ବଳ

or mass*change in velocity/time

ବଳ
ବଳ
ବଳକୁ କୌଣସି ଏକ ବସ୍ତୁ ଉପରେ ପ୍ରୟୋଗ କରାଯାଉଥିବା ଠେଲା ବା ଟଣା ବଳ ଭାବେ ବର୍ଣ୍ଣନା କରାଯାଇପାରେ । ଏହା ମାଧ୍ୟାକର୍ଷଣ ବଳ, ଚୁମ୍ବକୀୟ ବଳ ବା ଯେ କୌଣସି ବଳ, ଯାହା ଏକ ବସ୍ତୁକୁ ତ୍ୱରିତ କରାଇଥାଏ, ତାହାଦ୍ୱାରା ପ୍ରୟୋଗ କରାଯାଏ ।
Common symbols
F, F
SI unitନିଉଟନ
In SI base unitsକେଜି·ମି/ସେ2
Derivations from
other quantities
F = m a

ପଦାର୍ଥ ବିଜ୍ଞାନରେ ବଳ କହିଲେ, କୌଣସି ବିରୋଧ ନଥିବା ବେଳେ ଏକ ବସ୍ତୁର ଗତିରେ ପରିବର୍ତ୍ତନକୁ ବୁଝାଏ । ଅନ୍ୟ ଅର୍ଥରେ ଏକ ବଳ ବସ୍ତୁତ୍ୱ ଥିବା ଏକ ବସ୍ତୁର ବେଗରେ ପରିବର୍ତ୍ତନ (ଯେଉଁଥିରେ ସ୍ଥିରାବସ୍ଥାରୁ ଗତିଶୀଳ ହେବା ମଧ୍ୟ ଅନ୍ତର୍ଭୁକ୍ତ) ଅଥବା ତ୍ୱରିତ କରିବାକୁ ବୁଝାଏ । ବଳକୁ ମଧ୍ୟ ଠେଲା ବା ଟଣା ବଳ ଭାବେ ବର୍ଣ୍ଣନା କରାଯାଇପାରେ । ବଳର ଉଭୟ ପରମମାନ ଓ ଦିଗ ଥିବାରୁ ଏହା ଏକ ସଦିଶ ରାଶି । ଏସ୍ ଆଇ ଏକକରେ ଏହାକୁ ନିଉଟନ୍ସଦ୍ୱାରା ମପାଯାଏ ଏବଂ F ପ୍ରତୀକଦ୍ୱାରା ଦର୍ଶାଯାଏ ।

ନିଉଟନଙ୍କ ଦ୍ୱିତୀୟ ନିୟମ ଅନୁସାରେ ଏକ ବସ୍ତୁ ଉପରେ ପ୍ରୟୋଗ ହେଉଥିବା ସମୁଦାୟ ବଳ ଯେଉଁ ହାରରେ ସମୟ ସହିତ ଏହାର ଗତିର ପରିବର୍ତ୍ତନ ହୁଏ, ତାହା ସହ ସମାନ । ଯଦି ବସ୍ତୁର ବସ୍ତୁତ୍ୱ ସ୍ଥିର ରୁହେ, ତେବେ ଏହି ନିୟମ ଅନୁସାରେ ବସ୍ତୁର ତ୍ୱରଣ ଏହା ଉପରେ ପ୍ରୟୋଗ ହେଉଥିବା ବଳ ସହ ସମାନୁପାତୀ ଓ ସମଗ୍ର ବଳର ଦିଗ ହେଉଛି ଏହାର ଦିଗ ଏବଂ ବସ୍ତୁର ବସ୍ତୁତ୍ୱ ସହ ପ୍ରତିଲୋମାନୁପାତୀ ।

ବଳ ସମ୍ପର୍କିତ ତଥ୍ୟ ହେଉଛି: ସଂଘାତ, ଯାହା ବସ୍ତୁର ବେଗ ବୃଦ୍ଧି କରେ; ଟଣା ବଳ, ଯାହା ବସ୍ତୁର ବେଗ ହ୍ରାସ କରେ ଏବଂ ଟର୍କ, ଯାହା ବସ୍ତୁର ଘୁର୍ଣ୍ଣୟମାନ ଗତିରେ ପରିବର୍ତ୍ତନ ଆଣେ । ଏକ ବିସ୍ତୃତ ବସ୍ତୁରେ, ପ୍ରତ୍ୟେକ ଅଂଶ ସାଧାରଣତଃ ତା'ର ସନ୍ନିକଟ ଅଂଶ ଉପରେ ବଳ ପ୍ରୟୋଗ କରିଥାଏ । ବସ୍ତୁରେ ଏହି ପ୍ରକାରରେ ବଳର ସଞ୍ଚରଣକୁ ଯାନ୍ତ୍ରିକ ପ୍ରତିବଳ କୁହାଯାଏ । ଚାପ ହେଉଛି ଏକ ସରଳ ପ୍ରତିବଳ । ପ୍ରତିବଳ ସାଧାରଣତଃ କଠିନ ବସ୍ତୁରେ ରୂପ ପରିବର୍ତ୍ତନ କିମ୍ବା ତରଳରେ ପ୍ରବାହ ସୃଷ୍ଟି କରେ ।

