ଫୁଲ

ଫୁଲ ବା ପୁଷ୍ପ କ୍ଷୁଦ୍ର ଆକାର, କଅଁଳ ପାଖୁଡା, ବିଭିନ୍ନ ରଙ୍ଗ, ଭିନ୍ନ ବାସ୍ନାର ରହିଛି । ଫୁଲମାନଙ୍କର ବହୁତ ପ୍ରକାରର ଆବଶ୍ୟକତା ରହିଛି । ବିଭିନ୍ନ ଉଦ୍ଦେଶ୍ୟରେ ଫୁଲମାନେ ବି ବ୍ୟବହୃତ ହୁଅନ୍ତି - ଜନ୍ମ ଦିନରେ, ସଭାସମିତିରେ, ଦେବାଳୟରେ, ପକେଟରେ, ଶଯ୍ୟାରେ, ମୃତ୍ୟୁ ଶଯ୍ୟାରେ ଏମିତି ବହୁତ ଯାଗାରେ । .

ଫୁଲ ବା ପୁଷ୍ପ କ୍ଷୁଦ୍ର ଆକାର, କଅଁଳ ପାଖୁଡା, ବିଭିନ୍ନ ରଙ୍ଗ, ଭିନ୍ନ ବାସ୍ନାର ରହିଛି । ଫୁଲମାନଙ୍କର ବହୁତ ପ୍ରକାରର ଆବଶ୍ୟକତା ରହିଛି । ବିଭିନ୍ନ ଉଦ୍ଦେଶ୍ୟରେ ଫୁଲମାନେ ବି ବ୍ୟବହୃତ ହୁଅନ୍ତି - ଜନ୍ମ ଦିନରେ, ସଭାସମିତିରେ, ଦେବାଳୟରେ, ପକେଟରେ, ଶଯ୍ୟାରେ, ମୃତ୍ୟୁ ଶଯ୍ୟାରେ ଏମିତି ବହୁତ ଯାଗାରେ ।

A poster with flowers or clusters of flowers produced by twelve species of flowering plants from different families

ଶାନ୍ତି ଓ ସମୃଦ୍ଧି ପାଇଁ ପୁଷ୍ପମାନ ଇଶ୍ୱରଙ୍କଠାରେ ଅର୍ପିତ । ଆକାଶକୁ ତାରାମାନ ସଜାଇବା ଭଳି ରଙ୍ଗବେରଙ୍ଗର ଫୁଲ ମାନ ପ୍ରକୃତିରାଣୀକୁ ସଜାଇଥାନ୍ତି । ସୃଷ୍ଟିକର୍ତ୍ତାଙ୍କଦ୍ୱାରା ସୃଷ୍ଟ ପ୍ରତ୍ୟେକ ପଦାର୍ଥକୁ ପ୍ରଥମେ ତାଙ୍କୁ ହିଁ ନିବେଦନ କରାଯାଇଥାଏ । ଏହା ଆର୍ଯ୍ୟ ପରମ୍ପରା । ଶାସ୍ତ୍ର ମତ, ବୃକ୍ଷରେ ଫୁଲମାନେ ଯେଭଳି ଫୁଟିଥାନ୍ତି ପ୍ରଭୁଙ୍କୁ ସେହି ଭଳି ସଜାଇବା ଦରକାର । ଫୁଲ ଓଲଟାଇ ଈଶ୍ୱରରଙ୍କୁ ଅର୍ପଣ କଲେ ଫଳ କିଛି ମିଳେ ନାହିଁ । ପୁନଶ୍ଚ, ପୁଷ୍ପ ଚୟନ ସମୟରେ ଫୁଲଗଛଟିକୁ ସମ୍ପୁର୍ଣ୍ଣ ପୁଷ୍ପଶୂନ୍ୟ (ଲଣ୍ଡିତ) ନକରି ପ୍ରକୃତିର ଉପଭୋଗପାଇଁ କେତୋଟି ପୁଷ୍ପ ଛାଡ଼ିଦେବା ବିଧେୟ । ଏତଦ୍ୱାରା ଫୁଲ ଗୁଡ଼ିକୁ ଧାରଣ କରିଥିବା ଗଛଟି ସୁନ୍ଦର ଦେଖାଯିବା ସହିତ ପ୍ରକୃତିରାଣୀ ଅପରୂପ ଶୋଭାରେ ବିମଣ୍ଡିତ ହୋଇଥାଏ । ସୌନ୍ଦର୍ଯ୍ୟ ହିଁ ପରମା ପ୍ରକୃତି । ସେଥି ପାଇଁ ମାତୃବନ୍ଦନାରେ ଯଥାର୍ଥରେ କୁହାଯାଇଛି "ଓଁ ସୌନ୍ଦର୍ଯ୍ୟମୟୀ ପରମେ, ଓଁ ଆନନ୍ଦମୟୀ ପରମେ, ଓଁ ସତ୍ୟମୟୀ ପରମେ - ଅର୍ଥାତ; ସୌନ୍ଦର୍ଯ୍ୟ ହିଁ ଶ୍ରେଷ୍ଠ । ଅନ୍ୟ ଅର୍ଥରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରୁଥିବା ବ୍ୟକ୍ତିତ୍ୱ ହିଁ ଦୁନିଆକୁ ସୁନ୍ଦର ଦେଖାଯାଏ । ଫୁଲମାନଙ୍କଠାରୁ ଏହି ସନ୍ଦେଶ ଆମକୁ ମିଳେ ।

