ମାଟିର ମଣିଷ: ୧୯୬୬ର ଓଡ଼ିଆ କଥାଚିତ୍ର

ମାଟିର ମଣିଷ, ୧୯୬୬ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବାବୁଲାଲ ଦୋଶୀ । ଏହି କଥାଚିତ୍ରଟି କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ରଚିତ ଉପନ୍ୟାସ ମାଟିର ମଣିଷ ଉପରେ ନିର୍ମାଣ କରାଯାଇଥିଲା । କାଳିନ୍ଦୀ ଚରଣ ଏହି ଉପନ୍ୟାସର ଚଳଚ୍ଚିତ୍ର ରୂପାନ୍ତରଣ ପାଇଁ ବାବୁଲାଲ ଦୋଶୀଙ୍କ ପାଖରେ ସର୍ତ୍ତ ରଖିଥିଲେ ଯେ, ସତ୍ୟଜିତ ରାୟ କିମ୍ବା ମୃଣାଳ ସେନ ଏହାର ନିର୍ଦ୍ଦେଶନା କରନ୍ତୁ । ସତ୍ୟଜିତ ରାୟଙ୍କ ସମୟ ଅଭାବରୁ, ବାବୁଲାଲ ମୃଣାଳ ସେନଙ୍କୁ ଏହାର ନିର୍ଦ୍ଦେଶନା ପାଇଁ ବାଛିଥିଲେ । ଗୋପାଳ ଛୋଟରାୟ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ । ଏହି ଚଳଚ୍ଚିତ୍ରଟି ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଭାବରେ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବମାନଙ୍କରେ ପ୍ରଦର୍ଶିତ ହେବାର ସୁଯୋଗ ପାଇଥିଲା ।

ମାଟିର ମଣିଷ
ମାଟିର ମଣିଷ: ଅଭିନୟ, ସଂକ୍ଷିପ୍ତ କାହାଣୀ, ଗୀତ ଓ ସଙ୍ଗୀତ
ନିର୍ଦ୍ଦେଶକମୃଣାଳ ସେନ
ପ୍ରଯୋଜକବାବୁଲାଲ ଦୋଶୀ
ଚିତ୍ରନାଟ୍ୟଗୋପାଳ ଛୋଟରାୟ
କାହାଣୀପଦ୍ମଭୂଷଣ କାଳିନ୍ଦୀ ଚରଣ ପାଣିଗ୍ରାହୀ
ମୂଳ ଆଧାରମାଟିର ମଣିଷ (ଉପନ୍ୟାସ)
କଳାକାରସୁଜାତା ଆନନ୍ଦ, ଧୀର ବିଶ୍ୱାଳ, ଭାନୁମତୀ ଦେବୀ, ପ୍ରଶାନ୍ତ ନନ୍ଦ, ଶରତ ପୂଜାରୀ
ସଙ୍ଗୀତଭୁବନେଶ୍ୱର ମିଶ୍ର
ଚିତ୍ରଗ୍ରହଣଶୈଳଜା ଚାଟାର୍ଜୀ
ମୁକ୍ତିଲାଭ ତାରିଖ
୧୯୬୬
କଥାଚିତ୍ରର ସମୟ
୧୧୩ ମିନଟ
ଦେଶମାଟିର ମଣିଷ: ଅଭିନୟ, ସଂକ୍ଷିପ୍ତ କାହାଣୀ, ଗୀତ ଓ ସଙ୍ଗୀତ ଭାରତ
ଭାଷାଓଡ଼ିଆ

