ଉତ୍କଳ ଦିବସ

୧୯୩୬ ଅପ୍ରେଲ ୧ ତାରିଖ ଦିନ ଏକ ରାଜ୍ୟ ଭାବେ ନବଗଠିତ ହେବା ସ୍ମୃତିରେ ଅପ୍ରେଲ ମାସ ୧ ତାରିଖ ଦିନ ଉତ୍କଳ ଦିବସ (ଓଡ଼ିଶା ଦିବସ) ପାଳନ କରାଯାଇଥାଏ । ଭାଷା ଭିତ୍ତିରେ ରାଜ୍ୟଗଠନ ହେବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ । ୧୫୬୮ରେ ଶେଷ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ ପରେ ବ୍ରିଟିଶ ଶାସନରୁ ଅଲଗା ହୋଇ ଏକ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିବା ପାଇଁ ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟ, ବାସୁଦେବ ସୁଢ଼ଳ ଦେବ ଓ କୃଷ୍ଣଚନ୍ଦ୍ର ଗଜପତିଙ୍କ ଚେଷ୍ଟାରେ ଆନ୍ଦୋଳନ ତେଜିଥିଲା । ପ୍ରଥମେ ଛଅଟି ଜିଲ୍ଲା କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମକୁ ନେଇ ଓଡ଼ିଶା ଗଠନ କରାଯାଇଥିଲା ।

ଉତ୍କଳ ଦିବସ
ନବଗଠିତ ଆଧୁନିକ ଓଡ଼ିଶାର ମାନଚିତ୍ର

ଇତିହାସ

ଏକ ସ୍ୱତନ୍ତ୍ର ରାଜ୍ୟ ଗଠନ ପାଇଁ ମୁଖ୍ୟ ବିପ୍ଳବ ଉତ୍କଳ ସମ୍ମିଳନୀ ଗଠନ ଦିନଠାରୁ ତିନି ଦଶନ୍ଧି ଧରି ଲାଗିରହିଥିଲା ଓ ଏହା ଏକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ମୂଳଦୁଆ ସ୍ଥାପନକରିଥିଲା । ମଧୁସୂଦନ ଦାସ, ଗୋପବନ୍ଧୁ ଦାସ, ଫକୀର ମୋହନ ସେନାପତି, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟ, ବାସୁଦେବ ସୁଢ଼ଳ ଦେବ ଓ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଆଦିଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ଅଧିକ ତୀବ୍ର ହୋଇଥିଲା । ସାର ଅଷ୍ଟିନ ହବାକ ଓଡ଼ିଶାର ପହିଲା ରାଜ୍ୟପାଳ ଭାବରେ ଶପଥ ନେଇଥିଲେ । ୧୯୩୬ ମସିହା ଏପ୍ରିଲ ପହିଲା ଦିନ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ମିଳିଥିଲା । ୧୯୯୨ ମସିହାରେ ଓଡ଼ିଶାର ୧୩ଟି ଜିଲ୍ଲାକୁ ପୁନର୍ବିଭାଜନ କରି ୩୦ଟି ଜିଲ୍ଲାରେ ଭାଗ କରାଗଲା । ପ୍ରତି ବର୍ଷ ଏପ୍ରିଲ ପହିଲା ଦିନଟିକୁ ଉତ୍କଳ ଦିବସ ନାମରେ ପାଳନ କରାଯାଇ ସ୍ୱତନ୍ତ୍ର ପ୍ରଦେଶ ଗଠନର କର୍ଣ୍ଣଧାରମାନଙ୍କୁ ସମ୍ମାନ ଅର୍ପଣକରାଯାଏ । , ଏବେ ଓଡ଼ିଶାରେ ୩୦ଟି ଜିଲ୍ଲା ରହିଛି ।

ଅଧିକ ପଠନ

ଆଧାର

Tags:

