ବିଜ୍ଞାନ ହେଉଛି ଏକ ସୁବ୍ୟବସ୍ଥିତ ପ୍ରଣାଳୀ ଯାହାଦ୍ୱାରା ବିଶ୍ୱର ସମସ୍ତ ପଦାର୍ଥ ଓ ବସ୍ତୁମାନଙ୍କ ବିଷୟରେ ଆଲୋଚନା, ପରୀକ୍ଷା, ଗବେଷଣା, ଅନୁମାନ ଏବଂ ପଠନ କରାଯାଇଥାଏ । ଆଧୁନିକ ଯୁଗରେ ବିଜ୍ଞାନ କହିଲେ ସାଧାରଣତଃ କିଛି ଶିଖିବା ଶୈଳୀକୁ ବୁଝାଇଥାଏ
ଆଧୁନିକ ବିଜ୍ଞାନ ସାଧାରଣତ ତିନୋଟି ପ୍ରମୁଖ ଶାଖାରେ ବିଭକ୍ତ: ପ୍ରାକୃତିକ ବିଜ୍ଞାନ, ସାମାଜିକ ବିଜ୍ଞାନ ଏବଂ ଆନୁଷ୍ଠାନିକ ବିଜ୍ଞାନ | ପ୍ରାକୃତିକ ବିଜ୍ଞାନ ପର୍ଯ୍ୟବେକ୍ଷଣ ଏବଂ ପରୀକ୍ଷଣରୁ ଉଧୃତ ପ୍ରମାଣ ଉପରେ ଆଧାର କରି ପ୍ରାକୃତିକ ଘଟଣାଗୁଡ଼ିକର ବର୍ଣ୍ଣନା, ପୂର୍ବାନୁମାନ ଏବଂ ବ୍ୟାଖ୍ୟା ସହିତ ଜଡ଼ିତ |
ସାମାଜିକ ବିଜ୍ଞାନ ସମାଜ ଏବଂ ବ୍ୟକ୍ତିବିଶେଷ ମଧ୍ୟରେ ସମ୍ପର୍କ ସହିତ ଜଡ଼ିତ | ଆନୁଷ୍ଠାନିକ ବିଜ୍ଞାନ ଅଧ୍ୟୟନରେ ଆନୁଷ୍ଠାନିକ ବିଜ୍ଞାନ ଜଡ଼ିତ |
ପଦାର୍ଥ ବିଜ୍ଞାନକୁ ବସ୍ତୁ ବିଜ୍ଞାନ ମଧ୍ୟ କୁହାଯାଏ। ପଦାର୍ଥମାନଙ୍କର ଗତି, ଶକ୍ତି, ବଳ ସମ୍ବନ୍ଧରେ ବିଜ୍ଞାନର ଏହି ବିଷୟ ବିସ୍ତୃତି ପ୍ରଦାନ କରିଥାଏ।
ଯଦିଓ ଉଭୟ ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନ ପଦାର୍ଥମାନଙ୍କ ବିଷୟରେ ଆମକୁ ଜ୍ଞାନ ଦେଇଥାନ୍ତି, ରସାୟନ ବିଜ୍ଞାନ ପଦାର୍ଥମାନଙ୍କର ଗଠନ, ଗୁଣ, ପରିବର୍ତ୍ତନ, ପ୍ରତିକ୍ରିୟାଶୀଳତା ଉପରେ ଆଧାରିତ।
ଜୀବମାନଙ୍କୁ ସାଧାରଣତଃ ଉଦ୍ଭିଦ ଓ ପ୍ରାଣୀ ଏହି ଦୁଇ ଭାଗରେ ବିଭକ୍ତ କରାଯାଏ। ଉଦ୍ଭିଦ ବିଜ୍ଞାନ ହେଉଛି ଜୀବ ବିଜ୍ଞାନର ସେହି ଅଂଶ ଯାହା ଉଦ୍ଭିଦମାନଙ୍କ ବିଷୟରେ ବିଶଦ ଜ୍ଞାନ ପ୍ରଦାନ କରିଥାଏ।
ଜୀବ ବିଜ୍ଞାନର ଅନ୍ୟ ଅର୍ଦ୍ଧେକ ଅଂଶ ହେଉଛି ପ୍ରାଣୀମାନଙ୍କ ଉପରେ ଆଧାରିତ ପ୍ରାଣୀ ବିଜ୍ଞାନ।
ଗଣିତର ଏକ ସର୍ବାନୁସମ୍ମତ ସଂଜ୍ଞା ନାହି । ସଂଖ୍ୟା ଗଣିତ, ବୀଜ ଗଣିତ, ଜ୍ୟାମିତି, ପରିସଂଖ୍ୟାନ ଏବଂ ଗାଣିତିକ ବିଶ୍ଳେଷଣ ପରି ବିଷୟଗୁଡ଼ିକର ଅଧ୍ୟୟନକୁ ଗଣିତରେ ଅନ୍ତର୍ଭୁକ୍ତ କରାଯାଏ |
