ନନ୍ଦିନୀ ଶତପଥୀ (୯ ଜୁନ ୧୯୩୧-୪ ଅଗଷ୍ଟ ୨୦୦୬ ), ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ତଥା ଜଣେ ଲେଖିକା ଥିଲେ । ସେ ଓଡ଼ିଶାର ଲୌହମାନବୀ ରୂପେ ସୁପରିଚିତ। । ସେ ଦୁଇଥର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ । ୧୯୭୨ରୁ ୧୯୭୩ ଓ ୧୯୭୪ରୁ ୧୯୭୬ ମସିହାରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।
ନନ୍ଦିନୀ ଶତପଥୀ | |
---|---|
ମୁଖ୍ୟମନ୍ତ୍ରୀ, ଓଡ଼ିଶା | |
କାର୍ଯ୍ୟକାଳ ୬ ମାର୍ଚ୍ଚ ୧୯୭୪ – ୧୬ ଡିସେମ୍ବର ୧୯୭୬ | |
ପୂର୍ବ ଅଧିକାରୀ | ରାଷ୍ଟ୍ରପତି ଶାସନ |
ପର ଅଧିକାରୀ | ରାଷ୍ଟ୍ରପତି ଶାସନ |
କାର୍ଯ୍ୟକାଳ ୧୪ ଜୁନ ୧୯୭୨ – ୩ ମାର୍ଚ୍ଚ ୧୯୭୩ | |
ପୂର୍ବ ଅଧିକାରୀ | ବିଶ୍ୱନାଥ ଦାସ |
ପର ଅଧିକାରୀ | ରାଷ୍ଟ୍ରପତି ଶାସନ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ପିଠାପୁର, କଟକ | ୯ ଜୁନ ୧୯୩୧
ମୃତ୍ୟୁ | ୪ ଅଗଷ୍ଟ ୨୦୦୬ | (ବୟସ ୭୫)
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଜନତା ପାର୍ଟି, ଜାଗ୍ରତ ଓଡ଼ିଶା |
ଜୀବନ ସାଥୀ | ଦେବେନ୍ଦ୍ର ଶତପଥୀ |
ସନ୍ତାନ | ତଥାଗତ ଶତପଥୀ ସୁପନୌ ଶତପଥୀ |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ |
ନନ୍ଦିନୀ ୧୯୩୧ ମସିହା କଟକ ଜିଲ୍ଲା ପିଠାପୁର ଗ୍ରାମରେ ଏକ ବିପ୍ଲବୀ ପରିବାରରେ ତାଙ୍କ ଜନ୍ମ ଗ୍ରହଣ କରିଥିଲେ । ସେ ଥିଲେ ପଦ୍ମଭୂଷଣ ସାହିତ୍ୟିକ କାଳିନ୍ଦୀ ଚରଣ ପାଣିଗ୍ରାହୀ ଓ ରତ୍ନମଣି ଦେବୀଙ୍କର ଜ୍ୟେଷ୍ଠା କନ୍ୟା । ଓଡ଼ିଶାରେ ସାମ୍ୟବାଦୀ ଆନ୍ଦୋଳନର ପ୍ରବର୍ତକ ଭଗବତୀ ପାଣିଗ୍ରାହୀଙ୍କର ସେ ଝିଆରୀ ଓ ସ୍ୱାଧୀନତା ସଂଗ୍ରାମୀ ସ୍ୱପ୍ନେଶ୍ୱର ପାଣିଗ୍ରାହୀଙ୍କ ନାତୁଣୀ ଥିଲେ । ଛାତ୍ରୀ ଜୀବନରୁ ହିଁ ସେ ରାଜନୀତି ତଥା ସାହିତ୍ୟ ସର୍ଜନା ପ୍ରତି ବେଶ ଆକର୍ଷିତ ଥିଲେ । ସେ ରେଭେନ୍ସା ମହାବିଦ୍ୟାଳୟରେ ଓଡ଼ିଆରେ ସ୍ନାତକୋତ୍ତର ହାସଲ କରିଥିଲେ । ମହାବିଦ୍ୟାଳୟ ଜୀବନରେ ୧୯୫୧ ମସିହାରେ ଛାତ୍ର ଆନ୍ଦୋଳନର ନେତୃତ୍ୱ ନେଇ ସେ କାରାବରଣ କରିଥିଲେ ।