ତଥ୍ୟର ଉନ୍ନତିକରଣ

ପ୍ରାଚୀନ କାଳରେ ଦାର୍ଶଶନିକମାନେ ବସ୍ତୁର ସ୍ଥିର ଓ ଗତିଶୀଳ ଅବସ୍ଥା ଏବଂ ସରଳ ଯନ୍ତ୍ରରେ ବଳର ତଥ୍ୟ ପ୍ରୟୋଗ କରିଥିଲେ, ମାତ୍ର ଆରିଷ୍ଟୋଟଲ୍ ଓ ଆର୍କିମେଡିସ୍ ପ୍ରଭୃତି ଭାବୁକମାନେ ବଳକୁ ବୁଝିବାରେ ମୌଳିକ ତ୍ରୁଟିମାନ ରଖିଥିଲେ । ଏହା ଘର୍ଷଣ ବଳକୁ ସମ୍ପୂର୍ଣ୍ଣ ଭାବେ ବୁଝି ନ ପାରିବା ଏବଂ ବାରମ୍ବାର ପ୍ରାକୃତିକ ଗତିର ପ୍ରକୃତି ଉପରେ ଅସମ୍ପୂର୍ଣ୍ଣ ମତଦ୍ୱାରା ହୋଇଥିଲା ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟନନ୍ଦିଘୋଷସରୋଜିନୀ ସାହୁଜାହାଙ୍ଗୀରଇଣ୍ଡୋନେସିଆଖାଦ୍ୟଶେର ଶାହ ସୁରୀ୧୭ ଫେବୃଆରୀଲସିବୃହସ୍ପତିଶିବବିସ୍ଥାପିତ କାନ୍ଧ ଗଣ୍ଠିପ୍ରେମଦାମୋଦର ରାଉତନଅତୁଣ୍ଡୀମହାରାଷ୍ଟ୍ରରେବତୀ (କ୍ଷୁଦ୍ରଗଳ୍ପ)ଅଖିଳ ମୋହନ ପଟ୍ଟନାୟକଭାରତୀୟ ଜାତୀୟ କଂଗ୍ରେସପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷନାରୀବାଦସେଇ ଝିଅଟିଓଡ଼ିଶା ବିଧାନ ସଭାବାରବାଟି ଦୁର୍ଗସ୍ତନ୍ୟପାୟୀଓଡ଼ିଶା ପ୍ରିମିଅର ଲିଗଭାନୁମତୀ (ଦୁର୍ଯୋଧନଙ୍କ ପତ୍ନୀ)ଲିଙ୍ଗରାଜ ମନ୍ଦିରଓଡ଼ିଆ ରାମାୟଣମହିଳାଙ୍କ ସୁରକ୍ଷା ନିମନ୍ତେ ଭାରତରେ ଥିବା ଆଇନ ତାଲିକାବିଶ୍ୱ ଏଡ୍‌ସ ଦିବସଜ୍ଞାନକୋଷଆଶୁତୋଷ ପରିଡ଼ା୨୦ ଅଗଷ୍ଟଗୋପୀନାଥ ମହାନ୍ତିଚୁଡ଼ାଜମ୍ମୁ ତୱି ରେଳ ଷ୍ଟେସନପ୍ଲୀହାଇଣ୍ଡିଆନ ପ୍ରିମିଅର ଲିଗଖାସି ମାଂସ ତରକାରୀପଠାଣି ସାମନ୍ତଜନ ଗଣ ମନଅଂଶୁଘାତଟିଣଓଡ଼ିଆ ସାହିତ୍ୟସୁନାବେଶମହୁକୃଷ୍ଣଚନ୍ଦ୍ର ପାଣିଗ୍ରାହୀହନୁମାନ ବାଟିକାପୂରଣବାଚକ ସଂଖ୍ୟାଭୂଗୋଳସତ୍ୟବାଦୀ ବନ ବିଦ୍ୟାଳୟକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାସ୍ତନଶ୍ରାଦ୍ଧବସନ୍ତ କୁମାର ଶତପଥୀଶାରଳା ପୁରସ୍କାରବ୍ରଜନାଥ ରଥଭାରତୀୟ ସ୍ୱାଧୀନତା ଆନ୍ଦୋଳନନେପଚୁନଭାରତୀୟ ଡାକ ସେବାଟମ୍ ଖା କାଇଖାରବେଳଦଗ୍ଧରାମକୃଷ୍ଣ ପରମହଂସକୁନ୍ତଳା କୁମାରୀ ସାବତଅଧର ପଟ୍ଟନାୟକ୨୦୧୨ଇରା ମହାନ୍ତିବିଶ୍ୱନାଥ କରରସଗୋଲାଓଡ଼ିଆ ଭାଷାପାର୍ବତୀଡାଲମା🡆 More