତମ ନିର୍ମାଣଶୈଳୀ ପାଇଁ ଅନେକଙ୍କର ଦୃଷ୍ଟି ଆକର୍ଷଣ କରିଛି । ଏହି ମନ୍ଦିରଟିର ନିରମାଣ ଶୈଳୀ ଓଡ଼ିଶାର ଅନ୍ୟାନ୍ୟ ମନ୍ଦିର ଅପେକ୍ଷା କିଛି ଭିନ୍ନ ପରିଲକ୍ଷିତ ହୋଇଥାଏ ।

ପ୍ରଥମେ ଯମୁନା ନାମକ ଜଣେ କନ୍ଧ ମହିଳା ହରି-ଶଙ୍କରଙ୍କୁ ଦର୍ଶନ କରିଥିଲେ । ଏଠାରେ ପୂଜକମାନେ ହେଉଛନ୍ତି କନ୍ଧ-ଆଦିବାସୀ ସଂପ୍ରଦାୟର । ଆଦିବାସୀ ସଂସ୍କୃତି ଅନୁଯାୟୀ ଏଠାରେ ପୂଜାର୍ଚ୍ଚନା କରାଯାଏ । ବୈଶାଖ ମାସର ନରସିଂହ ଚତୁର୍ଦ୍ଦଶୀ ହେଉଛି ହରି-ଶଙ୍କରଙ୍କର ମୁଖ୍ୟ ପର୍ବ । ସେହି ଦିନକ ପାଇଁ ସନ୍ଧ୍ୟା ଆଳତୀରେ ଗନ୍ଧମାର୍ଦ୍ଦନ ପାହାଡ଼ରୁ ସଂଗ୍ରହ କରାଯାଇଥିବା ପିଟକନ୍ଦା ଭୋଗ ଲାଗି ହୁଏ । ଅନ୍ୟାନ୍ୟ ଦିନ ମାନଙ୍କରେ ସ୍ଥାନୀୟ ଫଳ ଲାଗି ହୁଏ ।

ଅବସ୍ଥିତି

ହରିଶଙ୍କର ମନ୍ଦିର ବଲାଙ୍ଗୀର ଜିଲ୍ଲା ସଦର ମହକୁମାଠାରୁ ପ୍ରାୟ ୮୦ କିଲୋମିଟର ଦୂରରେ ଅବସ୍ଥିତ । ରେଳ ଯୋଗେ ଗଲେ, ହରିଶଙ୍କର ରୋଡ଼ ଷ୍ଟେସନଠାରୁ ୩୨ କିଲୋମିଟରର ଦୂରରେ ଅବସ୍ଥିତ । ବଲାଙ୍ଗୀର ଏବଂ ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ ଗନ୍ଧମାର୍ଦ୍ଦନ ପର୍ବତର ପାଦ‌ଦେଶରେ ଦକ୍ଷିଣ ପାର୍ଶ୍ୱରେ ଅବସ୍ଥିତ ଏହି ମନ୍ଦିରଟି । ଭଗବାନ ଶଙ୍କର ଏବଂ ବିଷ୍ଣୁଙ୍କର ଆବିର୍ଭାବ ପରେ ଏହି ସ୍ଥାନଟିକୁ ସେମାନଙ୍କର ଜୁଗଳ ମୂର୍ତ୍ତୀ ପାଇଁ ହରିଶଙ୍କର ଭାବେ ନାମିତ କରାଯାଇଛି ।

ଗନ୍ଧମାର୍ଦ୍ଦନ ପର୍ବତରୁ ବାହାରିଥିବା ଝରଣାଟିଏ ଏହି ମନ୍ଦିରକୁ ଲାଗିକି ରହିଛି । କିମ୍ବଦନ୍ତୀ ଅନୁସାରେ କେହି ଜଣେ ସେହି ସ୍ଥାନରେ କିଛି ଖୋଳୁଥିବା ବେଳେ ପାହାଡରୁ ପାଣିଝରଟିଏ ସୃଷ୍ଟି ହୋଇଥିଲା ଏବଂ ସେହି ପାଣିଝରଟି ଝରଣାର ରୂପ ନେଇଥିଲା ।

ଗୋଟିଏ ସ୍ଥାନରେ ଝରଣାର ପାଣି ଗଡ଼ାଣିଆ ପଥର ଶଯ୍ୟା ଉପର ଦେଇ ପ୍ରବାହିତ ହେଉଥାଏ । ଏହି ପଥର ଶଯ୍ୟାକୁ ସ୍ଥାନୀୟ ଲୋକେ ‘ସଲ୍‌ଡେନ୍‌ ପଥର’ ବୋଲି କୁହନ୍ତି । ଏହି ପଥର ଶଯ୍ୟା ଖୁବ୍ ଚିକ୍କଣ । ଏହା ହେଉଛି ପର୍ଯ୍ୟଟକମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ । ଏଠାରେ ଗାଧୋଇବା ଓ ଜଳକ୍ରୀଡ଼ା କରିବା ପାଇଁ ସବୁ ପ୍ରକାର ସୁବିଧା ଅଛି ।