କଟକର ଝିଅ ନନ୍ଦିନୀ ଦେବୀ ତାଙ୍କ ବିପ୍ଳବୀ ଜୀବନର ବନ୍ଧୁ ଦେବେନ୍ଦ୍ର ଶତପଥୀଙ୍କୁ ବିବାହ କରି ଢେଙ୍କାନାଳର ବୋହୂ ହୋଇଥିଲେ । ଦେବେନ୍ଦ୍ର ଢ଼େଙ୍କାନାଳରୁ ଲୋକ ସଭା ସାଂସଦ ଭାବେ ଦୁଇ ଥର ନିର୍ବାଚିତ ହୋଇଥିଲେ । ତାଙ୍କର ଦୁଇପୁଅ ବଡ଼ପୁଅ ନଚିକେତା ଶତପଥୀ ରାଜ୍ୟ ବାହରରେ ବ୍ୟବସାୟରେ ସଂପୃକ୍ତ ଥିବା ବେଳେ ସାନପୁଅ ତଥାଗତ ଶତପଥୀ ରାଜନୀତିରୁ ଅବସର ନେଇ ଏବେ ସାମ୍ବାଦିକତା ଉପରେ ମନୋନିବେଶ କରୁଛନ୍ତି ଓ ଦୈନିକ ଖବରକାଗଜ ଧରିତ୍ରୀ ଓଓଡ଼ିଶା ପୋଷ୍ଟ ର ସମ୍ପାଦକ ଅଛନ୍ତି ।
ନନ୍ଦିନୀ ଦେବୀ ୧୯୪୬ ମସିହାରେ ମହାବିଦ୍ୟାଳୟ କୋଠା ଉପରୁ ୟୁନିୟନ ଜ୍ୟାକ ପତାକା ଓହ୍ଲାଇ ନିଜ ସାହସିକତାର ପରିଚୟ ଦେଇଥିଲେ । ନନ୍ଦିନୀ ଦେବୀ ଗର୍ଭବତୀ ଥିବା ସମୟରେ ୧୯୫୧ ଛାତ୍ର ଆନ୍ଦୋଳନରେ ନେତୃତ୍ୱ ନେଇ ପୁଲିସ ଲାଠି ମାଡ଼ର ଶିକାର ହୋଇଥିଲେ । ପ୍ରଥମେ ୧୯୬୨ ମସିହାରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଓ କେନ୍ଦ୍ର ପ୍ରଚାର ଓ ସୂଚନା ବିଭାଗର ଉପମନ୍ତ୍ରୀ ହୋଇଥିଲେ । ୧୯୬୮ରେ ସେ ପୁଣିଥରେ ରାଜ୍ୟସଭାକୁ ନିର୍ବାଚିତ ହୋଇ କେନ୍ଦ୍ର ପ୍ରଚାର ଓ ସୂଚନା ବିଭାଗର ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ । ନନ୍ଦିନୀ ଦେବୀ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଘନିଷ୍ଠ ଥିଲେ । ୧୯୭୨ରୁ ୭୩ ଓ ୧୯୭୪-୭୬ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ଥିଲେ । ଏହାପରେ ୧୯୭୭ରୁ ୮୦ ପ୍ରର୍ଯ୍ୟନ୍ତ ସେ ଢେଙ୍କାନାଳ ନିର୍ବାଚନ ମଣ୍ଡଳୀରୁ ଜନତା ଦଳ ପ୍ରାର୍ଥୀ ରୂପେ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଉତ୍କଳ ପ୍ରେଦଶ କଂଗ୍ରେସ (ଉର୍ସ) ଦଳରେ ସେ କିଛି ଦିନ କାର୍ଯ୍ୟରତ ଥିଲେ । ପୁଣି କଂଗ୍ରେସରେ ଯୋଗ ଦେଇ ୧୯୮୦-୮୫, ୧୯୮୫-୯୦ ଓ ୧୯୯୦-୯୫ ପର୍ଯ୍ୟନ୍ତ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୯ ଓ ୧୯୯୫ ମସିହାରେ ସେ ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷା ଭାବେ କାର୍ଯ୍ୟରତ ଥିଲେ ।
୭୫ ବର୍ଷ ବୟସରେ ୨୦୦୬ ଅଗଷ୍ଟ ୪ ତାରିଖରେ ନନ୍ଦିନୀ ଦେବୀଙ୍କ ମୃତ୍ୟୁ ଘଟିଥିଲା । ମୃତ୍ୟୁ ପୂର୍ବରୁ ସେ ସାମାନ୍ୟ ଅସୁସ୍ଥ ଥିଲେ। ହଠାତ ସ୍ୱାସ୍ଥ୍ୟାବସ୍ଥରେ ପରିବର୍ତ୍ତନ ଯୋଗୁଁ ତାଙ୍କୁ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ମୃତ୍ୟୁ ଘଟିଥିଲା ।
This article uses material from the Wikipedia ଓଡ଼ିଆ article ନନ୍ଦିନୀ ଶତପଥୀ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.