ପୁଷ୍ପ ଚୟନ

ପୁଷ୍ପଟିଏ ଚୟନ ବେଳେ ଅତି ସତର୍କତା ସହିତ ତୋଳିବାର ନିୟମ ରହିଛି । ସୂକ୍ଷ୍ମ ଓ କୋମଳାଙ୍ଗକୁ ଖିନଭିନ୍ କରିବା ମନୁଷ୍ୟର କର୍ତ୍ତବ୍ୟ ନୁହେଁ । ଯାହା ବିଭୁପଦରେ ସମର୍ପିତ ହେବ ତାହାର ଡେମ୍ଫକୁ ବୃଦ୍ଧାଙ୍ଗୁଳି , ମଧ୍ୟମାଙ୍ଗୁଳି ଓ ମଧ୍ୟମାଙ୍ଗୁଳିର ପରବର୍ତ୍ତୀ ଆଙ୍ଗୁଳି - ଏହି ତିନି ଆଙ୍ଗୁଳି ସ୍ପର୍ଶରେ ଅତି ଧୀରେ ପୁଷ୍ପଚୟନ କରାଯାଏ । ଖୁସି ମନରେ ପୁଷ୍ପଚୟନ କଲେ ତାହା ଦେବଯୋଗ୍ୟ ହୋଇଥାଏ । ଅନ୍ୟବଗିଚାରୁ ପୁଷ୍ପ ଚୋରିକରି ମାଳା ତିଆରି ପୂର୍ବକ ବେବ/ଦେବୀଙ୍କୁ ଅର୍ପଣ କଲେ କିଛି ଫଳ ମିଳେନାହିଁ ।ଫୁଲକୁ ଆଦର କରାଯାଏ କେବଳ ଲଳିତା ପିନ୍ଧନ୍ତି ବୋଲି । ନିଜ ଗଭାରେ ସଜାଇଥିବା ହେତୁ ଲଳିତାଙ୍କ ବେଶ ସୁନ୍ଦର । 'ଲଳିତଶାସ୍ତ୍ରମ୍'ରେ କୁହାଯାଇଛି - ଓଁ ଚମ୍ପକାଶୋକ ପୁନ୍ନାଗ ସୌର୍ଗନ୍ଧିକ ଲସତ୍କଚାୟୈ ନମଃ । ଚମ୍ପା, ଅଶୋକ ପୁନ୍ନାଗ, ସୌଗନ୍ଧିକା ଆଦି ପୁଷ୍ପ ଦେବୀ ଲଳିତା ପିନ୍ଧନ୍ତି ଲଳିତ ସହସ୍ର ନାମରେ କୁହାଗଲା - ଓଁ ନବଚମ୍ପକ ପୁଷ୍ପାଭ ନାସାଦଣ୍ଡଃ ବିରାଜିତାୟୈ ନମଃ , ଓଁ କଦମ୍ବମଞ୍ଜରୀ କ୍ଳ୍ଳୁପ୍ତ କର୍ଣ୍ଣପୂର ମନୋହରାୟୈ ନମଃ ।ଅର୍ଥାତ , ବେବୀଙ୍କ ନାସା ସଦ୍ୟ ପ୍ରସ୍ଫୁଟିତ ଚମ୍ପକ ପୁଷ୍ପ ଭଳି । କର୍ଣ୍ଣରେ ଦେବୀ କଦମ୍ବ ପୁଷ୍ପ ଧାରଣ କରନ୍ତି । ପୁଣି ମା’ଙ୍କ ଅଧିଷ୍ଠାନ ଘଞ୍ଚ ପଦ୍ମବନରେ । ପୁଷ୍ପ ଜଗତରେ ମା’ଙ୍କ ବିଚରଣ ପ୍ରକୃତିକୁ ସୌନ୍ଦର୍ଯ୍ୟମୟ କରି ଗଢି଼ତୋଳେ ।

