ତଥାଗତ ଶତପଥୀ: ଓଡ଼ିଆ ରାଜନୀତିଜ୍ଞ

ତଥାଗତ ଶତପଥୀ (ଜନ୍ମ ୧ ଅପ୍ରେଲ ୧୯୫୬) ଓଡ଼ିଶାର ଏକ ରାଜନୀତିଜ୍ଞ ଅଟନ୍ତି । ସେ ୧୬ଶ ଲୋକ ସଭା ସଦସ୍ୟ ଭାବେ ଢେଙ୍କାନାଳରୁ ଚତୁର୍ଥ ଥର ପାଇଁ ୨୦୧୪ ମସିହାରେ ନିର୍ବାଚିତ ହୋଇଥିଲେ । ୨୦୧୯ ମସିହାରେ ସେ ରାଜନୀତିରୁ ଅବସର ନେଇଥିଲେ ।

ତଥାଗତ ଶତପଥୀ
ସଦସ୍ୟ: ୧୨ଶ, ୧୪ଶ, ୧୫ଶ ଏବଂ ୧୬ଶ
କାର୍ଯ୍ୟକାଳ
୨୦୦୪ – ୨୦୧୯
ପୂର୍ବ ଅଧିକାରୀକାମାକ୍ଷା ପ୍ରସାଦ ସିଂହ ଦେଓ
ପର ଅଧିକାରୀମହେଶ ସାହୁ
ନିର୍ବାଚନ ମଣ୍ଡଳୀଢେଙ୍କାନାଳ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1956-04-01) ୧ ଅପ୍ରେଲ ୧୯୫୬ (ବୟସ ୬୮)
କଟକ, ଓଡ଼ିଶା, ଭାରତ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜେଡି
ଜୀବନ ସାଥୀଆଦ୍ୟାଶା ଶତପଥୀ
ସନ୍ତାନଆରିଲ ସେ ଶତପଥୀ (ପୁଅ)
ବାପା/ବୋଉଦେବେନ୍ଦ୍ର ଶତପଥୀ (ବାପା)
ନନ୍ଦିନୀ ଶତପଥୀ (ମା)
ଘରଭୁବନେଶ୍ୱର, ଓଡ଼ିଶା, ଭାରତ

ଓଡ଼ିଆ ଦୈନିକ ସମ୍ବାଦପତ୍ର, ଧରିତ୍ରୀ ଏବଂ ଇଂରାଜୀ ଦୈନିକ ଓଡ଼ିଶା ପୋଷ୍ଟ ସମ୍ବାଦପତ୍ରର ସେ ମୁଖ୍ୟ ସମ୍ପାଦକ ଏବଂ ମାଲିକ ଅଟନ୍ତି ।

ବ୍ୟକ୍ତିଗତ ଜୀବନ ଏବଂ କାମ

ଦେବେନ୍ଦ୍ର ଶତପଥୀ ଏବଂ ଓଡ଼ିଶାର ପୂର୍ବତନ ମୂଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କର ଔରସରୁ ତଥାଗତ ୧୯୫୬ ମସିହାର ଉତ୍କଳ ଦିବସରେ ଅର୍ଥାତ ୧ ଅପ୍ରେଲରେ ଜନ୍ମଲାଭ କରିଥିଲେ । ସେ ଦମ୍ପତିଙ୍କର ସର୍ବ କନିଷ୍ଠ ପୁତ୍ର ସନ୍ତାନ ଥିଲେ ।

