ଦେବୀ

ଦେବୀ (ଇଂରାଜୀ ଭାଷାରେ Devī , Sanskrit: देवी) ଏକ ସଂସ୍କୃତ ଶବ୍ଦ ଯାହା ଠାକୁରାଣୀ ଅର୍ଥରେ ପ୍ରୟୋଗ ହୁଏ; ଏହାର ପୁଂଲିଙ୍ଗ ଶବ୍ଦ: ଦେବ ବା ଦେବତା ଅର୍ଥ ସ୍ୱର୍ଗୀୟ ବା ଅତ୍ୟୁତ୍ତମ ।

ହିନ୍ଦୁ ଧର୍ମର ଠାକୁରାଣୀ ଦେବୀ
ଦେବୀ
ଅଷ୍ଟାଦଶ ଶତାବ୍ଦୀରେ କାମ୍ବୋଡ଼ିଆରେ ଥିବା ଉମା (Uma)
ଦେବୀ
ନବମ ଶତାବ୍ଦୀରେ ଭାରତରେ ଥିବା ଗୌରୀ (Gauri)

ଖ୍ରୀ:ପୂ: ୨୦୦୦ ବର୍ଷରେ ବେଦରେ (Vedas) ଦେବୀ ଶବ୍ଦର ଚିନ୍ତାଧାରା ଆରମ୍ଭ ହୋଇଥିଲା ଯାହା ଶ୍ରଦ୍ଧା ସୂଚକ ଥିଲା କିନ୍ତୁ ସେହି ଯୁଗରେ ଏହାର କେନ୍ଦ୍ରୀୟ ଭୂମିକା ନଥିଲା । ଠାକୁରାଣୀ ପାର୍ବତୀଦୁର୍ଗାଙ୍କ ପୂଜା ଓ ଶ୍ରଦ୍ଧା ଆଧୁନିକ ଯୁଗ ପର୍ଯ୍ୟନ୍ତ ଦୃଢ଼ ହୋଇ ରହିଛି । ମଧ୍ୟ ଯୁଗର ସାହିତ୍ୟ ଓ ପୁରାଣରେ ଦେବୀ ଶବ୍ଦ ପ୍ରୟୋଗର ଏକ ବିରାଟ ବିସ୍ତୃତି ଲକ୍ଷ କରାଗଲା ଯେପରିକି ଦେବୀ ମହାତ୍ମ୍ୟ (Devi Mahatmya) ଏବଂ ସେଥିରେ ସେ ସତ୍ୟ ଓ ଅନନ୍ତ ଶକ୍ତିର ଅଧିକାରୀ ଥିବା ଦର୍ଶାଯାଇଥିଲା । ଏହା ଯୋଗୁ ହିନ୍ଦୁମାନଙ୍କର ଶାକ୍ତ ପରମ୍ପରା ସୃଷ୍ଟି ହୋଇଥିଲା ।

ହିନ୍ଦୁ ଧର୍ମରେ ପୁରାତନ ଯୁଗରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ଦେବୀ ଏକ ସ୍ୱର୍ଗୀୟ ନାରୀର ରୂପ ଅଧିକାର କରିଛନ୍ତି । ଶକ୍ତି ଓ ଶୈବ ପରମ୍ପରାରେ ଠାକୁରାଣୀଙ୍କୁ ଏକ ଶକ୍ତି କେନ୍ଦ୍ର ଭାବରେ ଦେଖାଯାଏ ।

ଶବ୍ଦ ବ୍ୟୁତ୍ପତ୍ତି

ଖ୍ରୀ:ପୂ: ଦୁଇ ହଜାର ବର୍ଷ ତଳେ ଦେବୀ ଓ ଦେବ ଶବ୍ଦ‌ଦ୍ୱୟ ବେଦରେ ଥିଲା । ଦେବ ଏକ ପୁଂଲିଙ୍ଗ ଓ ଏହାର ସ୍ତ୍ରୀ ଲିଙ୍ଗ ଦେବୀ । ମୋନିଏର-ଉଇଲିଅମ (Monier-Williams) ଏହାକୁ ଅନୁବାଦ କରି ସ୍ୱର୍ଗୀୟ ନାମ ଦେଇଛନ୍ତି । ଲାଟିନ ଭାଷାର ଡିଆ (dea) ଓ ଗ୍ରୀକ ଭାଷାର ଥିଆ (thea) ଶବ୍ଦ ସ‌ହିତ ମଧ୍ୟ ସାମଞ୍ଜସ୍ୟ ରହିଛି । ତାଙ୍କୁ ହିନ୍ଦୁ ଧର୍ମରେ ସ୍ୱର୍ଗୀୟ ମାତା ମଧ୍ୟ କୁହାଯାଏ । ଦେବଙ୍କୁ ମଧ୍ୟ ଦେବତା କୁହାଯାଏ ଓ ଦେବୀଙ୍କୁ ଦେବୀକା କୁହାଯାଏ ।

