ସୁରେଶ ବଳ: ଓଡ଼ିଆ ଅଭିନେତା

ସୁରେଶ ବଳ, ଜଣେ ଓଡ଼ିଆ ଅଭିନେତା । ସେ ମୁଖ୍ୟତଃ ଓଡ଼ିଆ କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଥାନ୍ତି । ସେ ମୁଖ୍ୟତଃ ବାଙ୍କୁ ଭାବରେ ଲୋକୋପ୍ରିୟତା ଅର୍ଜନ କରିଛନ୍ତି । ସୁରେଶ ୧୯୭୭ ମସିହାରେ ସୁନା ସଂସାର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ସେ ଇ ଟିଭି ଓଡ଼ିଆରେ ପ୍ରସାରିତ ଧାରାବାହିକ ଗାୟତ୍ରୀରେ ଅଭିନୟ କରିଥିଲେ । ସୁରେଶ ମୁଖ୍ୟତଃ ଚରିତ୍ର ଅଭିନେତା, ଖଳନାୟକ, ହାସ୍ୟ କଳାକାର ଭାବରେ ଅଭିନୟ କରନ୍ତି । ସେ ଏ ପର୍ଯ୍ୟନ୍ତ ୮୦ଟିରୁ ଅଧିକ ଓଡ଼ିଆ କଥାଚିତ୍ରରେ ଅଭିନୟ କରିସାରିଲେଣି ।

ସୁରେଶ ବଳ
ବୃତ୍ତି(ଓଡ଼ିଆ) ଅଭିନେତା
ସକ୍ରିୟ ବର୍ଷ୧୯୭୭ରୁ-ଏବେଯାଏଁ
ବୈବାହିକ-ସାଥୀତୃପ୍ତି ସିହ୍ନା

ଅଭିନୟ ଜୀବନ

ସୁରେଶ ବଳ ୧୯୭୭ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ କଥାଚିତ୍ର ଥିଲା ସୁନା ସଂସାର । ଏହାପରେ ସେ ବଳିଦାନ, ଗୌରୀ, ସମର ସଲିମ ସାଇମନ, ବାଜେ ବଇଁଶୀ ନାଚେ ଘୁଙ୍ଗୁର, ଏଇ ଆମ ସଂସାର ଭଳି କଥାଚିତ୍ରରେ ଅଭିନୟ କରିଥିଲେ ।

୧୯୮୬ ମସିହାରେ କଥାଚିତ୍ର ଯୋର ଯା'ର ମୂଲକ ତାରରେ ସେ ବାସୁ ଭୂମିକାରେ ଅଭିନୟ କରିଥିଲେ, ଯେଉଁଥିରେ ସେ ଅଭିନେତା ହର ପଟ୍ଟନାୟକଙ୍କ ସହଯୋଗୀ ଭୂମିକାରେ ଏକ ହାସ୍ୟ ଅଭିନେତା ଭାବରେ ଅଭିନୟ କରିଥିଲେ । ପରବର୍ତ୍ତୀ ସମୟରେ ସୁରେଶ ଅନେକ ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥଲେ । ସେ ବର୍ତ୍ତମାନ ପର୍ଯ୍ୟନ୍ତ ୮୦ଟିରୁ ଅଧିକ କଥାଚିତ୍ରରେ ଅଭିନୟ କରିଛନ୍ତି ।

ସୁରେଶ କଥାଚିତ୍ର ବ୍ୟତୀତ ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି । ଇ ଟିଭି ଓଡ଼ିଆରେ ପ୍ରସାରିତ ଧାରାବାହିକ ଗାୟତ୍ରୀରେ ସେ ଏକ ଦ୍ୱୈତ ଭୂମିକା, ନିତିଆ'ଦି ଓ ତାଙ୍କର ଭାଇ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର

ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୧୯୭୭ ସୁନା ସଂସାର ପ୍ରଥମ ଓଡ଼ିଆ କଥାଚିତ୍ର
୧୯୭୮ ବଳିଦାନ
୧୯୭୯ ଗୌରୀ ବାଙ୍କୁ
ସମର ସଲିମ ସାଇମନ
୧୯୮୨ ବାଜେ ବଇଁଶୀ ନାଚେ ଘୁଙ୍ଗୁର
୧୯୮୬ ଯୋର ଯା'ର ମୂଲକ ତାର ବାସୁ
ଏଇ ଆମ ସଂସାର
୧୯୮୭ ଚକା ଆଖି ସବୁ ଦେଖୁଛି
୧୯୮୮ କନ୍ୟାଦାନ
ଯାହାକୁ ରଖିବେ ଅନନ୍ତ
୧୯୯୦ ଦଇବ ଦଉଡ଼ି ଘନ
ଠାକୁର ଅଛନ୍ତି ଚଉ ବାହାକୁ
ପରଦେଶୀ ଚଢ଼େଇ ବାଙ୍କୁ
ମା ମତେ ଶକ୍ତି ଦେ ଚନ୍ଦନ
କଣ୍ଢେଇ
୧୯୯୧ ବସ୍ତ୍ର ହରଣ
ଆମ ଘର ଆମ ସଂସାର
କୋଟିଏ ମଣିଷ ଗୋଟିଏ ଜଗା
କପାଳ ଲିଖନ
୧୯୯୨ ମା ଗ୍ୟାଙ୍ଗ୍ ଲିଡର
୧୯୯୩ ଭାଗ୍ୟ ହାତେ ଡୋରି ରଘୁଆ
୧୯୯୪ ଏମିତି ଭାଇ ଜଗତେ ନାହିଁ ବାଙ୍କୁ
ଭାଇ ହେଲା ଭଗାରି ଆଶାର ବାପା
୧୯୯୫ କୁଳ ନନ୍ଦନ ମାମୁଁ
୧୯୯୬ ସୁନା ପୁଅ
ସୁହାଗ ସିନ୍ଦୂର ରାମୁ
ପୁଅ ମୋର ଭୋଳାଶଙ୍କର ରଘୁଆ
୧୯୯୭ କାହ୍ନା
ସୁନା ସଂସାର
ନାରୀ ବି ପିନ୍ଧିପାରେ ରକ୍ତ ସିନ୍ଦୂର ଗୋବର୍ଦ୍ଧନ
୧୯୯୮ ସ୍ତ୍ରୀ ପୋଲିସ୍ ଇନିସ୍‌ପେକ୍ଟର
ସୌଭାଗ୍ୟବତୀ ଶକୁନୀ
୧୯୯୯ ପବିତ୍ର ବନ୍ଧନ ଜେଜେ ବାପା
ଲାଟ୍ ସାହେବ ପୋଲିସ୍ ଇନିସ୍‌ପେକ୍ଟର
ସୁନା ହରିଣୀ ରାମୁ କକା
ରାକ୍ଷୀ ଭିଜିଗଲା ଆଖି ଲୁହରେ
କୃଷ୍ଣା କାବେରୀ ରଘୁ ମଉସା
କଥା କହିବ ମୋ ମଥା ସିନ୍ଦୂର ଓକିଲ ଯୁଧିଷ୍ଠିର
ଜୟ ଶ୍ରୀରାମ ଇନିସ୍‌ପେକ୍ଟର ରଙ୍ଗ ମଲ୍ଲିକ
ଧର୍ମ ନିକିତି ବାଙ୍କୁ
୨୦୦୧ ଗାରେ ସିନ୍ଦୂର ଧାରେ ଲୁହ ବାଙ୍କୁ
ଧର୍ମ ଦେବତା
୨୦୦୨ ସିନ୍ଦୂର ନୁହେଁ ଖେଳଘର ବିଷ୍ଣୁ କକା
ସମୟ ଚକରେ ସଂସାର ରଥ ବୈରାଗୀ ମହାନ୍ତି
ରଙ୍ଗ୍ ନମ୍ବର
୨୦୦୩ ମାତୃଶକ୍ତି ଚତୁର
ଏଇଠି ସ୍ୱର୍ଗ ଏଇଠି ନର୍କ
ସୁନା ସଙ୍ଖାଳୀ ଇନିସ୍‌ପେକ୍ଟର ପ୍ରଧାନ
ବାହୁଡ଼ିବେ ମୋ ଜଗାବଳିଆ ଚାଖି ମହାରଣା
୨୦୦୪ ସାଥୀରେ ଅଟୋ ଡ୍ରାଇଭର୍, କୃଷ୍ଣ
କଣ୍ଢେଇ ଆଖିରେ ଲୁହ ଗୋଲି
୨୦୦୫ ଟୋପାଏ ସିନ୍ଦୂର ଦି ଟୋପା ଲୁହ ଚାକର
ଅର୍ଜୁନ ଇନିସ୍‌ପେକ୍ଟର ପରିଡ଼ା
୨୦୦୬ ଥ୍ୟାଙ୍କ ୟୁ ଭଗବାନ ପାଣିଗ୍ରାହୀ
ତୁ ଏକା ଆମ ସାହା ଭରସା ଦୀନବନ୍ଧୁ
ଶାଶୁଘର ଚାଲିଯିବି ଭଗବାନ ରାଏ
୨୦୦୭ କାଳୀଶଙ୍କର ଅଲ୍ଲୀ ଚାଚା
ମହାନାୟକ ଏସ୍‌ ଆଇ ପରିଡ଼ା
ଅଗ୍ନିଶିଖା ମନ୍ତ୍ରୀ ଚିନ୍ତାମଣି
୨୦୦୮ କଳିଙ୍ଗ ପୁତ୍ର ରଘୁ ମହାନ୍ତି
ସତ୍ୟ ମେବ ଜୟତେ ଘଣ୍ଟି
୨୦୦୯ ଶତ୍ରୁ ସଂହାର ଓକିଲ
୨୦୧୦ ତୁ ଥାଆ ମୁଁ ଯାଉଚି ରୁଷି ସଲିମ୍
୨୦୧୨ ସମଥିଙ୍ଗ୍ ସମଥିଙ୍ଗ୍ କୁଳମଣି
ମାଟ୍ରିକ୍ ଫେଲ୍ ବଳରାମ
୨୦୧୩ ତୁ ମୋ ଦେହର ଛାଇ ଚାଚା
୨୦୧୪ ସାହିତ୍ୟ ଦିଦି
୨୦୧୫ ପିଲାଟା ବିଗିଡ଼ିଗଲା ବିଜୟନ ଦାସ
କଳ୍କୀ
୨୦୧୬ ସମୟ ବଡ଼ ବଳବାନ
ବେବି