୨୦୦୦ ମସିହାରେ, ତଥାଗତ ଓଡ଼ିଶା ଗଣ ପରିଷଦରେ (ଏକ ଅଣ ରାଜନୈତିକ ସଙ୍ଗଠନ) ଯୋଗଦାନ କରିଥିଲେ, ସେଠାରେ ସେ ସାଧାରଣ ସଚିବ ଭାବରେ କାମ କରିଥିଲେ । ୨୦୦୦ ମସିହାରେ ନବୀନ ପଟ୍ଟନାୟକ ସରକାର ଗଢ଼ିବାପରେ ସେ ତାଙ୍କର ଖବରକାଗଜଦ୍ୱାରା ସରକାରଙ୍କର ଅନେକ ନୀତିକୁ ସମାଲୋଚନା କରିଆସୁଛନ୍ତି ।[ଆଧାର ଲୋଡ଼ା] ଓଡ଼ିଶା ଗଣ ପରିଷଦ, ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ରାଜନୈତିକ ଦଳ ଭାରତୀୟ ଜାତୀୟ କଂଗ୍ରେସରେ ମିଶିଯାଇଥିଲା । ଏଥି ଯୋଗୁଁ ତଥାଗତ ବାଧ୍ୟ ହୋଇ ମାର୍ଚ୍ଚ ମାସ ୨୦୦୪ ମସିହାରେ ବିଜୁ ଜନତା ଦଳରେ ଯୋଗଦାନ କରିଥିଲେ ।

ତଥାଗତଙ୍କର ପୁତୁରା ସୁପର୍ଣ୍ଣ ଶତପଥୀ, ତାଙ୍କ ବିରୁଦ୍ଧରେ ୨୦୧୪ ଭାରତୀୟ ଲୋକ ସଭା ନିର୍ବାଚନରେ ଢେଙ୍କାନାଳ ନିର୍ବାଚନ ମଣ୍ଡଳୀରୁ ସମ୍ବାଦର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଆମ ଓଡ଼ିଶା ପାର୍ଟିରୁ ପ୍ରତିଦ୍ୱନ୍ଦିତା କରିଥିଲେ ଏବଂ ହାରିଯାଇଥିଲେ ।[ଆଧାର ଲୋଡ଼ା]

ମାର୍ଚ୍ଚ ମାସ ୨୦୧୫ ମସିହାରେ, ଭାରତର ପ୍ରଥମ ସାଂସଦ ଭାବରେ ତଥାଗତ "ମତେ କିଛି ବି ପଚାରନ୍ତୁ" ନାମକ ଏକ ସରକାରୀ ଅଧିବେଶନ ରେଡ଼ିଟରେ (Reddit) ଆୟୋଜନ କରିଥିଲେ । ଅପ୍ରେଲ ମାସରେ ସେ ଇଣ୍ଟରନେଟ ନିରପେକ୍ଷତା ସପକ୍ଷରେ ସମର୍ଥନ କରିଥିଲେ । ଡିସେମ୍ବର ୨୦୧୫ରେ ସମଲିଙ୍ଗୀ ସମ୍ପର୍କକୁ ଅଣଅପରାଧିକ କରିବାକୁ ଶଶୀ ଥରୁରଙ୍କଦ୍ୱାରା ପ୍ରସ୍ତାବିତ ବିଲରେ ସେ ସମର୍ଥନ ଦେଇଥିଲେ କିନ୍ତୁ, ବିଲଟି ପାସ ହୋଇପାରିନଥିଲା ।

ପରିବାର ସହିତ ଅଧିକ ସମୟ ବିତେଇବାପାଇଁ ଏବଂ ସ୍ୱଚ୍ଛ ସାମ୍ବାଦିକତା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ମାର୍ଚ୍ଚ ମାସ ୨୦୧୯ ମସିହାରେ ତଥାଗତ ୨୦୧୯ ଭାରତୀୟ ଲୋକ ସଭା ନିର୍ବାଚନରେ ଲଢ଼ିବେ ନାହିଁ ଏବଂ ରାଜନୀତିରୁ ଅବସର ନେଲେ ବୋଲି ଘୋଷଣା କରିଥିଲେ ।