ଶାସ୍ତ୍ର

ଫୁଲକଥା ଉଲ୍ଲେଖ ନକରି ସେଭଳି କୈଣସି ସ୍ତୋତ୍ର ବା ଶ୍ଳୋକ ନାହିଁ । ଦୁର୍ଗାସ୍ତୋତ୍ରରେ ଦେବୀ ଦୁର୍ଗାଙ୍କ ଆଖିକୁ ନୀଳୋତ୍ପଳା (ନୀଳପଦ୍ମ) ସହ ତୁଳନା କରାଯାଇଛି । ଶିବ ପଞ୍ଚକେଶ୍ୱର ସ୍ତୋତ୍ରରେ କୁହାଯାଇଛି- ମନ୍ଦାର ମୁରବ୍ୟ ବହୁପୁଷ୍ପ ସୁପୂଜିତାୟ, ତସ୍ମୈମକାର ମହିତାୟ ନମଃ ଶିବାୟଆଦିଶଙ୍କରଙ୍କ ଶିବମାନସପୂଜାରେ ଜାତିଚମ୍ପକ , ବିଲ୍ୱପତ୍ର ରଚିତମ୍ ପୁଷ୍ପମ୍ ଉଲ୍ଲେଖ ରହିଛି । ଏହି ଫୁଲଗୁଡ଼ିକ ଶିବଙ୍କୁ ସଜାଇବା ପାଇଁ ଉଦ୍ଧିଷ୍ଟ ।

ପୌରାଣିକ

ଅଗସ୍ତ୍ୟମୁନି ଫୁଲର ପ୍ରକାର ଭେଦ ସମ୍ପର୍କରେ ବିଶଦ ସୂଚନା ଦେଇଛନ୍ତି । ଜଗତରେ ୩୮ ହଜାର କୋଟି ପ୍ରକାରର ଫୁଲ ଅଛି । ସେଥିରୁ ଦେବତାମାନେ ତାଙ୍କ ପାଇଁ ୨୦ହଜାର କୋଟି ରଖିଲେ । ସିଦ୍ଧମାନେ ତାଙ୍କ ବ୍ୟବହାର ପାଇଁ ରଖିଲେ ୧୧ହଜାର କୋଟି । ଅବଶିଷ୍ଟ ୫ ହଜାର କୋଟି ଔଷଧୀୟ ଉଦ୍ଦେଶ୍ୟରେ ରଖାଗଲା । ଅସୁରମାନେ ସେମାନଙ୍କର ବ୍ୟବହାର ପାଇଁ ୧ହଜାର କୋଟି ଲୁଟି ନେଲେ । ମାନବଗଣ ଅବଶିଷ୍ଟ ମାତ୍ର ୧ହଜାର କୋଟି ବିଷୟରେ ସଚେତନ ରହିଲେ । ତଥାପି ଏତେ ପ୍ରକାରର ଫୁଲ ବିଷୟରେ ମାନବର ପୂର୍ଣ୍ଣ ଜ୍ଞାନ ନାହିଁ ।ପୁଷ୍ପମାନଙ୍କ ମଧ୍ୟରେ ପ୍ରାକ୍ ପୁଷ୍ପ ବା ବହୁପୂର୍ବରୁ ଉଲ୍ଲିଖିତ ପୁଷ୍ପ ହେଉଛି ପଦ୍ମ । ବୈଜ୍ଞାନିକମାନେ ଏକମତ ଯେ ମୌଳିକ ଭାବରେ ଏହି ଜାତିର ଅନ୍ୟ ପୁଷ୍ପମାନଙ୍କର ଉଦ୍ଭବ । ଅନ୍ୟ ପୁଷ୍ପମାନେ ସୃଷ୍ଟି ହେବାରୁ ସେମାନଙ୍କର ଅଙ୍ଗବିଶେଷ ଓ ଆକାର କମିବାକୁ ଲାଗିଲା ।[୧][୨]

