କାଳୀଚରଣ ପଟ୍ଟନାୟକ

କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ଜଣେ ଆଧୁନିକ ଓଡ଼ିଆ ନାଟ୍ୟକାର, ଗୀତିକାର, କବି, ଓଡ଼ିଶୀ ସଙ୍ଗୀତଜ୍ଞ ଓ ନୃତ୍ୟ ବିଶାରଦ ଥିଲେ । କାଳୀଚରଣ ପାରମ୍ପରିକ ଲୀଳା ନାଟକ ପ୍ରଦର୍ଶନ କରି ନିଜର ନାଟ୍ୟକାର ଜୀବନ ଅରମ୍ଭ କରିଥିଲେ । ୪ର୍ଥ ଦଶକ ବେଳକୁ ସେ ଆଧୁନିକ ମଞ୍ଚ ନାଟକ ଲେଖି ତାହାର ବିପଣନ କରିବା ଆରମ୍ଭ କରିଥିଲେ । ସେଥିପାଇଁ ୧୯୨୯ ମସିହାରେ ସାକ୍ଷୀଗୋପାଳ ନାଟକ ସଂଘ' ଓ ୧୯୩୯ରେ ଓଡ଼ିଶା ଥିଏଟର୍ସ' ନାମରେ ଏକ ରଙ୍ଗମଞ୍ଚ ଗଠନ କରି ଓଡ଼ିଶା ନାଟକାଭିନୟ ଜଗତର ପ୍ରସାର ଓ ଉନ୍ନତି କରିଥିଲେ । ତାଙ୍କର ଜନପ୍ରିୟ ନାଟକ ଗାର୍ଲ ସ୍କୁଲ ଓଡ଼ିଆ ମଞ୍ଚାଭିନୟରେ ନୂତନ ଯୁଗର ଆରମ୍ଭ କରିଥିଲା । ତାଙ୍କୁ ଆଧୁନିକ ଓଡ଼ିଆ ନାଟ୍ୟଶାସ୍ତ୍ରର ‘ଭରତମୁନି’ ବୋଲି ମଧ୍ୟ କୁହାଯାଏ । ତାଙ୍କ ପ୍ରଚେଷ୍ଟାରୁ ୧୯୫୮ ମସିହାରେ ଓଡ଼ିଶୀ ନୃତ୍ୟ ଶାସ୍ତ୍ରୀୟ ମର୍ଯ୍ୟାଦା ପାଇଥିଲା ।.

କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ (୨୩ ଡିସେମ୍ବର ୧୮୯୭ - ୨୪ ଜୁଲାଇ ୧୯୭୮)[୧]ଜଣେ ଆଧୁନିକ ଓଡ଼ିଆ ନାଟ୍ୟକାର, ଗୀତିକାର, କବି, ଓଡ଼ିଶୀ ସଙ୍ଗୀତଜ୍ଞ ଓ ନୃତ୍ୟ ବିଶାରଦ ଥିଲେ । କାଳୀଚରଣ ପାରମ୍ପରିକ ଲୀଳା ନାଟକ ପ୍ରଦର୍ଶନ କରି ନିଜର ନାଟ୍ୟକାର ଜୀବନ ଅରମ୍ଭ କରିଥିଲେ । ୪ର୍ଥ ଦଶକ ବେଳକୁ ସେ ଆଧୁନିକ ମଞ୍ଚ ନାଟକ ଲେଖି ତାହାର ବିପଣନ କରିବା ଆରମ୍ଭ କରିଥିଲେ । ସେଥିପାଇଁ ୧୯୨୯ ମସିହାରେ "ସାକ୍ଷୀଗୋପାଳ ନାଟକ ସଂଘ' ଓ ୧୯୩୯ରେ "ଓଡ଼ିଶା ଥିଏଟର୍ସ' ନାମରେ ଏକ ରଙ୍ଗମଞ୍ଚ ଗଠନ କରି ଓଡ଼ିଶା ନାଟକାଭିନୟ ଜଗତର ପ୍ରସାର ଓ ଉନ୍ନତି କରିଥିଲେ । ତାଙ୍କର ଜନପ୍ରିୟ ନାଟକ ଗାର୍ଲ ସ୍କୁଲ (୧୯୩୯) ଓଡ଼ିଆ ମଞ୍ଚାଭିନୟରେ ନୂତନ ଯୁଗର ଆରମ୍ଭ କରିଥିଲା । ତାଙ୍କୁ ଆଧୁନିକ ଓଡ଼ିଆ ନାଟ୍ୟଶାସ୍ତ୍ରର ‘ଭରତମୁନି’ ବୋଲି ମଧ୍ୟ କୁହାଯାଏ । [୨]ତାଙ୍କ ପ୍ରଚେଷ୍ଟାରୁ ୧୯୫୮ ମସିହାରେ ଓଡ଼ିଶୀ ନୃତ୍ୟ ଶାସ୍ତ୍ରୀୟ ମର୍ଯ୍ୟାଦା ପାଇଥିଲା ।[୩]