ମତାମତ ଏବଂ ଚିନ୍ତାଧାରା

ଇଣ୍ଟରନେଟ ନିରପେକ୍ଷତା ଉପରେ

ମାର୍ଚ୍ଚ ମାସ ୨୦୧୪ ମସିହାରେ ଟ୍ରାଇ (Telecom Regulatory Authority of India) କିଛି ନିର୍ଦ୍ଧିଷ୍ଟ ମେସେଜିଙ୍ଗ ସେବାପାଇଁ ଟେଲିକମ ଅପରେଟରମାନଙ୍କୁ ଅତିରିକ୍ତ ପଇସା ନେବାକୁ ଏକ କାଗଜ ଉପସ୍ଥାପନା କରିଥିଲେ । ଅବିଳମ୍ବେ ତଥାଗତ ଟ୍ରାଇକୁ ଏକ ମୁକ୍ତ ଚିଠି ଲେଖି ଇଣ୍ଟରନେଟ ନିରପେକ୍ଷତା ସମର୍ଥନ ସପକ୍ଷରେ ଯୁକ୍ତି ବାଢ଼ିଥିଲେ । ଏହି ଚିଠିରେ ସେ ଲେଖିଥିଲେ କି ଏଭଳି ପଦକ୍ଷେପ ଭାରତର ଡିଜିଟାଲ ଇଣ୍ଡିଆ ପ୍ରକଳ୍ପକୁ ବାଧା ପହଞ୍ଚାଇ ପାରେ ଏବଂ ପ୍ରାରମ୍ଭ ହେବାକୁ ଯାଉଥିବା କ୍ଷୁଦ୍ର କମ୍ପାନୀଗୁଡିକୁ ଗଭୀର କ୍ଷତି ପହଞ୍ଚାଇବ । ସେ କହିଥିଲେ ଏଭଳି ନିୟମାବଳୀଯୁକ୍ତ ଆପ ବ୍ୟବହାର ତାଙ୍କର ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ୱତା କରିବାରେ ବାଧା ପହଞ୍ଚାଉଛି ।

ଗଞ୍ଜେଇର ଆଇନଗତ ପ୍ରଚଳନ ଉପରେ

ଗଞ୍ଜେଇ/ଭାଙ୍ଗ ଆଦିର ବେଆଇନ କରିବା ନିୟମକୁ ତଥାଗତ ତୀବ୍ର ସମାଲୋଚନା କରିଥିଲେ, ସେ କହିଥିଲେ ଏହା ପାରମ୍ପରିକ କାଳରୁ ଦେଶରେ ବିଭିନ୍ନ ପର୍ବପର୍ବାଣିରେ ଏବଂ ମାଦକ ଦ୍ରବ୍ୟ ଭାବରେ ବ୍ୟବହୃତ ହୋଇଆସୁଅଛି । ସେ କହିଥିଲେ ଗଞ୍ଜେଇକୁ ବେଆଇନ ଘୋଷଣା କରି ମଦକୁ ଆଇନଗତ ରଖିବା ଗରିବ ଲୋକମାନଙ୍କ ସମ୍ପର୍କରେ ଜାତିଆଣ ମନୋଭାବ ଭଳି ଅଟେ । ସେ କହିଥିଲେ ନିଶା, ବ୍ୟକ୍ତିଟିର ଚରିତ୍ର ଉପରେ ନିର୍ଭର କରୁଛି, ସେ ବ୍ୟବହାର କରୁଥିବା ମାଦକ ଦ୍ରବ୍ୟ ଉପରେ ନୁହେଁ । ଭାଙ୍ଗର ବ୍ୟବହାର ସମ୍ପର୍କିତ Narcotic Drugs and Psychotropic Substances Act, 1985 ବିଷୟରେ ସେ ଉଲ୍ଲେଖ କରିଥିଲେ । ମାର୍ଚ୍ଚ ୨୦୧୫, "ମତେ କିଛି ବି ପଚାରନ୍ତୁ" ରେଡ଼ିଟ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ତଥାଗତ ଯୁବକବସ୍ଥାରେ ଗଞ୍ଜେଇ ଟାଣି ଥିବା ଉଲ୍ଲେଖ କରିଥିଲେ । ଅଗଷ୍ଟ ୨୦୧୫ରେ ହୋଇଥିବା ମୌସୁମୀ ଅଧିବେଶନରେ ସେ ଗଂଜେଇକୁ ଅଣ-ଅପରାଧିକ ଘୋଷଣା କରିବାକୁ ପ୍ରସ୍ତାବ ଦେଇଥିଲେ । ଡିସେମ୍ବର ୨୦୧୫ରେ ସେ ପୁଣିଥରେ ସେହି ପ୍ରସ୍ତାବ ଆଣିଥିଲେ, ସେ ଯୁକ୍ତି ବାଢ଼ିଥିଲେ କି ଗଞ୍ଜେଇକୁ ବେଆଇନ ଘୋଷଣା କରିବା ଅର୍ଥ ଗ୍ରାମବାସୀମାନଙ୍କୁ ବାଧ୍ୟତାମୂଳକ ଭାବେ ମଦ୍ୟପ କରିବା ସଙ୍ଗେ ସମାନ ।

