ତୃପ୍ତି ସିହ୍ନା: ଓଡ଼ିଆ ଅଭିନେତ୍ରୀ

‌ତୃପ୍ତି ସିହ୍ନା ଜଣେ ଓଡ଼ିଆ ଅଭିନେତ୍ରୀ, ଯିଏକି ଓଡ଼ିଆ ମଞ୍ଚ ନାଟକ, କଥାଚିତ୍ର ଏବଂ ଦୂରଦର୍ଶନ ଧାରାବାହିକରେ ଅଭିନୟ କରନ୍ତି । ତୃପ୍ତି ସିହ୍ନା ଜଣେ ମଞ୍ଚ ଅଭିନେତ୍ରୀ ଭାବରେ ଅଭିନୟ କରିବା ଆରମ୍ଭ କରିଥିଲେ । ସେ ପ୍ରଥମେ ଅନ୍ନପୂର୍ଣ୍ଣା ଥିଏଟରର ବିଭିନ୍ନ ନାଟକରେ ଅଭିନୟ କରୁଥିଲେ । ୧୯୯୬ ମସିହାରେ ସେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ଏହାପରେ ସେ ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଥିଲେ । ଓଡ଼ିଆ କଥାଚିତ୍ର ଜଗତରେ ଜଣେ ଖଳନାୟିକା ଭାବରେ ସେ ବେଶ୍ ଜଣାଶୁଣା । ତୃପ୍ତି ସାର୍ଥକ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ଗୃହଲକ୍ଷ୍ମୀରେ ମଧ୍ୟ ଜଣେ ମେଣ୍ଟରେ ଭାବରେ କାର୍ଯ୍ୟ କରୁଛନ୍ତି । ତୃପ୍ତି ସିହ୍ନା ଓଡ଼ିଆ ଅଭିନେତା ସୁରେଶ ବଳଙ୍କୁ ବିବାହ କରିଛନ୍ତି । ଏହି ଦମ୍ପତି ଅନେକ ମଞ୍ଚରେ ସାଙ୍ଗରେ ଅଭିନୟ କରିଛନ୍ତି ।

ତୃପ୍ତି ସିହ୍ନା
ବୃତ୍ତି(ଓଡ଼ିଆ) ଅଭିନେତ୍ରୀ
ସକ୍ରିୟ ବର୍ଷ୧୯୯୬ରୁ-ଏବେଯାଏଁ
ବୈବାହିକ-ସାଥୀସୁରେଶ ବଳ

ଅଭିନୟ ଜୀବନ

ତୃପ୍ତି ସିହ୍ନା ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ପୂର୍ବରୁ ପୁରୀର ଅନ୍ନପୂର୍ଣ୍ଣା ଥିଏଟରରେ ଅଭିନୟ କରିବା ଆରମ୍ଭ କରିଥିଲେ । ସେ ଅନ୍ନପୂର୍ଣ୍ଣ ଥିଏଟରର ବିଭିନ୍ନ ମଞ୍ଚ ନାଟକରେ ଅଭିନୟ କରିଥିଲେ । ଏହାପରେ ତୃପ୍ତି ୧୯୯୬ ମସିହାରେ ଓଡ଼ିଆ କଥାଚିତ୍ର ବସୁଧା ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ଏହାପରେ ସେ ୧୯୯୯ ମସିହାରେ ଦୁଇଟି ଓଡ଼ିଆ କଥାଚିତ୍ର ପବିତ୍ର ବନ୍ଧନମାଆ ଗୋଜ ବାୟାଣୀ କଥାଚିତ୍ରରେ ଅଭିନୟ କରିଥିଲେ । ପବିତ୍ର ବନ୍ଧନ ଚଳଚ୍ଚିତ୍ରରେ ତୃପ୍ତି ଗୌରୀ ଭୂମିକାରେ ଅଭିନୟ କରିଥିଲେ ।

୨୦୦୩ ମସିହାର ଓଡ଼ିଆ ଏବଂ ବଙ୍ଗଳା ଭାଷାରେ ନିର୍ମାଣ କରାଯାଇଥିବା କଥାଚିତ୍ର ସୁନା ସଂଖାଳୀରେ ତୃପ୍ତି ଅଭିନୟ କରିଥିଲେ । ଏହାପରେ ସେ ଇ ଟିଭି ଓଡ଼ିଆର ଧାରାବାହିକ ଗାୟତ୍ରୀରେ ଅଭିନୟ କରିଥିଲେ । ଏହି ଧାରାବାହିକରେ ସେ ନାୟିକା ଗାୟତ୍ରୀର ଗାୟତ୍ରୀ ମସଲା କମ୍ପାନୀର ଜଣେ ସଦସ୍ୟା ଭାବରେ କାର୍ଯ୍ୟ କରୁଥିଲେ ।

