ସଂସ୍କୃତ

ସଂସ୍କୃତ (/ˈsænskrɪt/, संस्कृत-, saṃskṛta-, ସାଧାରଣତଃ संस्कृतम्, saṃskṛitam) ବିଶ୍ବର ଏକ ପୁରାତନ ତଥା ଭାରତରେ ପ୍ରଚଳିତ ଏକ ଶାସ୍ତ୍ରୀୟ ଭାଷା । ଏହା ଭାରୋପୀୟ ଭାଷା ପରିବାରର ଏକ ଆର୍ଯ୍ୟ ଭାଷା । ଏହାର ପୂର୍ବବର୍ତ୍ତୀ ଭାଷାଗୁଡ଼ିକ ପ୍ରାକ୍ତନ ତାମ୍ର ଯୁଗରେ ଉତ୍ତର-ପଶ୍ଚିମରୁ ବିସ୍ତାର ଲାଭ କଲାପରେ ଏହା ଦକ୍ଷିଣ ଏସିଆରେ ବ୍ୟାପୀଥିଲା । ସଂସ୍କୃତ ହିନ୍ଦୁ ଧର୍ମର ପବିତ୍ର ଭାଷା ଓ ଶାସ୍ତ୍ରୀୟ ହିନ୍ଦୁ ଦର୍ଶନ ଶାସ୍ତ୍ରରେ, ବୌଦ୍ଧ ଏବଂ ଜୈନ ଧର୍ମର ଐତିହାସିକ ପାଠ୍ୟରେ ବ୍ୟବହାର ହୋଇଥିଲା । ଏହା ପ୍ରାଚୀନ ଏବଂ ମଧ୍ୟଯୁଗୀୟ ଦକ୍ଷିଣ ଏସିଆରେ ଏକ ସଂଯୋଗ ଭାଷା ଥିଲା ଏବଂ ପ୍ରାରମ୍ଭିକ ମଧ୍ୟଯୁଗୀୟ ଯୁଗରେ ଦକ୍ଷିଣ ପୂର୍ବ ଏସିଆ, ପୂର୍ବ ଏସିଆ ଏବଂ ମଧ୍ୟ ଏସିଆକୁ ହିନ୍ଦୁ ଏବଂ ବୌଦ୍ଧ ସଂସ୍କୃତି ବ୍ୟାପିବା ପରେ ଏହା ଧର୍ମ ଏବଂ ଉଚ୍ଚ ସଂସ୍କୃତିର ଭାଷା ଏବଂ ଏହି କ୍ଷେତ୍ରରେ ରାଜନୈତିକ ଉଚ୍ଚବର୍ଗଙ୍କ ଭାଷାରେ ପରିଣତ ହୋଇଥିଲା । ଫଳରେ ବିଶେଷ କରି ବିଭିନ୍ନ ଦକ୍ଷିଣ ଏସିଆ, ଦକ୍ଷିଣପୂର୍ବ ଏସିଆ ଏବଂ ପୂର୍ବ ଏସିଆର ଭାଷାଗୁଡ଼ିକର ଔପଚାରିକ ଏବଂ ପରିବର୍ତ୍ତିତ ଶବ୍ଦାବଳୀ ଉପରେ ସଂସ୍କୃତ ସ୍ଥାୟୀ ପ୍ରଭାବ ପକାଇଥିଲା ।

ସଂସ୍କୃତ
संस्कृतम् saṃskṛtam
ସ୍ଥାନଦକ୍ଷିଣ ଏସିଆ (ପୁରାତନ ଓ ମଧ୍ୟଯୁଗ),
ଦକ୍ଷିଣପୂର୍ବ ଏସିଆର ଅଂଶ (ମଧ୍ୟଯୁଗ)
Native ଭାଷାଭାଷୀ
ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।
Language family
ଇଣ୍ଡୋ-ଇଉରୋପୀୟ
  • ଇଣ୍ଡୋ-ଇରାନୀୟ
    • ଇଣ୍ଡୋ-ଆର୍ଯ୍ୟ
      • ସଂସ୍କୃତ
ଲିପି
କୌଣସି ମୂଳ ଲିପି ନାହିଁ
ଦେବନାଗରୀରେ ସାଧାରଣତଃ ଲେଖାଯାଏ, ବିଭିନ୍ନ ବ୍ରାହ୍ମୀ-ଆଧାରିତ ଲିପି, ଏବଂ ଲାଟିନ ଲିପି
Official status
କେଉଁଠି ସରକାରୀ ଭାଷା
ସଂସ୍କୃତ ଭାରତ ଭାରତର ରାଜ୍ୟଗୁଡ଼ିକ ଉତ୍ତରାଖଣ୍ଡହିମାଚଳ ପ୍ରଦେଶ
ଭାରତର ୨୨ ଗୋଟି ଅନୁସୂଚିତ ଭାଷାଗୁଡ଼ିକ ଭିତରୁ ଏକ
ଭାଷା କୋଡ଼
ISO 639-1sa
ISO 639-2san
ISO 639-3san