ନାଟ୍ୟାଚାର୍ଯ୍ୟ କବିଚନ୍ଦ୍ର

କାଳୀଚରଣ ପଟ୍ଟନାୟକ
Kabichandra Kali Charan Patnaik (Kalicharan Patnaik).jpg
ଜନ୍ମ ଓ ଜନ୍ମସ୍ଥାନ(1897-12-23)୨୩ ଡିସେମ୍ବର ୧୮୯୭
ବାଙ୍କୀ, କଟକ ଜିଲ୍ଲା, ଓଡ଼ିଶା
ମୃତ୍ୟୁ୨୪ ଜୁଲାଇ ୧୯୭୮(1978-07-24) (ବୟସ ୮୦)
ଭାଷାଓଡ଼ିଆ
ବିଷୟନାଟକ, ଓଡ଼ିଶୀ ସଙ୍ଗୀତ, ଗପ, ଏକାଙ୍କିକା, କବିତା
ସାହିତ୍ୟର ଆନ୍ଦୋଳନଓଡ଼ିଆ ନାଟ୍ୟ
ସାହିତ୍ୟ କୃତିଓଡ଼ିଶା ଥିଏଟର୍ସ
ପୁରସ୍କାର
  • କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର (୧୯୭୭)
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର (୧୯୭୧)
ଜ୍ଞାତି କୁଟୁମ୍ବଶ୍ୟାମାମଣି ପଟ୍ଟନାୟକ

ଦସ୍ତଖତ

ବାଲ୍ୟଜୀବନ ଓ ଶିକ୍ଷା

କାଳୀଚରଣ, ୧୮୯୭ ଡିସେମ୍ବର ୨୩ତାରିଖ, ବକୁଳ ଅମାବାସ୍ୟା ଦିନ ବାଙ୍କୀ ସହର ଉପକଣ୍ଠରେ ଥିବା ଖମାରଙ୍ଗ ଗ୍ରାମରେ ପିତା ଦୁର୍ଗାଚରଣ ପଟ୍ଟନାୟକ ଓ ମାତା ରାଧାମାଳୀ ଦେବୀଙ୍କଠାରୁ ଜନ୍ମ ଗ୍ରହଣ କରିଥିଲେ ।[୪]ସେ ପିତାମାତାଙ୍କର ଦ୍ୱିତୀୟ ସନ୍ତାନ ଥିଲେ । କାଳୀଚରଣଙ୍କ ପିତା ବଡ଼ମ୍ବାଗଡ଼ର ଦେବାନ ଥିଲେ । ତାଙ୍କର ପ୍ରାଥମିକ ଶିକ୍ଷା ସେ ଚର୍ଚ୍ଚିକା ପ୍ରାଥମିକ ବିଦ୍ୟାଳରେ ସମ୍ପନ୍ନ କରି ଖୋର୍ଦ୍ଧା ଉଚ୍ଚବିଦ୍ୟାଳୟରେ ମାଟ୍ରିକ ପଢ଼ିଥିଲେ । କଟକର ରେଭେନ୍ସା ମହାବିଦ୍ୟାଳୟରୁ ସେ ଉଚ୍ଚତର ଶିକ୍ଷା ଗ୍ରହଣ କରିଥିଲେ ।