କେତେକ ଫୁଲର ବୈଶିଷ୍ଟ

[୩]

ଲିଙ୍ଗସ୍ ପୁଷ୍ପ

ନାଗଲିଙ୍ଗ ପୁଷ୍ପ ଦକ୍ଷିଣାଆଫ୍ରିକୀୟ ପ୍ରଜାତିର । ଶିବଲିଙ୍ଗ ଉପରେ ନାଗଫଣା ବିସ୍ତାର କଲାଭଳି ପୁଷ୍ପର ଆକୃତି । ଯଦିଓ ଏହାର ଗୁରୁତ୍ୱ ବିଷଠାରୁ ନଗଣ୍ୟ ଏହାର ସୂଚକ ହେଉଛି ଯେଉଁମାନେ ଜୈବକ୍ରମେ ଏ ଫୁଲଟି ଖାଇଦିଅନ୍ତି ପ୍ରାୟ ବିଷ ଖାଇବା ଭଳି ପ୍ରଭାବ ସୃଷ୍ଟି କରେ । ଶ୍ରୀମା ଏହାକୁ ଆଧ୍ୟାତ୍ମିକ ନାମକରଣ କଲେ ସମୃଦ୍ଧି । ମା' କହିଲେ ନାଗଲିଙ୍ଗ ପୁଷ୍ପ ଯଦି ନମିଳିଲା ସେହି ଏକା ଫଳ ପ୍ରାପ୍ତି ପାଇଁ କଇଁ ବ୍ୟବହାର କରାଯାଇପାରେ ।

କାଗଜ ଫୁଲ

ନିରାପତ୍ତାର ପ୍ରତିକ । ଘର ଚାରି ପାଖରେ ଲଗାଇଲେ ଗୃହର ନିରାପତ୍ତା ରକ୍ଷାହୁଏ । ଭ୍ରମଣ ସମୟରେ ନିଜସହିତ ଗୋଛାଏ ଫୁଲ ନେଲେ ଦୁର୍ଘଟଣାରୁ ରକ୍ଷା ମିଳେ ।

କଖାରୁ ଫୁଲ

ଦକ୍ଷିଣ ଭାରତୀୟ ପରମ୍ପରାରେ କେତୋଟି କଖାରୁ ଫୁଲ ମଝିରେ ଧାନ ଫୁଲ ରଖି ଡିସେମ୍ବର-ଜାନୁଆରୀ ମାସରେ ଗୋବର ପିଣ୍ଡୁଳା ଉପରେ ଥାପନ୍ତି । ଗ୍ରାମବାସୀଙ୍କର ବିଶ୍ୱାସ ସେମାନଙ୍କର ଗୃହ, ଗ୍ରାମ ଓ କ୍ଷେତରେ ସମୃଦ୍ଧି ବିରାଜମାନ କରିବ । ମା' କଖାରୁ ଫୁଲକୁ ପ୍ରାଚୁର୍ଯ୍ୟ କହନ୍ତି । ବୃହଷ୍ପତିଙ୍କର କଖାରୁ ଫୁଲ ଅତ୍ୟନ୍ତ ପ୍ରିୟ ।

ପାରିଜାତ

ବ୍ରହ୍ମଦର୍ଶନ ପୁଷ୍ପ । ବ୍ରାହ୍ମମୁହୂର୍ତ୍ତରେ ଫୁଟେ । ଏହା ଅସାଧାରଣ ଯୋଗଶକ୍ତି ପ୍ରଦାନ କରେ । ମାନବ ସମାଜର କଲ୍ୟାଣ ପାଇଁ କୃଷ୍ଣ ଏ ପୁଷ୍ପକୁ ମର୍ତ୍ତ୍ୟକୁ ଆଣିଥିଲେ ।

