ନୀଲ ଆର୍ମଷ୍ଟ୍ରଙ୍ଗ

ନିଲ ଆଲଡେନ ଆର୍ମଷ୍ଟ୍ରଙ୍ଗ(୫ ଅଗଷ୍ଟ, ୧୯୩୦ - ୨୫ ଅଗଷ୍ଟ, ୨୦୧୨) ଜଣେ ଆମେରିକୀୟ ମହାକାଶଚାରୀ, ଟେଷ୍ଟ ପାଇଲଟ, ଏରୋନଟିକ୍ସ ଇଞ୍ଜିନିୟର, ବିଶ୍ୱବିଦ୍ୟାଳୟ ପ୍ରାଧ୍ୟାପକ ତଥା ଚନ୍ଦ୍ରରେ ପାଦ ଦେଇଥିବା ପ୍ରଥମ ମଣିଷ ଥିଲେ । ମହାକାଶଚାରୀ ହେବା ପୂର୍ବରୁ ସେ ଆମେରିକୀର ସୈନ୍ୟ ବାହିନୀରେ କୋରିଆ ଯୁଦ୍ଧ(୨୫ ଜୁନ, ୧୯୫୦ - ୨୭ ଜୁଲାଇ, ୧୯୫୩)ରେ ଲଢିଥିଲେ । ୨୦ ଜୁଲାଇ, ୧୯୬୯ ଦିନ ୨୦:୧୭:୩୯ ୟୁ.ଟି.ସି.

ସମୟରେ ବଜ ଆଲଡ୍ରିନଙ୍କ ସହିତ ନିଲ ଆର୍ମଷ୍ଟ୍ରଙ୍ଗ ଆପୋଲୋ-୧୧ରେ ଚନ୍ଦ୍ରରେ ପଦାର୍ପଣ କରିଥିଲେ। ସେ ନିଜର ସମଗ୍ର ଜୀବନ କାଳରେ ମୋଟ ୮ଦିନ, ୧୪ ଘଣ୍ଟା, ୧୨ମିନିଟ, ୩୧ ସେକେଣ୍ଡ ମହାକାଶରେ ଅତିବାହିତ କରିଥିଲେ।

ନିଲ ଆର୍ମଷ୍ଟ୍ରଙ୍ଗ
ନୀଲ ଆର୍ମଷ୍ଟ୍ରଙ୍ଗ
ମହାକାଶଚାରୀ ପୋଷାକରେ ନିଲ ଆର୍ମଷ୍ଟ୍ରଙ୍ଗ
ଜନ୍ମ୫ ଅଗଷ୍ଟ, ୧୯୩୦
ବାପାକୋନେଟା, ଓହିଓ
ମୃତ୍ୟୁ୨୫ ଅଗଷ୍ଟ, ୨୦୧୨
କଲମ୍ବସ, ଓହିଓ
ଜାତୀୟତାଆମେରିକୀୟ
ବୈବାହିକ-ସାଥୀ(s)ଜାନେଟ (୧୯୫୬ - ୧୯୯୪), କାରୋଲ ହେଲ୍ଡ ନାଇଟ (୧୨ ଜୁନ, ୧୯୯୪- ବର୍ତ୍ତମାନ)
ଦସ୍ତଖତ
ନୀଲ ଆର୍ମଷ୍ଟ୍ରଙ୍ଗ

