ଆଦି ପରାଶକ୍ତି: ହିନ୍ଦୁ ଠାକୁରାଣୀ

ଆଦି ପରାଶକ୍ତି‌ (ଇଂରାଜୀ ଭାଷାରେ Adi Parashakti, ସଂସ୍କୃତ ଭାଷାରେ आदि पराशक्ति) ହିନ୍ଦୁ ଧର୍ମର ଶାକ୍ତ ମତରେ ତାଙ୍କୁ ପରମାତ୍ମା (Supreme Being) ବିବେଚନା କରାଯାଏ । ତାଙ୍କର ଅନ୍ୟାନ୍ୟ ଲୋକପ୍ରିୟ ନାମ: ପରମ ଶକ୍ତି, ଆଦି ଶକ୍ତି, ମହା ଶକ୍ତି, ମହାଦେବୀ, ମହାଗୌରୀ, ମହାସରସ୍ୱତୀ, ମହାଲକ୍ଷ୍ମୀ, ମହାକାଳୀ, ସତ୍ୟ ଶକ୍ତି, ବା କେବଳ ଶକ୍ତି । ପରମ ଶବ୍ଦର ଅର୍ଥ ଶ୍ରେଷ୍ଠ । ଦେବୀ ଭାଗବତ ପୁରାଣ ଅନୁସାରେ ସେ ବ୍ରହ୍ମାଣ୍ଡର ଆଦି ସ୍ରଷ୍ଟା, ପାଳନ କର୍ତ୍ତା ଓ ସଂକାର କର୍ତ୍ତା । ପାର୍ବତୀଙ୍କୁ ଆଦି ପରାଶକ୍ତି‌ଙ୍କର ସମ୍ପୁର୍ଣ୍ଣ ଓ ପ୍ରତ୍ୟକ୍ଷ ଅବତାର ରୂପେ ବିବେଚନା କରାଯାଏ ।

ଆଦି ପରାଶକ୍ତି
ଆଦି ପରାଶକ୍ତି (ତ୍ରିପୁରା ସୁନ୍ଦରୀ (Tripura Sundari) ରୁପରେ) ଶାକ୍ତ (Shakta) ଲେଖା ଅନୁସାରେ ଲଳିତା ସ‌ହସ୍ର ନାମ (Lalita Sahasranama) ଓ ସୌନ୍ଦର୍ଯ୍ୟ ଲାହିରି (Soundarya Lahari), ସିଂହାସନସ୍ଥିତ ସଦାଶିବଙ୍କ କୋଳରେ ବସିଛନ୍ତି ।
The Divine Power
Sanskrit Transliterationādi Parāshakti
AffiliationDevi, Parvati, Sati, Para Brahman (Shaktism), Durga, Tripura Sundari
ଲୋକManidvipa
MantraOm ayeem hreem kleem shreem
WeaponPasha, Angusha, Chakra, Shankh, Trishula and others
ସ୍ୱାମୀ/ସ୍ତ୍ରୀShiva

An article related to
ହିନ୍ଦୁ ଧର୍ମ

ଆଦି ପରାଶକ୍ତି: ଶବ୍ଦ ବିନ୍ୟାସ, ମହତ୍ତ୍ୱ, ହିନ୍ଦୁ ଧର୍ମରେ ଆଦି ପରାଶକ୍ତିHinduism

Hinduଇତିହାସ

ଆଦି ପରାଶକ୍ତି: ଶବ୍ଦ ବିନ୍ୟାସ, ମହତ୍ତ୍ୱ, ହିନ୍ଦୁ ଧର୍ମରେ ଆଦି ପରାଶକ୍ତିPortal:Hinduism

Hinduism Portal
Hindu Mythology Portal

ଶବ୍ଦ ବିନ୍ୟାସ

ଆଦି ଶବ୍ଦର ଅର୍ଥ ଆରମ୍ଭ, ମୂଳ ଶକ ଅର୍ଥ ଯୋଗ୍ୟ ଓ ସାରା ବ୍ରହ୍ମାଣ୍ଡର ଶକ୍ତି‌କୁ ସୂଚାଏ ପରାଶକ୍ତି ।

