ଅକ୍ଷୟ ବସ୍ତିଆ

ଅକ୍ଷୟ ବସ୍ତିଆ ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତା । ସେ ୧୯୯୮ ମସିହାରେ ଓଡ଼ିଆ କଥାଚିତ୍ର ବୋଉ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଅକ୍ଷୟ ଓଡ଼ିଆ କଥାଚିତ୍ର ସ‌ହ ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି । ସେ ଡିଡି ଓଡ଼ିଆରେ ପ୍ରସାରିତ ଧାରାବାହିକ ମହାଯଜ୍ଞ ଜରିଆରେ ଓଡ଼ିଆ ଦୂରଦର୍ଶନରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ଅନେକ ଧାରାବାହିକରେ ନାୟକ, ଖଳନାୟକ, ପାର୍ଶ୍ୱ-ଅଭିନେତା ଭାବରେ ଅଭିନୟ କରିଛନ୍ତି ।

ଅକ୍ଷୟ ବସ୍ତିଆ
ଜନ୍ମ
ଅକ୍ଷୟ ବସ୍ତିଆ

ବୃତ୍ତି(ଓଡ଼ିଆ) ଅଭିନେତା
ସକ୍ରିୟ ବର୍ଷ୧୯୯୮ରୁ-ଏବେଯାଏଁ

ପ୍ରାରମ୍ଭିକ ଜୀବନ

ଅଭିନୟ ଜୀବନ

ଅକ୍ଷୟ ଓଡ଼ିଆ କଥାଚିତ୍ର ବୋଉ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭକରିଥିଲେ । ଏହାପରେ ସେ ଓଡ଼ିଆ ଦୂରଦର୍ଶନ ଡିଡି ଓଡ଼ିଆରେ ପ୍ରସାରିତ ଧାରାବାହିକ ମହାଯଜ୍ଞର ନାୟକ ଗୌତମ ଭୂମିକାରେ ଅଭିନୟ କରିଥିଲେ । ଏହି ଧାରାବାହିକଟି ସେହି ସମୟରେ ଓଡ଼ିଶାର ଘରେ ଘରେ ପରିଚିତ କରାଇଥିଲା ଅକ୍ଷୟଙ୍କୁ ।

ଏହାପରେ ସେ ଓଡ଼ିଆ କଥାଚିତ୍ରରେ ଅଭିନୟ କରିବା ସ‌ହ ଧାରାବାହିକରେ ମଧ୍ୟ ଅଭିନୟ ଜାରି ରଖିଛନ୍ତି । ସେ ଧର୍ମର ହେବ ଜୟ, ଶାଶୁଘର ଚାଲିଯିବି, ଆଇ ଲଭ୍ ମାଇଁ ଇଣ୍ଡିଆ, ମୋ ସୁନା ପୁଅ, ଧଉଳି ଏକ୍ସପ୍ରେସ, ଅଗ୍ନିଶିଖା, ସତ୍ୟମେବ ଜୟତେ, ଆସିବୁ କେବେ ସାଜି ମୋ ରାଣୀ, ତୁ ମୋ ଗାର୍ଲ୍ ଫ୍ରେଣ୍ଡ୍, ତୋର ମୋର କଥା ହେବା ଚୁପ୍ ଚାପ୍, ପ୍ରେମ ସବୁଠୁ ବଳବାନ, ମୁଁ ରାଜା ତୁ ରାଣୀ, ଜୟ ହିନ୍ଦ୍, ଲଭ୍ ୟୁ ହମେଶା, ମାୟା, ମୋ ଦିଲ୍ କହେ ଇଲୁ ଇଲୁ ଆଦି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଛନ୍ତି ।

ମହାଯଜ୍ଞ ଧାରାବାହିକ ପରେ ଅକ୍ଷୟ ତାସ୍‌ର ଘର, ରାଜନୀତି, ବଧୂ, ମୋ ଜେଜେମା ଆଦି ଧାରାବାହିକରେ ଅଭିନୟ କରିଥିଲେ ।

ଅଭିନୀତ ଚଳଚ୍ଚିତ୍ର

ବର୍ଷ ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୧୯୯୮ ବୋଉ ଅମର ରାଉତରାୟ ପ୍ରଥମ ଓଡ଼ିଆ କଥାଚିତ୍ର
୨୦୦୫ ଧର୍ମର ହେବ ଜୟ ଗୁରୁ ପଟ୍ଟନାୟକ
୨୦୦୬ ଶାଶୁଘର ଚାଲିଯିବି ଡଃ ଅଶୋକ
ଆଇ ଲଭ୍ ମାଇଁ ଇଣ୍ଡିଆ ବିକ୍ରମ ଚୌଧୁରୀ
୨୦୦୭ ମୋ ସୁନା ପୁଅ ଅଜୟ ମହାପାତ୍ର
ଧଉଳି ଏକ୍ସପ୍ରେସ ଆଦର୍ଶ
ଅଗ୍ନିଶିଖା ପ୍ରତୀକ
୨୦୦୮ ସତ୍ୟମେବ ଜୟତେ ପତ୍ରକାର
୨୦୧୦ ଆସିବୁ କେବେ ସାଜି ମୋ ରାଣୀ
୨୦୧୧ ତୁ ମୋ ଗାର୍ଲ୍ ଫ୍ରେଣ୍ଡ୍ ଶେଖର
ତୋର ମୋର କଥା ହେବା ଚୁପ୍ ଚାପ୍
୨୦୧୩ ପ୍ରେମ ସବୁଠୁ ବଳବାନ ରଣଜିତ ସିଂହାନିଆ
ମୁଁ ରାଜା ତୁ ରାଣୀ କୀର୍ତ୍ତନ
୨୦୧୪ ଜୟ ହିନ୍ଦ୍
୨୦୧୫ ଲଭ୍ ୟୁ ହମେଶା ପୋଲିସ୍ ଇନିସ୍‌ପେକ୍ଟର
ମାୟା
ମୋ ଦିଲ୍ କହେ ଇଲୁ ଇଲୁ