ଅଭିନୟ

ସଂକ୍ଷିପ୍ତ କାହାଣୀ

ଶ୍ୟାମ ପ୍ରଧାନଙ୍କର ଦୁଇ ପୁଅ ବରଜୁ ପ୍ରଧାନ (ଶରତ ପୂଜାରୀ) ଓ ଛକଡ଼ି ପ୍ରଧାନ (ପ୍ରଶାନ୍ତ ନନ୍ଦ) । ବରଜୁ ବିବାହିତ, ୩ଟି ସନ୍ତାନର ପିତା, ଦାୟିତ୍ୱବାନ, କିନ୍ତୁ ଛକଡ଼ି ଫୁଲାଫାଙ୍କିଆ । ଛକଡ଼ିକୁ ବାଟକୁ ଆଣିବା ପାଇଁ ଶ୍ୟାମ ପ୍ରଧାନ, ନେତ୍ରମଣି (ସୁଜାତା ଆନନ୍ଦ) ସହିତ ବିବାହ କରେଇ ଦିଅନ୍ତି । କିନ୍ତୁ ଦୁଇ ଜାଆଙ୍କ ମଧ୍ୟରେ ଭୁଲ୍ ବୁଝାମଣା ଦୁଇ ଭାଇଙ୍କ ମଧ୍ୟରେ ଭୁଲ୍ ବୁଝାମଣା ସୃଷ୍ଟି କରେ । ସାହୁକାର ହରି ମିଶ୍ର (ଦୁଃଖୀରାମ ସ୍ୱାଇଁ) ମଧ୍ୟ ଛକଡ଼ିକୁ ଭାଇଠାରୁ ଅଲଗା ହେବା ପାଇଁ ଉସୁକାଏ, ଯା ଫଳରେ ସେ ଅଧିକ ଲାଭବାନ ହୋଇ ପାରିବ । ବରଜୁ ଛକଡ଼ିକୁ ବୁଝେଇବାକୁ ଯାଇ ଗୋଟେ ଚାପୁଡ଼ା ମାରେ । ଛକଡ଼ି ଏ କଥାକୁ ଆଧାର କରି, ହରି ମିଶ୍ରର ସାହାଯ୍ୟ ନେଇ ପୁଲିସ୍ ଡାକେ ଓ ଭିନ୍ନେ ହେବା ପାଇଁ ଦାବି କରେ । ବରଜୁ, ଛକଡ଼ିକୁ ସବୁ ସମ୍ପତିର ମାଲିକାନା ଦେଇ ନିଜ ସ୍ତ୍ରୀ ପିଲାଙ୍କୁ ନେଇ ଗାଁଆ ଛାଡ଼ି ଚାଲି ଯିବାର ଦୃଢ଼ ନିଷ୍ପତି ନିଏ । ଶେଷରେ ଛକଡ଼ି ଓ ନେତ୍ରମଣି ନିଜର ଭୁଲ୍ ବୁଝି ପାରନ୍ତି ଓ ବରଜୁକୁ ଫେରାଇ ଆଣନ୍ତି ।

ଗୀତ ଓ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଭୁବନେଶ୍ୱର ମିଶ୍ର

ଉପନ୍ୟାସ ଓ ଚଳଚ୍ଚିତ୍ର ମଧ୍ୟରେ ଭିନ୍ନତା

ଚଳଚ୍ଚିତ୍ରଟି ଉପନ୍ୟାସ ଉପରେ ପର୍ଯ୍ୟବସିତ ହୋଇଥିଲେ ମଧ୍ୟ ଉଭୟରେ କିଛି ଭିନ୍ନତା ଥିଲା । ଉପନ୍ୟାସରେ ବରଜୁ ମୁଖ୍ୟ ଚରିତ୍ରରେ ଥିବା ସମୟରେ ଚଳଚ୍ଚିତ୍ରରେ ଛକଡ଼ିକୁ ବେଶୀ ଗୁରୁତ୍ୱ ମିଳିଥିଲା । ଉପନ୍ୟାସଟି ୧୯୩୨ ମସିହାରେ ଲେଖାଯାଇଥିବାରୁ, ଏଥିରେ ଦ୍ୱିତୀୟ ବିଶ୍ୱଯୁଦ୍ଧ କଥା ଆଦୌ ନଥିଲା । କିନ୍ତୁ ଚଳଚ୍ଚିତ୍ରରେ ବରଜୁ ଓ ଛକଡ଼ିଙ୍କ ମଧ୍ୟରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଯୋଗୁଁ ବିବାଦ ହୋଇଥିବା ଦର୍ଶାଯାଇଥିଲା । ଉପନ୍ୟାସରେ ଗାନ୍ଧୀବାଦ ଚେତନା ଦେଖା ଦେଇଥିବା ବେଳେ, ଚଳଚ୍ଚିତ୍ରରେ ସେହି ସ୍ଥାନ ନେଇଥିଲା ମାର୍କ୍ସବାଦ । ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବା ପରେ, କାଳିନ୍ଦୀ ଚରଣ ପାଣିଗ୍ରାହୀ ପ୍ରତିବାଦ କରିଥିଲେ । ପ୍ରଯୋଜକ ବାବୁଲାଲ ଦୋଶୀ, ମୃଣାଳଙ୍କୁ ଚଳଚ୍ଚିତ୍ରରେ ସେହି ପରିବର୍ତ୍ତନ ଆଣିବାକୁ କହିଥିଲେ । କିନ୍ତୁ ମୃଣାଳ କୌଣସି ପରିବର୍ତ୍ତନ କରିବାକୁ ମନା କରିଥିଲେ ଓ ଚଳଚ୍ଚିତ୍ରରେ କୌଣସି ପରିବର୍ତ୍ତନ ଆସିଲେ, ନିଜ ନାମ ସେଥିରୁ ହଟେଇ ଦେବାକୁ କହିଥିଲେ । ଚଳଚ୍ଚିତ୍ରଟି ପରିବର୍ତ୍ତିତ ହୋଇ, ଦ୍ୱିତୀୟ ଥର ମୁକ୍ତିଲାଭ କରିଥିଲା ଓ ଏଥିରେ ମୃଣାଳଙ୍କ ନାମକୁ ହଟେଇ ଦିଆଯାଇଥିଲା ।