ସଂସ୍କୃତ ସାଧାରଣତଃ ଅନେକ ପୁରୁଣା ଇଣ୍ଡୋ-ଆର୍ଯ୍ୟ ଭାଷା ପ୍ରକାରକୁ ସୂଚାଏ । ଏହାର ସବୁଠାରୁ ପୁରୁଣା ହେଉଛି ଋକବେଦରେ ମିଳୁଥିବା ବୈଦିକ ସଂସ୍କୃତ । ତାହା ଖ୍ରୀ.ପୂ. ୧୫୦୦ ମସିହାରୁ ଖ୍ରୀ.ପୂ. ୧୨୦୦ ମସିହା ମଧ୍ୟରେ ରଚନା କରାଯାଇଥିବା ୧,୦୨୮ଟି ଶ୍ଳୋକକୁ ନେଇ ଗଠିତ ଓ ଏସବୁକୁ ବର୍ତ୍ତମାନର ଉତ୍ତର ପାକିସ୍ତାନ ଓ ଆଫଗାନିସ୍ତାନରୁ ଉତ୍ତର ଭାରତର ଆଡ଼କୁ ପୂର୍ବମୁଖୀ ହୋଇ ପ୍ରବାସ କରୁଥିବା ଇଣ୍ଡୋ-ଆର୍ଯ୍ୟ ଜନଜାତିମାନେ ରଚନା କରିଥିଲେ । ବୈଦିକ ସଂସ୍କୃତ ଭାରତୀୟ ଉପମହାଦେଶର ପୂର୍ବବର୍ତ୍ତୀ ପ୍ରାଚୀନ ଭାଷାମାନଙ୍କ ସହ ଆଦାନ ପ୍ରଦାନ କରିବା ବେଳେ ପ୍ରଥମ କରି ଭେଟିଥିବା ଗଛ ଏବଂ ପଶୁମାନଙ୍କ ନାମ ମଧ୍ୟ ଆହରଣ କରିଥିଲା । ଏହା ବ୍ୟତୀତ ପ୍ରାଚୀନ ଦ୍ରାବିଡ଼ ଭାଷାଗୋଷ୍ଠୀ ସଂସ୍କୃତର ଧ୍ୱନିବିଜ୍ଞାନ ଏବଂ ଗଠନକୁ ପ୍ରଭାବିତ କରିଥିଲେ । "ସଂସ୍କୃତ" ମଧ୍ୟ ଅତି ସାଧାରଣ ଭାବେ ଶାସ୍ତ୍ରୀୟ ସଂସ୍କୃତକୁ ସୂଚାଏ । ଶାସ୍ତ୍ରୀୟ ସଂସ୍କୃତ ଏକ ୧ମ ମସିହାର ମଧ୍ୟଭାଗରେ ଉତ୍ପନ୍ନ ହୋଇଥିବା ଏବଂ ପ୍ରାଚୀନ ବ୍ୟାକରଣଗୁଡ଼ିକ ମଧ୍ୟରେ ସବୁଠାରୁ ବ୍ୟାପକ ଭାବେ ପାଣିନୀଙ୍କ ଅଷ୍ଟାଧ୍ୟାୟୀଦ୍ୱାରା ("ଆଠଟି ଅଧ୍ୟାୟ") ମାନକୀକରଣ ହୋଇଥିଲା । କାଳିଦାସ ସଂସ୍କୃତ ଭାଷାର ସର୍ବଶ୍ରେଷ୍ଠ ନାଟ୍ୟକାର ଓ ସେ ଶାସ୍ତ୍ରୀୟ ସଂସ୍କୃତରେ ଲେଖୁଥିଲେ । ଆଧୁନିକ ଗଣିତର ମୂଳଦୁଆ ପ୍ରଥମେ ଶାସ୍ତ୍ରୀୟ ସଂସ୍କୃତରେ ବର୍ଣ୍ଣନା କରାଯାଇଥିଲା । ତେବେ ସଂସ୍କୃତରେ ରଚିତ ଦୁଇ ପ୍ରମୁଖ ମହାକାବ୍ୟ ମହାଭାରତ ଏବଂ ରାମୟଣ ବିଭିନ୍ନ ମୌଖିକ କାହାଣୀ ବର୍ଣ୍ଣନା ଶୈଳୀରେ ରଚିତ ଓ ଏହି ସଂସ୍କୃତକୁ ମହାକାବ୍ୟ ସଂସ୍କୃତ କୁହାଯାଉଥିଲା । ଏହା ଉତ୍ତର ଭାରତରେ ଖ୍ରୀ.ପୂ. ୪୦୦ରୁ ଖ୍ରୀ.ପୂ. ୩୦୦ ମଧ୍ୟରେ ବ୍ୟବହୃତ ହୋଇଥିଲା ଏବଂ ଶାସ୍ତ୍ରୀୟ ସଂସ୍କୃତର ପ୍ରାୟ ସମସାମୟିକ ଥିଲା । ଏହା ପର ଶତାବ୍ଦୀ ମଧ୍ୟରେ ସଂସ୍କୃତ ପରମ୍ପରାବଦ୍ଧ ହୋଇ ପ୍ରଥମ ଭାଷା ଭାବରେ ଶିଖାଯିବା ବନ୍ଦ ହେଲା ଏବଂ ଶେଷରେ ଏକ ଜୀବନ୍ତ ଭାଷା ଭାବରେ ବିକଶିତ ହେବା ବନ୍ଦ ହେଲା ।

