ଭାରତ ସାଧାରଣତନ୍ତ୍ର ଦିବସ: ଭାରତୀୟ ଉତ୍ସବ

୧୯୫୦ ଜାନୁଆରୀ ୨୬ ତାରିଖରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହେବା ସହ ଏକ ଲିଖିତ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଏହି ଦିନଟିକୁ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରାଯାଏ ।

ସାଧାରଣତନ୍ତ୍ର ଦିବସ
ଭାରତ ସାଧାରଣତନ୍ତ୍ର ଦିବସ: ଇତିହାସ, ଗ୍ୟାଲେରି, ନିମନ୍ତ୍ରୀତ ଅତିଥି
ପ୍ୟାରେଡ଼ କରୁଥିବା ମାଡ୍ରାସ ରେଜିମେଣ୍ଟର ସୈନିକ, ୨୦୦୪
ପାଳନକାରୀଭାରତ
ପ୍ରକାରଜାତୀୟ
ପାଳନପ୍ୟାରେଡ଼, ପତାକା ଉତ୍ତୋଳନ
ତାରିଖ୨୬ ଜାନୁଆରୀ
ଭାରତ ସାଧାରଣତନ୍ତ୍ର ଦିବସ: ଇତିହାସ, ଗ୍ୟାଲେରି, ନିମନ୍ତ୍ରୀତ ଅତିଥି

ସାଧାରଣତନ୍ତ୍ର ଦିବସରେ ରାଷ୍ଟ୍ରପତି ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ଦୁର୍ଗଠାରେ ଜାତୀୟ ପତାକା ଉତ୍ତୋଳନ କରି ଭାରତୀୟ ସାମରିକ ବାହିନୀ,ଅର୍ଦ୍ଧ ସାମରିକ ବାହିନୀ,ପୁଲିସ ବାହିନୀ ଓ ଦେଶର ବିଭିନ୍ନ ଅଂଚଳରୁ ଆସିଥିବା କ୍ୟାଡେଟମାନଙ୍କଠାରୁ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରନ୍ତି ।

ଭାରତୀୟ ସେନା (ନୋସେନା, ସ୍ଥଳସେନା, ବାୟୁସେନା) ଓ ଅଶ୍ୱାରୋହୀ, ପଦାତିକ ଆଦି ବାହିନୀ ସେମାନଙ୍କର ଶୋଭାଯାତ୍ରାରେ ବାହାରିଥାଆନ୍ତି । ଏଥି ସହିତ ଭାରତର ବିଭିନ୍ନ ସାଂସ୍କୃତିକ ଝଲକ ବିଭିନ୍ନ ରାଜ୍ୟରୁ ଆସିଥିବା ଦଳମାନେ ପ୍ରସ୍ତୁତ କରିଥାନ୍ତି ।

ଏହି ପର୍ବ ପ୍ରତ୍ୟେକ ରାଜ୍ୟରେ ମଧ୍ୟ ଆୟୋଜିତ ହୋଇଥାଏ ଓ ସେଠାକାର ରାଜ୍ୟପାଳ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରିଥାନ୍ତି ।

ଇତିହାସ

ଭାରତ ସାଧାରଣତନ୍ତ୍ର ଦିବସ: ଇତିହାସ, ଗ୍ୟାଲେରି, ନିମନ୍ତ୍ରୀତ ଅତିଥି 
ସଭାପତି ରାଜେନ୍ଦ୍ର ପ୍ରସାଦ (ଘୋଡ଼ାଗାଡ଼ିରେ) ନୂଆଦିଲ୍ଲୀ ରାଜପଥରେ ପ୍ରଥମ ସାଧାରଣତନ୍ତ୍ର ଦିବସରେ (୧୯୫୦) ଭାଗ ନେବାକୁ ଯାଉଛନ୍ତି ।

