ଯାହାକୁ ରଖିବେ ଅନନ୍ତ, ୧୯୮୮ ମସିହାରେ ମୁ୍କ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବସନ୍ତ ନାୟକ । ବିଜୟ ମିଶ୍ର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଅସୀମ କୁମାର ଏହି କଥାଚିତ୍ରଟିର ନିର୍ଦ୍ଦେଶଣା ଦେଇଥିଲେ । ଏହି କଥାଚିତ୍ରରେ ସାପଙ୍କ ମହିମା ବିଷୟରେ କିଛି ଦୃଶ୍ୟ ରହିଛି ।
ଯାହାକୁ ରଖିବେ ଅନନ୍ତ | |
---|---|
ନିର୍ଦ୍ଦେଶକ | ଅସିମ କୁମାର |
ପ୍ରଯୋଜକ | ବସନ୍ତ ନାୟକ |
ସଂଳାପ | ବିଜୟ ମିଶ୍ର |
କଳାକାର | ଉତ୍ତମ ମହାନ୍ତି ବିଜୟ ମହାନ୍ତି ଅପରାଜିତା ମହାନ୍ତି ସୁଜାତା ଆନନ୍ଦ |
ସଙ୍ଗୀତ | ସ୍ୱରୂପ ନାୟକ |
ଚିତ୍ରଗ୍ରହଣ | ସୁରେନ୍ଦ୍ର ସାହୁ |
ସମ୍ପାଦକ | ରବି ଶଙ୍କର ପଟ୍ଟନାୟକ |
ମୁକ୍ତିଲାଭ ତାରିଖ | ୧୪ ଅକ୍ଟୋବର ୧୯୮୮ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | ୪ଲକ୍ଷ ୮୫ହଜାର |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଉତ୍ତମ ମହାନ୍ତି ଓ ଅପରାଜିତା ମହାନ୍ତି । ବିଜୟ ମହାନ୍ତି, ଶ୍ରୀରାମ ପଣ୍ଡା, ସୁଜାତା ଆନନ୍ଦ, ପୃଥ୍ୱୀରାଜ ନାୟକ, ଦେବୁ ବ୍ରହ୍ମା, ହର ପଟ୍ଟନାୟକ, ନିହାରିକା ସାହୁ, କାନ୍ତ ସିଂହ, ଜୟୀରାମ ସାମଲ, ଦୁଃଖୀରାମ ସ୍ୱାଇଁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ସ୍ୱରୂପ ନାୟକ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଓ ଗୀତ ରଚନା କରିଥିଲେ । ଅନୁରାଧା, ଶ୍ରୀକାନ୍ତ, ତୃପ୍ତି ଦାସ ଓ ଦେବାଶିସ ମହାପାତ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
This article uses material from the Wikipedia ଓଡ଼ିଆ article ଯାହାକୁ ରଖିବେ ଅନନ୍ତ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.