୨୦୦୮ ମସିହାରେ ତୃପ୍ତି ଓଡ଼ିଆ କଥାଚିତ୍ର ଜଗତରେ ଜଣେ ଖଳନାୟିକା ଭାବରେ ଅଭିନୟ କରିଥିଲେ । ଓଡ଼ିଆ କଥାଚିତ୍ର ମତେ ଆଣିଦେଲ ଲକ୍ଷେ ଫଗୁଣ ଚଳଚ୍ଚିତ୍ରରେ ସେ ଖଳନାୟକ ଚନ୍ଦନ କରଙ୍କର ମାଆ ଦୁର୍ଗାଦେବୀ ଭୂମିକାରେ ଅଭିନୟ କରିଥିଲେ । ଏହାପରେ ୨୦୦୯ ମସିହାରେ ଅନୁଭବ ମହାନ୍ତି, ସୁନୀଲ କୁମାରଙ୍କ ଓଡ଼ିଆ କଥାଚିତ୍ର ସାତ ସୁରେ ବନ୍ଧା ଏ ଜୀବନରେ ମିହିର ଦାସଙ୍କ ଭଉଣୀ ଅନୀତା ଭୂମିକାରେ ଅଭିନୟ କରିଥିଲେ ।

୨୦୧୧ ମସିହାରେ ବାବୁଶାନ୍ ମହାନ୍ତିସବ୍ୟସାଚୀ ମିଶ୍ର ଅଭିନୀତ ଓଡ଼ିଆ କଥାଚିତ୍ର ଦୋସ୍ତିରେ ଖଳନାୟକ ପ୍ରୀତିରାଜ ଶତପଥୀଙ୍କ ମାଆ ତଥା ଅଭିନେତା ଦେବୁ ବୋଷଙ୍କ ପତ୍ନୀ ପାର୍ବତୀ ଭୂମିକାରେ ଅଭିନୟ କରିଥିଲେ । ୨୦୧୨ ମସିହାରେ ଅନୁଭବ ମହାନ୍ତିଙ୍କର ଦୁଇଟି ଓଡ଼ିଆ କଥାଚିତ୍ର ସମଥିଙ୍ଗ୍ ସମଥିଙ୍ଗ୍ମାଟ୍ରିକ୍ ଫେଲ୍ କଥାଚିତ୍ରରେ ନାୟକଙ୍କର ଜେଜମା ଭୂମିକାରେ ଅଭିନୟ କରିଥିଲେ ।

ଏହାପରେ ସେ ୨୦୧୩ ମସିହାରେ ଡାହା ବାଳୁଙ୍ଗା ଚଳଚ୍ଚିତ୍ରରେ ଅଭିନେତା ବିଜୟ ମହାନ୍ତିଙ୍କର ମାଆ ଭୂମିକାରେ ଅଭିନୟ କରିଥିଲେ । ୨୦୧୪ ମସିହାର ଓଡ଼ିଆ କଥାଚିତ୍ର ହରି ବୋଲ ନୁହେଁ ଟଙ୍କା ବୋଲ ଏବଂ ଗଞ୍ଜା ଲଢ଼େଇ କଥାଚିତ୍ରରେ ଅଭିନୟ କରିଥିଲେ । ଏହାପରେ ସେ ରଘୁପତି ରାଘବ ରାଜାରାମ, ତୁ ଯେ ସେଇ, ନିମ୍‌କି, ଜୋର୍ କା ଝଟ୍‌କା, ଭାଇଜାନ୍, ମୁଁ ଆଶିକ୍ ମୁଁ ଆୱାରା, ଲଭ୍ ପାଇଁ କୁଛ୍ ଭି କରେଗା, ସୁପର ମିଛୁଆ ଆଦି କଥାଚିତ୍ରରେ ଅଭିନୟ କରିଥିଲେ ।

ଇ ଟିଭି ଓଡ଼ିଆର ଅନ୍ୟତମ ଧାରାବାହିକ ଆହୁତିରେ ତୃପ୍ତି ସିହ୍ନା ଏକ ଖଳନାୟିକା ଭୂମିକାରେ ଅଭିନୟ କରିଥିଲେ । ଏବେ ଜୀ ସାର୍ଥକର ଓଡ଼ିଆ ଧାରାବାହିକ ଜ୍ୱାଇଁ ନମ୍ବର ୱାନ୍‌ରେ ନାୟିକା ଦେବୀକାର ଆଇ ଭୂମିକାରେ ଅଭିନୟ କରୁଛନ୍ତି ।

ଅଭିନୀତ କଥାଚିତ୍ର

ବର୍ଷ ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୧୯୯୬ ବସୁଧା ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ
୧୯୯୯ ପବିତ୍ର ବନ୍ଧନ ଗୌରୀ
ମାଆ ଗୋଜ ବାୟାଣୀ
୨୦୦୩ ସୁନା ସଂଖାଳୀ
୨୦୦୮ ମତେ ଆଣିଦେଲ ଲକ୍ଷେ ଫଗୁଣ ଦୁର୍ଗା
୨୦୦୯ ସାତ ସୁରେ ବନ୍ଧା ଏ ଜୀବନ ଅନୀତା
୨୦୧୧ ଦୋସ୍ତି ପାର୍ବତୀ
୨୦୧୨ ସମଥିଙ୍ଗ୍ ସମଥିଙ୍ଗ୍ ଜେଜେମା
ମାଟ୍ରିକ୍ ଫେଲ୍ ଜେଜେମା
୨୦୧୩ ଡାହା ବାଳୁଙ୍ଗା ଜେଜେମା
୨୦୧୪ ହରିବୋଲି ନୁହେଁ ଟଙ୍କା ବୋଲ
ଗଞ୍ଜା ଲଢ଼େଇ ସାହେବର ମାଆ
୨୦୧୫ ରଘୁପତି ରାଘବ ରାଜାରାମ
୨୦୧୬ ତୁ ଯେ ସେଇ
୨୦୧୯ ନିମ୍‌କି

