ଜ୍ୟୋତିର୍ଲିଙ୍ଗ

ବ୍ରହ୍ମା-ବିଷ୍ଣୁ-ମହେଶ୍ୱରଙ୍କୁ ହିନ୍ଦୁଧର୍ମ ବିଶ୍ୱାସରେ ସୃଷ୍ଟି,ସ୍ଥିତି ଓ ସଂହାରର ନିୟନ୍ତା ରୂପେ ବିବେଚନା କରାଯାଏ ।ମହେଶ୍ୱର ଶିବ ସୃଷ୍ଟିର ସମସ୍ତ ଅନିଷ୍ଟକାରୀ, ଅପଶକ୍ତି, ଅନ୍ୟାୟ ଓ ଅନୀତିକୁ ସଂହାର କରି ସଂସାରକୁ ସୁଖଶାନ୍ତି ପ୍ରଦାନ କରନ୍ତି । ସେ ଦେବଦେବ ମହାଦେବ-ସତ୍ୟ, ଶିବ, ସୁନ୍ଦର ଆଶୁବର ପ୍ରଦାନକାରୀ ଆଶୁତୋଷ । ସେ ଅକାଳମୃତ୍ୟୁ ହରଣର ମହାଶକ୍ତି ମୃତ୍ୟୁଞ୍ଜୟ । ସାଗର ମନ୍ଥନରୁ ଜାତ ହଳାହଳ ବିଷ ପ୍ରକୋପରୁ ସମଗ୍ର ସୃଷ୍ଟିକୁ ରକ୍ଷା କରିବା ପାଇଁ ଶିବ ସେହି ବିଷ ନିଜେ ପାନ କରିଦେବାରୁ ତାଙ୍କର କଣ୍ଠ ନୀଳବର୍ଣ୍ଣ । ତେଣୁ ତାଙ୍କର ନାମ ନୀଳକଣ୍ଠ ମୃତ୍ୟୁଞ୍ଜୟ । ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରି ଶିବଙ୍କ କୃପାରୁ ମନୁଷ୍ୟ ଅକାଳ ମୃତ୍ୟୁକୁ ଜୟ କରିପାରେ । ଶିବ ପଞ୍ଚାକ୍ଷର ମନ୍ତ୍ର ଓଁ ନମଃ ଶିବାୟ ଜପର ଫଳ ସ୍ୱରୂପ ମନୁଷ୍ୟ ସଦଜ୍ଞାନ ଲାଭକରି ସାଂସାରିକ ଦୁଃଖତାପରୁ ମୁକ୍ତି ପାଏ ।ଜୀବଜଗତର ଜନ୍ମ ମୃତ୍ୟୁର କାଳ ସ୍ୱରୂପ ଶିବ ହେଉଛନ୍ତି ମହାକାଳେଶ୍ୱର ।

ଜ୍ୟୋତିର୍ଲିଙ୍ଗ is located in India
ସୋମନାଥ
ସୋମନାଥ
ମଲ୍ଲିକାର୍ଜୁନ
ମଲ୍ଲିକାର୍ଜୁନ
ମହାକାଳେଶ୍ୱର
ମହାକାଳେଶ୍ୱର
ଓଁକାରେଶ୍ୱର
ଓଁକାରେଶ୍ୱର
ବୈଦ୍ୟନାଥ
ବୈଦ୍ୟନାଥ
ଭୀମାଶଙ୍କର
ଭୀମାଶଙ୍କର
ରାମେଶ୍ୱର
ରାମେଶ୍ୱର
ନାଗେଶ୍ୱର
ନାଗେଶ୍ୱର
କାଶୀ ବିଶ୍ୱନାଥ
କାଶୀ ବିଶ୍ୱନାଥ
ତ୍ର୍ୟମ୍ବକେଶ୍ୱର
ତ୍ର୍ୟମ୍ବକେଶ୍ୱର
କେଦାରନାଥ
କେଦାରନାଥ
ଘୃଷ୍ଣେଶ୍ୱର
ଘୃଷ୍ଣେଶ୍ୱର
Location of 12 Jyotirlinga Temples.