ମହତ୍ତ୍ୱ

ଦେବୀ ଗୀତା ଅନୁସାରେ ଏକ ଶକ୍ତି ଭାବରେ ପାର୍ବତୀ ଅବତାର ହେବା ପୂର୍ବରୁ ସେ ରାଜା ହିମାଳ‌ୟଙ୍କ ପାଖରେ ତାଙ୍କର ଚିରନ୍ତନ ଓ ସ୍ୱର୍ଗୀୟ ଜ୍ଞାନ ଦର୍ଶାଇଥିଲେ । ବେଦର ଶ୍ଳୋକ ଅନୁସାରେ ତାଙ୍କର ଆଦ୍ୟ ବା ଅନ୍ତ ନାହିଁ । ସେ ଏକ‌କ ଚିରନ୍ତନ ସତ୍ୟ । ସାରା ବ୍ରହ୍ମାଣ୍ଡର ସେ ସ୍ରଷ୍ଟା । ସେ ବିଜେତା ଓ ବିଜେତାର ଅଭିବ୍ୟକ୍ତି । ସେ ତାଙ୍କର କ୍ୱଚିତ ପ୍ରଦର୍ଶିତ ରୂପକୁ ତାଙ୍କୁ ଦେଖେଇଥିଲେ: ତାଙ୍କ କପାଳରେ ସତ୍ୟଲୋକ,ତାଙ୍କ କେଶରେ ବ୍ରହ୍ମାଣ୍ଡ, ତାଙ୍କ ଆଖିରେ ସୂର୍ଯ୍ୟ ଓ ଚନ୍ଦ୍ର, ତାଙ୍କ କାନରେ ଚାରିଦିଗ, ତାଙ୍କର କଥାହିଁ ବେଦ; ତାଙ୍କର ଦାନ୍ତରେ ସ୍ନେହ, ମୃତ୍ୟୁ ଓ ଆବେଗ; ତାଙ୍କର ମୃଦୁ ହସରେ ମାୟା ଅଛି ।

ହିନ୍ଦୁ ଧର୍ମରେ ଆଦି ପରାଶକ୍ତି

ଆଦି ପରାଶକ୍ତି: ଶବ୍ଦ ବିନ୍ୟାସ, ମହତ୍ତ୍ୱ, ହିନ୍ଦୁ ଧର୍ମରେ ଆଦି ପରାଶକ୍ତି 
ଯୁକ୍ତରାଷ୍ଟ୍ର ଆମେରିକାର ପୋଣ୍ଟିଆକ (Pontiac), ମିସିଗାନର ପରାଶକ୍ତି ମନ୍ଦିରରେ (Parashakthi Temple) ଦେବୀ ଆଦି ପରାଶକ୍ତିଙ୍କୁ ପୂଜା କରାଯାଏ ।

ଶକ୍ତି ପୁରାଣ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଆଦି ଶକ୍ତି ନାମ ଦେଖିବାକୁ ମିଳେନି । ପରୋକ୍ଷ ଭାବରେ ତାଙ୍କୁ ପରମାତ୍ମା ବିବେଚନା କରାଯାଏ । ଦେବୀ ଭାଗବତ ପୁରାଣ ଅନୁସାରେ କାଳୀଙ୍କୁ କଳା ଶକ୍ତି ଧରାଯାଏ ଯିଏ ସମୁଦାୟ ବ୍ରହ୍ମାଣ୍ଡକୁ ସମୟ କ୍ରମେ ନଷ୍ଟ କରିଦେବା ପ୍ରତାପ ଥିବା ଚାରି ବେଦରେ ଲେଖାଅଛି । କୁଷ୍ମାଣ୍ଡ ଜନ୍ମ ଦେଇଥିଲେ ଏକ ଅନ୍ତରୀକ୍ଷ ଅଣ୍ଡା ଯାହା ବ୍ରହ୍ମାଣ୍ଡ ଆକାର ଧାରଣ କଲା । ଅବଶେଷରେ ସୃଷ୍ଟି ଆରମ୍ଭ ଓ ଶେଷରେ ସେହି ଶୁନ୍ୟ ଶକ୍ତି ହିଁ ଆଦି ଶକ୍ତି ।