ପ୍ରାଥମିକ ଜୀବନ

ନିଲ ଆଲଡେନ ଆର୍ମଷ୍ଟ୍ରଙ୍ଗ ୧୯୩୦ ଅଗଷ୍ଟ ୫ରେ ଓହାୟୋ ଅନ୍ତର୍ଗତ ୱାପାକୋନେଟାଠାରେ ଜନ୍ମଗ୍ରହଣ କରିଥିଲେ।ସେ ପାଠପଢ଼ା ପରେ ଆମେରିକାର ନୈସେନାରେ ଯୋଗଦେଇ କୋରିଆ ଯୁଦ୍ଧରେ ଅଂଶଗ୍ରହଣ କରିଥିଲେ।ଯୁଦ୍ଧ ଶେଷହେବା ପରେ ସେ ଏରୋନଟିକ୍ସରେ ହାଇସ୍ପଡ୍ ଫ୍ଲାଇଟ୍ ଷ୍ଟେସନରେ ଜଣେ ପାଇଲଟ ଭାବେ ନିଯୁକ୍ତ ହେଲେ।ପରେ ସେ ମହାକାଶଚାରୀ ହେବାକୁ ମନ ବଳେଇଥିଲେ।୧୯୫୮ ମସିହାରେ ଆମେରିକା ବୟୁସେନାର ମ୍ୟାନ୍ ଇନ୍ ସ୍ପେଶ ସୁନେଷ୍ଟ ପ୍ରୋଗ୍ରାମ ପାଇଁ ମନୋନୀତ ହେଇଥିଲେ।୧୯୬୦ରେ ସେ ସାମରିକ ମହାକାଶ ବିମାନ ବୋଇଂ ଏକ୍ସ-୨୦ ଡାଏନା-ସୋର୍ର ପାଇଲଟ ନିଯୁକ୍ତ ହେଲେ।୧୯୬୨ ମାର୍ଚ୍ଚ ୧୫ରେ ମହାକାଶ ବିମାନ ଉଡାଣ ପାଇଁ ମନୋନୀତ ୬ ଜଣ ପାଇଲଟ-ଇଞ୍ଜିନିୟର ମଧ୍ୟରେ ସେ ସ୍ଥାନ ପାଇଥିଲେ।ସେ ସମୟରେ ନାସା ପକ୍ଷରୁ ମହାକାଶଚାରୀ ଚୟନ ପାଇଁ ପ୍ରାର୍ଥୀପତ୍ର ଗ୍ରହଣ କରାଯାଇଥିଲା।ଏଥିପାଇ ସେ ଆବେଦନ ପତ୍ର ପଠେଇଥିଲେ।ଦ୍ୱିତୀୟ ପର୍ଯ୍ୟାୟ ମନୋନୟନ ବେଳେ ତାଙ୍କୁ ମନୋନୀତ କରାଯାଇଥିଲା।ସେ ଜେମିନ-୮ ଓ ଜେମିନ -୧୧ ମହାକାଶଯାନ କାର୍ଯ୍ୟକ୍ରମରେ ସାମିଲ ହେଇ ମାହାକାଶ ଯାତ୍ରା କରିଥିଲେ। ୧୯୬୭ ଜାନୁୟାରୀ ୨୭ରେ ଆପୋଲୋ-୧ ମହାକାଶଯାନ କାର୍ଯ୍ୟକ୍ରମରେ ସେ ସାମିଲ ହେଇଥିଲେ।ଆପୋଲୋ-୧୧ ମହାକାଶଯାନ ଆର୍ମଷ୍ଟ୍ରଙ୍ଗଙ୍କ ସହ ତାଙ୍କର ଆଉ ଦୁଇଜଣ ସାଥୀ ବଜ ଆଲଡ୍ରିନମାଇକେଲ କୋଲିନଙ୍କୁ ନେଇ ଚନ୍ଦ୍ର ଅଭିମୂଖେ ଯାତ୍ରାକରିଥିଲା।ଏହି ମହାକାଶଯାନ ଚାରିଦିନ ମଧ୍ୟରେ ୪୦ଲକ୍ଷ କି.ମି ଯାତ୍ରାକରିଥିଲା।ଆର୍ମଷ୍ଟ୍ରଙ୍ଗ ଓ ଆଲଡ୍ରିନ ୧୯୬୯ ଜୁଲାଇ ୨୦ରେ ଚନ୍ଦ୍ର ପୃଷ୍ଠରେ ପାଦ ଦେଇଥିଲେ।ସେଠାରେ ଆର୍ମଷ୍ଟ୍ରଙ୍ଗ ୨ ମିନିଟ ୩୨ ସେକେଣ୍ଡ ରହିଥିଲେ ଓ ସେହି ସମୟ ମଧ୍ୟରେ ଚନ୍ଦ୍ରପୃଷ୍ଠରେ ଆମେରିକୀୟ ଜାତୀୟ ପତକା ସ୍ଥାପନ କରିବା ସହିତ କିଛି ପଥର ସଂଗ୍ରହ କରିଥିଲେ।୧୯୬୯ ଜୁଲାଇ ୨୪ରେ ହାୱ୍ଆଇର ପଶ୍ଚିମରେ ପ୍ରସାନ୍ତ ମହାସାଗରରେ ଥିବା ଆମେରିକାର ଯୁଦ୍ଧ ଜାହାଜରେ ଆପୋଲୋ-୧୧ ଅବତରଣ କରିଥିଲା।

ପରିବାର

ସେ ୧୯୫୬ ଜାନୁୟାରୀ ୨୮ରେ ଜାନେଟ ସେରନଙ୍କୁ ବିବାହ କରିଥିଲେ।ତାଙ୍କର ଦୁଇ ପୁତ୍ର ସନ୍ତାନ ଏରିକ ଓ ମାର୍କ ଅଛନ୍ତି।

ପୁରସ୍କାର

ତାଙ୍କୁ ରାଷ୍ଟ୍ରପତି ରିଚାର୍ଡ ନିକ୍ସନ ପ୍ରେସିଡେନସିଆଲ ମେଡଲ୍ ଅଫ ଫ୍ରିଡମ ପୁରସ୍କାର ପ୍ରଦାନ କରିଥିଲେ।କଂଗ୍ରେସନାଲ ସ୍ପେଶ ମେଡାଲ ଅଫ ଅନର ଏବଂ କଂଗ୍ରେସନାଲ ଗୋଲ୍ଡ ମେଡାଲ୍ ଭଳି ପୁରସ୍କାର ଲାଭକରିଥିଲେ।

