୨୦୧୯ ନୂତନ କରୋନା ଭୂତାଣୁ: ଏକ ପ୍ରକାରର ଭାଇରସ

୨୦୧୯ ନୂତନ କରୋନାଭୂତାଣୁ ବା ଊହାନ କରୋନାଭୂତାଣୁ ଏକ ବିଶେଷ ପ୍ରକାରର ଭୂତାଣୁ ଯାହା ସଂକ୍ରାମକ ରୋଗ କରୋନାଭୂତାଣୁ ରୋଗ ୨୦୧୯ କରାଇଥାଏ । ବର୍ତ୍ତମାନ ଏହାକୁ କେବଳ କରୋନା ଭୂତାଣୁ କୁହାଯାଉଛି, କିନ୍ତୁ ଏହା ସାର୍ସ କୋଭିଡ-୨ ଭାବେ ନାମିତ । ୨୦୧୯ ନୂତନ କରୋନାଭୂତାଣୁଟି ପଜିଟିଭ ସେନ୍ସ ସିଙ୍ଗଲ-ସ୍ଟ୍ରାଣ୍ଡେଡ ଆରଏନଏ ଜେନୋମ(positive-sense single-stranded RNA genome) ବିଶିଷ୍ଟ ଅଟେ । ଏହା ପକ୍ଷୀ ଓ ସ୍ତନ୍ୟପାୟୀ ଜୀବଙ୍କ ଦେହରେ ରୋଗ କରାଉଥିବା ଏକ ପ୍ରକାର ଭୂତାଣୁ ଏହି ଭୂତାଣୁଦ୍ୱାରା ଘଟୁଥିବା ସର୍ବବ୍ୟାପୀ ମହାମାରୀ(Pandemic)କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆନ୍ତର୍ଜାତୀୟ ସ୍ୱାସ୍ଥ୍ୟ ଆପାତକାଳ ଘୋଷଣା କରିଛି । ସାର୍ସ କୋଭି-୨ ଭୂତାଣୁ ସାର୍ସ କୋଭି ଭୂତାଣୁର ଏକ ପ୍ରକାର । ବିଶ୍ୱାସ କରାଯାଏ ଯେ ଏହା ଜୁନୋଟିକ (Zoonotic) ଅର୍ଥାତ ଅନ୍ୟ ପ୍ରାଣୀଙ୍କଠାରୁ ସୃଷ୍ଟି ହେଉଥିବା ଏବଂ ସେମାନଙ୍କଠାରୁ ମନୁଷ୍ୟଠାରେ ସଂକ୍ରମିତ ହୋଇଥିବା ଏକ ଭୁତାଣୁ । ବାଦୁଡ଼ିମାନଙ୍କଠାରେ ଦେଖାଯାଉଥିବା କରୋନା ଭୂତାଣୁ ସହିତ ଏହାର ଅନେକ ସମାନତା ଦେଖିବାକୁ ମିଳୁଥିବାରୁ ଏହାକୁ ବାଦୁଡ଼ିରୁ ଜନ୍ମିତ କରୋନା ଭୁତାଣୁ ବୋଲି ଗ୍ରହଣ କରାଯାଉଛି । ମାତ୍ର ବର୍ତ୍ତମାନ ସୁଦ୍ଧା ଏହାର ମନୁଷ୍ୟଙ୍କଠାରେ ସଂକ୍ରମଣ ପାଇଁ ଦାୟୀ ପ୍ରାଣୀକୁ ଚିହ୍ନଟ କରାଯାଇପାରିନାହିଁ ।

SARS-CoV-2 emerging from a human cell
SARS-CoV-2 virions emerging from a human cell
ପ୍ରୟୋଗଶାଳାରେ ସାର୍ସ କୋଭି-୨ ଭୂତାଣୁର ଇଲେକଟ୍ରନ ସୁକ୍ଷ୍ମଦର୍ଶକ ଯନ୍ତ୍ରଦ୍ୱାରା ନିଆଯାଇଥିବା ରଙ୍ଗୀନ ଛବି

