କାର୍ତ୍ତିକେୟ: ହିନ୍ଦୁ ଦେବତା

ପୁରାଣାନ୍ତର ମତରେ ଅଗ୍ନିଦେବ ସପ୍ତର୍ଷିମାନଙ୍କ ଭାର୍ଯ୍ୟାମାନଙ୍କ ରୂପରେ ମୋହିତ ହେବାର ଜାଣି ପାରି ତାଙ୍କ ସ୍ତ୍ରୀ ସ୍ୱାହାଦେବୀ ଅରୁନ୍ଧତୀଙ୍କ ଛଡ଼ା ଅନ୍ୟ ଛଅ ଜଣ ଋଷିପତ୍ନୀଙ୍କ ରୂପ ଛଅଥର ଧାରଣ କରି ଅଗ୍ନିଙ୍କ ସହିତ ଛଥର ବିହାର କଲେ ଓ ଅଗ୍ନିଙ୍କ ବୀର୍ଯ୍ୟ କାଞ୍ଚନ କୁଣ୍ଡରେ ପଡ଼ିବାରୁ ସେହି ତେଜୋମୟ ରେତରୁ କାର୍ତ୍ତିକେୟ ଜନ୍ମିଲେ ।

କାର୍ତ୍ତିକେୟ
କାର୍ତ୍ତିକେୟ: ପୌରାଣିକ, ବାହନ, ଆଧାର
ନିଆଳୀର ଶୋଭନେଶ୍ୱର ମହାଦେବ ମନ୍ଦିରରେ ପାର୍ଶ୍ୱଦେବତା ରୂପେ ବିରାଜିତ କାର୍ତ୍ତିକେୟଙ୍କ କଳାମୁଗୁନି ପଥର ବିଗ୍ରହ । ଉତ୍କଳୀୟ ଶୈଳୀରେ କାର୍ତ୍ତିକେୟଙ୍କୁ ଏହି ରୂପେ ଚିତ୍ରିତ କରାଯାଏ । ହାତରେ ଧରିଥିବା କୁକୁଡ଼ା ତାଙ୍କ ବୀର୍ଯ୍ୟର ଚିହ୍ନ ।
ଯୁଦ୍ଧ ଓ ବିଜୟର ଦେବତା
ଉପାଧିଦେବତା
ସାଥିଦେବସେନା ଓ ବଲ୍ଲୀ
ବାହନମୟୂର

ପୌରାଣିକ

ପୁରାଣମତେ ମହାଦେବ ପାର୍ବତୀଙ୍କୁ ସହବାସ କରିବା ସମୟରେ ଅଗ୍ନି କପୋତରୂପ ଧାରଣ କରି ଲୁଚି ରହିଥିଲେ । ମହାଦେବଙ୍କ ରେତ ସ୍ଖଳିତ ହେବାରୁ ପାର୍ବତୀ ସେହି ଉଗ୍ରତେଜଃସମ୍ପନ୍ନ ତେଗଃକୁ ଗର୍ଭରେ ଧାରଣ କରିବାକୁ ଅସମର୍ଥ ହେବାରୁ ତାହା ଅଗ୍ନିଙ୍କ ଉପରେ ପତିତ ହେଲା । ଅଗ୍ନି ତାହା ସମ୍ଭାଳି ନ ପାରି ସ୍ୱର୍ଗଗଙ୍ଗାରେ ପକାଇଲେ । ଗଙ୍ଗା ତାହାକୁ ସମ୍ଭାଳି ନପାରି ଶରବଣରେ ପକାଇଲେ । ସେହି ସମୟରେ କୃତ୍ତିକାଦି ଛଅ ଜଣ ଋଷିପତ୍ନୀ ଗଙ୍ଗାକୁ ଗାଧୋଇବାକୁ ଆସୁ ଆସୁ ଉକ୍ତ ରେତକୁ ଦେଖି ଯତ୍ନପୂର୍ବକ ରଖିବାରୁ ସେଥିରୁ ଛଅଟି ମୁଖଯୁକ୍ତ ଗୋଟିଏ କୁମାର ଜାତ ହୋଇ ଛଅ ମାଆଙ୍କଠାରୁ ସ୍ତନ୍ୟ ପିଇଲେ । କାର୍ତ୍ତିକେୟ କୁମାରବ୍ରତଧାରୀ ଥିଲେ । ଏହାଙ୍କର ଅନ୍ୟନାମ ଗଙ୍ଗାପୁତ୍ର, ସ୍କନ୍ଧ, କୁମାର, ଶରଜନ୍ମା, କ୍ରୌଞ୍ଚଦାରଣ, ଷଣୁଖ, ଷଡ଼ାନନ, ସେନାନୀ, ତାରକଜିତ୍, ଅଗ୍ନିକୁମାର, ଅଗ୍ନିଭୁ, ଗୁହ । ଏହାଙ୍କ ବାହାନ ମୟୂର । ଏ ଶରଦ୍ୱାରା କ୍ରୌଞ୍ଚ ପର୍ବତକୁ ବିଦ୍ଧ କରିଥିଲେ । ଏ ଦେବସେନାଙ୍କ ସେନାପତି ହୋଇ ତାରକାସୁରଙ୍କୁ ଯୁଦ୍ଧରେ ବଧ କରିଥିଲେ ।

