ମନୋରଞ୍ଜନ ଦାସ: ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ମନୋରଞ୍ଜନ ଦାସ (୧୦ ମାର୍ଚ୍ଚ ୧୯୨୩ - ୧୭ ଫେବୃଆରୀ ୨୦୧୩)ଓଡ଼ିଶାରେ ଜନ୍ମିତ ଜଣେ ଗାଳ୍ପିକ, ପ୍ରାବନ୍ଧିକ, ନାଟ୍ୟକାର । ସେ ଓଡ଼ିଆ ସାହିତ୍ୟରେ ନବନାଟ୍ୟ ଆନ୍ଦୋଳନର ମୁଖ୍ୟ ପୁରୋଧା ଥିଲେ ।

ମନୋରଞ୍ଜନ ଦାସ
ମନୋରଞ୍ଜନ ଦାସ: ଜୀବନ କାଳ, ଆକାଶବାଣୀ ସମ୍ବାଦ ପରିବେଷଣ, ରଚନାବଳୀ
ଜନ୍ମ ଓ ଜନ୍ମସ୍ଥାନ(1923-03-10)୧୦ ମାର୍ଚ୍ଚ ୧୯୨୩
ଝରକୋଟା ପାଟଣା, ବୟାଳିଶ ମୌଜା, କଟକ ଜିଲ୍ଲା
ମୃତ୍ୟୁ୧୭ ଫେବୃଆରୀ ୨୦୧୩(2013-02-17) (ବୟସ ୮୯)
କଟକ
ବୃତ୍ତିନାଟ୍ୟକାର
ଭାଷାଓଡ଼ିଆ ଭାଷା
ଜାତୀୟତାମନୋରଞ୍ଜନ ଦାସ: ଜୀବନ କାଳ, ଆକାଶବାଣୀ ସମ୍ବାଦ ପରିବେଷଣ, ରଚନାବଳୀ ଭାରତୀୟ
ଶିକ୍ଷାସ୍ନାତକ (ଆଇନ‌)
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ
ବିଷୟନାଟକ, ଗପ, ଏକାଙ୍କିକା
ପୁରସ୍କାରପଦ୍ମଶ୍ରୀ
ସନ୍ତାନପୂଣ୍ୟଶ୍ଳୋକ ଦାସ

ଜୀବନ କାଳ

ମନୋରଞ୍ଜନ ଦାସ, ୧୯୨୩ ମସିହା ମାର୍ଚ୍ଚ ମାସ ୧୦ ତାରିଖରେ କଟକ ଜିଲ୍ଲା, ବୟାଳିଶ ମୌଜା ଅନ୍ତର୍ଗତ ଝରକୋଟା ପାଟଣା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିଲା ଦିନରୁ ନାଟକ ପ୍ରତି ତାଙ୍କର ଆଗ୍ରହ ରହିଥିଲା ଏବଂ ସ୍କୁଲ ସମୟରୁ ହିଁ, ନିଜ ଅଭିନୟ ପ୍ରତିଭା ପାଇଁ ପ୍ରଶଂସିତ ହୋଇଆସିଥିଲେ । ରେଭେନ୍ସା ମହାବିଦ୍ୟାଳୟରେ ପଢ଼ିବା ସମୟରେ, ସେ ବିଶ୍ୱସ୍ଥରୀୟ ନାଟ୍ୟଶାସ୍ତ୍ର ସହ ପରିଚିତ ହୋଇଥିଲେ । ଏହି ସମୟରେ ସେ, ନିଜ ଗୁରୁ ପି. ଏସ୍. ସୁନ୍ଦରମ୍ ଓ ନାଟ୍ୟକାର କାଳୀଚରଣ ପଟ୍ଟନାୟକଙ୍କଦ୍ୱାରା ଗଭୀର ଭାବରେ ପ୍ରଭାବିତ ହୋଇଥିଲେ ଏବଂ ନିଜ ବନ୍ଧୁମାନଙ୍କୁ ନେଇ ସୃଜନୀ ନାମରେ ଏକ ଥିଏଟର ଗୋଷ୍ଠି ତିଆରି କରିଥିଲେ । ଭାରତର ସ୍ୱାଧୀନତା ସଂଗ୍ରାମ, ତାଙ୍କ ନାଟ୍ୟ ଚେତନାକୁ ଗଭୀର ଭାବରେ ପ୍ରଭାବିତ କରିଥିଲା ଓ ଭାରତ ସ୍ୱାଧୀନତାର ଠିକ ତିନି ଦିନ ଆଗରୁ ତାଙ୍କ ନାଟକ 'ଅଗଷ୍ଟ ନଅ'ର ପ୍ରଦର୍ଶିତ ହୋଇ ଖୁବ ଲୋକପ୍ରିୟ ହୋଇଥିଲା ।