ଶବ୍ଦ ବ୍ୟୁତ୍ପତ୍ତି

ଯେହେତୁ ଏହି ଭୂତାଣୁକୁ ପ୍ରଥମେ ଚୀନର ଊହାନ ସହରରେ ଚିହ୍ନଟ କରାଯାଇଥିଲା, ଏହାକୁ ଊହାନ ଭୂତାଣୁ ବା ଊହାନ କରୋନାଭୂତାଣୁ କୁହାଯାଇଥାଏ । ମାତ୍ର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିର୍ଦ୍ଦିଷ୍ଟ ସ୍ଥାନ ଉପରେ ଆଧାରିତ ଏହି ନାମଟି ବ୍ୟବହାର କରିବାରେ ପ୍ରତିବନ୍ଧକ ଲଗାଇଛି । ଅନ୍ତର୍ଜାତୀୟ ଭୂତାଣୁ ବର୍ଗୀକରଣ କମିଟି (ଆଇ.ସି.ଟି.ଭି) ୨୦୨୦ ମସିହା ଫେବୃଆରୀ ୧୧ ତାରିଖରେ ଆଧିକାରିକ ଭାବେ ଭୂତାଣୁଟିକୁ ତୀବ୍ର ଗୁରୁତର ଶ୍ୱାସରୋଗ କରୋନାଭାଇରସ ୨ (ସାର୍ସ କୋଭି-୨) ଭାବେ ନାମିତ କରିଛନ୍ତି । ଆମେରିକୀୟ ସରକାର ଏବଂ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଏହାକୁ ଚାଇନିଜ ଭାଇରସ ଅର୍ଥାତ ଚିନୀୟ ଭୂତାଣୁ ରୂପେ ସମ୍ବୋଧନ କରିଛନ୍ତି । ଏହି ଶବ୍ଦର ବ୍ୟବହାରକୁ ଅନେକ ଜାତିବାଦରୂପେ ବିଚାର କରନ୍ତି ।

ଉତତ୍ପତ୍ତି

ଏହି କରୋନା ଭୂତାଣୁକୁ ସର୍ବପ୍ରଥମେ ଚୀନର ଊହାନ ନାମକ ସହରରୁ ଚିହ୍ନିତ ହୋଇଥିଲା । ଯଦିଓ ରୋଗ ସଂକ୍ରମଣର ପ୍ରାଥମିକ କାରକ ସମ୍ପର୍କରେ ଏ ପର୍ଯ୍ୟନ୍ତ କୌଣସି ତଥ୍ୟ ନାହିଁ, ଊହାନର ସାମୁଦ୍ରିକ ଖାଦ୍ୟହାଟରେ କାମ କରୁଥିବା କିଛି ଲୋକ ଏଥିରେ ପ୍ରଥମେ ସଂକ୍ରମିତ ହୋଇଥିଲେ ।

ସଂରଚନା

ସଞ୍ଚରଣ

କରୋନା ଭୂତାଣୁ ଦୁଇଟି ଉପାୟରେ ସଂକ୍ରମିତ ବ୍ୟକ୍ତିଙ୍କଠାରୁ ସୁସ୍ଥ ବ୍ୟକ୍ତିଙ୍କ ପାଖକୁ ବ୍ୟାପି ଥାଏ ।

  • ପ୍ରତ୍ୟକ୍ଷ ସମ୍ପର୍କ: ସଂକ୍ରମିତ ବ୍ୟକ୍ତିର ଏକ ମିଟର ପରିଧି ମଧ୍ୟରେ ରହିଲେ ଭୂତାଣୁ ସଂକ୍ରମଣର ଆଶଙ୍କା ଥାଏ । ମୁଖ୍ୟତଃ ଯଦି ସଂକ୍ରମିତ ବ୍ୟକ୍ତି କାଶିବା ବା ଛିଙ୍କିବା ସମୟରେ ନିଜ ମୁହଁ ଘୋଡାଇ ନ ରଖେ, ଭୂତାଣୁମାନେ ସେହି ଜଳକଣାଦ୍ୱାରା ନିକଟସ୍ଥ ବ୍ୟକ୍ତି ଶରୀରରେ ପ୍ରବେଶ କରିଥାନ୍ତି ।
  • ଅପ୍ରତ୍ୟକ୍ଷ ସମ୍ପର୍କ: ସଂକ୍ରମିତ ବ୍ୟକ୍ତିର ଛିଙ୍କ ବା କାଶରୁ ବାହାରିଥିବା ଜଳକଣା ଅନେକ ଦିନ ପର୍ଯ୍ୟନ୍ତ କପଡ଼ା ଏବଂ ଅନ୍ୟ ଜିନିଷ ପୃଷ୍ଠରେ ଲାଗିରହେ । ଏହାକୁ ସ୍ପର୍ଶ କରିଥିବା ବ୍ୟକ୍ତି ଭୂତାଣୁଦ୍ୱାରା ସଂକ୍ରମିତ ହୋଇଯାଏ ।

ଚିକିତ୍ସା

ଏହି ଭୂତାଣୁଦ୍ୱାରା ହେଉଥିବା ରୋଗ ପାଇଁ ଏ ପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ପଦ୍ଧତି ବାହାରି ନାହିଁ । ଏହା ଏକ ନୂତନ ଭୂତାଣୁ ହୋଇଥିବା ମାନବ ଶରୀର ଏହାକୁ ଲଢ଼ିବା ପାଇଁ ଆବଶ୍ୟକୀୟ ରୋଗ ପ୍ରତିଷେଧକ ଶକ୍ତି ମଧ୍ୟ ଉତ୍ପନ୍ନ କରିପାରି ନାହିଁ । ମାତ୍ର ପ୍ରତିଷେଧକ ଟୀକା ଏବଂ ଔଷଧ ତିଆରି ପାଇଁ ଗବେଷଣା ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ।
ସଂକ୍ରମଣ ବଢ଼ିବା ଓ ସମ୍ଭାବିତ ମହାମାରୀ ସ୍ଥିତିକୁ ଏଡ଼ାଇବା ପାଇଁ ବହୁ ଦେଶ ସମ୍ପୂର୍ଣ୍ଣ ବା ଆଂଶିକ ସଙ୍ଗରୋଧ ଜାରିକରିଛନ୍ତି ।