ଆଧାର

ବାହାର ଆଧାର



Tags:

ନୀଲ ଆର୍ମଷ୍ଟ୍ରଙ୍ଗ ପ୍ରାଥମିକ ଜୀବନନୀଲ ଆର୍ମଷ୍ଟ୍ରଙ୍ଗ ପରିବାରନୀଲ ଆର୍ମଷ୍ଟ୍ରଙ୍ଗ ପୁରସ୍କାରନୀଲ ଆର୍ମଷ୍ଟ୍ରଙ୍ଗ ଆଧାରନୀଲ ଆର୍ମଷ୍ଟ୍ରଙ୍ଗ ବାହାର ଆଧାରନୀଲ ଆର୍ମଷ୍ଟ୍ରଙ୍ଗବଜ ଆଲଡ୍ରିନ

🔥 Trending searches on Wiki ଓଡ଼ିଆ:

ଆଜାଦ ହିନ୍ଦ୍ ଫୌଜପାଇକ ବିଦ୍ରୋହଫସ୍‌ଫରସଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରଆନନ୍ଦ ଶଙ୍କର ଦାସଗୋବିନ୍ଦ ତ୍ରିପାଠୀଧନୁ (ରାଶି)କିଶୋରୀ ଚରଣ ଦାସଏମିସ ଲୋକବିର୍ସା ମୁଣ୍ଡାସ୍ୱର ବର୍ଣ୍ଣମହାନଦୀ୧୦୫୪ଭଦ୍ରକ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ବିରଜା ମନ୍ଦିରଯୌନ ସମ୍ଭୋଗଶାନ୍ତନୁ କୁମାର ଆଚାର୍ଯ୍ୟପୁରୀପୁନମ ମିଶ୍ରବେଣୁଧର ରାଉତମୌଳିକ ସଂଖ୍ୟାଗଣ୍ଡାକୃଷ୍ଣଏ. ପି. ଜେ. ଅବଦୁଲ କଲାମଜଗନ୍ନାଥ ମନ୍ଦିରମଧୁସୂଦନ ରାଓଚାନ୍ଦ୍ରମାସଅକ୍ଷାଂଶକଳସା ଚଉତିଶାଭୀମ ପୃଷ୍ଟିନୟାଗଡ଼ ଜିଲ୍ଲାଗଣନ ସଂଖ୍ୟାବ୍ୟଞ୍ଜନ ବର୍ଣ୍ଣନନ୍ଦିଘୋଷରାଜକିଶୋର ରାୟବିଶ୍ୱ ଏଡ୍‌ସ ଦିବସଉଦୟନାଥ ଷଡ଼ଙ୍ଗୀଜଗନ୍ନାଥମାଲେସିଆକଳାପାହାଡ଼ମହେନ୍ଦ୍ର ସିଂହ ଧୋନିIndiaଶ୍ରୀନିବାସ ରାମାନୁଜନଲକ୍ଷ୍ମୀନାରାୟଣ ସାହୁଅଗ୍ନ୍ୟାଶୟ ଅକ୍ଷମତାପାରାଦୀପ ବନ୍ଦରକାଳୀଚରଣ ପଟ୍ଟନାୟକପାରମିତା ଶତପଥୀକବିସୂର୍ଯ୍ୟ ବଳଦେବ ରଥନମିତା ଅଗ୍ରୱାଲଓଡ଼ିଆ ଲିପି୨୧ଗୌତମ ବୁଦ୍ଧଶ୍ରୀରାଧାବଳସୋନାଲ ମାନସିଂହଗୋପାଳକୃଷ୍ଣ ପଟ୍ଟନାୟକସତ୍ୟନାରାୟଣ ରାଜଗୁରୁଭୀମ ଭୋଇଚାଣକ୍ୟଗ୍ରହନନ୍ଦନକାନନ ଜୀବ ଉଦ୍ୟାନଓଡ଼ିଆ କଥାଚିତ୍ର ଜଗତହେମୋଫିଲିଆଯଦୁମଣି ମହାପାତ୍ରସୌରୀନ୍ଦ୍ର ବାରିକପ୍ରତିଭା ରାୟବଡ଼ ଏରାଉପେନ୍ଦ୍ର ଭଞ୍ଜମାୟାଧର ମାନସିଂହକୋଚିଲାକୋଳିନୀଳକଣ୍ଠ ଦାସମାଣବସା ଗୁରୁବାରଗୀତଗୋବିନ୍ଦ🡆 More