ରେଭେନ୍ସା ମହାବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରି, ମନୋରଞ୍ଜନ ୧୯୫୫ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ପରବର୍ତ୍ତୀ ସମୟରେ, ସେ ଆକାଶ ବାଣୀର ଆଞ୍ଚଳିକ ବାର୍ତ୍ତା ବିଭାଗର ସହ ସମ୍ପାଦକ, ଆକାଶ ବାଣୀ ତଥା ଦୂରଦର୍ଶନର ଡ୍ରାମା ବିଭାଗର ବରିଷ୍ଠ ପ୍ରଯୋଜକ ଭାବରେ କାର୍ଯ୍ୟ ସମ୍ପାଦନ କରିଥିଲେ । ଏହା ବ୍ୟତିତ ସେ, ଓଡ଼ିଶା ସାହିତ୍ୟ ଏକାଡେମୀ, ଓଡ଼ିଶା ସଂଗୀତ ନାଟକ ଏକାଡେମୀ ଓ ଓଡ଼ିଶା ଲଳିତ କଳା ଏକାଡେମୀର ସମ୍ପାଦକ, ଉତ୍କଳ ସାହିତ୍ୟ ସମାଜର ମହାସଚିବ ତଥା କଳା ବିକାଶ କେନ୍ଦ୍ରର ଅଧ୍ୟକ୍ଷ ରୂପେ ମଧ୍ୟ କାର୍ଯ୍ୟ କରିଥିଲେ । ଆକାଶବାଣୀ କଟକର ପ୍ରଡ୍ୟୁସର ଏମିରେଟସ ଭାବରେ ସେ ଓଡ଼ିଆ ବେତାର ନାଟକକୁ ନୂତନ ଦିଗଦର୍ଶନ ଦେଇଥିଲେ ।

୨୦୧୩ ମସିହା, ଫେବୃଆରୀ ମାସ ୧୭ ତାରିଖ ରାତି ୧୧ଟା ୪୫ ମିନିଟ୍ ସମୟରେ, କଟକର କଲେଜ ଛକ ନିକଟସ୍ଥ ବର୍ଦ୍ଧମାନ କମ୍ପେକ୍ସସ୍ଥିତ ନିଜ ବାସଭବରେ ମନୋରଞ୍ଜନ ବାବୁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ତାଙ୍କ ଆତ୍ମଜୀବନୀ, 'ସ୍ମୃତି ସଂଳାପ', ଓଡ଼ିଆ ବ୍ୟତିତ ହିନ୍ଦୀ, ଇଂରାଜୀ ଓ ଅନ୍ୟାନ୍ୟ ଭାରତୀୟ ଭାଷାରେ ଅନୁବାଦ ହୋଇ ଖୁବ ଲୋକପ୍ରିୟ ହୋଇପାରିଛି ।

ଆକାଶବାଣୀ ସମ୍ବାଦ ପରିବେଷଣ

ମନୋରଞ୍ଜନ ଦାସ ୧୯୪୮ ମସିହା ଜାନୁୟାରୀ ମାସରେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରେ ସମ୍ବାଦ ବିଭାଗରେ ସହ ସମ୍ପାଦକ ଭାବରେ ଚାକିରୀରେ ଯୋଗଦାନ କରିଥିଲେ । ୨୮-୧-୧୯୪୮ ତାରିଖରେ ଆକାଶବାଣୀ କଟକ କେନ୍ଦ୍ରର ସ୍ଥାପନା ହୋଇ ପ୍ରଥମ ପ୍ରସାରଣ ହୋଇଥିଲା ଏବଂ ସେହି ଦିନ ସଂଧ୍ୟା ୭-୧୫ରେ ଦିଲ୍ଲୀ ଆକାଶବାଣୀରୁ ପ୍ରଥମ ଓଡ଼ିଆ ଖବର ବୁଲେଟିନ ପ୍ରସାରିତ ହୋଇଥିଲା ଯାହାକି କଟକ ଆକାଶବାଣୀଦ୍ୱାରା ରିଲେ କରି ପ୍ରଚାର କରାଯାଇଥିଲା । ସେହି ପ୍ରଥମ ଦିଲ୍ଲୀ କେନ୍ଦ୍ରର ଓଡ଼ିଆ ଖବର ପଢ଼ିଥିଲେ ମନୋରଞ୍ଜନ ଦାସ । ତାର ମାତ୍ର ଦୁଇଦିନ ପରେ ତାଙ୍କୁ ଆକାଶବାଣୀରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ବିୟୋଗ ଖବର ଶୁଣାଇବାକୁ ପଡିଥିଲା । ସେତେବେଳେ ସେ ଥିଲେ ଦିଳ୍ଳୀ ଆକାଶବାଣୀର ପ୍ରଥମ ଓ ଏକ ମାତ୍ର ଓଡ଼ିଆ କର୍ମଚାରୀ । ମାତ୍ର ଉପରିସ୍ଥ ଅଧୀକାରୀଙ୍କ ଚକ୍ରାନ୍ତ ହେତୁ ସେ ବହୁତ ଶୀଘ୍ର ସେଠାରୁ ଇସ୍ତଫା ଦେଇ ଓଡ଼ିଶା ଚାଲି ଆସିଥିଲେ ।