ମନୋବିଜ୍ଞାନକୁ ମନସ୍ତତ୍ତ୍ୱ ମଧ୍ୟ କୁହାଯାଏ। ଆଗରୁ ଏହା ଦର୍ଶନର ଅଂଶ ଥିଲେ ମଧ୍ୟ ପରେ ଏହାକୁ ବିଜ୍ଞାନର ସଂଜ୍ଞା ଦିଆଗଲା।
ସମାଜବିଜ୍ଞାନ ହେଉଛି ମାନବ ଆଚରଣର ଅଧ୍ୟୟନ | ସମାଜବିଜ୍ଞାନ ସାମାଜିକ ଆଚରଣ, ସମାଜ, ସାମାଜିକ ସମ୍ପର୍କର ଢାଞ୍ଚା, ସାମାଜିକ ପାରସ୍ପରିକ କ୍ରିୟା, ଏବଂ ଦୈନନ୍ଦିନ ଜୀବନକୁ ଘେରି ରହିଥିବା ସଂସ୍କୃତିକୁ ବିଶ୍ଳେଷଣ କରେ |
ବିଜ୍ଞାନର ଅଧ୍ୟୟନ ଓ ଅଭିବୃଧି ମୁଖ୍ୟତଃ କେତୋଟି ପ୍ରାଥମିକ ସୋପାନକୁ ଅନୁସରଣ କରିଥାଏ । ସେଗୁଡିକ ହେଲା :-
ଏହା ପ୍ରାଥମିକ ସୋପାନ ।ଏହି ସୋପାନରେ ଆଗରୁ ଥିବା ତଥ୍ୟଗୁଡିକୁ ସଂଗ୍ରହ କରାଯାଇଥାଏ ।
ସଂଗୃହିତ ତଥ୍ୟଗୁଡିକୁ ତର୍ଜମା କରାଯାଏ ।
କୌଣସି ଏକ ଦିଗରେ ଥିବା ତର୍ଜମାକୁ ବିଚାରକୁ ନିଆଯାଇ ଏକ ଅନୁମାନ ଲଗାଯାଇଥାଏ ।
ଏହାପରେ ସେହି ଅନୁମାନ ପାଇଁ ପରୀକ୍ଷା କରାଯାଏ ।
ସମସ୍ତ ଯୁକ୍ତିଯୁକ୍ତକୁ ନେଇ ଶେଷରେ ଏକ ଉପସଂହାର ବାହାର କରାଯାଇଥାଏ ଯେଉଥିରେ ଏକ ନୂଆ ଉଦ୍ଭାବନ ବା ଆବିଷ୍କାର ଥାଏ
ବିଜ୍ଞାନ ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
![]() | ଉଇକିଅଭିଧାନରେ ଶବ୍ଦାର୍ଥମାନ ଖୋଜନ୍ତୁ |
![]() | କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ |
![]() | ଉଇକିମହାବିହାରରେ ଶିକ୍ଷଣ ଆଧାରମାନ ଖୋଜନ୍ତୁ |
![]() | ଉଇକିସମ୍ବାଦରେ ସମ୍ବାଦ ଲେଖାମାନ ଖୋଜନ୍ତୁ |
![]() | ଉଇକିକଥାରୁ ଢଗଢମାଳି ଓ କଥାମାନ |
![]() | ଉଇକିଉତ୍ସରୁ ମୂଳାଧାର ଲେଖାମାନ |
![]() | ଉଇକିପୋଥିରେ ପଢ଼ାବହିମାନ |
ପ୍ରକାଶନ
ଖବର
ସ୍ରୋତ
This article uses material from the Wiki ଓଡ଼ିଆ article ବିଜ୍ଞାନ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply. (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
#Wikipedia® is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.