ସମଲିଙ୍ଗୀ ସମ୍ପର୍କ ଏବଂ ମାନସିକ ନିୟମ ଉପରେ

ତଥାଗତ ଶତପଥୀ ଭାରତରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୭୭ ଯାହା ସମଲିଙ୍ଗୀ ସମ୍ପର୍କକୁ ଅପରାଧିକ ଘୋଷଣା କରିଥିଲା ତୀବ୍ର ବିରୋଧ କରିଥିଲେ ।[ଆଧାର ଲୋଡ଼ା] ପର୍ଣ୍ଣୋଗ୍ରାଫିକୁ ବେଆଇନ ଘୋଷଣାକୁ ଆଗତ ନିୟମକୁ ମଧ୍ୟ ସେ ତୀବ୍ର ବିରୋଧ କରିଥିଲେ ।

ଗୋପନୀୟତା ଏବଂ ଆଧାର ଉପରେ

ତଥାଗତ ଶତପଥୀ ଆଧାର ପ୍ରକଳ୍ପ ଲୋକଙ୍କର ଆଙ୍ଗୁଠି ଛାପ ନେବା ଏବଂ ଗତିବିଧି ଉପରେ ନଜର ରଖିବାର ପ୍ରକ୍ରିୟାକୁ ବିରୋଧ କରିଥିଲେ । ପୂର୍ବରୁ ଏତେଗୁଡ଼ିଏ ଆଇଡି କାର୍ଡ଼ ଥାଉ ଥାଉ ପୁଣି ଏକ ଆଧାର କାର୍ଡ଼ର ପ୍ରଚଳନ ଅତିରିକ୍ତ ବୋଲି ସେ ଯୁକ୍ତି ବାଢ଼ିଥିଲେ । ୨୦୧୬ ମସିହାରେ ଆଧାର ବିଲକୁ ଏକ ଅର୍ଥ ବିଲ ଭାବରେ ଉପସ୍ଥାପନାକୁ ମଧ୍ୟ ସେ ବିରୋଧ କରିଥିଲେ । ବିଲ୍‌ଟିରେ ଜାତୀୟ ନିରାପତ୍ତା ସମ୍ପର୍କିତ କିଛି ବିଧିବଦ୍ଧ ଭାବରେ ପ୍ରକାଶ କରାଯାଇନାହିଁ ବୋଲି ସେ ଉଲ୍ଲେଖ କରିଥିଲେ ।