ପରେ ୧୯୫୮ ମସିହାରେ ଯେତେବେଳେ କଟକ ଆକାଶବାଣୀର ଆଞ୍ଚଳିକ ସମ୍ବାଦ ପ୍ରସାରଣ ଆରମ୍ଭ ହେଲା, ସେତେବେଳେ ସେ ସେଠାରେ ସହ ସମ୍ପାଦକ ଭାବରେ ଯୋଗ ଦାନ କରିଥିଲେ । ଏହି ବିଭାଗରେ ସେ ୧୯୬୧ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିବା ପରେ କଟକ ଆକାଶବାଣୀର ଡ୍ରାମା ବିଭାଗକୁ ସ୍ଥାନାନ୍ତର ହୋଇଥିଲେ ।

ରଚନାବଳୀ

ମନୋରଞ୍ଜନ ଦାସ ଓଡ଼ିଆ ନାଟକରେ ଅନେକ ପରୀକ୍ଷା ନିରୀକ୍ଷା କରିଛନ୍ତି । ତାଙ୍କ ନାଟକରେ ଆଧୁନିକ ସମାଜିକ ଓ ରାଜନୈତିକ ବାସ୍ତବତାର ଦୃଶ୍ୟ ଦେଖିବାକୁ ମିଳେ । ଓଡ଼ିଆରେ ଉଦ୍ଭଟ ନାଟକ (Absurd Drama) ଲେଖିବାର ପରମ୍ପରା ସେ ଆରମ୍ଭ କରିଥିଲେ । ତାଙ୍କ ଉଲ୍ଲେଖଯୋଗ୍ୟ କୃତୀ ମଧ୍ୟରେ କାଠଘୋଡ଼ା ଓ ଅରଣ୍ୟ ଫସଲ ଅନ୍ୟତମ । ଅରଣ୍ୟ ଫସଲ ନାଟକ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେ଼ମୀ ପୁରସ୍କାର ପାଇଥିଲେ ।

ନାଟକ

  • ଜନ୍ମ ମାଟି (୧୯୪୩)
  • ଯୌବନ (୧୯୪୫)
  • ଅଗଷ୍ଟ ନଅ (୧୯୪୭)
  • କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ
  • ବକ୍ସି ଜଗବନ୍ଧୁ (୧୯୪୮)
  • ଆଗାମୀ (୧୯୫୦)
  • ଅବରୋଧ (୧୯୫୧)
  • ମହାସମୁଦ୍ର
  • ସାଗର ମନ୍ଥନ (୧୯୬୪)
  • ବନହଂସୀ (୧୯୬୯)
  • ଅରଣ୍ୟ ଫସଲ (୧୯୭୦), ଅସମୀୟା ଭାଷାକୁ ଅନୁବାଦିତ
  • କାଠ ଘୋଡ଼ା (୧୯୭୩)
  • ଅମୃତସ୍ୟ ପୁତ୍ର (୧୯୭୨)
  • ଉର୍ମୀ (୧୯୭୪)
  • ଶବ୍ଦଲିପି (୧୯୭୬)
  • ନନ୍ଦିକାକେଶରୀ (୧୯୮୫), ଇଂରାଜୀ ଭାଷାକୁ ଅନୁବାଦିତ
  • ଛୋଟ ନାଟକ