ଓଡ଼ିଆ ସାହିତ୍ୟକୁ ଅବଦାନ

ଖୋାର୍ଦ୍ଧା ସ୍କୁଲରେ ପଢୁଥିବା ସମୟରେ ସଙ୍ଗୀତ ନାଟକ ପ୍ରତି ଆସକ୍ତ କାଳୀଚରଣ ପ୍ରଥମେ ସଙ୍ଗୀତଜ୍ଞ ବାସୁଦେବ ମହାପାତ୍ର ଓ ପରେ ଓସ୍ତାଦ୍ ଖାନୁ ଖାଁ, ବନୱାରୀ ମିଶ୍ରଙ୍କ ଭଳି ବିଶାରଦଙ୍କଠାରୁ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରିଥିଲେ । ବାଙ୍କୀର ମହାପର୍ବତ ଦେଖି 'ମହାପର୍ବତ' ନାମକ ଖଣ୍ଡକାବ୍ୟ ଓ 'କଳଙ୍କ ଭଞ୍ଜନମାଳା' ନାଟକ ରଚନା କରିବା ପରେ ଶିକ୍ଷକ ପଣ୍ଡିତ କୃପାସିନ୍ଧୁ ହୋତାଙ୍କ ପ୍ରକୃତି ବର୍ଣ୍ଣନା ପାଇଁ ଉପଦେଶ ତାଙ୍କର ରଚନାତ୍ମକ ଦୃଷ୍ଟିଭଙ୍ଗୀରେ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଥିଲା । ଗୋବିନ୍ଦଚନ୍ଦ୍ର ଶୂରଦେଓଙ୍କ ସମ୍ପର୍କରେ ଆସି ତାଙ୍କର ନାଟକ ସୁଲଭତା ବିକଶିତ ହୋଇଥିଲା । ରେଭେନ୍ସା କଲେଜରେ ପଢୁଥିବା ସମୟରେ 'କଳାହାଣ୍ଡିଆ ମେଘ' ନାମରେ ସେ ପ୍ରଥମ କବିତା ଲେଖିଥିଲେ । କବିତାଟି ପଢ଼ି ମଧୁସୂଦନ ରାଓ ତାଙ୍କୁ ୧୦୦ଟଙ୍କା ପୁରସ୍କାର ଦେଇଥିଲେ । ୧୯୧୮ ମସିହାରେ ଆଇ.ଏ. ପଢ଼ିବାବେଳେ ସେ ପ୍ରଥମ ନାଟକ ଧ୍ରୁବ ରଚନା କରିଥିଲେ ମଧ୍ୟ ତାଙ୍କର ପ୍ରଥମ ସାମାଜିକ ନାଟକ ଥିଲା ୧୯୩୪ ମସିହାରେ ରଚିତ ପ୍ରତିଶୋଧ । ପ୍ରାୟ ୪୦ଟି ପୂର୍ଣ୍ଣାଙ୍ଗ ନାଟକ ସହିତ ସେ ରଚନା କରିଯାଇଛନ୍ତି ବହୁ ନୃତ୍ୟ ନାଟିକା, କାବ୍ୟ ନାଟିକା, ଗଳ୍ପ, ଉପନ୍ୟାସ ଓ କବିତା ।[୫]

ନୃତ୍ୟନାଟିକା (ଲୀଳା ନାଟକ)