ଇଂରେଜ ଶାସନରୁ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଅସ‌ହ‌ଯୋଗ ଓ ଅହିଂସାପୂର୍ଣ୍ଣ ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ଫଳରେ ଭାରତ ୧୫ ଅଗଷ୍ଟ ୧୯୪୭ରେ ସ୍ୱାଧୀନ ହେଲା । ଇଂଲଣ୍ଡର ପାର୍ଲିଆମେଣ୍ଟରେ ଭାରତୀୟ ସ୍ୱାଧୀନତା ଆକ୍ଟ ୧୯୪୭ (୧୦ ଓ ୧୧ ଜିଇଓ ୬ ସି ୩୦) ବଳରେ ବ୍ରିଟିସ ଭାରତ ଦ୍ୱିଖଣ୍ଡିତ ହୋଇ ଦୁଇଟି ନୂଆ ଦେଶ ଭାରତପାକିସ୍ଥାନରେ ବିଭକ୍ତ ହୋଇ କମନ‌ୱେଲ୍ଥ ନେସନରେ ସଂଯୁକ୍ତ ହେଲା । ୧୫ ଅଗସ୍ଟ ୧୯୪୭ ଦିନଠାରୁ ଜର୍ଜ ୬ ଭାରତର ମୂଖ୍ୟ ହେଲେ, ମାଉଣ୍ଟ ବ୍ୟଟେନ ପ୍ରଥମ ଗଭର୍ଣ୍ଣର ଜେନେରାଲ ହେଲେ ଯାହାକୁ କନସ୍ଟିଚ୍ୟୁସନାଲ ମୋନାର୍କି କୁହା‌ଯାଉଥିଲା । ସେତେବେଳେ ପରିବର୍ତ୍ତିତ କଲୋନିଆଲ ଗଭର୍ନମେଣ୍ଟ ଇଣ୍ଡିଆ ଆକ୍ଟ, ୧୯୩୫ଦ୍ୱାରା ଭାରତର ଶାସନ ପରିଚାଳିତ ହେଉଥିଲା । ତାପରେ ଭାରତର ସଂବିଧାନ ତିଆରି କରିବା ନିମନ୍ତେ ୨୮ ଅଗଷ୍ଟ ୧୯୪୭ରେ ଗୋଟିଏ ଚିଠା କମିଟି ତିଆରି କରାଗଲା ଯାହାର ଚେୟାରମ୍ୟାନ ବା ମୂଖ୍ୟ ବି ଆର ଆମ୍ବେଦକର ଥିଲେ । ଏହି କମିଟି ୪ ନଭେମ୍ବର ୧୯୪୭ ଦିନ ସମ୍ବିଧାନ ଚିଠା ଆସେମ୍ବ୍ଲିକୁ ହସ୍ତାନ୍ତର କଲେ । ଦୀର୍ଘ ୧୬୬ ଦିନ ଧରି ଏହା ନାଗରିକଙ୍କ ନିମନ୍ତେ ଖୋଲା ଥିଲା ଓ ଆସେମ୍ବ୍ଲି ଥରକୁ ଥର ବସି ଏହା ଉପରେ ଆଲୋଚନା କଲେ । ଶେଷରେ ୨୪ ଜାନୁଆରୀ ୧୯୫୦ ତାରିଖ ଦିନ ଏହି ଚିଠା ପ୍ରସ୍ତାବର ଇଂରାଜୀ ଓ ହିନ୍ଦିରେ ଲିଖିତ ଦୁଇ କପି ଉପରେ ୩୦୮ ସଦସ୍ୟ ଦସ୍ତଖତ କଲେ । ଏହି ସମ୍ବିଧାନ ଜା‌ନୁଆରୀ ୨୬, ୧୯୫୦ ତାରିଖ ଦିନ ବଳବତ୍ତର ହେଲା ଯାହାକୁ ଆମେ ସାଧାରଣତନ୍ତ୍ର ଦିବସ ଭାବରେ ପାଳନ କରୁଛୁ ।

ଗ୍ୟାଲେରି


ନିମନ୍ତ୍ରୀତ ଅତିଥି

ପ୍ରତିବର୍ଷ ଅନ୍ୟ ଏକ ଦେଶର ରାଷ୍ଟ୍ର ମୁଖ୍ୟ ବା ରାଷ୍ଟ୍ର ପ୍ରତିନିଧିଙ୍କୁ ମୁଖ୍ୟ ଅତିଥି ରୂପେ ନିମନ୍ତ୍ରଣ କରାଯାଏ । ୧୯୫୦ ମସିହାରୁ ଏହି ପରମ୍ପରା ଚଳି ଆସୁଛି ।