ବାହନ

କାର୍ତ୍ତିକେୟଙ୍କର ବାହାନ ହେଉଛି ମୟୂର । ତାରକାସୁରର ବିନାଶ ପାଇଁ ତାଙ୍କୁ ଯେତେବେଳେ ବିଭିନ୍ନ ଦେବଦେବୀ ବିଭିନ୍ନ ଆୟୁଧ ଓ ଭୂଷଣ ଦାନ କରୁଥିଲେ, ସେତିକି ବେଳେ ଗରୁଡ଼ ନିଜର ପୁତ୍ର ମୟୁରଙ୍କୁ ତାଙ୍କୁ ଦାନ କରିଥିଲେ । ସେହି ଗରୁଡ଼ ପୁତ୍ର ମୟୁର ହେଲେ କାର୍ତ୍ତିକେୟଙ୍କ ବାହନ । ଅନ୍ୟ ଏକ ପୌରାଣିକ ଉପାଖ୍ୟାନ ଅନୁସାରେ, ଦକ୍ଷିଣ ଭାରତର ମୟୁରପୁର ପର୍ବତଠାରେ କାର୍ତ୍ତିକେୟ ତାରକାସୁରକୁ ବିନାଶ କରିଥିଲେ ଏବଂ ତାରକାସୁର ଏକ ମୟୂର ରୂପରେ ପୁନର୍ଜନ୍ମ ନେଇଥିଲା । ସ୍କନ୍ଧପୁରାଣର ବୀରମହେନ୍ଦ୍ର କାଣ୍ଡ ଅନୁସାରେ, ମୟୂର ଏକ ଅସୁର । ସେ କାର୍ତ୍ତିକେୟଙ୍କ ସହ ଯୁଦ୍ଧ କରିଥିଲା । ମହାଭାରତ ଆଦିପର୍ବର ୬୫ ଅଧ୍ୟାୟ ଅନୁସାରେ, ମୃତ୍ୟୁ ପରେ ମୟୂର ବିଶ୍ୱ ନାମକ ଏକ ରାଜା ରୂପେ ପୁନର୍ଜନ୍ମ ଗ୍ରହଣ କରିଥିଲା ।

ଆଧାର

ଅଧିକ ତଥ୍ୟ


Tags:

କାର୍ତ୍ତିକେୟ ପୌରାଣିକକାର୍ତ୍ତିକେୟ ବାହନକାର୍ତ୍ତିକେୟ ଆଧାରକାର୍ତ୍ତିକେୟ ଅଧିକ ତଥ୍ୟକାର୍ତ୍ତିକେୟଅଗ୍ନି

🔥 Trending searches on Wiki ଓଡ଼ିଆ:

ଅକ୍ଷୟ ତୃତୀୟା୨୩ ଅପ୍ରେଲଚିଲିକା ହ୍ରଦପ୍ରଥମାଷ୍ଟମୀମଟର ସାଇକେଲଜଳକ୍ୟୁ. ଆର. କୋଡ଼ରାଜନୀତି ବିଜ୍ଞାନବେଲକାଜୁଭଗବତ ଗୀତାଗଜଲବିଧାନ ସଭା ସଭ୍ୟଡାଲିମହାତ୍ମା ଗାନ୍ଧୀଓଡ଼ିଶାର ସଂସ୍କୃତିଚକ୍ରଧର ବେହେରାଉଦୟନାଥ ଷଡ଼ଙ୍ଗୀ୧୫ ଫେବୃଆରୀଜ୍ଞାନକୋଷକଳମଶାଗବାବୁଶାନ୍ତରୁଣକାନ୍ତି ମିଶ୍ରଲୋକ ସଭାଆର୍ଟିଫିସିଆଲ ଇଣ୍ଟେଲିଜେନ୍ସଖାଦ୍ୟଶ୍ରାଦ୍ଧକଣ୍ଡୋମରାଜ ଯୋଗଉଇକିମିଡ଼ିଆ ଫାଉଣ୍ଡେସନରାମଚନ୍ଦ୍ର ମିଶ୍ରଓଡ଼ିଶା ସରକାରନେରାଟିନିବରାକ୍ଷୀ ବାନ୍ଧିଲି ମୋ ରଖିବ ମାନନାରୀବାଦଉଇକିମିଡ଼ିଆ ମୁଭମେଣ୍ଟକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଶିମିଳିପାଳ ଜାତୀୟ ଉଦ୍ୟାନକଦଳୀ୧୯୨୦ଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟଭାରତର ପ୍ରଧାନମନ୍ତ୍ରୀସୁବର୍ଣ୍ଣରେଖା ନଦୀଗୁରୁ ପ୍ରସାଦ ମହାନ୍ତିଶ୍ରୀରାମ ପଣ୍ଡାଗାର୍ଗୀ ମହାନ୍ତିବିଦୁସ୍ମିତାପ୍ରୀତି ପାଣିଗ୍ରାହୀମାୟାଧର ମାନସିଂହଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାପଦ୍ମଚରଣ ପଟ୍ଟନାୟକହୀରାକୁଦ ବନ୍ଧଚତୁର ବିନୋଦଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନକାଳୀଚରଣ ପଟ୍ଟନାୟକଇଣ୍ଡୋନେସିଆଗୁରୁବାରଅନ୍ନଦା ଶଙ୍କର ରାୟହିଙ୍ଗୁଳା ମନ୍ଦିରଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟଇଲେକ୍ଟ୍ରୋନିକ କମର୍ସ🡆 More