  1. କଳଙ୍କ ଭଞ୍ଜନ
  2. ଦାରିଦ୍ର୍ୟ ଭଞ୍ଜନ
  3. ମିଳନ ମାଧୁରୀ
  4. ଶ୍ରୀ ରାଧା
  5. ବାଂସୁରୀର ବିଳାପ
  6. ଶ୍ରୀ ଗୀତ ଗୋବିନ୍ଦ
  7. ପ୍ରୀତି ସୁଧାକର
  8. ଲକ୍ଷ୍ମୀ
  9. କୌତୁକ ଚିନ୍ତାମଣୀ
  10. କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ
  11. ମାନିନୀ
  12. ଆଖିର ଦେଖା
  13. ଦେହି ପଦପଲ୍ଲବ ମୁଦାରଂ

ପୌରାଣିକ ନାଟକ

  1. ଧ୍ରୁବ
  2. ମୃଗୟା
  3. ବନ ବିହାର
  4. ବିଦ୍ୟାବଳୀ
  5. ଶକୁନ୍ତଳା
  6. ହରିଶ୍ଚନ୍ଦ୍ର
  7. ଚକ୍ରୀ
  8. ଦଶଭୂଜା

ଐତିହାସିକ ନାଟକ

  1. ଅଭିଯାନ(୧୯୪୬)
  2. ମାଳତୀ
  3. ରକ୍ତ ମନ୍ଦାର

ସାମାଜିକ ନାଟକ

  1. ପ୍ରତିଶୋଧ
  2. ଆହୂତି
  3. ଚୁମ୍ବନ(ପ୍ରେମଳତା,ମଦନ)
  4. କମଳ (୧୯୪୩)
  5. ଭାତ (୧୯୪୫)(ରମା,ଜୟୀ)
  6. ଗାର୍ଲ ସ୍କୁଲ (୧୯୩୯)(ପ୍ରଥମେ ନାରୀମାନେ ଅଭିନୟର ସୁଯୋଗ ପାଇଲେ)
  7. ରକ୍ତମାଟି(୧୯୪୭)
  8. ଫଟାଭୂଇଁ
  9. ସନ୍ଧାନ (୧୯୫୩)
  10. ହୀରାଖଣ୍ଡ (୧୯୫୩)

ଜୀବନୀ ଆଧାରିତ ନାଟକ

  1. ଜୟଦେବ
  2. ସାରଳା ଦାସ
  3. ଜଗନ୍ନାଥ ଦାସ

ଗଳ୍ପ ସଂଗ୍ରହ

  1. ବନଫୁଲ
  2. କବିତା ସଂଗ୍ରହ
  3. ଚନ୍ଦ୍ରିକା, ଫୁଲରେଣୁ
  4. ମଞ୍ଚ ନାଟକ
  5. ମଞ୍ଚଧାରା
  6. କାବ୍ୟନାଟକ
  7. ଅନଙ୍ଗ
  8. ଏକକ ନାଟକ
  9. ପଞ୍ଚରଙ୍ଗ
  10. ଷଡ଼ରସ
  11. ସପ୍ତପର୍ଣୀ
  12. ଜୀବିତ ତର୍ପଣ
  13. ଯୁଗପୁରୁଷ(ବାପୁଜୀଙ୍କ ତିରୋଧାନ ଉଦେଶ୍ୟରେ)

ଶିଶୁ ସାହିତ୍ୟ

  1. ଶିଶୁ ଖେଳଗୀତ
  2. ପିଲାଙ୍କ କର୍ମ ସଙ୍ଗୀତ
  3. ଠକ୍କର ବାପା
  4. ନେପୋଲିୟନ
  5. କେତେଟି କଥା
  6. ଆମ ସାହିତ୍ୟ
  7. ବାଳ ବୋଧକ
  8. କଳାହାଣ୍ଡିଆ ମେଘ
  9. ବଉଳବେଣୀ
  10. ବାୟା ଧନଟି
  11. ପ୍ରଥମ ପାଠ
  12. ଆମ ପାଠ
  13. କଥା ଶୁଣ
  14. ସରସ ସାହିତ୍ୟ (ପ୍ରଥମ ଓ ଦ୍ୱିତୀୟ ଭାଗ)