ଅଭିନୀତ ଧାରାବାହିକ

ଧାରାବାହିକ ଚେନାଲ୍ ଭୂମିକା
ଗାୟତ୍ରୀ ଇ ଟିଭି ଓଡ଼ିଆ ନିତିଆ'ଦି

ଆଧାର

ବାହାର ଆଧାର

Tags:

ସୁରେଶ ବଳ ଅଭିନୟ ଜୀବନସୁରେଶ ବଳ ଆଧାରସୁରେଶ ବଳ ବାହାର ଆଧାରସୁରେଶ ବଳଓଡ଼ିଆ କଥାଚିତ୍ର ଜଗତଓଡ଼ିଆ ଭାଷାସୁନା ସଂସାର

🔥 Trending searches on Wiki ଓଡ଼ିଆ:

୨୫ ଅପ୍ରେଲଚନ୍ଦ୍ରଶେଖର ନନ୍ଦଭାରତ ସରକାରବୃହସ୍ପତିଜହ୍ନଆଉରଙ୍ଗଜେବଭଦଭଦଳିଆଓଡ଼ିଆ ରାମାୟଣଅଚ୍ୟୁତ ଗୋକୁଳ ନାୟକଆଲୋକନୋବେଲ ପୁରସ୍କାରଯୁକ୍ତରାଷ୍ଟ୍ର ଆମେରିକାପ୍ରଧାନ ପୃଷ୍ଠାରାଧାମୋହନ ଗଡ଼ନାୟକହନୁମାନ ଚାଳିଶାମଇ ଦିବସଏଣ୍ଡୋମେଟ୍ରିଓସିସଓପନ-ସୋର୍ସ ସଫ୍ଟୱେରମଧୁସୂଦନ ଦାସଉତ୍କଳ ବିଶ୍ୱବିଦ୍ୟାଳୟଏଞ୍ଜେଲା ମେର୍କେଲ୍ଆରିଷ୍ଟୋଟଲରାଣୀ ଲକ୍ଷ୍ମୀବାଈକାଗଜଧର୍ମଇଂଲଣ୍ଡବିରଳା ମନ୍ଦିର, ହାଇଦ୍ରାବାଦବ୍ରାଉଜରଯଦୁମଣି ମହାପାତ୍ରଗୋପାଳ କୃଷ୍ଣ ରଥଓଡ଼ିଆ ସାହିତ୍ୟଓଡ଼ିଆ ଉଇକିପିଡ଼ିଆବୌଦ୍ଧ ଧର୍ମପ୍ରଥମ ବିଶ୍ୱଯୁଦ୍ଧଦ୍ୱିତୀୟ ଭାସ୍କରଜନ୍ମ ନିରୋଧସୁନାବେଶପାପୁଆ ନିଉ ଗିନି୭ (ସଂଖ୍ୟା)୨୦ ଅଗଷ୍ଟସତ୍ୟେନ୍ଦ୍ର ନାଥ ବୋଷଗୋଦର ରୋଗକବିସୂର୍ଯ୍ୟ ବଳଦେବ ରଥ୨୦୧୨ନେପଚୁନଲିଙ୍ଗରାଜ ମନ୍ଦିରବୀର ସୁରେନ୍ଦ୍ର ସାଏଦଗ୍ଧଉତ୍ତମ ମହାନ୍ତିମହେନ୍ଦ୍ର ସିଂହ ଧୋନିଉତ୍କଳ ସଙ୍ଗୀତ ମହାବିଦ୍ୟାଳୟସ୍ଥୌଲ୍ୟତାଗୁରୁପ୍ରସାଦ ମହାନ୍ତିଇରା ମହାନ୍ତିଆମ୍ବମନମୋହନ ସାମଲଧର୍ମେନ୍ଦ୍ର ପ୍ରଧାନଢଗ ଢମାଳିଦୀପା ସାହୁ (୧୯୮୫ ଜନ୍ମ)ଚାଣକ୍ୟଓଡ଼ିଆ ଭ୍ରମଣ ସାହିତ୍ୟବିଜୟ ମିଶ୍ରଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରବ୍ୟାସଦେବବରଗଛ🡆 More