ଭାରତ ସାଧାରଣତନ୍ତ୍ର ଦିବସ: ଇତିହାସ, ଗ୍ୟାଲେରି, ନିମନ୍ତ୍ରୀତ ଅତିଥି 
Countries invited as chief guests for the Republic Day parade. Erstwhile Yugoslavia (twice invited) has not been depicted in the map.
ବର୍ଷ ପ୍ରମୁଖ ଅତିଥି ଦେଶ
୧୯୫୦ ରାଷ୍ଟ୍ରପତି ସୁକର୍ଣ୍ଣୋ ଇଣ୍ଡୋନେସିଆ
୧୯୫୧
୧୯୫୨
୧୯୫୩
୧୯୫୪ ରାଜା ଜିଗ୍ମେ ଦୋର୍ଜୀ ୱାଙ୍ଗଚୁକ ଭୁଟାନ
୧୯୫୫ ଗଭର୍ଣ୍ଣର ଜେନରାଲ ମଲିକ ଘୁଲାମ ମୁହମ୍ମଦ ପାକିସ୍ତାନ
୧୯୫୬
୧୯୫୭
୧୯୫୮
୧୯୫୯
୧୯୬୦ ରାଷ୍ଟ୍ରପତି କ୍ଲିମେଂଟ ବୋରୋଶିଲୋଭ ସୋଭିଏତ ସଂଘ
୧୯୬୧ ରାଣୀ ଏଲିଝାବେଥ ଦ୍ୱିତୀୟ ଯୁକ୍ତରାଜ୍ୟ ବ୍ରିଟେନ
୧୯୬୨
୧୯୬୩ ରାଜା ନୋରୋଡୋମ ସିହାଂନୌକ କାମ୍ପୁଚିଆ
୧୯୬୪
୧୯୬୫ ଖାଦ୍ୟ ଓ ଶେତୀମଂତ୍ରୀ ରାଣା ଅବ୍ଦୂଲ ହମିଦ ପାକିସ୍ତାନ
୧୯୬୬
୧୯୬୭
୧୯୬୮ ପ୍ରଧାନମନ୍ତ୍ରୀ ଅଲେକ୍ସେଇ କୋସିଜିନ ସୋଭିଏତ ସଂଘ
ରାଷ୍ଟ୍ରପତି ଜୋସେଫ ବ୍ରୋଝ ଟିଟୋ ୟୁଗୋସ୍ଲାଭିଆର ସାମ୍ୟବାଦୀ ସଂଘୀୟ ସାଧାରଣତନ୍ତ୍ର
୧୯୬୯ ପଂତପ୍ରଧାନ ଟୋଡୋର ଝିବ୍ହକୋବ୍ହ ବୁଲଗାରିଆ
୧୯୭୦
୧୯୭୧ ରାଷ୍ଟ୍ରପତି ଜ୍ୟୁଲିଅସ ନ୍ୟରେରେ ତାଞ୍ଜାନିଆ
୧୯୭୨ ପ୍ରଧାନମନ୍ତ୍ରୀ ଶିବସାଗର ରାମଗୁଲାମ ମରିସସ
୧୯୭୩ ରାଷ୍ଟ୍ରପତି ମୋବୁଟୁ ସେସେ ସେକୋ ଜେରେ
୧୯୭୪ ରାଷ୍ଟ୍ରପତି ଜୋସେଫ ବ୍ରୋଝ ଟିଟୋ ୟୁଗୋସ୍ଲାଭିଆର ସାମ୍ୟବାଦୀ ସଂଘୀୟ ସାଧାରଣତନ୍ତ୍ର
ପ୍ରଧାନମନ୍ତ୍ରୀ ସିରିମାଭୋ ବନ୍ଦରନାୟକେ ଶ୍ରୀଲଙ୍କା
୧୯୭୫ ରାଷ୍ଟ୍ରପତି କେନେଥ କାଣ୍ଡା ଜାମ୍ବିଆ
୧୯୭୭ ପ୍ରଧାନମନ୍ତ୍ରୀ ଜାକ ଶିରାକ ଫ୍ରାନ୍ସ
୧୯୭୭ ପ୍ରଥମ ସଚୀବ ଏଡୱାର୍ଡ଼ ଜିରିଏକ ପୋଲାଣ୍ଡ