ଶିବଙ୍କର ତେଜୋଦୀପ୍ତ ଜ୍ୟୋତିଙ୍କର ସ୍ୱୟଂପ୍ରକିଆଶ ହିଁ ଜ୍ୟୋତିର୍ଲିଙ୍ଗ । ଫାଲ୍ଗୁନ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ରାତ୍ରିରେ ଶିବ ଦିବ୍ୟଜ୍ୟୋତିସ୍ତମ୍ଭ ରୂପରେ ଆବିର୍ଭୂତ ହୋଇଥିବାରୁ ଏହି ତିଥିଟି ପବିତ୍ର ମହାଶିବରାତ୍ରି ରୂପେ ପାଳିତ ହେଉଅଛି । ଭକ୍ତମାନେ ଶିବ ମନ୍ଦିରରେ ସାରା ରାତ୍ରି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଶିବ ଆରାଧନା ବ୍ରତ ପାଳନ କରୁଥିବାରୁ ଏହା ମହାଶିବରାତ୍ରି ବା ଜାଗରଯାତ୍ରା ରୂପେ ପ୍ରସିଦ୍ଧ ।ପୌରାଣିକ ବର୍ଣ୍ଣନା ଅନୁସାରେ ଦେବଦେବ ମହାଦେବ ଜ୍ୟୋତିସ୍ୱରୂପ ଜ୍ୟୋତିସ୍ତମ୍ଭ ବା ଜ୍ୟୋତିର୍ଲିଙ୍ଗ ରୂପେ ଭାରତର ବାର ଗୋଟି ପବିତ୍ର ସ୍ଥଳରେ ଆବିର୍ଭୂତ ହୋଇ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ରୂପେ ପୁଜା ପାଉଛନ୍ତି ।

ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ

# ଜ୍ୟୋତିର୍ଲିଙ୍ଗ ପ୍ରତିଛବି ରାଜ୍ୟ ସ୍ଥାନ ବର୍ଣ୍ଣନା
1 ସୋମନାଥ ଜ୍ୟୋତିର୍ଲିଙ୍ଗ ଗୁଜରାଟ ପ୍ରଭାସ ତୀର୍ଥ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରେ ପ୍ରଥମ।ଏହା ଗୁଜରାଟ ବେରାବଲ୍ ନିକଟସ୍ଥ ପ୍ରଭାସ ପାଟଣଠାରେ ବିରାଜମାନ।
2 ମଲ୍ଲିକାର୍ଜୁନ ଜ୍ୟୋତିର୍ଲିଙ୍ଗ ଆନ୍ଧ୍ର ପ୍ରଦେଶ ଶ୍ରୀଶୈଳମ୍ ପର୍ବତ ଏହା ଆନ୍ଧ୍ର ପ୍ରଦେଶର କୃଷ୍ଣାନଦୀ କୂଳସ୍ଥ ଶ୍ରୀଶୈଳମ୍ ପର୍ବତରେ ବିରାଜମାନ।
3 ମହାକାଳେଶ୍ୱର ଜ୍ୟୋତିର୍ଲିଙ୍ଗ ମଧ୍ୟ ପ୍ରଦେଶ ଉଜ୍ଜୟିନୀ ମଧ୍ୟ ପ୍ରଦେଶର ଶିପ୍ରାନଦୀ ତୀରବର୍ତ୍ତି ଉଜ୍ଜୟିନୀଠାରେ ବିରାଜମାନ।
4 ଓଁକାରେଶ୍ୱର ଜ୍ୟୋତିର୍ଲିଙ୍ଗ ମଧ୍ୟ ପ୍ରଦେଶ ନର୍ମଦା ନଦୀ, ମଧ୍ୟସ୍ଥଳରେ ଓଁ ଆକାର ଏକ ଦ୍ୱୀପ ମଧ୍ୟ ପ୍ରଦେଶର ନର୍ମଦା ନଦୀ ମଧ୍ୟସ୍ଥଳରେ ଓଁ ଆକାରର ଏକ ଦ୍ୱୀପରେ ବିରାଜମାନ।
5 କେଦାରନାଥ ଜ୍ୟୋତିର୍ଲିଙ୍ଗ ଉତ୍ତରାଖଣ୍ଡ ହିମାଳୟ ପର୍ବତ କୋଳସ୍ଥ ଉତ୍ତରାଖଣ୍ଡର ରାଜ୍ୟର ଗଡ଼ୱାଲ ଅଞ୍ଚଳରେ ସମୁଦ୍ର ପତ୍ତନରୁ ପ୍ରାୟ ୩୫୮୧ ମିଟର ଉଚ୍ଚ କେଦାର ଉପତ୍ୟକାରେ ପବିତ୍ର ମନ୍ଦାକିନୀ ନଦୀ ତଟରେ ଶ୍ରୀକେଦାରନାଥ ଜ୍ୟୋତିର୍ଲିଙ୍ଗଙ୍କ ମନ୍ଦିର ଅବସ୍ତିତ । ଭଗବାନ ଶିବ ଶ୍ରୀକେଦାରନାଥ ଜ୍ୟୋଲିର୍ଲିଙ୍ଗ ରୂପେ ହିମାଳୟ କୋଳରେ ବିରାଜ ମାନ ହେଇଛନ୍ତି । ହିନ୍ଦୁଶାସ୍ତ୍ର,ପୁରାଣ ଓ ପୁରାତନ ରଚନାମାନଙ୍କରେ ଏହି ଅଞ୍ଚଳକୁ କେଦାରଖଣ୍ଡ ଭାବେ ବର୍ଣ୍ଣନା କରାଯାଇଛି ।
6 ଭୀମାଶଙ୍କର ଜ୍ୟୋତିର୍ଲିଙ୍ଗ ମହାରାଷ୍ଟ୍ର ପୁଣେର ସହ୍ୟାଦ୍ରି ପର୍ବତ ମହାରାଷ୍ଟ୍ରର ପୁଣେର ଅଦୁରବର୍ତ୍ତୀ ସହ୍ୟାଦ୍ରି ପର୍ବତମାଳାରେ ବିରାଜମାନ।
7 କାଶୀ ବିଶ୍ୱନାଥ ଉତ୍ତର ପ୍ରଦେଶ ବାରଣାସୀ ଉତ୍ତର ପ୍ରଦେଶର କାଶୀ ବନାରସ ବା ବାରଣାସୀଠାରେ ବିରାଜମାନ।
8 ତ୍ର୍ୟମ୍ବକେଶ୍ୱର ଜ୍ୟୋତିର୍ଲିଙ୍ଗ ମହାରାଷ୍ଟ୍ର ନାସିକ ନିକଟସ୍ଥ ଗୋଦାବରୀ ନଦୀର ଉତ୍ପତ୍ତି ସ୍ଥଳ ମହାରାଷ୍ଟ୍ରର ନାସିକ ନିକଟସ୍ଥ ଗୋଦାବରୀ ନଦୀର ଉତ୍ପତ୍ତି ସ୍ଥଳରେ ବିରାଜମାନ।
9 ବୈଦ୍ୟନାଥ ଜ୍ୟୋତିର୍ଲିଙ୍ଗ ଝାଡ଼ଖଣ୍ଡ ଦେଓଘର ବା ବୈଦ୍ୟନାଥ ଝାଡ଼ଖଣ୍ଡ ରାଜ୍ୟର ବୈଦ୍ୟନାଥ ଧାମରେ ବିରାଜମାନ।
10 ନାଗେଶ୍ୱର ଜ୍ୟୋତିର୍ଲିଙ୍ଗ ଗୁଜରାଟ ଦ୍ୱାରକା ନିକଟସ୍ଥ ଗୁଜରାଟର ଦ୍ୱାରକା ନିକଟରେ ବିରାଜମାନ।
11 ରାମେଶ୍ୱର ଜ୍ୟୋତିର୍ଲିଙ୍ଗ ତାମିଲନାଡୁ ରାମେଶ୍ୱରମ ତାମିଲନାଡୁର ରାମେଶ୍ୱରମଠାରେ ବିରାଜମାନ।
12 ଘୃଷ୍ଣେଶ୍ୱର ଜ୍ୟୋତିର୍ଲିଙ୍ଗ ମହାରାଷ୍ଟ୍ର ଅଉରଙ୍ଗାବାଦ-ଦୌଲତାବାଦ-ଏଲୋରା ନିକଟ ମହାରାଷ୍ଟ୍ର ଅଉରଙ୍ଗାବାଦ-ଦୈଉଲତାବାଦ-ଏଲୋରା ନିକଟରେ ବିରାଜମାନ।