ପ୍ରତୀକ

ପ୍ରତ୍ୟେକ ଦେଶର ଧର୍ମ ଓ ଆରାଧନା ସହିତ ଫୁଲାମାନେ ଜଡ଼ିତ । ପୃଥିବୀସାରା ଲୋକଙ୍କୁ ଫୁଲ ପ୍ରେମ ଓ ସ୍ମରଣର ପ୍ରତୀକ ଭାବେ ଜଣା । ଗୋଟିଏ ପୁଷ୍ପ ପ୍ରକୃତିର ସମସ୍ତ ଉପାଦାନ - ବାୟୁ, ଜଳ, ଅଗ୍ନି, ମୃତ୍ତିକା ଓ ଇଥର ଧାରଣ କରେ । ଏହି ବିରାଟ ସତ୍ୟ କବି ଲର୍ଡ ଟେନିସନ୍ଙ୍କ ପଙ୍କ୍ତିରେ ରହିଛି । ତାଙ୍କ ପରିକଳ୍ପନାରେ ସେ ଛୋଟ ଫୁଲଟିକୁ ସମ୍ବୋଧନାତ୍ମକ ଢ଼ଙ୍ଗରେ କହୁଛନ୍ତି - ଯଦି ମୁଁ ବୁଝନ୍ତି ତୁମେ ମୂଳ ଓ ସର୍ବେସର୍ବା, ତାହେଲେ ମୁଁ ଜାଣିପାରନ୍ତି ମନ୍ୟୁଷ ଓ ଭଗବାନ କଣ !।

ବୈଶିଷ୍ଟ୍ୟ

  • ପଦ୍ମ ଦେବତାମାନଙ୍କର ପୁଷ୍ପ । ତେଣୁ ପଦ୍ମଫୁଲକୁ ପଦ୍ମାବତାର କୁହାଯାଏ । ସେ ଲାଲକମଳ ବା ସଫେଦକମଲ (ଶ୍ୱେତପଦ୍ମ) ହେଉ ତାହା ଦିବ୍ୟଚେତନାର ପ୍ରତୀକ । ପଙ୍କୁଆ/କାଦୁଆ ପୋଖରୀରେ ପଦ୍ମଜାତ ହୋଇ ଅତ୍ୟୁଚ୍ଚ ସ୍ଥାନକୁ ଯାଇଛି ପଦ୍ମ । ଆମ ଚତୁପାର୍ଶ୍ୱର ଦୁନିଆ କର୍ଦ୍ଦମାକ୍ତ, ଅପରିଚ୍ଛନ୍ନ । ଭଗବାନଙ୍କ ସୃଷ୍ଟିରେ ଯେଉଁ ମଣିଷ ଶ୍ରେଷ୍ଠ ବିବେଚିତ ହୁଏ, ସେ ଉଚ୍ଚତର ସୋପାନରେ ପହଞ୍ଚେ । ପଦ୍ମ ଏହି ଉଦାହରଣ ରଖିଛି ଏବଂ ମନୁଷ୍ୟ ଏହି ଗୁଣକୁ ଉଦ୍ଧାର କରିବା ଉଚିତ । ଲାଲକମଳ ପାର୍ଥିବ ସଂମ୍ପଦ ଦିଏ ଓ ଶ୍ୱେତପଦ୍ମ ଯଥେଚ୍ଛା ଜ୍ଞାନ ଓ ଭକ୍ତି ଦିଏ । ଲକ୍ଷ୍ମୀ ଐଶ୍ୱର୍ଯ୍ୟର ଅଧିକାରିଣୀ , ପଦ୍ମବନ ନିବାସିନୀ , ପଦ୍ମକୁ ଆଧାର କରି ତାଙ୍କ ସ୍ମୃତି ନିମ୍ନମତେ କରାଗଲା -