ପର୍ବ ପର୍ବାଣି

ହରିଶଙ୍କର ମନ୍ଦିର 
ହରିଶଙ୍କର ମନ୍ଦିରର ମୁଖ୍ୟଦ୍ୱାର
  • ସମସ୍ତ ଏକାଦଶୀ ଏବଂ ସଂଙ୍କ୍ରାନ୍ତି
  • ଶିବ ରାତ୍ରୀ
  • ମକର ସଂଙ୍କ୍ରାନ୍ତି
  • ମାଘ ମେଳା

ହରିଶଙ୍କର ମନ୍ଦିରରେ ଦିନ ୧୨.୩୦ରୁ ୩.୦୦ ଯାଏ ଭକ୍ତମାନଙ୍କ ଭୋଜନର ବନ୍ଦୋବସ୍ତ ହୋଇଥାଏ । ଏହିଠାରେ ଭୋଜନ କରିବାକୁ ହେଲେ, ସକାଳୁ ପଞ୍ଜୀକରଣ କିରବାକୁ ପଡ଼ିଥାଏ ।

ଫଟୋ ଗ୍ୟାଲେରି

ଆଧାର

Tags:

ହରିଶଙ୍କର ମନ୍ଦିର ଇତିହାସହରିଶଙ୍କର ମନ୍ଦିର ଅବସ୍ଥିତିହରିଶଙ୍କର ମନ୍ଦିର ପର୍ବ ପର୍ବାଣିହରିଶଙ୍କର ମନ୍ଦିର ଫଟୋ ଗ୍ୟାଲେରିହରିଶଙ୍କର ମନ୍ଦିର ଆଧାରହରିଶଙ୍କର ମନ୍ଦିରନୃସିଂହନାଥ ମନ୍ଦିରବରଗଡ଼ ଜିଲ୍ଲାବଲାଙ୍ଗୀର ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ବୈଷ୍ଣବ ପାଣିପ୍ରତିଭା ଶତପଥୀସ୍ତନ୍ୟପାୟୀମୁମ୍ବାଇହନୁମାନ ଚାଳିଶା୨୯ ମାର୍ଚ୍ଚଉତ୍କଳ ବ୍ରାହ୍ମଣଉତ୍କଳ ସଙ୍ଗୀତ ମହାବିଦ୍ୟାଳୟଶଙ୍କରାଚାର୍ଯ୍ୟ୨୮ ଫେବୃଆରୀମହାଦେଶଖାସି ମାଂସ ତରକାରୀମହମ୍ମଦ ମୋକିମ୍କାଳୀଚରଣ ପଟ୍ଟନାୟକଦାସିଆ ବାଉରୀସମୟ (କାଳ)ତିଳ ଚତୁର୍ଥୀଚନ୍ଦ୍ରଶେଖର ରଥବୌଦ୍ଧ ଧର୍ମହେମନ୍ତ କୁମାର ଦାସଗିରିଧର ଗମାଙ୍ଗଲୋକ ସଭାପଞ୍ଚସଖାକିଶୋରୀ ଚରଣ ଦାସଯଶୋବନ୍ତ ଦାସଭୀମ ପୃଷ୍ଟିଖଞ୍ଜଣିIndiaଟ୍ରାପିଜିଅମଗିରିଜା କୁମାର ବଳୀୟାରସିଂହମହିଳାଙ୍କ ସୁରକ୍ଷା ନିମନ୍ତେ ଭାରତରେ ଥିବା ଆଇନ ତାଲିକାରାଜକିଶୋର ରାୟଯାଜପୁର ଜିଲ୍ଲାକୃଷ୍ଣଇଣ୍ଡିଆନ ପ୍ରିମିଅର ଲିଗଗୁରୁପ୍ରସାଦ ମହାନ୍ତିଗୁରୁ ପ୍ରସାଦ ମହାନ୍ତିଓଡ଼ିଶାଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗଭାରତୀୟ ଜନତା ପାର୍ଟିଶ୍ୱେତସାରରାଜନୀତି ବିଜ୍ଞାନଧାତୁଓଡ଼ିଆ ଭାଷା ଆନ୍ଦୋଳନ୭୦୧ଶ୍ରବଣ ( ରାମାୟଣ ର ଚରିତ୍ର )ଆଜାଦ ହିନ୍ଦ୍ ଫୌଜରବୀନ୍ଦ୍ରନାଥ ଠାକୁରସୀତାକାନ୍ତ ମହାପାତ୍ରଛାୟାପଥନେଲସନ ମଣ୍ଡେଲାଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଜୁନଶରତ କୁମାର ମହାନ୍ତିବିରଳା ମନ୍ଦିର, ହାଇଦ୍ରାବାଦ୧୯୬୧ଶତ୍ରୁଘ୍ନ ପାଣ୍ଡବଅଗ୍ନ୍ୟାଶୟ ଅକ୍ଷମତାଅଚ୍ୟୁତାନନ୍ଦ ଦାସନନ୍ଦନକାନନ ଜୀବ ଉଦ୍ୟାନ୪ (ସଂଖ୍ୟା)ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଚବିଶ ଗୁରୁବିଦ୍ୟୁତପ୍ରଭା ଦେବୀବ୍ୟାସଦେବଇତିହାସରାମଶଙ୍କର ରାୟଉଇକିପିଡ଼ିଆ ସମୂହର ତାଲିକାଦୀନକୃଷ୍ଣ ଦାସ🡆 More