ଡଗଲାସ ହାର୍ପର ମତ ଅନୁସାରେ ଦେବ ଶବ୍ଦର ଅର୍ଥ ଉଜ୍ଜ୍ୱଳ (*div- "to shine,"), ଗ୍ରୀକ୍ ଶବ୍ଦ ଡିଓସ ଅର୍ଥ ମଧ୍ୟ ସ୍ୱର୍ଗୀୟ, ଜେଅସ (Zeus) ଓ ଲାଟିନ ଭାଷାରେ ଡେଉସ ଓ ପୁରୁଣା ଲାଟିନରେ ଡେଇଭୋସ (Old Latin deivos) ନାମ ସ‌ହିତ ସାମଞ୍ଜସ୍ୟ ଅଛି ।

ଇତିହାସ

ଋକ୍ ବେଦରେ ଥିବା (Rigveda) ଦେବୀସୁକ୍ତର (Devīsūkta) ୧୦.୧୨୫.୧ରୁ ୧୦.୧୨୫.୮ ଶ୍ଳୋକରେ ଦେବୀଙ୍କର ପରମ ସତ୍ୟ ବିଷୟ ଘୋଷଣା କରାଯାଇଛି ।

ମୁଁ କୌଣସି ଉପରିସ୍ଥ ଶକ୍ତିର ପ୍ରରୋଚନାରେ ନଥାଇ ସମସ୍ତ ବ୍ରହ୍ମାଣ୍ଡ ସୃଷ୍ଟି କରିଛି ଓ ତାହାରି ମଧ୍ୟରେ ରହିଛି । ପୃଥବୀ ଓ ଆକାଶରେ ମୁଁ ପରିବ୍ୟାପ୍ତ ହୋଇ ରହିଛି ଓ ସମସ୍ତ ସୃଷ୍ଟିର ମୁଁ ରଚୟିତା ଓ ତାହା ମଧ୍ୟରେ ମୁଁ ଶାଶ୍ୱତ ଓ ଅନିର୍ଦ୍ଦିଷ୍ଟ ଚେତନା ‌ସ‌ହିତ ରହିଛି ।

- ଦେବୀ ସୁକ୍ତ, ଋକବେଦ ୧୦.୧୨୫.୮ ଜୁନ ମ୍ୟାକଡାନିଦ୍ୱାରା ଅନୁବାଦ କରାଯାଇଛି ।

ବେଦରେ ଅନେକ ଦେବୀଙ୍କ ବିଷୟ ଲେଖାଯାଇଛି ଯେପରିକି ପାର୍ବତୀ (ଶକ୍ତି), ପୃଥିବୀ, ଅଦିତି , ବାକ (ଶବ୍ଦ), ନିର୍ରତି (ବିନାଶ), ରାତ୍ରୀ, ଅରନ୍ୟାନି (ଜଙ୍ଗଲ) ଓ ବରଦାୟୀନି ଦେବୀ ଯେପରିକି ଦିନସାନ, ରାକା, ପୁରାମଧି, ପରେନ୍ଦି, ଭାରତି ଓ ମାହି ଭଳି ଅନେକ ନାମ ଋକବେଦରେ ଅଛି । :6–17, 55–64 କିନ୍ତୁ ଦେବତାଙ୍କ (Devas) ଭଳି ଦେବୀଙ୍କ ବିଷୟ ବାରମ୍ବାର ଆଲୋଚନା ହୁଏ ନାହିଁ । ଶେଷ ବେଦ ଲେଖାରେ ପ୍ରାକ୍ ବୁଦ୍ଧ ସମୟରେ ପାର୍ବତୀଙ୍କ କଥା ଲେଖାଯାଇଛି କିନ୍ତୁ ତାଙ୍କ ବିଷୟରେ ସମର୍ପିତ ଶ୍ଳୋକ ବେଦ ଯୁଗରେ ବିକଶିତ ହୋଇଥିବା ଜଣାଯାଏନି । ବେଦ ଯୁଗରେ ସମସ୍ତ ଦେବ ଦେବୀ ପ୍ରତିଷ୍ଠିତ ଥିଲେ, କିନ୍ତୁ ଦେବ ପରବର୍ତ୍ତୀ କାଳରେ ମଧ୍ୟବର୍ତ୍ତୀ ଯୁଗର ସାହିତ୍ୟରେ ଏକମାତ୍ର ଦେବୀଙ୍କ ବିଷୟ ଲେଖାଯାଇଛି ଯିଏ ସର୍ବଶକ୍ତିମୟୀ ଅଟନ୍ତି ।