ଆଧାର

Tags:

ଜୈନ ଧର୍ମବୌଦ୍ଧ ଧର୍ମହିନ୍ଦୁ ଧର୍ମ

🔥 Trending searches on Wiki ଓଡ଼ିଆ:

ବଳରାମ ଦାସଛବିଳ ମଧୁ ବର୍ଣ୍ଣବୋଧମହା ଶିବରାତ୍ରିଗୋପପୁର (ଗପ ସଙ୍କଳନ)ଚିଲିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗୁପଚୁପଟାସିମେଲଟେଓନ୧୪ ମାର୍ଚ୍ଚଇରା ମହାନ୍ତିରାମଚନ୍ଦ୍ର ମିଶ୍ରଡାଇନୋସରପ୍ରସନ୍ନ କୁମାର ମିଶ୍ରଓଡ଼ିଆ ଭ୍ରମଣ ସାହିତ୍ୟଓଡ଼ିଶାର ପର୍ବପର୍ବାଣିଗୋପବନ୍ଧୁ ଦାସରାଣୀ ଲକ୍ଷ୍ମୀବାଈଅଷ୍ଟ୍ରେଲିଆପ୍ରଧାନମନ୍ତ୍ରୀ ଜନଧନ ଯୋଜନାଦାମୋଦର ରାଉତନୀଳକଣ୍ଠ ଦାସଭାରତୀୟ ପକ୍ଷୀ୨୦୦୧ଭୁବନେଶ୍ୱରପୁରାଣବୋଡ଼ୋ ଭାଷାଚନ୍ଦ୍ରଚାଣକ୍ୟଓଡ଼ିଆ ସିନେମା ଗୀତ (୧୯୩୬ରୁ ୧୯୬୯)ବେଲ ପଣାବଣ୍ଡ (ଅର୍ଥ)ଜ୍ଞାନକୋଷପ୍ରଶାନ୍ତ ନନ୍ଦପାରମିତା ଶତପଥୀଆଟୋପିକ ଡର୍ମାଟାଇଟିସଜାପାନଉତ୍ତମ କୁମାର ପ୍ରଧାନଅକ୍ଷୟ ମହାନ୍ତିକବିଗୁପ୍ତେଶ୍ୱରଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାଓଡ଼ିଆ ଲିପିମହାପାତ୍ର ନୀଳମଣି ସାହୁଡ୍ରିମ୍ ଗାର୍ଲକୋଣାର୍କ ସୂର୍ଯ୍ୟ ମନ୍ଦିରଇଣ୍ଡିଆନ ପ୍ରିମିଅର ଲିଗଆତ୍ମହତ୍ୟାଗୁଡ୍ ବୟଗୋଦାବରୀଶ ମହାପାତ୍ରଚନ୍ଦ୍ରଭାଗା (କବିତା)ଦିବ୍ୟସିଂହ ଦେବକେନ୍ଦୁଝର ଜିଲ୍ଲାବୀଣାପାଣି ମହାନ୍ତିଦକ୍ଷିଣ କୋଏଲ ନ‌ଦୀଓଡ଼ିଶାର ଇତିହାସଖାରବେଳଉଇକିମିଡ଼ିଆ ମୁଭମେଣ୍ଟଗୁରୁ୭ (ସଂଖ୍ୟା)ଦୀନକୃଷ୍ଣ ଦାସକୁମାର ପୂର୍ଣ୍ଣିମାକଳାହାଣ୍ଡି ଜିଲ୍ଲା🡆 More