ପଦ୍ମାଳୟା ପଦ୍ମକରଂପଦ୍ମପତ୍ର ନିଭେକ୍ଷଣାମ୍ବନ୍ଦେ ପଦ୍ମମୁଖୀଂ ପ୍ରିୟାମହମ୍

  • ଗୋଲାପକୁ ପୁଷ୍ପ ଜଗତରେ ଚମତ୍କାର ଗୋଲାପର ଆଖ୍ୟାଦିଆଯାଇଛି । ବିଭିନ୍ନ ପ୍ରକାରର ଗୋଲାପ ଅଛନ୍ତି । ମାନବିକ ପ୍ରେମ ପ୍ରକାଶର ପୁଷ୍ପ ଏହି ଗୋଲାପ । ଅଗସ୍ତ୍ୟ ମୁନି କହିଛନ୍ତି ଗୋଟିକିଆ ଗୋଲାପ ମୁଣ୍ଡରେ ପିନ୍ଧିବା ଉଚିତ ନୁହେଁ । ଏହା କଳହ ଓ ଶତ୍ରୁତା ସୃଷ୍ଟିକରେ । ଗୋଟିକରୁ ଅଧିକ ଗୋଲାପ ପିନ୍ଧାଯାଇପାରେ । ହଳଦିଆ ଗୋଲାପ ଶକ୍ତିଶାଳୀ । ଏହା ପିନ୍ଧିଲେ ପ୍ରତିକାର୍ଯ୍ୟରେ ସଫଳତା ଆଣେ । ଲାଲ ଗୋଲାପ ନଅଗୋଟି ଏକତ୍ର କରି ଧନୁ ଆକାରରେ ମୁଣ୍ଡରେ ବାନ୍ଧିଲେ ପରିବାର ଭିତରେ ଭଲଭାବନା ସୃଷ୍ଟିକରିବ , ପିଲାମାନଙ୍କୁ ସଠିକ ମାର୍ଗରେ ନେବ । ଶ୍ରୀ ଅରବିନ୍ଦଙ୍କ ଭାଷାରେ ଗୋଲାପ ବହୁ ପାଖୁଡା ମେଲିବା ଭଳି ଯଶକୁ ବହୁଗୁଣିତ କରି ବ୍ୟକ୍ତିତ୍ୱକୁ ପ୍ରସ୍ଫ୍ରୁଟିତ କରିବାପାଇଁ ମନୁଷ୍ୟ ସମାଜକୁ ପ୍ରେରଣା ଦିଏ ।

ବାର ଓ ଫୁଲ

କେଉଁ ବାରରେ କେଉଁ ପୁଷ୍ପ ଦେବଦେବୀଙ୍କୁ ଅର୍ପଣ କଲେ କି ପ୍ରକାର ଫଳ ପ୍ରାପ୍ତି ହୁଏ ତତ୍ ସଂମ୍ପର୍କୀୟ ବିବରଣି ଅଗସ୍ତ୍ୟମୁନି ପ୍ରଦାନ କରି ଅଛନ୍ତି ।

  • ରବିବାର ପଦ୍ମ ଫୁଲରେ ଠାକୁରଙ୍କୁ ସଜାଇଲେ ଘରେ ସମୃଦ୍ଧି ଆସିବ ।
  • ସୋମବାର ଇଷ୍ଟଦେବୀଙ୍କୁ କଇଁ ଓ ଜସ୍ମିନ ପ୍ରଦାନ କଲେ ଗୃହରେ ଏକତା ଆସିବ । ସଦସ୍ୟଙ୍କ ମଧ୍ୟରୁ ଅବୁଝାମଣା ଦୂରେଇଯିବ ।
  • ମଙ୍ଗଳବାର ଦେବୀଙ୍କୁ ଟ୍ୟୁରୋଜ ଦେଲେ ସ୍ୱାମୀମାନେ ଆଶାତୀତ ଦୁର୍ଘଟଣାରୁ ରକ୍ଷାପାଇପାରିବେ ।
  • ବୁଧବାର ଇଶ୍ୱରଙ୍କୁ ପାରିଜାତ ଦେଲେ ପିଲାମାନଙ୍କର ସ୍ମରଣ ଶକ୍ତି ବୃଦ୍ଧି ପାଇବ ।
  • ଶୁକ୍ରବାର ଧବଳ ଓ ଇସତଲାଲ୍ ରଙ୍ଗର ରାମବାଣ ପୁଷ୍ପ ଠାକୁରଙ୍କୁ ଦେଲେ ପିଲାମାନଙ୍କର ସମସ୍ତ ତ୍ରୁଟି ଦୂର ହୋଇଯାଏ । ସ୍ୱାମୀର ପରମାୟୁ ଦୂର ହୋଇଯାଏ ।
  • ସବୁ ଦିନ ଜସ୍ମିନକୁ ଟଙ୍କାବାକ୍ସ/ଲୁହାସିନ୍ଦୁକରେ ରଖାଗଲେ ସର୍ବ ସମୃଦ୍ଧି ପ୍ରାପ୍ତ ହେବ । [୪]