ଅଭିନୀତ ଧାରାବାହିକ

ଧାରାବାହିକ ଚେନାଲ ଭୂମିକା
ମହାଯଜ୍ଞ ଡିଡି ଓଡ଼ିଆ ଗୌତମ
ତାସ୍‌ର ଘର ଇ ଟିଭି ଓଡ଼ିଆ
ରାଜନୀତି ତରଙ୍ଗ ଟିଭି
ମୋ ଜେଜେମା ଜୀ କଳିଙ୍ଗ/ସାର୍ଥକ ଟିଭି
ବଧୂ ସାର୍ଥକ ଟିଭି ଶୁଭଙ୍କର

ଆଧାର

ବାହାର ଆଧାର

ଇଣ୍ଟରନେଟ ମୁଭି ଡାଟାବେସରେ ଅକ୍ଷୟ ବସ୍ତିଆ

Tags:

ଅକ୍ଷୟ ବସ୍ତିଆ ପ୍ରାରମ୍ଭିକ ଜୀବନଅକ୍ଷୟ ବସ୍ତିଆ ଅଭିନୟ ଜୀବନଅକ୍ଷୟ ବସ୍ତିଆ ଅଭିନୀତ ଚଳଚ୍ଚିତ୍ରଅକ୍ଷୟ ବସ୍ତିଆ ଅଭିନୀତ ଧାରାବାହିକଅକ୍ଷୟ ବସ୍ତିଆ ଆଧାରଅକ୍ଷୟ ବସ୍ତିଆ ବାହାର ଆଧାରଅକ୍ଷୟ ବସ୍ତିଆଡିଡି ଓଡ଼ିଆବୋଉ (୧୯୯୮ର କଥାଚିତ୍ର)

🔥 Trending searches on Wiki ଓଡ଼ିଆ:

ଜୟୀରାମ ସାମଲସମ୍ବଲପୁରଉଦୟନାଥ ଷଡ଼ଙ୍ଗୀଗୋଦର ରୋଗଚାରି ଧାମଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରନେତୃତ୍ୱବ୍ରାଉଜରଏ. ପି. ଜେ. ଅବଦୁଲ କଲାମଉତ୍କଳ ସଙ୍ଗୀତ ମହାବିଦ୍ୟାଳୟଭାରତର ସଂସଦଭୁବନେଶ୍ୱରଯକୃତବିଜ୍ଞାନଭାରତୀୟ ସଂଖ୍ୟା ପ୍ରଣାଳିନମିତା ଅଗ୍ରୱାଲମଧୁସୂଦନ ରାଓନବଯୌବନ ବେଶରାଧାନାଥ ରାୟଶ୍ରୀ ଅରବିନ୍ଦଗୋଦାବରୀଶ ମହାପାତ୍ରଉତ୍ତମ ମହାନ୍ତିଅଧର ପଟ୍ଟନାୟକଜ୍ଞାନକୋଷବସନ୍ତ କୁମାର ଶତପଥୀଓଡ଼ିଶା ପ୍ରିମିଅର ଲିଗପୁଷ୍ଟିସାରସାରଳା ମନ୍ଦିରଦୁର୍ଗା ପୂଜାଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଆଖିଓଡ଼ିଆ ଭାଷାଚଇତି ଘୋଡ଼ା ନାଚଗୋପାଳକୃଷ୍ଣ ପଟ୍ଟନାୟକଶଙ୍କରାଚାର୍ଯ୍ୟବାଙ୍କୀଅନନ୍ତ ବାସୁଦେବ ମନ୍ଦିରମନୋଜ କୁମାର ମିଶ୍ରମଧୁସୂଦନ ଦାସଭାରତୀୟ ମହାକାଶ ଗବେଷଣା ସଂସ୍ଥାଓଡ଼ିଆ କବି ମାନଙ୍କର ତାଲିକାଏମିସ ଲୋକସତ୍ୟନାରାୟଣ ରାଜଗୁରୁଚାଟ୍ ଜିପିଟିମାଣବସା ଗୁରୁବାରଓଡ଼ିଶାଭୃସଙ୍ଗ ଗଛସଂକ୍ରାନ୍ତିଦ୍ୱିତୀୟ ଭାସ୍କରକୋଚିଲାରାସନ କାର୍ଡ଼ (ଭାରତ)କଳସା ଚଉତିଶାଯୁକ୍ତରାଜ୍ୟ୨୯ ମାର୍ଚ୍ଚତୁଳସୀ ଗଛପାପୁଆ ନିଉ ଗିନିରବର୍ଟ ହିଲ୍ଭାରତୀୟ ଜନତା ପାର୍ଟି୨୫ ଅପ୍ରେଲଜଗନ୍ନାଥଙ୍କ ବେଶଦ୍ୱିତୀୟ ବିଶ୍ୱଯୁଦ୍ଧସାରଥୀ ବାବାଶ୍ରୀଲଙ୍କାର ଭୂଗୋଳଦୀପକ ମିଶ୍ରଭାରତୀୟ ସମ୍ବିଧାନପୁଥୁପ୍ପାଲ୍ଲୀ, କୋଟ୍ଟାୟାମବ୍ୟଞ୍ଜନ ବର୍ଣ୍ଣଦାଶରଥି ଦାସ🡆 More