ଶିବ ପୁରାଣରେ

ଶିବ ପୁରାଣ ଅନୁସାରେ ସୃଷ୍ଟି ଆରମ୍ଭରେ ପରାବ୍ରହ୍ମ ସଦାଶିବ ବା ପରାଶିବ ପ୍ରଭୁ ଶିବଙ୍କର ବାମ ପାର୍ଶର ଅଧା ଅଂଶରୁ ପରମ ପ୍ରକୃତି ଦେବୀ ଆଦି ପରାଶକ୍ତି ସୃଷ୍ଟି ହୋଇଥିଲେ । ଲିଙ୍ଗ ପୁରାଣ (Linga Purana) ଅନୁସାରେ ପାର୍ବତୀ ଓ ଶିବଙ୍କ ମିଳନ ହୋଇ ପ୍ରତି ବ୍ରହ୍ମାଣ୍ଡ ସୃଷ୍ଟି ହୁଏ । ସ୍କନ୍ଧ ପୁରାଣ ଓ ମାର୍କଣ୍ଡେୟ ପୁରାଣ ଅନୁସାରେ ଦୁର୍ଗା ବା ଚଣ୍ଡି ସମସ୍ତ ସୃଷ୍ଟିର ମାତା ଓ ଆଦି ଶକ୍ତିଙ୍କର ସାକାର ମୂର୍ତ୍ତି ।

ଶାକ୍ତ ପୁରାଣରେ

ଦେବୀ ଭାଗବତ ପୁରାଣ ଅନୁସାରେ ଆଦି ପରାଶକ୍ତିଙ୍କୁ ହଜାର ହଜାର ବର୍ଷ ଧରି ଶିବ ପୂଜା ଓ ତପସ୍ୟା କରୁଥିଲେ ଯେଉଁଥିରେ ସେ "ହ୍ରିଂ" ବୀଜ ମନ୍ତ୍ର ବ୍ୟବ‌ହାର କରୁଥିଲେ । ଶିବଙ୍କ ବାମ ଅଙ୍ଗରୁ ଆଦିଶକ୍ତିର ଏକ ଆକାର 'ସିଦ୍ଧିଦାତ୍ରୀ' ଭାବରେ ପ୍ରକଟ ହେଲେ । ଦେବୀ ଉଭୟ ନିର୍ଗୁଣ ଓ ସଗୁଣ ଥିବା ବିଚାର କରାଯାଏ । ସଗୁଣ ଆକାରରେ ସେ ବ୍ରହ୍ମାଣ୍ଡର ମାତା, ସମସ୍ତ ପରଲୋକ ଉର୍ଦ୍ଧ୍ୱରେ ଥିବା ସର୍ବଲୋକରେ ସେ ବାସ କରନ୍ତି । ଶକ୍ତି ମହାଭାଗବତ ପୁରାଣ ଅନୁସାରେ ସେ ମହାଦେବୀ ଓ ଅନ୍ୟ ସମସ୍ତ ଦେବୀ ତ‌ଥା ଦେବ ତାଙ୍କର ଭିନ୍ନ ଭିନ୍ନ ଆକାରର ପ୍ରତିରୁପ । ଦେବୀ ମହାତ୍ମ୍ୟରେ ତ୍ରିମୁର୍ତ୍ତି ଓ ଗୌଣ ଦେବତାମାନେ ଆଦି ଶକ୍ତିକୁ ପ୍ରଶଂସା କରନ୍ତି:

ସୃଷ୍ଟି ସ୍ଥିତି ବିନାଶଂ ଶକ୍ତି ଭୁତେ ସନାତନେ

(Guna Shaye (Devoid of all attributes i.e. Nirgun) Gana maye (Having all the attributes) Narayani Namaustute)

ଆମେ ପ୍ରଥମ ନାରୀ ନାରାୟଣୀଙ୍କ ଆଗରେ ମଥାନତ କରୁଛି, ସେ ଚିରନ୍ତନ ଶକ୍ତି ତ‌ଥା ସମସ୍ତଙ୍କର ସୃଷ୍ଟି, ପାଳନ ଓ ବିଲୟ କରନ୍ତି ।

ଶିଖ ଧର୍ମରେ ପରାଶକ୍ତି

ଶିଖ ଧର୍ମରେ Sikhism ମଧ୍ୟ ପରାଶକ୍ତି ବିଷୟରେ କଳ୍ପନା ଅଛି । ଏହି ପାର୍ଥକ୍ୟ କେବଳ ଦର୍ଶନରେ (philosophy) ଅଛି । ଶିଖ ଧର୍ମରେ ଭଗବାନଙ୍କ ଅସୀମ ଶକ୍ତିର ଏକ ପ୍ରତୀକ ଭାବରେ ଗ୍ରହଣ କରାଯାଇଥିବା ଖଣ୍ଡାକୁ (Khanda) ହିନ୍ଦୁ ଧର୍ମରେ ଆଦି ଶକ୍ତି କୁହାଯାଏ । ଦୁର୍ଗା ବା ପାର୍ବତୀଙ୍କୁ ଆଦି ଶକ୍ତିଙ୍କର ଏକ ଶକ୍ତି ଭାବରେ ହିନ୍ଦୁ ମତରେ ଗ୍ରହଣ କରାଯାଇଛି, ଯେଉଁ ଆଦି ଶକ୍ତି ଅସୁରମାନଙ୍କୁ ନିପାତ କରିଥିବା କଥା ଚଣ୍ଡି ଦି ବାରରେ (Chandi di Var) ବର୍ଣ୍ଣନା କରାଯାଇଛି ।