ଆଧାର

ଅଧିକ ତଥ୍ୟ

Tags:

ମାଟିର ମଣିଷ ଅଭିନୟମାଟିର ମଣିଷ ସଂକ୍ଷିପ୍ତ କାହାଣୀମାଟିର ମଣିଷ ଗୀତ ଓ ସଙ୍ଗୀତମାଟିର ମଣିଷ ଉପନ୍ୟାସ ଓ ଚଳଚ୍ଚିତ୍ର ମଧ୍ୟରେ ଭିନ୍ନତାମାଟିର ମଣିଷ ଆଧାରମାଟିର ମଣିଷ ଅଧିକ ତଥ୍ୟମାଟିର ମଣିଷମୃଣାଳ ସେନସତ୍ୟଜିତ ରାୟ

🔥 Trending searches on Wiki ଓଡ଼ିଆ:

୧୯୯୦ଗୋପବନ୍ଧୁ ଦାସପ୍ରତୀକ୍ଷା୨୦୧୪ହିପୋପୋଟାମସଜୀବସାରସଂସଦୀୟ ଗଣତନ୍ତ୍ରଶ୍ରୀରାଧାରଘୁନାଥ ପରିଚ୍ଛାଉଇକିପିଡ଼ିଆ୧୧ ଫେବୃଆରୀବିଜୁ ଜନତା ଦଳବିଦ୍ୟାଳୟଓଡ଼ିଆ ଭାଗବତ୨୦୦୭ଓଡ଼ିଆ ଭାଷାନନ୍ଦିଘୋଷଦେବଦୁର୍ଲ୍ଲଭ ଦାସଜୟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୨୦୦୩ବୈଦେହୀଶ ବିଳାସରାଜନୀତି ବିଜ୍ଞାନଜ୍ଞାନପୀଠ ପୁରସ୍କାରସୁଭାଷ ଚନ୍ଦ୍ର ବୋଷକୃଷ୍ଣଚନ୍ଦ୍ର ପାଣିଗ୍ରାହୀରାଜ୍ୟ ସଭାକୁଞ୍ଜବିହାରୀ ତ୍ରିପାଠୀଜଳ ପ୍ରଦୂଷଣନଅଙ୍କ ଦୁର୍ଭିକ୍ଷ୨୦ ଅପ୍ରେଲସୁଶାନ୍ତ ସିଂହ୧୨ ଫେବୃଆରୀପ୍ରାଣୀଗୋକୁଳାନନ୍ଦ ମହାପାତ୍ରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାପଖାଳ ଦିବସତିନୋଟି ରତନରାସନ କାର୍ଡ଼ (ଭାରତ)ଜଗନ୍ନାଥଲଣ୍ଡନଆଷାଢ଼ଆନନ୍ଦ ବାବୁଦଅଣାଅଭିମନ୍ୟୁ ସାମନ୍ତସିଂହାରହିନ୍ଦୁ ବିବାହ ଅଧିନିୟମ, ୧୯୫୫୨ ଜୁନପଦାର୍ଥ ବିଜ୍ଞାନମ୍ୟାଲେରିଆମହୁମାଛି୧୮୬୬ଇରା ମହାନ୍ତିଅଶୋକ (ସମ୍ରାଟ)ଶ୍ରୀ ଅରବିନ୍ଦ୩ ସେପ୍ଟେମ୍ବରବିଜୟ କୁମାର ପ୍ରଧାନଗ୍ରହଅର୍ଥଶାସ୍ତ୍ର୧୧ ଅପ୍ରେଲମାସସିଂହପୋଙ୍ଗଲପ୍ରଧାନ ପୃଷ୍ଠାଅରବିନ୍ଦ କେଜରିୱାଲଉତ୍କଳ ସମ୍ମିଳନୀଶକ୍ତି ପୀଠବୌଦ୍ଧ ଧର୍ମ🡆 More