୧୯୭୮ ରାଷ୍ଟ୍ରପତି ପେଟ୍ରିକ ହିଲେରି ଆୟରଲାଣ୍ଡ
୧୯୭୯ ପ୍ରଧାନମନ୍ତ୍ରୀ ମାଲ୍କମ ଫ୍ରେଝର ଅଷ୍ଟ୍ରେଲିଆ
୧୯୮୦ ରାଷ୍ଟ୍ରପତି ବ୍ହେଲେରୀ ଜିସ୍କେର ଦେସ୍ତେଂ ଫ୍ରାନ୍ସ
୧୯୮୧ ରାଷ୍ଟ୍ରପତି ହୋଜେ ଲୋପେଝ ପୋର୍ତିୟୋ ମେକ୍ସିକୋ
୧୯୮୨ ରାଜା ହୁଆନ କାର୍ଲୋସ ପହିଲା ସ୍ପେନ
୧୯୮୩ ରାଷ୍ଟ୍ରପତି ଶେହୁ ଶଗାରୀ ନାଇଜେରିଆ
୧୯୮୪ ରାଜା ଜିଗ୍ମେ ସିଂଗ୍ୟେ ୱାଙ୍ଗଚୁକ ଭୁଟାନ
୧୯୮୫ ରାଷ୍ଟ୍ରପତି ରାଉଲ ଅଲ୍ଫୋନ୍ସିନ ଆର୍ଜେଣ୍ଟିନା
୧୯୮୬ ପ୍ରଧାନମନ୍ତ୍ରୀ ଆନ୍ଦ୍ରିଆସ ପାପେନ୍ଦ୍ରୁ ଗ୍ରୀସ୍
୧୯୮୭ ରାଷ୍ଟ୍ରପତି ଅେଲନ ଗାର୍ଶିୟା ପେରୁ
୧୯୮୮ ରାଷ୍ଟ୍ରପତି ଜୂନିଅସ ରିଚର୍ଡ ଜୟବର୍ଧନେ ଶ୍ରୀଲଙ୍କା
୧୯୮୯ ଜନରଲ ସେକ୍ରେଟ୍ରୀ ଙୁୟେନ ବେନ ଲିନ୍ହ ଭିଏତନାମ
୧୯୯୦ ପ୍ରଧାନମନ୍ତ୍ରୀ ଅନିରୁଦ୍ଧ ଜଗନ୍ନାଥ ମରିସସ
୧୯୯୧ ରାଷ୍ଟ୍ରପତି ମୋମୂନ ଅବ୍ଦୁଲ ଗୟ୍ୟୂମ ମାଳଦ୍ୱୀପ
୧୯୯୨ ରାଷ୍ଟ୍ରପତି ମାରିଓ ସୋଆରେସ ପର୍ତ୍ତୁଗାଲ
୧୯୯୩ ପ୍ରଧାନମନ୍ତ୍ରୀ ଜୋନ ମେଜର ଯୁକ୍ତରାଜ୍ୟ ବ୍ରିଟେନ
୧୯୯୪ ପ୍ରଧାନମନ୍ତ୍ରୀ କୋହ ଚୋକ ଥୋଂଗ ସିଙ୍ଗାପୁର
୧୯୯୫ ରାଷ୍ଟ୍ରପତି ନେଲ୍ସନ ମଣ୍ଡେଲା ଦକ୍ଷିଣ ଆଫ୍ରିକା
୧୯୯୬ ରାଷ୍ଟ୍ରପତି ଡୋ. ଫର୍ଣ୍ଣାଣ୍ଡୋ ହେନରିକେ କାର୍ଦୋସୋ ବ୍ରାଜିଲ
୧୯୯୭ ପ୍ରଧାନମନ୍ତ୍ରୀ ବସଦେବ ପାଣ୍ଡେ ଟ୍ରିନିଡାଡ ଓ ଟ୍ରୋଭାଗୋ
୧୯୯୮ ରାଷ୍ଟ୍ରପତି ଜେକ ଶିରାକ ପ୍ରାନ୍ସ
୧୯୯୯ ରାଜା ବୀରେନ୍ଦ୍ର ବୀର ବିକ୍ରମ ଶାହ ଦେବ ନେପାଳ
୨୦୦୦ ରାଷ୍ଟ୍ରପତି ଓଲୁସେଗୁନ ଓବାସାନ୍ଜୋ ନାଇଜେରିଆ
୨୦୦୧ ରାଷ୍ଟ୍ରପତି ଅବ୍ଦେଲଅଝୀଝ ବୁଟେଫ୍ଲିକା ଆଲଜେରିଆ
୨୦୦୨ ରାଷ୍ଟ୍ରପତି କସ୍ସାମ ଉତୀମ ମରିସସ
