ଶୁକ୍ରବାର

ଶୁକ୍ରବାର ହେଲା ସପ୍ତାହର ଏକ ଦିନ ଯାହା ଗୁରୁବାର ପରେ ଓ ଶନିବାର ପୂର୍ବରୁ ଆସେ । ହିନ୍ଦୁ ଧାର୍ମିକ ପରମ୍ପରାରେ ଶୁକ୍ରବାର ଶକ୍ତିମାତା ଏବଂ ଗ୍ରହଦେବତା ଶୁକ୍ରଙ୍କୁ ସମର୍ପିତ । ଶକ୍ତିଙ୍କ ସ୍ୱରୂପ ହେଲେ ଦେବୀ ମାତା ଦୁର୍ଗା ଏବଂ ତାଙ୍କର ଅବତାର କାଳୀ, ଅନ୍ନପୂର୍ଣ୍ଣେଶ୍ୱରୀ ଏବଂ ସନ୍ତୋଷୀ I ଏହି ଦିନ ମୁଖ୍ୟତଃ ଦେବୀ ସନ୍ତୋଷୀ ମାତାଙ୍କ ସମ୍ମାନର୍ଥେ ବ୍ରତଧାରଣ କରାଯାଇଥାଏ I ଏହି ବ୍ରତ-ଉପବାସ ‘ଷୋହଳ ଶୁକ୍ରବାର ବ୍ରତ’ ଭାବେ ସମଗ୍ର ଭାରତରେ ପ୍ରସିଦ୍ଧ I କାରଣ ବ୍ରତଧାରୀମାନେ କ୍ରମାଗତ ଭାବେ ୧୬ଟି ଶୁକ୍ରବାରରେ ଉପବାସ ପାଳନ କରିଥା‘ନ୍ତି I ମା'ସନ୍ତୋଷୀଙ୍କୁ ପୂଜା କଲେ ସୁଖ, ଶାନ୍ତି ପ୍ରାପ୍ତି ସହ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି । ଯେକୌଣସି ମାସର ଶୁକ୍ଳପକ୍ଷରୁ ଏହି ବ୍ରତ ଆରମ୍ଭ କରାଯାଇଥାଏ । ଏହିଦିନରେ ଶୁଭ୍ର-ଶ୍ୱେତ ବର୍ଣ୍ଣକୁ ଗୁରୁତ୍ୱ ଦିଆଯାଏ I ଏହିଦିନରେ ଶକ୍ତିଙ୍କର ଉପାସନା ଅତ୍ୟନ୍ତ ପବିତ୍ର କର୍ମବିଶେଷ I ଭାରତର ବିଭିନ୍ନ ଅଞ୍ଚଳରେ ଥିବା ଶକ୍ତି ଉପାସନା ଧର୍ମପୀଠ ଗୁଡ଼ିକରେ ଏହିଦିନ ପ୍ରବଳ ଜନସମାଗମ ହୋଇଥାଏ I ଭକ୍ତ-ଶ୍ରଦ୍ଧାଳୁମାନେ ଶ୍ୱେତବସ୍ତ୍ର ପରିଧାନପୂର୍ବକ ପୂଜାପାଠ କରିଥା’ନ୍ତି I ସୂର୍ଯ୍ୟୋଦୟ ପୂର୍ବରୁ ଉପବାସ ଆରମ୍ଭ ହୋଇ ଭଙ୍ଗ କରାଯାଏ ସୂର୍ଯ୍ୟାସ୍ତ ପରେ I ବ୍ରତଧାରୀମାନେ କେବଳ ରାତ୍ରିଭୋଜନ ଗ୍ରହଣ କରିଥା’ନ୍ତି I ଦୁଗ୍ଧ ଏବଂ ଖିରି ଭଳି ଶ୍ୱେତବର୍ଣ୍ଣା ଖାଦ୍ୟ-ଦ୍ରବ୍ୟ ଗ୍ରହଣ କରିବା ବିଧି ସର୍ବତ୍ର ପ୍ରଚଳିତ । ମା'ସନ୍ତୋଷୀଙ୍କ ବ୍ରତଧାରୀଙ୍କୁ ଶୁକ୍ରବାର ଦିନ ଖଟା ଓ ଆମିଷ ଖାଦ୍ୟ ବାରଣ କରାଯାଇଥାଏ । ବ୍ରତ ଶେଷରେ ହଳଦି, ଗୁଡ଼ ଓ ଚଣାର ଭୋଗ ଲଗାଯାଏ ।

