ଗଞ୍ଜା ଲଢ଼େଇ

ମୟୂରଭଞ୍ଜର ବିଭିନ୍ନ କଳା ଓ ସଂସ୍କୃତି ମଧ୍ୟରେ ଗଞ୍ଜାକୁକୁଡ଼ା ଲଢ଼େଇ ଅନ୍ୟତମ । ସାଧାରଣତଃ ଉତ୍ତର ଓଡ଼ିଶାର ବଣଜଙ୍ଗଲ ଘେରା ଆଦିବାସୀ ଇଲାକାରେ ଶୀତଦିନେ ଆରମ୍ଭ ହୋଇଯାଏ କୁକୁଡ଼ା ଲଢ଼େଇ । ଏହି ସବୁ ଅଞ୍ଚଳରେ ପ୍ରାୟତଃ ସବୁ ସାପ୍ତାହିକ ହାଟରେ ଗଞ୍ଜା ଲଢେଇ ପାଇଁ ପାଳା (କ୍ଷେତ୍ର) ପ୍ରସ୍ତୁତ ହୋଇଥାଏ । ଏହା ବ୍ୟତୀତ ବାର୍ଷିକ ଖେଳକୁଦ ସମାରୋହ, ପର୍ବପର୍ବାଣିରେ ଅନୁଷ୍ଠିତ ମେଳାରେ କୁକୁଡ଼ା ଲଢ଼େଇ ପ୍ରତିଯୋଗିତା ଆୟୋଯିତ ହୋଇଥାଏ । ବିଭିନ୍ନ ଅଞ୍ଚଳରୁ ଆସିଥିବା ହଜାର ହଜାର କୁକୁଡ଼ା ସହ ମାଲିକମାନେ ଏହି ପ୍ରତିଯୋଗିତାରେ ସାମିଲ ହୋଇଥାନ୍ତି । ଅନେକ ଦର୍ଶକ ଗଞ୍ଜା ଲଢ଼େଇରେ ବାଜି ଲଗେଇବାକୁ ଭିଡ଼ କରିଥାନ୍ତି । ଏଥିପାଇଁ ପାଳା ପାଖରେ ହାଣ୍ଡିଆ ହାଟ ବସେ, ହାଣ୍ଡିଆ ପିଇ ନିଶାଗ୍ରସ୍ତ ଲୋକ କୁକୁଡ଼ା ଓ ବାଜି ଖେଳରେ ସର୍ବସ୍ୱ ହରାଇଥାନ୍ତି । ଲଢ଼େଇରେ ଭାଗ ନେଉଥିବା ଗଞ୍ଜାଗୁଡ଼ିକ ପ୍ରାୟ ହନ୍ସିଲ ଓ ହାଜରା ଜାତିର ହୋଇଥାଏ । ଲଢୁଆ କୁକୁଡା ଗୁଡିକର ଦାମ ସାଧାରଣ କୁକୁଡା ଅପେକ୍ଷା ୩ରୁ ୪ ଗୁଣ ଅଧିକ ହୋଇଥାଏ ।

ଗଞ୍ଜା ଲଢ଼େଇ
ଗଞ୍ଜା ଲଢ଼େଇ


ଗଞ୍ଜା ଲଢ଼େଇ
ଗଞ୍ଜା ଗୋଡରେ ବନ୍ଧାଯାଇଥିବା ଛୁରି

ଗୋଟିଏ ବଡ଼ ପଡ଼ିଆର ମଧ୍ୟସ୍ଥଳରେ ବାଉଁଶ ଓ କଣ୍ଟାଝଟା ସାହାଯ୍ୟରେ ଏକ ବର୍ଗାକୃତି ବାଡ଼ ଦିଆଯାଇ ପ୍ରବେଶ ଓ ପ୍ରସ୍ଥାନ ପାଇଁ ରାସ୍ତାଥିବାବେଳେ ଭିତରେ କୁକୁଡ଼ା ଲଢ଼େଇ ପାଇଁ ଆବଶ୍ୟକ ସ୍ଥାନଥାଏ ଏହାକୁ ପାଳା କୁହାଯାଏ । ନିଜର ତାଲିମପ୍ରାପ୍ତ ଗଞ୍ଜାର ପ୍ରତିଦ୍ୱନ୍ଦୀ ଭାବେ ଲଢୁଆ ଗଞ୍ଜା ଚୟନ କରିବାପରେ କାତିକାର (ଗଞ୍ଜା ଲଢ଼େଇ କରୁଥିବା ଅଭିଜ୍ଞ ବ୍ୟକ୍ତି) ଗଞ୍ଜା ଗୋଡ଼ରେ ତିକ୍ଷ୍‌ଣ ଛୁରି (କାତି) ବାନ୍ଧି ଗଞ୍ଜାକୁ ଧରି ପାଳା ମଧ୍ୟକୁ ପ୍ରବେଶ କରିଥାନ୍ତି । ପ୍ରତିପକ୍ଷ କାତିକାର ପହଞ୍ଚିବା ପରେ ଉଭୟ ଗଞ୍ଜାକୁ କିଛି ସମୟ ଉତ୍ତେଜିତ କଲାପରେ ଆକ୍ରମଣ ପାଇଁ ଏକା ସଙ୍ଗେ ପାଳାରେ ଛଡା ଯାଇଥାଏ । ଏହି ସମୟରେ ବାହାରେ ଉପସ୍ଥିତ ଦର୍ଶକ ନିଜ ପସନ୍ଦର କୁକୁଡ଼ାକୁ ନେଇ ପଚାଶରୁ ପାଞ୍ଚହଜାର ପର୍ଯନ୍ତ ବାଜି ଲଗାଇଥାନ୍ତି । ନିଜ ସପକ୍ଷର କୁକୁଡ଼ାର ରଙ୍ଗ ଅନୁସାରେ ଧ୍ୱନି ଦେଇଥାନ୍ତି ଓ ଉତ୍କଣ୍ଠାର ସହ ଫଳାଫଳକୁ ଅପେକ୍ଷା କରିଥାନ୍ତି । ଅସ୍ତ୍ରବନ୍ଧାଥିବା କୁକୁଡ଼ାଦ୍ୱୟ ଆକ୍ରମଣ ଓ ପ୍ରତିଆକ୍ରମଣରେ କ୍ଷତାକ୍ତ ହୋଇଥାନ୍ତି ଏପରିକି କିଛି କୁକୁଡ଼ା ପାଳାରେ ମରିଯାଆନ୍ତି, ତ ଆଉକିଛି ଦୌଡ଼ି ପଳାନ୍ତି । ପରାଜିତ ଗଞ୍ଜାକୁ ପାଢୁ ଏବଂ ବିଜୟୀ ଗଞ୍ଜାକୁ ଜିତ୍‌କାର ବୋଲି କୁହାଯାଏ । ବିଜେତା ଗଞ୍ଜାର ମାଲିକ ପରାଜିତ ଗଞ୍ଜାକୁ ଅକ୍ତିଆର କରିଥାନ୍ତି ।