ଧାର୍ମୀକ ନିୟମାବଳୀ ଏବଂ ମିଶନାରୀ ଉପରେ

ତଥାଗତ ଭାରତରେ ସମାନ ନାଗରିକ ସଂହିତାର ପ୍ରଚଳନକୁ ସମର୍ଥନ କରିଥଲେ । ଧର୍ମ ଉପରେ ଆଧାରିତ ବିଭିନ୍ନ ନିୟମକୁ ସେ ସମାଲୋଚନା କରିଥିଲେ, ବିଶ୍ୱ ଯାଇ କେଉଁଠି ପହଞ୍ଚିଲାଣି ହେଲେ ଏବେବି ଆମେ ଏଭଳି ନିୟମଦ୍ୱାରା ଅଲଗା ହୋଇରହଉଛୁ । ସେ ମଧ୍ୟ କହିଥିଲେ ଅନେକ ମିଶନାରୀ ସଂସ୍ଥା ଓଡ଼ିଶାକୁ ଆସି ଦଳିତ ଲୋକଙ୍କୁ ମାଗଣା ଖାଦ୍ୟ ଏବଂ ଶିକ୍ଷା ପ୍ରଦାନ କରି ଖ୍ରୀଷ୍ଟିଆନ ଧର୍ମକୁ ରୂପାନ୍ତରଣ କରିଦେଉଛନ୍ତି । ଧର୍ମନିରପେକ୍ଷତାର ଆକ୍ଷରିକ ସଂଜ୍ଞା ବ୍ୟବହାର କରିବାକୁ ସେ ରାଜନେତା ମାନଙ୍କୁ ଆହ୍ୱାନ ଦେଇଥିଲେ ।

ଅନ୍ୟାନ୍ୟ ମତ

ଭ୍ରଷ୍ଟାଚାର ଦୁରକରିବାକୁ ସାଂସଦମାନଙ୍କୁ ଜନ ଲୋକପାଳ ବିଲରେ ମିଶାଇବାକୁ ସେ ସମର୍ଥନ କରିଥିଲେ । ଡିସେମ୍ବର ୨୦୧୫ ମସିହାରେ ସେ ମଧ୍ୟସ୍ଥତା ଏବଂ ସଂଶୋଧନ ବିଧେୟକକୁ ବଡ଼ ସଂସ୍ଥାଗୁଡିକୁ ଅନୁଚିତ ଲାଭ ଦେବ ବୋଲି ସେ ଯୁକ୍ତି ବାଢ଼ିଥିଲେ । ସଂସଦ ଆଦର୍ଶ ଗ୍ରାମ ଯୋଜନାକୁ ସେ ତ୍ରୁଟିପୂର୍ଣ୍ଣ ଏବଂ ଏହାଦ୍ୱାରା ବିଶେଷ କିଛି ଲାଭ ହେବନାହିଁ ବୋଲି ଯୁକ୍ତି ବାଢ଼ିଥିଲେ । ଏହି ଯୋଜନାଦ୍ୱାରା ସେ ତାଙ୍କ ନିର୍ବାଚନ ମଣ୍ଡଳୀର ୩୦୦୦ ଗ୍ରାମରୁ କେବଳ ୮ଟି ଗ୍ରାମର ଉନ୍ନତି କରିବାର ଅଧିକାର ପାଉଛନ୍ତି । ହିନ୍ଦୀକୁ ଜାତୀୟ ଭାଷା କରିବାର ପ୍ରସ୍ତାବକୁ ସେ ବିରୋଧ କରିଥିଲେ ।

ଆଣବିକ ଶକ୍ତି ପ୍ଲାଣ୍ଟ ତିଆରିକୁ ସେ ବିରୋଧ କରିଥିଲେ । ସମଗ୍ର ବିଶ୍ବ ଏହି ଶକ୍ତିରୁ ଦୁରକୁ ଯାଉଥିଲାବେଳେ ଭାରତ କାହିଁକି ଆରମ୍ଭ କରୁଛି ବୋଲି ସେ ପ୍ରଶ୍ନ କରିଥିଲେ । ଫ୍ରାନ୍ସର ଆରେଭା ଆଣବିକ ସଂସ୍ଥା, ମହାରାଷ୍ଟ୍ରକୁ ପୁରୁଣାକାଳିଆ ପ୍ରଯୁକ୍ତି ବିଦ୍ୟା ବିକିଛି ବୋଲି କହିଥିଲେ । କେନ୍ଦ୍ର, ଅନ୍ୟ ଦେଶଗୁଡ଼ିକ ଭଳି ଆଣବିକ କେନ୍ଦ୍ରର ସୁରକ୍ଷା ସମ୍ପର୍କିତ ତଥ୍ୟ ସର୍ବସାଧାରଣରେ ପ୍ରକାଶ କରିବାକୁ କହିଥିଲେ ।