୨୦୦୩ ରାଷ୍ଟ୍ରପତି ମୋହମ୍ମଦ ଖାତାମୀ ଇରାନ
୨୦୦୪ ରାଷ୍ଟ୍ରପତି ଲୁଈଝ ଇନାଚିୟୋ ଲୁଲା ଦା ସିଲଭ ବ୍ରାଜିଲ
୨୦୦୫ ରାଜା ଜିଗ୍ମେ ସିଂଗ୍ୟେ ୱାଙ୍ଗଚୁକ ଭୁଟାନ
୨୦୦୬ ଦେଶପ୍ରଧାନ ଅବ୍ଦୁଲ୍ଲା ବିନ ଅବ୍ଦେଲଅଝୀଝ ଅଲ-ସୌଦ ସାଉଦି ଆରବ
୨୦୦୭ ରାଷ୍ଟ୍ରପତି ବ୍ଲାଦିମିର ପୁତିନ ଋଷିଆ
୨୦୦୮ ରାଷ୍ଟ୍ରପତି ନିକୋଲା ସାର୍କୋଝୀ ଫ୍ରାନ୍ସ
୨୦୦୯ ରାଷ୍ଟ୍ରପତି ନୁରସୁଲ୍ତାନ ନଝରବାୟେବ କାଜାଖସ୍ତାନ
୨୦୧୦ ରାଷ୍ଟ୍ରପତି ଲୀ ମ୍ୟୁଂଗ ବାକ ଦକ୍ଷିଣ କୋରିଆ
୨୦୧୧ ରାଷ୍ଟ୍ରପତି ସୁସିଲୋ ବାଂବାଂଗ ୟୁଧୋୟୋନୋ ଇଣ୍ଡୋନେସିଆ
୨୦୧୨ ପ୍ରଧାନମନ୍ତ୍ରୀ ୟିଂଗଲକ ଶିନାବତ ଥାଇଲାଣ୍ଡ
୨୦୧୩ ରାଜା ଜିଗମେ କେଶର ନାମଗେଲ ୱାଙ୍ଗଚୂକ ଭୁଟାନ
୨୦୧୪ ପ୍ରଧାନମନ୍ତ୍ରୀ ଶିଂଜୋ ଆବେ ଜାପାନ
୨୦୧୫ ରାଷ୍ଟ୍ରପତି ବାରାକ ଓବାମା ଯୁକ୍ତରାଷ୍ଟ୍ର ଆମେରିକା
୨୦୧୬ ରାଷ୍ଟ୍ରପତି ଫ୍ରାଙ୍କୋଇସ ହୋଲାଣ୍ଡେ ଫ୍ରାନ୍ସ
୨୦୧୭ ଯୁବରାଜ ମହମଦ ବିନ ଜାୟେଡ ଆଲ ନହ୍ୟାନ ସଂଯୁକ୍ତ ଆରବ ଏମିରେତ
୨୦୧୮ ସୁଲତାନ ହାସନାଲ ବୋଲକିଆ ବ୍ରୁନେଇ
ପ୍ରଧାନମନ୍ତ୍ରୀ ହୁଂ ସୁନ କମ୍ବୋଡିଆ
ରାଷ୍ଟ୍ରପତି ଜୋକୋ ୱିଡୋଡୋ ଇଣ୍ଡୋନେସିଆ
ପ୍ରଧାନମନ୍ତ୍ରୀ ନଜିବ ରଜାକ ମାଲେସିଆ
ପ୍ରଧାନମନ୍ତ୍ରୀ ଠୋଂଗ୍ଲୁନ ସିସୋଲିଥ ଲାଓସ
ଡ ଅଙ୍ଗ ସାଂ ସୁ କୀ ମ୍ୟାନମାର
ରାଷ୍ଟ୍ରପତି ରୋଡ଼ରୀଗୋ ରୋଆ ଡୁଟର୍ଟ ଫିଲିପାଇନ୍ସ
ପ୍ରଧାନମନ୍ତ୍ରୀ ପ୍ରୟୁଥ ଚାଁ ଓଚା ଥାଇଲ୍ୟାଣ୍ଡ
ପ୍ରଧାନମନ୍ତ୍ରୀ ଗୁଏନ ଶୁଆନ ଫୁକ ଭିଏତନାମ
ପ୍ରଧାନମନ୍ତ୍ରୀ ଲି ସିଏନ ଲୁଙ୍ଗ ସିଙ୍ଗାପୁର
୨୦୧୯ ରାଷ୍ଟ୍ରପତି ସିରିଲ ରାମାଫୋସା ଦକ୍ଷିଣ ଆଫ୍ରିକା

