ବସନ୍ତ ନାୟକ

ବସନ୍ତ ନାୟକ ଜଣେ ଜଣାଶୁଣା ଓଡ଼ିଆ ସିନେ ନିର୍ଦ୍ଦେଶକ, ବିତରକ ଓ ପ୍ରଯୋଜକ ଥିଲେ ।

ବସନ୍ତ ନାୟକ
ଜନ୍ମ(1937-01-16)ଜାନୁଆରୀ ୧୬, ୧୯୩୭
ହରିପୁର (କଟକ), କଟକ, ଓଡ଼ିଶା
ମୃତ୍ୟୁ୨୭ ଜୁନ ୨୦୧୧(2011-06-27) (ବୟସ ୭୪)
ଜାତୀୟତାଭାରତୀୟ
ଅନ୍ୟ ନାମମୁଭି ମୋଗଲ
ବୃତ୍ତିସିନେମା ନିର୍ଦ୍ଦେଶକ
ପ୍ରସିଦ୍ଧିଓଡ଼ିଆ ସିନେମା ନିର୍ଦ୍ଦେଶନା
ପିତାମାତା(s)ଗଜେନ୍ଦ୍ର ନାୟକ (ବାପା)
ରାଜକୁମାରୀ ଦେବୀ (ମାଆ)

ଜୀବନକାଳ

ବସନ୍ତ ନାୟକ ଓଡ଼ିଶାର କଟକ ଜିଲାର ହରିପୁର (କଟକ)ଠାରେ ୧୬ ଜାନୁଆରୀ ୧୯୩୭ ମସିହାରେରେ ଜନ୍ମ ନେଇଥିଲେ । ସେ ଜଣେ କପଡ଼ା ଇଞ୍ଜିନିଅର ଭାବରେ ମୁମ୍ବାଇରେ କାମ ଆରମ୍ଭ କରିଥିଲେ । ତେବେ ଓଡ଼ିଆ ସିନେମା ଜଗତକୁ ଏକ ନୂଆ ରୂପ ଦେବା ପାଇଁ ସେ ୧୯୫୯ରେ ଓଡ଼ିଶାକୁ ଫେରିଥିଲେ । ମୁମ୍ବାଇରୁ କଟକ ଫେରିବା ପରେ ନିର୍ଦ୍ଦେଶକ ବିଜୟ ନାୟକ ତାଙ୍କୁ ସିନେମା ଆଡ଼କୁ ବାଟ ଦେଖାଇଥିଲେ । ପ୍ରଥମ କରି ସେ ଚର୍ଚ୍ଚିତ ଓଡ଼ିଆ ସିନେମା ଯାଯାବରର ବିତରଣ ଭାର ନେଇଥିଲେ ।

ସେ ପାଖାପାଖି ୨୦ଟି ସିନେମା ତିଆରି କରିଛନ୍ତି । ତାଙ୍କ ନିର୍ଦ୍ଦେଶିତ ପ୍ରଥମ ସିନେମା ଥିଲା ୧୯୭୭ରେ ତିଆରି ନାଗଫାଶ । ଏହା ପରେ ବ୍ରଜରାଜ ମୁଭିଜ ନାମରେ ସେ ନିଜର ଏକ ପ୍ରଯୋଜନା ସଂସ୍ଥା ଆରମ୍ଭ କରିଥିଲେ ।

ସେ ଜଣେ ସଫଳ ସିନେ ନିର୍ଦ୍ଦେଶକ ଭାବରେ ଅନେକ ସିନେମା ନିର୍ମାଣ କରିଯାଇଛନ୍ତି । ଜଣେ ପ୍ରଯୋଜକ ଓ ନିର୍ଦ୍ଦେଶକ ହେବା ବାଦେ ସେ ଜଣେ ଜଣାଶୁଣା ଫିଲ୍ମ ବିତରକ ମଧ୍ୟ ଥିଲେ । ସେ ବ୍ରଜରାଜ ମୁଭିଜ ବ୍ୟାନରରେ ପାଖାପାଖି ୫୦୦ଟି ଓଡ଼ିଆ , ହିନ୍ଦୀ ଓ ବଙ୍ଗଳା ଭାଷାର ସିନେମାର ବିତରଣ କରିଥିଲେ ।

ସେ ବିଜୟ ମହାନ୍ତି, ମାଳବିକା ରାୟ, ଅନୁଭବ ମହାନ୍ତି, ବାବୁସାନଙ୍କ ଭଳି ଜଣାଶୁଣା ଅଭିନେତା, ଅଭିନେତ୍ରୀଙ୍କୁ ଚଲଚ୍ଚିତ୍ର ଜଗତକୁ ଆଣିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ରାଖି ଗୁଲଜାର, ମିଥୁନ ଚକ୍ରବର୍ତ୍ତୀ, ସୁଜିତ କୁମାର, ଅରୁଣା ଇରାନୀ, ଗୁଫି ପେଣ୍ଟାଲ, ପ୍ରସେନଜିତ, ଦେବର୍ଶୀ ରାୟ ଶତାବ୍ଦୀ ରାୟ ଆଦି ଅନେକ ଜଣାଶୁଣା ବଲିଉଡ଼ ଓ ବଙ୍ଗଳା ସିନେ ଅଭିନେତା, ଅଭିନେତ୍ରୀଙ୍କୁ ସେ ଓଡ଼ିଆ ସିନେମା ଭିତରକୁ ଆଣି ପାରିଥିଲେ ଯାହା ଜଣେ ଓଡ଼ିଆ ନିର୍ଦ୍ଦେଶକ ପକ୍ଷରେ ନୂଆ ଥିଲା ।