ଆଧାର

Tags:

୨୦୧୯ ନୂତନ କରୋନା ଭୂତାଣୁ ଶବ୍ଦ ବ୍ୟୁତ୍ପତ୍ତି୨୦୧୯ ନୂତନ କରୋନା ଭୂତାଣୁ ଉତତ୍ପତ୍ତି୨୦୧୯ ନୂତନ କରୋନା ଭୂତାଣୁ ସଂରଚନା୨୦୧୯ ନୂତନ କରୋନା ଭୂତାଣୁ ସଞ୍ଚରଣ୨୦୧୯ ନୂତନ କରୋନା ଭୂତାଣୁ ଚିକିତ୍ସା୨୦୧୯ ନୂତନ କରୋନା ଭୂତାଣୁ ଆଧାର୨୦୧୯ ନୂତନ କରୋନା ଭୂତାଣୁen:Pandemicen:RNAen:Sense (molecular biology)en:Zoonosisen:genomeକରୋନାଭୂତାଣୁ ରୋଗ ୨୦୧୯ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

🔥 Trending searches on Wiki ଓଡ଼ିଆ:

ବ୍ରଜନାଥ ରଥଚବିଶ ଗୁରୁଛଉ ନାଚକିଶୋରୀ ଚରଣ ଦାସକାଳିନ୍ଦୀ ଚରଣ ପାଣିଗ୍ରାହୀଜାହାଙ୍ଗୀରଜାନକୀ ବଲ୍ଲଭ ପଟ୍ଟନାୟକଆତ୍ମହତ୍ୟାମନମୋହନ ସାମଲହାତୀଦ୍ୱିତୀୟ ଭାସ୍କରକଣ୍ଡୋମ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନରାମଶଙ୍କର ରାୟସୁନାରାମଚନ୍ଦ୍ର ବେହେରାଭାଷାଜୀବାଶ୍ମଅନ୍ତରଙ୍ଗ ସମ୍ପର୍କଅନ୍ତର୍ଜାତୀୟ ମାତୃଭାଷା ଦିବସଚଳନ୍ତି ଠାକୁରମହୁଲଅମ୍ବିକା (ମହାଭାରତ)ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାରଘୁରାଜପୁରଅଭିମନ୍ୟୁ ସାମନ୍ତସିଂହାରନେହା ବାମ୍ଓଡ଼ିଆ ଉଇକିପିଡ଼ିଆଚୈତ୍ରସମ୍ବଲପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଗୁଗଲମସ୍ତିଷ୍କ ଅର୍ବୁଦବାନ୍ତିଇଂରାଜୀ ଭାଷାଗିଢାଆଲ୍‌କା ୟାଗ୍ନିକ୍‌ବରଗଛଚିତ୍ତରଞ୍ଜନ ନାୟକବୃକ୍‌କଅନନ୍ତ ପଟ୍ଟନାୟକଓଡ଼ିଆ ଭାଷା ଆନ୍ଦୋଳନବଣ୍ଡ (ଅର୍ଥ)ତଥ୍ୟଆଦିଶଙ୍କରଜନ ଗଣ ମନଜ୍ୟୋତିର୍ଲିଙ୍ଗସାଧାରଣ ଉତ୍କଣ୍ଠା ବ୍ୟାଧି୨୬ ସେପ୍ଟେମ୍ବରଆର୍ଟିଫିସିଆଲ ଇଣ୍ଟେଲିଜେନ୍ସଜଗନ୍ନାଥ ପ୍ରସାଦ ଦାସସହଦେବ (ମହାଭାରତ)ମିଳିମିଳାସମ୍ବାଦ (ଖବରକାଗଜ)ରାଧାମୋହନ ଗଡ଼ନାୟକରଜଜୋହାନ୍ ସେବାଷ୍ଟିଆନ୍ ବାକ୍ଦକ୍ଷିଣ କୋରିଆଅଚିହ୍ନା ବାସଭୂମିଓଡ଼ିଆ କଥାଚିତ୍ର ଜଗତମୌଳିକ ସଂଖ୍ୟାପିତ୍ତକୋଷଗୋଦାବରୀଶ ମହାପାତ୍ରବଳରାମ ଦାସ୧୧୪୩🡆 More