ଆହୁରି ଦେଖନ୍ତୁ

ଆଧାର

Tags:

ଭାରତ ସାଧାରଣତନ୍ତ୍ର ଦିବସ ଇତିହାସଭାରତ ସାଧାରଣତନ୍ତ୍ର ଦିବସ ଗ୍ୟାଲେରିଭାରତ ସାଧାରଣତନ୍ତ୍ର ଦିବସ ନିମନ୍ତ୍ରୀତ ଅତିଥିଭାରତ ସାଧାରଣତନ୍ତ୍ର ଦିବସ ଆହୁରି ଦେଖନ୍ତୁଭାରତ ସାଧାରଣତନ୍ତ୍ର ଦିବସ ଆଧାରଭାରତ ସାଧାରଣତନ୍ତ୍ର ଦିବସଭାରତୀୟ ସମ୍ବିଧାନ

🔥 Trending searches on Wiki ଓଡ଼ିଆ:

କାନାଡ଼ାବେଲଅନୁଗୋଳ ଜିଲ୍ଲାକାଜୁଚିନ୍ତାମଣି ବେହେରାଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାମାସସୋରିଷରାମାୟଣଓଡ଼ିଶାଏ. ପି. ଜେ. ଅବଦୁଲ କଲାମଶିବଜୟ ଜଗନ୍ନାଥବିଦ୍ୟୁତଭଦ୍ରକ ଜିଲ୍ଲାଚଉଷଠି ଯୋଗିନୀ ମନ୍ଦିର, ହୀରାପୁରବିଅରଓଡ଼ିଆ ଭ୍ରମଣ ସାହିତ୍ୟଅଟିଜିମ୍‌ତାରାତାରିଣୀ ମନ୍ଦିରକଳାପାହାଡ଼ଗଣନ ସଂଖ୍ୟାସଜନାଗ୍ରହଭଗବତ ଗୀତାଅଜନ୍ତା ଗୁମ୍ଫାତପସ୍ୱିନୀସମୁଦ୍ରଜର୍ଜ କ୍ୟାଣ୍ଟର୧୨ ଡିସେମ୍ବରମହାଦେଶଫୁଲ୨୪ ଅପ୍ରେଲସ୍ତନ୧୨ ଫେବୃଆରୀସ୍ୱିଡେନମଦର ଟେରେସାଉଇକିମିଡ଼ିଆ ଫାଉଣ୍ଡେସନରାଜେନ୍ଦ୍ର କିଶୋର ପଣ୍ଡାମାଟିର ମଣିଷକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାସ୍ୱାମୀ ବିବେକାନନ୍ଦଯୁକ୍ତରାଷ୍ଟ୍ର ଆମେରିକାଶାରଳା ପୁରସ୍କାରମହିଳା ଯୌନାଙ୍ଗ ଛେଦନମିଳିତ ଜାତିସଂଘକାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସ୍ୱାଧୀନତା ଦିବସ‌ (ଭାରତ)ଉତ୍କଳ ଦିବସଗୁଗଲଗୁରୁ ପ୍ରସାଦ ମହାନ୍ତିଭାରତୀୟ ସ୍ୱାଧୀନତା ଆନ୍ଦୋଳନହନୁମାନଭଦଭଦଳିଆସତ୍ୟବାଦୀ ବନ ବିଦ୍ୟାଳୟଲକ୍ଷ୍ମୀକାନ୍ତ ମହାପାତ୍ରଜଗନ୍ନାଥଓଡ଼ିଶା ପ୍ରିମିଅର ଲିଗରାସାୟନିକ ମୌଳିକବୋବ୍ୱିଲିଓକିଲ ଦିବସମୌଳିକ ସଂଖ୍ୟାଓଡ଼ିଆ କବି ମାନଙ୍କର ତାଲିକାପରିସଂଖ୍ୟାନକୁନ୍ତଳା କୁମାରୀ ସାବତଗୋଲୋକ ବିହାରୀ ଧଳଇରା ମହାନ୍ତିବିଶ୍ୱଜିତ ଦାସମୁସଲମାନଜ୍ଞାନପୀଠ ପୁରସ୍କାରଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଭାରତର ସଂସ୍କୃତି🡆 More