ସୁଖପ୍ରଦ ପାରିବାରିକ ଜୀବନ, ସନ୍ତାନଲାଭ ତଥା ପ୍ରତିବନ୍ଧ ଦୂର କରିବା ନିମନ୍ତେ ବ୍ରତ ରଖାଯାଏ I ଏହି ଦିନ ଶୁକ୍ର ଦେବତାଙ୍କୁ ମଧ୍ୟ ପୂଜା-ଆରାଧନା କରାଯାଇଥାଏ I ଶୁକ୍ରଦେବ ହେଲେ ସୁଖ-ଶାନ୍ତି ଏବଂ ପାର୍ଥିବ-ସଂପଦ ପ୍ରଦାନକାରୀ I

ଆଧାର

ଅଧିକ ତଥ୍ୟ

Tags:

କାଳୀଖିରିଗୁରୁବାରଦୁର୍ଗାଭାରତଶନିବାର

🔥 Trending searches on Wiki ଓଡ଼ିଆ:

୧ (ସଂଖ୍ୟା)ରାସନ କାର୍ଡ଼ (ଭାରତ)ଜଗନ୍ନାଥଙ୍କ ବେଶହେଲୋ ନେଟୱର୍କରାଜକିଶୋର ରାୟୟୁରୋପତାରାତାରିଣୀ ମନ୍ଦିରସୁଭାଷ ଚନ୍ଦ୍ର ବୋଷଭାରତୀୟ ଦଣ୍ଡ ସଂହିତା, ୧୮୬୦ପଣା ସଂକ୍ରାନ୍ତିଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟଓଡ଼ିଶୀଆଚାର୍ଯ୍ୟ ହରିହରଜଳଉତ୍କଳ ବ୍ରାହ୍ମଣଅଶୋକାଷ୍ଟମୀପୁରୀ୨୯ ଅପ୍ରେଲସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହିପଠାଣି ସାମନ୍ତମହାଭାରତଔଷଧୀୟ ଗଛଲତାମାନଙ୍କର ତାଲିକାହନୁମାନ ଚାଳିଶାକଙ୍କାଳକାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବିଶ୍ୱତାପନଆଲେକ୍‌ଜାଣ୍ଡର୍ ମହାନଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଚନ୍ଦ୍ରଶେଖର ରଥଗାର୍ଗୀ ମହାନ୍ତି୧ ଅପ୍ରେଲଜାପାନଭୁବନେଶ୍ୱରଯାଜପୁରଦାସକାଠିଆଜାଭା (ପ୍ରୋଗ୍ରାମିଂ ଭାଷା)ସଂଗୀତକଳାପାହାଡ଼ଏ. ପି. ଜେ. ଅବଦୁଲ କଲାମଆଖୁବିବାହ୧୦ ଅଗଷ୍ଟଖାଦ୍ୟସାଇକେଲହନୁମାନ ଜୟନ୍ତୀଅଷ୍ଟ୍ରେଲିଆଭାରତୀୟ ସ୍ୱାଧୀନତା ଆନ୍ଦୋଳନଏଲିନା ସାମନ୍ତରାୟଶ୍ରୀକାନ୍ତ ସାହୁରାଜ ଯୋଗନୀଳକଣ୍ଠ ଦାସମକର (ରାଶି)ଅଭିମନ୍ୟୁ ସାମନ୍ତସିଂହାରରାଧାମୋହନ ଗଡ଼ନାୟକମାଟିର ମଣିଷସଞ୍ଜୁ ଆଉ ସଞ୍ଜନାଟେସାମୋରେଲିନକାଜୁଉଇକିମିଡ଼ିଆ ମୁଭମେଣ୍ଟକଳିଙ୍ଗ ଯୁଦ୍ଧପ୍ରଦ୍ୟୁମ୍ନ ଲେଙ୍କାରାକ୍ଷୀ ପୂର୍ଣ୍ଣିମାକଳମଶାଗଭାରତ ସରକାରwiki.phtmlଅଂଶୁଘାତଏଚଆଇଭି/ଏଡସଓଡ଼ିଆ କାବ୍ୟ କବିତା🡆 More