ପୁରୀରେ ଥିବା ସ୍ୱର୍ଗଦ୍ୱାରଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।

ସିନେମା

ନିର୍ଦ୍ଦେଶିତ ସିନେମା

ନିର୍ଦ୍ଦେଶିତ ହିନ୍ଦୀ ସିନେମା

  • ସ୍ପନ୍ଦନ (ହିନ୍ଦୀ ସିନେମା) (୧୯୮୪)

ପ୍ରଯୋଜିତ ସିନେମା

କାହାଣୀ ଲେଖନା

ବିତରଣ

ପୁରସ୍କାର

ଆଧାର

ଅଧିକ ତଥ୍ୟ


Tags:

ବସନ୍ତ ନାୟକ ଜୀବନକାଳବସନ୍ତ ନାୟକ ସିନେମାବସନ୍ତ ନାୟକ ପୁରସ୍କାରବସନ୍ତ ନାୟକ ଆଧାରବସନ୍ତ ନାୟକ ଅଧିକ ତଥ୍ୟବସନ୍ତ ନାୟକଓଡ଼ିଆ ଭାଷା

🔥 Trending searches on Wiki ଓଡ଼ିଆ:

୧୯୬୧ମନୋଜ ଦାସଙ୍କ କଥା ଓ କାହାଣୀରଥମୁକୁନ୍ଦ ଦେବଗୋଦାବରୀଶ ମହାପାତ୍ରକଟକପିଙ୍କି ପ୍ରଧାନପ୍ରାଣୀମହମ୍ମଦ ମୋକିମ୍ପଥ ଓ ପୃଥିବୀସମର ସଲିମ ସାଇମନଜଗନ୍ନାଥଙ୍କ ଧୂପମାଲକାନଗିରି ଜିଲ୍ଲା୨୯ ମାର୍ଚ୍ଚଅଚ୍ୟୁତ ନାୟକଓଡ଼ିଆ ନାଟକଶୈଳବାଳା ଦାସଗୋପାଳ ଛୋଟରାୟଚୈତନ୍ୟଗ୍ରହଦାସକାଠିଆଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଲିମାଆମ୍ବଫେବୃଆରୀ ୨୯ଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପଓଡ଼ିଆ ଭ୍ରମଣ ସାହିତ୍ୟପୂର୍ଣ୍ଣଚ୍ଛେଦମୟୂରଭଞ୍ଜ ଜିଲ୍ଲାକୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବିଜୁ ପଟ୍ଟନାୟକଭ୍ୟାକୁମ୍ କ୍ଲିନର୍ଅନ୍ନଦା ଶଙ୍କର ରାୟସରସ୍ୱତୀ ସମ୍ମାନଜିମି ୱେଲ୍ସମନୋଜ କୁମାର ମିଶ୍ରମଟର ସାଇକେଲପୂରଣବାଚକ ସଂଖ୍ୟା୨୬ ଅପ୍ରେଲପ୍ରେମଦ୍ୱିତୀୟ ଭାସ୍କରମଦର ଟେରେସାଗୀତଗୋବିନ୍ଦହନୁମାନତୃପ୍ତି ଦାସଓଡ଼ିଆ ରାନ୍ଧଣାଅପରେଟିଙ୍ଗ ସିଷ୍ଟମମଙ୍ଗଳା ମନ୍ଦିରଜାଭା (ପ୍ରୋଗ୍ରାମିଂ ଭାଷା)ଗର୍ଭାବସ୍ଥାଧରିତ୍ରୀପୁନମ ମିଶ୍ରତପନ କୁମାର ପ୍ରଧାନଫତୁରାନନ୍ଦଓଡ଼ିଆ ଖବରକାଗଜ ତାଲିକାରେବତୀ (କ୍ଷୁଦ୍ରଗଳ୍ପ)ବଳଘରଭୂଗୋଳବାଇଶି ପାହାଚଭୀମ ଭୋଇ୨୦୧୨ରେଶମ ପଥଭଦ୍ରକ (ଲୋକ ସଭା ନିର୍ବାଚନ ମଣ୍ଡଳୀ)୧୭୪୬ବାରବାଟି ଦୁର୍ଗବ୍ୟାଙ୍କକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଅଣସରବିଶ୍ୱତାପନଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ🡆 More