ଆହୁରି ଦେଖନ୍ତୁ

ଆଧାର

ବାହାର ତଥ୍ୟ

Tags:

ଜ୍ୟୋତିର୍ଲିଙ୍ଗ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ଆହୁରି ଦେଖନ୍ତୁଜ୍ୟୋତିର୍ଲିଙ୍ଗ ଆଧାରଜ୍ୟୋତିର୍ଲିଙ୍ଗ ବାହାର ତଥ୍ୟଜ୍ୟୋତିର୍ଲିଙ୍ଗ

🔥 Trending searches on Wiki ଓଡ଼ିଆ:

ଯୁକ୍ତରାଜ୍ୟଅଚ୍ୟୁତାନନ୍ଦ ପ‌ତିନବଗୁଞ୍ଜରନମିତା ଅଗ୍ରୱାଲ୩ (ସଂଖ୍ୟା)ଅଯୋଧ୍ୟାଭାରତଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟଦିବ୍ୟସିଂହ ଦେବଚୈତ୍ରହରେକୃଷ୍ଣ ମହତାବଗୋଦାବରୀଶ ମହାପାତ୍ରନେପାଳକନ୍ଧମାଳ ଜିଲ୍ଲାପଥ ଓ ପୃଥିବୀମଧୁସୂଦନ ରାଓଚିତ୍ରକୋଣ୍ଡା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୧୨ ଅପ୍ରେଲକୋଣାର୍କ ସୂର୍ଯ୍ୟ ମନ୍ଦିରରଜତେଲକୋଇ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଛ ମାଣ ଆଠ ଗୁଣ୍ଠ (ଓଡ଼ିଆ କଥାଚିତ୍ର)ପୁଷ୍ଟିସାରପ୍ରଥମ ବିଶ୍ୱଯୁଦ୍ଧରବି ନାରାୟଣ ନନ୍ଦଛାନ୍ଦଚନ୍ଦ୍ରଶେଖର ନନ୍ଦଓ ଅନ୍ଧଗଳିଚା’ଜୀବାଣୁ ଭାଜିନୋସିସଇମରାନ ଖାଁଇନଷ୍ଟାଗ୍ରାମଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିନ୍ୟାୟାଧୀଶଙ୍କ (ନିଯୁକ୍ତି ସମ୍ବନ୍ଧିତ) ତିନି ମାମଲାକୋଣାର୍କଦଣ୍ଡ ନାଟଓଡ଼ିଶାର ଇତିହାସରମାକାନ୍ତ ରଥଓଡ଼ିଆ ସାହିତ୍ୟପ୍ଲୀହାଜଗନ୍ନାଥ ମନ୍ଦିରଅତାବିରା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଆ ଭାଗବତଭୁବନେଶ୍ୱର ବେହେରାଅଶୋକ ସମ୍ରାଟବିଧାନ ସଭା ସଭ୍ୟହୀରାକୁଦ ବନ୍ଧଓଡ଼ିଆ ଲିପିବାଲେଶ୍ୱରଖାରବେଳଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରକାଳିନ୍ଦୀ ଚରଣ ପାଣିଗ୍ରାହୀପଠାଣି ସାମନ୍ତଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାଯବକ୍ଷାରଜାନବିବାହହିନ୍ଦୁ ସମୟ ଗଣନାଦକ୍ଷିଣ କୋରିଆବିଶ୍ୱଜିତ ଦାସରାଜ ଯୋଗଆଇଜାକ ନିଉଟନଜଳଶିଶୁପାଳଗଡ଼ଫେସବୁକମହାପାତ୍ର ନୀଳମଣି ସାହୁଓଡ଼ିଶାର ପର୍ବପର୍ବାଣିବକ୍ସି ଜଗବନ୍ଧୁଚବିଶ ଗୁରୁବାରବାଟି ଦୁର୍ଗମିଳିତ ଜାତିସଂଘଓଡ଼ିଶା🡆 More