ଅଭିନୀତ ଧାରାବାହିକ

ଧାରାବାହିକ ଚେନାଲ ଭୂମିକା
ଗାୟତ୍ରୀ ଇ ଟିଭି ଓଡ଼ିଆ
ଆହୁତି ଇ ଟିଭି ଓଡ଼ିଆ
ଜ୍ୱାଇଁ ନଂ ୱାନ୍ ଜୀ ସାର୍ଥକ

ଆଧାର

ବାହାର ଆଧାର

Tags:

ତୃପ୍ତି ସିହ୍ନା ଅଭିନୟ ଜୀବନତୃପ୍ତି ସିହ୍ନା ଅଭିନୀତ କଥାଚିତ୍ରତୃପ୍ତି ସିହ୍ନା ଅଭିନୀତ ଧାରାବାହିକତୃପ୍ତି ସିହ୍ନା ଆଧାରତୃପ୍ତି ସିହ୍ନା ବାହାର ଆଧାରତୃପ୍ତି ସିହ୍ନାଅନ୍ନପୂର୍ଣ୍ଣା ରଙ୍ଗମଞ୍ଚଓଡ଼ିଆ ଭାଷା

🔥 Trending searches on Wiki ଓଡ଼ିଆ:

ଜହ୍ନବୌଦ୍ଧ ଧର୍ମଭାଷାରାକ୍ଷୀ ପୂର୍ଣ୍ଣିମାମହୁପଖିଆଚନ୍ଦ୍ରଶେଖର ନନ୍ଦବାମାଚରଣ ମିତ୍ରବିନ୍ଦୁଓଡ଼ିଆ ରାମାୟଣ୫ ନଭେମ୍ବରଲିମାଲିଙ୍ଗରାଜ ମନ୍ଦିରକବାଟଚିଲିକା (କବିତା)ଶାରଳା ପୁରସ୍କାର୧୭ ଫେବୃଆରୀ୧ (ସଂଖ୍ୟା)ୟୁ ଟ୍ୟୁବଆରିଷ୍ଟୋଟଲବନ୍ଦେ ଉତ୍କଳ ଜନନୀଫେବୃଆରୀଭୃସଙ୍ଗ ଗଛବରଗଛଗୋବିନ୍ଦ ତ୍ରିପାଠୀମଧୁସୂଦନ ରାଓନିର୍ମଳା (ଉପନ୍ୟାସ)ରାଉରକେଲାଯାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବେଲଶତ୍ରୁଘ୍ନ ପାଣ୍ଡବପ୍ରାଣୀଚନ୍ଦ୍ରଶେଖର ରଥଭାନୁମତୀ (ଦୁର୍ଯୋଧନଙ୍କ ପତ୍ନୀ)ସଂକ୍ରାନ୍ତିଓଡ଼ିଆ ଲିପିକବିସୂର୍ଯ୍ୟ ବଳଦେବ ରଥବସନ୍ତ କୁମାର ଶତପଥୀସରଳା ଦେବୀସମୀର ରଞ୍ଜନ ଦାଶମନମୋହନ ସାମଲପୁରୁଷୋତ୍ତମ ଦେବଭାରତର ନଦୀ ସମୂହର ତାଲିକାରାଜକିଶୋର ରାୟଉତ୍କଳ ବିଶ୍ୱବିଦ୍ୟାଳୟଧନୁ (ରାଶି)ବିରାଟ କୋହଲୀଫକୀର ମୋହନ ସେନାପତିଗୌରହରି ଦାସହନୁମାନ ଚାଳିଶାବିଶ୍ୱ ମ୍ୟାଲେରିଆ ଦିବସଶୀତଳ ଷଷ୍ଠୀ ଯାତ୍ରାନାରାୟଣ ସାହୁନବୀନ ପଟ୍ଟନାୟକକଣ୍ଡୋମଜୀବସାର ଗଓପନ-ସୋର୍ସ ସଫ୍ଟୱେରଚିଲିକା (ବହୁବିକଳ୍ପ)ଚୁଡ଼ାକୁନ୍ତଳା କୁମାରୀ ସାବତଜୟ ଜଗନ୍ନାଥଓଡ଼ିଆ ଭ୍ରମଣ ସାହିତ୍ୟଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରଇଣ୍ଡିଆନ ପ୍ରିମିଅର ଲିଗଦେବସ୍ନାନ ପୂର୍ଣ୍ଣିମାମେସିନ ଲର୍ଣ୍ଣିଙ୍ଗ୍ଟୋକିଓଏଣ୍ଡୋମେଟ୍ରିଓସିସ🡆 More