ଆହୁରି ଦେଖନ୍ତୁ

ଆଧାର

ଆହୁରି ପଢନ୍ତୁ

ବାହାର ଆଧାର

Tags:

ତଥାଗତ ଶତପଥୀ ବ୍ୟକ୍ତିଗତ ଜୀବନ ଏବଂ କାମତଥାଗତ ଶତପଥୀ ମତାମତ ଏବଂ ଚିନ୍ତାଧାରାତଥାଗତ ଶତପଥୀ ଆହୁରି ଦେଖନ୍ତୁତଥାଗତ ଶତପଥୀ ଆଧାରତଥାଗତ ଶତପଥୀ ଆହୁରି ପଢନ୍ତୁତଥାଗତ ଶତପଥୀ ବାହାର ଆଧାରତଥାଗତ ଶତପଥୀଢେଙ୍କାନାଳ (ଲୋକ ସଭା ନିର୍ବାଚନ ମଣ୍ଡଳୀ)୧୬ଶ ଲୋକ ସଭା

🔥 Trending searches on Wiki ଓଡ଼ିଆ:

ଚାନ୍ଦବାଲିବେଣୁଧର ରାଉତକରଞ୍ଜସଚିନ ତେନ୍ଦୁଲକରମିଆ ଖଲିଫାଝୁମରବ୍ରହ୍ମୋତ୍ରୀ ମହାନ୍ତିଶେର ଶାହ ସୁରୀପ୍ରଦୂଷଣଦୁଃଶାସନବେଲ ପଣାଜାତୀୟ ବିଜ୍ଞାନ ଦିବସଉତ୍କଳ ଦୀପିକାଓଡ଼ିଆ ରାନ୍ଧଣାଫାଇଲେରିଆବସନ୍ତ କୁମାର ଶତପଥୀଚିତ୍ତରଞ୍ଜନ ଦାସହେମନ୍ତ କୁମାର ଦାସସୌର ଜଗତଉପେନ୍ଦ୍ର ଭଞ୍ଜମଦନମୋହନ ମିଶ୍ରଇଣ୍ଡୋନେସିଆଇଂରାଜୀ ଭାଷାଚୈତ୍ର ପୂର୍ଣ୍ଣିମାଡୋରାଅର୍ଥଶାସ୍ତ୍ରପ୍ରତିଭା ରାୟକୁକୁରଅମିୟ କୁମାରୀ ପାଢ଼ୀଦୁର୍ଗା ପୂଜାମସ୍କୋଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାସଂସ୍କୃତ ଭାଗବତ୩ ଅପ୍ରେଲଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାଅମୃତ ଫଳଦୁର୍ଗାଷ୍ଟମୀଜଗନମୋହ‌ନ ଲାଲଗଣିତଜୟ ଜଗନ୍ନାଥଓଡ଼ିଆ ଭାଷା ଆନ୍ଦୋଳନକବିସୂର୍ଯ୍ୟ ବଳଦେବ ରଥକାହ୍ନୁଚରଣ ମହାନ୍ତିଅକ୍ଷର କଳାଓଡ଼ିଶାର କଳାପିତ୍ତକୋଷମନୋଜ ଦାସବୁଧେଇ ଓଷାନନ୍ଦ କିଶୋର ବଳବ୍ରାହ୍ମଣଭାନୁଜୀ ରାଓଚୁଡ଼ା୧୯୯୯ ଓଡ଼ିଶା ମହାବାତ୍ୟାରଣଜିତ ପଟ୍ଟନାୟକତୋରାଣିପୂରଣବାଚକ ସଂଖ୍ୟାଚନ୍ଦନଲାଗି ବେଶଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନପର୍ଯ୍ୟାୟ ସାରଣୀପାର୍କିନ୍‌ସନ୍ ରୋଗରାଖାଲ ମହାନ୍ତିପଦ୍ମଶ୍ରୀହେମନ୍ତ ଦାସପାରାଦୀପ ବନ୍ଦର🡆 More