ଆଧାର

Tags:

en:Sanskritଇଂରାଜୀ ଭାଷା

🔥 Trending searches on Wiki ଓଡ଼ିଆ:

ଲିସିନୋପ୍ରିଲ/ହାଇଡ୍ରୋକ୍ଲୋରୋଥିଆଜାଇଡକଳିଙ୍ଗ ଯୁଦ୍ଧଢେଙ୍କାନାଳ ଜିଲ୍ଲା୧୮ ସେପ୍ଟେମ୍ବରଭାରତୀୟ ସମ୍ବିଧାନ୨୧କତରନଦୀୟା ବିହାରୀ ମହାନ୍ତିଆରିଷ୍ଟୋଟଲ୧୪୮୩ବିବାହରାମଚନ୍ଦ୍ର ମିଶ୍ରସୌମ୍ୟ ରଞ୍ଜନ ପଟ୍ଟନାୟକସମ୍ବଲପୁରବିଜୟ କୁମାର ନନ୍ଦଗଇଁଠାମନୋଜ ଦାସଙ୍କ କଥା ଓ କାହାଣୀପାଟଦେଇମିଡାଜୋଲାମ୍ଚାଉଳତିଗିରିଆ ଗଡ଼ଜାତ ରାଜ୍ୟବରାହଗିରି ଭେଙ୍କଟଗିରିଗୁରୁବାରୀ ମିର୍ଦ୍ଧାଜୈନ ଧର୍ମରାମକୃଷ୍ଣ ନନ୍ଦଲୋକନାଥ ମନ୍ଦିରଭୂଗୋଳଫ୍ରାଜାଇଲ ଏକ୍ସ ସିଣ୍ଡ୍ରୋମଟିଣବିଶ୍ୱଜିତ ଦାସପଞ୍ଚସଖାପାଇଥନ୍ (ପ୍ରୋଗ୍ରାମିଂ ଭାଷା)୧୭ ଫେବୃଆରୀଆଲବର୍ଟ ଆଇନଷ୍ଟାଇନୟୁରୋପଭୁବନେଶ୍ୱର ବେହେରାକଣ୍ଟିଲୋକଙ୍କାଳରାଜ୍ୟଗୁଗଲଦାଶବଦ୍ରୀନାଥ ମନ୍ଦିରବର୍ଷା ପ୍ରିୟଦର୍ଶିନୀଗିରିଜା କୁମାର ବଳୀୟାରସିଂହଶିମିଳିପାଳ ଜାତୀୟ ଉଦ୍ୟାନଚଇତି ଘୋଡ଼ା ନାଚଚିନ୍ତାମଣିଶ୍ୱର ଶିବ ମନ୍ଦିରଟିକେ ଲଭ୍ ଟିକେ ଟ୍ୱିଷ୍ଟ୍ଫାଇବ୍ରୋସିସ୍ଟିକ ସ୍ତନ ପରିବର୍ତ୍ତନ୩ ଅପ୍ରେଲ୧୪ ଅପ୍ରେଲଶବରବେଣୁଧର ରାଉତରୁପାବରଗଛବସନ୍ତ କୁମାରୀ ପଟ୍ଟନାୟକବୌଦ୍ଧ ଧର୍ମ୩୦ ମାର୍ଚ୍ଚଓଡ଼ିଆ ଭାଷାବାଜି ରାଉତଜଗନ୍ନାଥ ମନ୍ଦିର, ବାରିପଦାଜୟୀରାମ ସାମଲଚନ୍ଦନ ବୋଡ଼ାରେ ସିଣ୍ଡ୍ରୋମଉଦୟନାଥ ଷଡ଼ଙ୍ଗୀସୁରେନ୍ଦ୍ର ମହାନ୍ତିନନ୍ଦ କିଶୋର ବଳଧାତୁମୋହନ ସୁନ୍ଦର ଦେବ ଗୋସ୍ୱାମୀସତ୍ୟବାଦୀ ବନ ବିଦ୍ୟାଳୟ🡆 More