କଟକ ଜିଲ୍ଲାକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବକୋରାପୁଟ ଜିଲ୍ଲାଗଙ୍ଗାଧର ମେହେରଗଞ୍ଜାମ ଜିଲ୍ଲାଗୋପବନ୍ଧୁ ଦାସନୀଳକଣ୍ଠ ଦାସପୁରୀ ଜିଲ୍ଲାଫକୀର ମୋହନ ସେନାପତିବାଲେଶ୍ୱର ଜିଲ୍ଲାବାସୁଦେବ ସୁଢ଼ଳଦେବଭାରତମଧୁସୂଦନ ଦାସରାଧାନାଥ ରାୟସମ୍ବଲପୁର ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ତିର୍ଥେଶ୍ୱର ଶିବ ମନ୍ଦିରମଧୁସୂଦନ ଦାସରାଜ୍ୟରାଧାରାଣୀ ପଣ୍ଡାଚିନ୍ତାମଣି ମହାନ୍ତିବଳରାମ ଦାସଭାସ୍କୋ ଡା ଗାମାବିଦ୍ୟାଳୟସ୍ଫୁଲିଙ୍ଗ (କବିତା ସଙ୍କଳନ)ରମାକାନ୍ତ ରଥ୩୦ ଅପ୍ରେଲବାଘଝୁଲଣ ଯାତ୍ରାଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସଓଡ଼ିଆ କବି ମାନଙ୍କର ତାଲିକାମହାତ୍ମା ଗାନ୍ଧୀଶିମିଳିପାଳ ଜାତୀୟ ଉଦ୍ୟାନଓଡ଼ିଶାର ଲୋକ ସଭା ସାଂସଦଙ୍କ ତାଲିକାଖାଦ୍ୟଦାସକାଠିଆନୃସିଂହ ଚରଣ ପଣ୍ଡାବିଶ୍ୱ ଘରଚଟିଆ ଦିବସଦୀନକୃଷ୍ଣ ଦାସହୃଷୀକେଶ ପଣ୍ଡାସଂସଦୀୟ ଗଣତନ୍ତ୍ରପୃଥିବୀରଘୁନାଥ ପରିଚ୍ଛାଆମ୍ବବୌଦ୍ଧ ଜିଲ୍ଲା୧୯୮୮ମଧ୍ୟ ଏସିଆଓଡ଼ିଶା ସରକାରଅମୃତଭଣ୍ଡାଡାଉନ ସିଣ୍ଡ୍ରୋମ୧ ସେପ୍ଟେମ୍ବରଚନ୍ଦକା ହାତୀ ଅଭୟାରଣ୍ୟଓଡ଼ିଶାର କଳାବ୍ରାଉଜରତୁଷାରକାନ୍ତି ବେହେରାଅକ୍ଷୟ ତୃତୀୟାଓଡ଼ିଶାର ତହସିଲ ତାଲିକାଗୋକୁଳାନନ୍ଦ ମହାପାତ୍ରଶିବସ୍ୱର ବର୍ଣ୍ଣଶୀତଳ ଷଷ୍ଠୀ ଯାତ୍ରାକିଶୋର ପାଣିଗ୍ରାହୀଦାମୋଦର ରାଉତଗୁରୁ ପ୍ରସାଦ ମହାନ୍ତିଓଡ଼ିଆ ଭାଗବତଅନୁଗୋଳ ଜିଲ୍ଲାଓଡ଼ିଶାର ଲୋକନୃତ୍ୟ୧ ଅପ୍ରେଲ୪ ଜାନୁଆରୀଦୀନନାଥ ପାଠୀହିନ୍ଦୁଜୀବସାରଭାରତୀୟ ମୁଦ୍ରାଜିନା ସାମଲ୨୦ ଅପ୍ରେଲଗୌରୀଶଙ୍କର ରାୟସରସ୍ୱତୀଜଗନ୍ନାଥ ମନ୍ଦିରମାଲଟାଚେକ୍ ଗଣରାଜ୍ୟଗନ୍ଧମାର୍ଦନ🡆 More