ଅନ୍ୟ ଭାଷାରେ ଅନୁଦିତ ନାଟକ

  • ଅରଣ୍ୟ ଫସଲ - The Wild Harvest:- - ପ୍ରକାଶକ ଅକ୍ସଫୋର୍ଡ ୟୁନିଭର୍ସିଟି ପ୍ରେସ କଲିକତା- ୧୯୭୯, ପରବର୍ତ୍ତୀ ପ୍ରକାଶକ - ସାହିତ୍ୟ ଏକାଡଏମୀ - ୧୯୯୩
  • କାଠ ଘୋଡ଼ା - "The Wooden Horse"- ଅନୁବାଦକ - ପ୍ରଫୁଲ୍ଲ ମହାଂତି , ୧୯୮୨,
  • ଶବ୍ଦ ଲିପି - "A Game of Words"

ସମ୍ମାନ ଓ ପୁରସ୍କାର

ଆଧାର

Tags:

ମନୋରଞ୍ଜନ ଦାସ ଜୀବନ କାଳମନୋରଞ୍ଜନ ଦାସ ଆକାଶବାଣୀ ସମ୍ବାଦ ପରିବେଷଣମନୋରଞ୍ଜନ ଦାସ ରଚନାବଳୀମନୋରଞ୍ଜନ ଦାସ ସମ୍ମାନ ଓ ପୁରସ୍କାରମନୋରଞ୍ଜନ ଦାସ ଆଧାରମନୋରଞ୍ଜନ ଦାସଓଡ଼ିଆ ସାହିତ୍ୟଓଡ଼ିଶାନବନାଟ୍ୟ ଆନ୍ଦୋଳନ

🔥 Trending searches on Wiki ଓଡ଼ିଆ:

ଓଡ଼ିଆ ନବବର୍ଷଅମିୟ କୁମାରୀ ପାଢ଼ୀସମୀର ରଞ୍ଜନ ଦାଶକୁମ୍ଭାର ଚକଗୁଣ୍ଡିଚା ମନ୍ଦିରଲୋକ ସଭାକୃଷ୍ଣ ଜନ୍ମାଷ୍ଟମୀ୩ (ସଂଖ୍ୟା)ରାଜକିଶୋର ପଟ୍ଟନାୟକଜୟ ଜଗନ୍ନାଥଜୟଦେବ ଜେନାଚୌଧୁରୀ ବିକାଶ ଦାସଭାରତ ଛାଡ଼ ଆନ୍ଦୋଳନହରେକୃଷ୍ଣ ମହତାବଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାଗୋଦାବରୀଶ ମହାପାତ୍ର୧ ମାର୍ଚ୍ଚବି. ଆର. ଆମ୍ବେଦକରକୁଞ୍ଜବିହାରୀ ଦାଶସୁଭାଷ ଚନ୍ଦ୍ର ବୋଷଲକ୍ଷ୍ମଣ ମିଶ୍ର୨୭ ଅପ୍ରେଲବିଜ୍ଞାନପୂଜା (ଉପାସନା)ବରଗଛନୃସିଂହ ଚରଣ ପଣ୍ଡାସରସ୍ୱତୀ ସମ୍ମାନଦୁର୍ଗା ପୂଜା୪ ଅପ୍ରେଲଜାନକୀ ବଲ୍ଲଭ ପଟ୍ଟନାୟକଅକ୍ଷୟ ତୃତୀୟା୩ ଅପ୍ରେଲଯକୃତକାଜଲଜାତୀୟ ବିଜ୍ଞାନ ଦିବସ୨୪ ଅପ୍ରେଲଧରଣୀଧର ଭୂୟାଁଗୀତଗୋବିନ୍ଦସମ୍ବାଦବିଦ୍ୟାଳୟ୧୮ ଅପ୍ରେଲନମିତା ଅଗ୍ରୱାଲମିଆ ଖଲିଫାଦାସକାଠିଆରବି ପଟ୍ଟନାୟକହୋଲିପ୍ରତିଭା ଶତପଥୀଟାଟା ମୋଟରସବାଳୀସୌର ଜଗତହିଡ଼ିମ୍ବମିଳିମିଳାଡୋରାଦଳିତବବୃବାହନ (ମହାଭାରତ)ଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଜାପାନଇଣ୍ଟରନେଟପୃଥିବୀସମ୍ବଲପୁର ଜିଲ୍ଲାମନମୋହନ ସାମଲ୧୯୩୪୧୭ ଅପ୍ରେଲରେବତୀ (କ୍ଷୁଦ୍ରଗଳ୍ପ)ମଥୁରା ମଙ୍ଗଳ୧୪ ଅପ୍ରେଲରାଧାକେଳୁଚରଣ ମହାପାତ୍ରବ୍ରାହ୍ମଣହିନ୍ଦୁ ମନ୍ଦିର ସ୍ଥାପତ୍ୟକଳାପ୍ଲୀହା🡆 More