ଆଧାର

  1. ଦିବ୍ୟ ଭାସ୍କର ତା ୨୭-୦୯- ୧୨ ପୃଷ୍ଠା ୧୨
  2. http://www.scribd.com/doc/76026431/Puranic-Encyclopedia-Vettam-Many
  3. ଶ୍ରୀମାଙ୍କ ବାର୍ତ୍ତା , ଫେବୃଆରୀ ୨୦୧୦
  4. ପୌରୁଷ ପତ୍ରିକା , ଫେବୃଆରୀ ୨୦୧୦, ପୃଷ୍ଠା - ୯୪

ବାହାର ତଥ୍ୟ

  Quotations related to Flowers at Wikiquote

This article uses material from the Wikipedia ଓଡ଼ିଆ article ଫୁଲ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply. (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 3.0 ରେ ଉପଲବ୍ଧ । Images, videos and audio are available under their respective licenses.
#Wikipedia® is a registered trademark of the Wikimedia Foundation, Inc. Wiki (DUHOCTRUNGQUOC.VN) is an independent company and has no affiliation with Wikimedia Foundation.

In other languages:

🔥 Trending searches on Wiki ଓଡ଼ିଆ:

ପ୍ରଧାନ ପୃଷ୍ଠାରାମ ନବମୀଅଂକୋର୍ ୱାଟ୍କମ୍ପ୍ୟୁଟରଗ୍ରୀକ ଭାଷାଉତ୍କଳ ଦିବସ୧୪୦୦ଆପଲ କମ୍ପାନୀରାମଓଡ଼ିଶାନ୍ୟାଚୁରାଲ ଲାଙ୍ଗୁଏଜ ପ୍ରୋସେସିଂମୀରା ରାୟବନ୍ଦେ ଉତ୍କଳ ଜନନୀଜଗନ୍ନାଥରାମାୟଣଓଡ଼ିଆ ସାହିତ୍ୟ୧୯୬୨ଦଣ୍ଡ ନାଟହନୁମାନ ଚାଳିଶାଓଡ଼ିଶାର ସଂସ୍କୃତିଭାରତଓଡ଼ିଆ ଭାଷାଫକୀର ମୋହନ ସେନାପତିଲକ୍ଷ୍ମୀକାନ୍ତ ମହାପାତ୍ରଜଗନ୍ନାଥ ମନ୍ଦିରରଥଯାତ୍ରାବାହାଘର ଡଟ୍ କମ୍ଭାରତର ସଂସ୍କୃତିମନୋଜ ଦାସଓଡ଼ିଶାର ଲୋକନୃତ୍ୟଓଡ଼ିଆ ରାମାୟଣଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିକାଳୀଚରଣ ପଟ୍ଟନାୟକବୈଦେହୀଶ ବିଳାସସ୍ୱାମୀ ବିବେକାନନ୍ଦଅଶୋକାଷ୍ଟମୀପଞ୍ଚସଖାଓଡ଼ିଶାର ଇତିହାସରାଧାନାଥ ରାୟମଧୁସୂଦନ ଦାସଗୋପୀନାଥ ମହାନ୍ତିଲକ୍ଷ୍ମଣ ନାୟକଅଚ୍ୟୁତାନନ୍ଦ ଦାସଆର୍କମିଡ଼ିସକାଳିନ୍ଦୀ ଚରଣ ପାଣିଗ୍ରାହୀଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଭୁବନେଶ୍ୱରଉପେନ୍ଦ୍ର ଭଞ୍ଜଓଡ଼ିଆ ସାହିତ୍ୟର ଇତିହାସନମିତା ଅଗ୍ରୱାଲଓଡ଼ିଆ କବି ମାନଙ୍କର ତାଲିକାସଚ୍ଚିଦାନନ୍ଦ ରାଉତରାୟପ୍ରତିଭା ରାୟପଠାଣି ସାମନ୍ତସାରଳା ଦାସକୁଞ୍ଜବିହାରୀ ଦାଶକନକ ମଞ୍ଜରୀ ମହାପାତ୍ରଚୈତନ୍ୟଓଡ଼ିଆ ଭାଗବତଶ୍ରୀରାମ ପଣ୍ଡା୨୧ଜଗନ୍ନାଥ ଦାସମହାଭାରତଭାରତୀୟ ସମ୍ବିଧାନମଧୁସୂଦନ ରାଓ🡆 More
/** SHOW / HIDE SECTION**/function mfTempOpenSection(getID) {var x = document.getElementById("mf-section-"+getID); if (x.style.display === "none") { x.style.display = ""; } else { x.style.display = "none"; }}