ବିବିଧ

  1. ଯୁଗେ ଯୁଗେ ଉତ୍କଳ
  2. ବେକାର
  3. ନାରଣ ଦାସ
  4. ୟୁଗେ ୟୋଗୀ (ହିନ୍ଦୀ)
  5. ଭୁଖା (ହିନ୍ଦୀ)
  6. ଫୁଲରେଣୁ
  7. ଦାସକାଠି
  8. ସୁଆଙ୍ଗ
  9. ରାଣୀ ସୁକଦେଈ

ବ୍ୟଙ୍ଗ

  1. ହାଲ ଫେସନ
  2. ଚରଣ ଚୁଟିଆ ଦାମ

ଏକାଙ୍କିକା

ତାଙ୍କ ଲିଖିତ ଜୀବିତ ତର୍ପଣ ଓଡ଼ିଆ ଭାଷାର ପ୍ରଥମ ଏକାଙ୍କିକା ।

  • ପଞ୍ଚରଙ୍ଗ
  • ଷଡ଼ରସ
  • ଭଙ୍ଗାଘର
  • ସପ୍ତପର୍ଣ୍ଣୀ (ସାତ ଗୋଟି ଏକାଙ୍କିକାର ସମାବେଶ)
  • ଯୁଗପୁରୁଷ
  • କକାନାଇଁ (ପ୍ରୌଢ ଶିକ୍ଷା)
  • ଦୋଷ କେଉଁଠି (ପ୍ରୌଢ଼ ଶିକ୍ଷା)

ଆତ୍ମ ଜୀବନୀ

  • କୁମ୍ଭାର ଚକ

ଓଡ଼ିଆ ସଙ୍ଗୀତକୁ ଅବଦାନ

  1. ସଙ୍ଗୀତ ସାର
  2. ଗୀତ ମଞ୍ଜରୀ
  3. କବିଚନ୍ଦ୍ର ଗୀତାବଳୀ (ଓଡ଼ିଶୀ ଭାଗ)
  4. କବିଚନ୍ଦ୍ର ଗୀତାବଳୀ (ଲଘୁ ସଂଗୀତ ଭାଗ)
  5. କବିଚନ୍ଦ୍ର ଗୀତାବଳୀ (ଭଜନ ଓ ଜଣାଣ)
  6. କବିଚନ୍ଦ୍ର ଗୀତାବଳୀ (ପଲ୍ଲୀଗୀତ ଭାଗ)
  7. କବିଚନ୍ଦ୍ର ଗୀତାବଳୀ (କୀର୍ତ୍ତନ ଭାଗ)
  8. ସଙ୍ଗୀତ ଓ ହାର୍ମୋନିୟମ ଶିକ୍ଷା
  9. ପିଲାଙ୍କ ସଙ୍ଗୀତ ଶିକ୍ଷା
  10. ଓଡ଼ିଶୀ ସଙ୍ଗୀତର ରୂପରେଖ
  11. ରକ୍ତ ଝଙ୍କାର
  12. ବରଣ ଡାଲା
  13. ସପ୍ତସୁରୀ
  14. ସୁରଲେଖା (ଗୀତ ଓ ସ୍ୱରଲିପି)
  15. ଚମ୍ପୂ-ସ୍ୱରଲିପି
  16. ଆମ ଓଡ଼ିଆ ସଙ୍ଗୀତ

ଓଡ଼ିଆ କଥାଚିତ୍ରକୁ ଅବଦାନ

କାଳୀଚରଣ ପଟ୍ଟନାୟକ ଓଡ଼ିଆ ଚଳଚ୍ଚିତ୍ର ଲଳିତା (୧୯୪୯) ଓ ମାଟିର ମଣିଷ (୧୯୬୭) ପାଇଁ ଗୀତ ରଚନା କରିଥିଲେ। ସେ ଲଳିତା କଥାଚିତ୍ରର ନିର୍ଦ୍ଦେଶକ ଥିଲେ।[୬]