ଆଧାର

Tags:

ଆଦି ପରାଶକ୍ତି ଶବ୍ଦ ବିନ୍ୟାସଆଦି ପରାଶକ୍ତି ମହତ୍ତ୍ୱଆଦି ପରାଶକ୍ତି ହିନ୍ଦୁ ଧର୍ମରେ ଆଦି ପରାଶକ୍ତି ଶିଖ ଧର୍ମରେ ପରାଶକ୍ତିଆଦି ପରାଶକ୍ତି ଆଧାରଆଦି ପରାଶକ୍ତିen:Supreme Beingପାର୍ବତୀସଂସ୍କୃତ ଭାଷା

🔥 Trending searches on Wiki ଓଡ଼ିଆ:

ଓଡ଼ିଶାର ସଂସ୍କୃତିଏସିଆଇରା ମହାନ୍ତିହେଲୋ ନେଟୱର୍କକେନ୍ଦ୍ରାପଡ଼ା (ଲୋକ ସଭା ନିର୍ବାଚନ ମଣ୍ଡଳୀ)ହାଡ଼ଫୁଟିଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାକଦଳୀବାଘଯୁକ୍ତରାଷ୍ଟ୍ର ଆମେରିକାଭାରତର ପ୍ରଧାନମନ୍ତ୍ରୀମଧୁସୂଦନ ଦାସଧର୍ମେନ୍ଦ୍ର ପ୍ରଧାନପ୍ରଥମ ବିଶ୍ୱଯୁଦ୍ଧକିଶୋରୀ ଚରଣ ଦାସଆଜାଦ ହିନ୍ଦ୍ ଫୌଜହନୁମାନ ଜୟନ୍ତୀରେବତୀ (କ୍ଷୁଦ୍ରଗଳ୍ପ)୧୫ ଫେବୃଆରୀରେଭେନ୍‌ସା କଲିଜିଏଟ ସ୍କୁଲବନ୍ଦେ ମାତରମଶିବଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଇଲେକ୍ଟ୍ରୋନିକ କମର୍ସଅଟିଜିମ୍‌ମାୟାଧର ମାନସିଂହଜହ୍ନକଳିଙ୍ଗ ଯୁଦ୍ଧଉଇକିମିଡ଼ିଆ ମୁଭମେଣ୍ଟମରିସସରଣା ସାପଭାରତୀୟ ଜାତୀୟ କଂଗ୍ରେସଓଡ଼ିଶାର ଲୋକନୃତ୍ୟଫକୀର ମୋହନ ସେନାପତିପକ୍ଷୀଓଡ଼ିଶୀରୋହିତ ପୂଜାରୀବୁଧବାରହରେକୃଷ୍ଣ ମହତାବଆସିକାବାଜି ରାଉତଧର୍ମଜୟନ୍ତୀ ପଟ୍ଟନାୟକ୧୦ ଅଗଷ୍ଟଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକା୧୨ ଫେବୃଆରୀଦୀନକୃଷ୍ଣ ଦାସରାଜନୀତି ବିଜ୍ଞାନମନମୋହନ ସାମଲବୀଣାପାଣି ମହାନ୍ତିପରଶୁରାମଓଡ଼ିଆ ସାହିତ୍ୟଭୂମିଜ ଜାତିକାଠଚମ୍ପାଏଚଆଇଭି/ଏଡସରମାକାନ୍ତ ରଥଭାରତୀୟ ଜନତା ପାର୍ଟି୨୫ ମାର୍ଚ୍ଚପ୍ଲୀହାଶ୍ରୀନିବାସ ରାମାନୁଜନରାଜ୍ୟ ସଭାଉତ୍କଳସାରଳା ସମ୍ମାନସମୀର ରଞ୍ଜନ ଦାଶଇବାଣ୍ଡ୍ରୋନିକ ଏସିଡପ୍ରେମବୋବ୍ୱିଲିରାଜା ରାମମୋହନ ରାୟପରିସଂଖ୍ୟାନ🡆 More