ଆଧାର

ଅଧିକ ତଥ୍ୟ

Tags:

ଓଡ଼ିଶାମୟୂରଭଞ୍ଜ ଜିଲ୍ଲାହାଣ୍ଡିଆ

🔥 Trending searches on Wiki ଓଡ଼ିଆ:

ବ୍ୟାଙ୍କଲାଟିନ ଭାଷା୧୯୮୪ବୈଶାଖବ୍ରୁସେଲୋସିସରକ୍ତଫେବୃଆରୀ ୨୮ଯକୃତରାମକୃଷ୍ଣ ପରମହଂସଗୋପାଳକୃଷ୍ଣ ପଟ୍ଟନାୟକହମିଦା ବାନୁ ବେଗମମନୋଜ ଦାସଙ୍କ କଥା ଓ କାହାଣୀଦୀନକୃଷ୍ଣ ଦାସସତ୍ୟେନ୍ଦ୍ର ନାଥ ବୋଷଶ୍ୱେତସାରମଙ୍ଗଳା ମନ୍ଦିରଗଡ଼ଜାତ କୃଷକବିନ୍ଦୁଫତୁରାନନ୍ଦଟୋକିଓକବିସୂର୍ଯ୍ୟ ବଳଦେବ ରଥଲକ୍ଷ୍ମୀକାନ୍ତ ମହାପାତ୍ରଜୟ ଜଗନ୍ନାଥଚିକୁନ‌ଗୁନିଆଛତୁ ତରକାରୀଶ୍ରବଣ ( ରାମାୟଣ ର ଚରିତ୍ର )ବିରାଟ କୋହଲୀଆଇଡେଲାଲିସିବଦାମୋଦର ରାଉତରାବଣକୁଞ୍ଜବିହାରୀ ଦାଶଓଡ଼ିଆ ଖାଦ୍ୟଶ୍ରୀତମ ଦାସଶାରଳା ପୁରସ୍କାରଜୟୀ ରାଜଗୁରୁଯାଜପୁର ଜିଲ୍ଲାରାଣୀ ଲକ୍ଷ୍ମୀବାଈଜୟୀରାମ ସାମଲବାମାଚରଣ ମିତ୍ରଇଂଲଣ୍ଡଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟଭାରତର ସଂସଦମନୋଜ ଦାସ୧୬୬୫ରାମ ନବମୀwiki.phtmlଶ୍ରବଣା (ନକ୍ଷତ୍ର)ଭାରତ ସରକାରଖାସି ମାଂସ ତରକାରୀପୁଷ୍ଟିସାରରାସାୟନିକ ମୌଳିକବାଙ୍କୀବୈକୁଣ୍ଠନାଥ ପଟ୍ଟନାୟକହନୁମାନବିରଳା ମନ୍ଦିର, କୋଲକାତାରେବତୀ (କ୍ଷୁଦ୍ରଗଳ୍ପ)ଖଡ଼ଗପୁରପାଇକ ଆଖଡ଼ାପାଇକ ବିଦ୍ରୋହମୋନିକା ସେଲ୍ସସିନ୍ଧୁ ନଦୀନିର୍ମଳା (ଉପନ୍ୟାସ)ବିଜ୍ଞାନନନ୍ଦନକାନନ ଜୀବ ଉଦ୍ୟାନଓଡ଼ିଶାର ଭୂଗୋଳଅନନ୍ତ ବାସୁଦେବ ମନ୍ଦିର🡆 More