ପୁରସ୍କାର ଓ ସମ୍ମାନ

ଗଜପତି ରାମଚନ୍ଦ୍ର ଦେବଙ୍କର ରାଜଦରବାରରେ ଏକଦା ସଭାକବି ଓ ରାଜ-ସଙ୍ଗୀତଜ୍ଞ ପଦବୀ ଅଳଂକୃତ କରିଥିବା କାଳୀଚରଣ ଗଜପତିଙ୍କଦ୍ୱାରା ୧୯୨୬ ମସିହା ସୁନିଆଁ ଦିନ କବିଚନ୍ଦ୍ର ଉପାଧିରେ ଭୂଷିତ ହେବା ସଙ୍ଗେ ସଙ୍ଗେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଚାମର ସେବା ଓ ବୈଷ୍ଣବାଗ୍ନି ପ୍ରାପ୍ତ ହେବା ପାଇଁ ସ୍ୱୀକୃତି ଓ ଆଜ୍ଞା ଦେଇଥିଲେ । ଏହାପରେ ୧୯୪୪ ମସିହାରେ ଉତ୍କଳ ସାହିତ୍ୟ ସମାଜଦ୍ୱାରା "ନାଟ୍ୟାଚାର୍ଯ୍ୟ', କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପକ୍ଷରୁ ସମ୍ମାନଜନକ ଫେଲୋସିପ୍, ୧୯୭୫ ମସିହାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟଦ୍ୱାରା ଡି.ଲିଟ୍ ଉପାଧି[୭] ଓ ୧୯୭୭ ମସିହାରେ ଆତ୍ମଜୀବନୀ ଗ୍ରନ୍ଥ-କୁମ୍ଭାର ଚକ ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀଦ୍ୱାରା ପୁରସ୍କୃତ ହୋଇଥିଲେ । ୧୯୭୪ ମସିହାରେ ଭାରତ ସରକାରଙ୍କଦ୍ୱାରା ପ୍ରଦତ୍ତ "ପଦ୍ମଶ୍ରୀ' ସମ୍ମାନ (ଯୁଗ୍ମ ବିଜେତା)କୁ ସେ ପ୍ରତ୍ୟାଖ୍ୟାନ କରିଥିଲେ ।[୮]

  • କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର, ୧୯୭୭
  • ଡି ଲିଟ, ୧୯୭୫
  • ଫେଲୋସିପ୍‍ (ରତ୍ନ ସଦସ୍ୟ)- କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ୧୯୬୮[୯]
  • ନାଟ୍ୟାଚାର୍ଯ୍ୟ, ୧୯୪୪ - ଉତ୍କଳ ସାହିତ୍ୟ ସମାଜ
  • କବିଚନ୍ଦ୍ର, ୧୯୨୬[୧୦]
  • ପଦ୍ମଶ୍ରୀ ପୁରସ୍କାର ସେ ପ୍ରତ୍ୟାଖ୍ୟାନ କରିଥିଲେ

କାଳୀଚରଣ ୧୯୭୮ ମସିହା ଜୁଲାଇ ୨୪ ତାରିଖରେ ମୃତ୍ୟୁବରଣ କରିଥିଲେ ।

ରେକର୍ଡ଼ କରିଥିବା ଗୀତ

ଗ୍ରାମୋଫୋନ ରେକର୍ଡ଼
କ୍ରମଗୀତକବିସମୟ
1."କାହ୍ନୁ ଗୁଣେ ତୋ ଋଣୀ ବ୍ରଜଧାମେ ବ୍ରଜନାରୀ"କାଳୀଚରଣ ପଟ୍ଟନାୟକ 
2."ଚାକିରି ଝକମାରି ଏ ଜନମେ ନାହିଁ କରି"କାଳୀଚରଣ ପଟ୍ଟନାୟକ 

ଚାକିରି ଝକମାରି ଗୀତଟି ବିଷୟରେ କବିଚନ୍ଦ୍ର ବିସ୍ତୃତ ଭାବେ ନିଜ ଆତ୍ମଜୀବନୀ କୁମ୍ଭାରଚକରେ ଲେଖିଛନ୍ତି ।

ଆଧାର

This article uses material from the Wikipedia ଓଡ଼ିଆ article କାଳୀଚରଣ ପଟ୍ଟନାୟକ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply. (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 3.0 ରେ ଉପଲବ୍ଧ । Images, videos and audio are available under their respective licenses.
#Wikipedia® is a registered trademark of the Wikimedia Foundation, Inc. Wiki (DUHOCTRUNGQUOC.VN) is an independent company and has no affiliation with Wikimedia Foundation.

🔥 Trending searches on Wiki ଓଡ଼ିଆ:

ପ୍ରଧାନ ପୃଷ୍ଠାମଧୁସୂଦନ ଦାସମନୋଜ ଦାସଭିଏତନାମସ୍କ୍ରିଲେକ୍ସପୋଡୋଫାଇଲମ ରେଜିନଓଡ଼ିଆ ଭାଷାଓଡ଼ିଶାଜଗନ୍ନାଥଗଙ୍ଗାଧର ମେହେରଓଡ଼ିଆ ସାହିତ୍ୟଫକୀର ମୋହନ ସେନାପତିସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓଭାରତସାରଳା ଦାସଜଗନ୍ନାଥ ମନ୍ଦିରମନୋରଞ୍ଜନ ଦାସବୈକୁଣ୍ଠନାଥ ପଟ୍ଟନାୟକଗୋପବନ୍ଧୁ ଦାସରଥଯାତ୍ରାଓଡ଼ିଶାର ଇତିହାସମହାତ୍ମା ଗାନ୍ଧୀକବିସୂର୍ଯ୍ୟ ବଳଦେବ ରଥଦୟାନନ୍ଦ ସରସ୍ୱତୀସୁରେନ୍ଦ୍ର ମହାନ୍ତିରାଧାନାଥ ରାୟଗୋଦାବରୀଶ ମିଶ୍ରକାଳିନ୍ଦୀ ଚରଣ ପାଣିଗ୍ରାହୀଅପର୍ଣ୍ଣା ମହାନ୍ତିଚନ୍ଦନ ଯାତ୍ରାକୋଣାର୍କ ସୂର୍ଯ୍ୟ ମନ୍ଦିରଉପେନ୍ଦ୍ର ଭଞ୍ଜଅଖିଳ ମୋହନ ପଟ୍ଟନାୟକସ୍ୱାମୀ ବିବେକାନନ୍ଦମନୋଜ ଦାସଙ୍କ କଥା ଓ କାହାଣୀଜଗନ୍ନାଥ ଦାସଲକ୍ଷ୍ମୀକାନ୍ତ ମହାପାତ୍ରଦଣ୍ଡ ନାଟସ୍ୱର ବର୍ଣ୍ଣଭାରତୀୟ ସମ୍ବିଧାନଭୀମ ଭୋଇହିନ୍ଦୁପଠାଣି ସାମନ୍ତବନ୍ଦେ ଉତ୍କଳ ଜନନୀପ୍ରତିଭା ରାୟଖୋର୍ଦ୍ଧା ଜିଲ୍ଲାରବି ସିଂଆର୍ଯ୍ୟଭଟ୍ଟବୀର ସୁରେନ୍ଦ୍ର ସାଏଗୌତମ ବୁଦ୍ଧରମାକାନ୍ତ ରଥକାଳୀଚରଣ ପଟ୍ଟନାୟକକୋଣାର୍କଔଷଧୀୟ ଗଛଲତାମାନଙ୍କର ତାଲିକାବିଶ୍ୱନାଥ କରକିଶୋରୀ ଚରଣ ଦାସଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରବରାହମିହିରଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିରାଜେନ୍ଦ୍ର କିଶୋର ପଣ୍ଡାଗୌରବ ବଜାଜଭାରତର ସଂସ୍କୃତି୧୭୨୫ଫାଶୀ🡆 More