୧୬ଶ ଲୋକ ସଭା

ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ୧୬ଶ ଲୋକ ସଭାକୁ ୨୦୧୪ ମସିହା ସାଧାରଣ ନିର୍ବାଚନରେ ନିର୍ବାଚିତ ସଭ୍ୟମାନେ ଯାଇଥିଲେ । ଏହି ଲୋକ ସଭା ପାଇଁ ୭ ଅପ୍ରେଲ ୨୦୧୪ରୁ ୧୨ ମଇ ୨୦୧୪ ଯାଏଁ ନିର୍ବାଚନ କରାଯାଇଥିଲା, ଯାହାର ପରିଚାଳନା କରିଥିଲେ ଭାରତୀୟ ନିର୍ବାଚନ ଆୟୋଗ । ୧୬ ମଇ ୨୦୧୪ରେ ଏହି ସାଧାରଣ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଥିଲା ଏବଂ ଭାରତୀୟ ଜନତା ପାର୍ଟି ସର୍ବାଧିକ ୨୮୨ଟି ଆସନରେ ବିଜୟୀ ହୋଇଥିଲା, ଯାହାକି ଏକ ସଂଖ୍ୟା ଗରିଷ୍ଠତା ଥିଲା । ଏହି ନିର୍ବାଚନରେ ବିଜେପି ପୂର୍ବ ଲୋକ ସଭା ତଥା ୧୫ଶ ଲୋକ ସଭାଠାରୁ ୧୬୬ଟି ଅଧିକ ଆସନରେ ବିଜୟୀ ହୋଇଥିଲା । ବିଜେପିର ପ୍ରଧାନମନ୍ତ୍ରୀ ପାର୍ଥୀ ନରେନ୍ଦ୍ର ମୋଦି ଏହି ଲୋକ ସଭାର ନେତୃତ୍ୱ ନେବା ସହ ଭାରତ ଦେଶର ୧୪ତମ ପ୍ରଧାନମନ୍ତ୍ରୀ ଭାବରେ ୨୬ ମଇ ୨୦୧୪ରେ ଶପଥ ପାଠ କରିଥିଲେ । ଏହି ଲୋକ ସଭାର ପ୍ରଥମ ଅଧିବେଶନ ୪ ଜୁନରୁ ୧୧ ଜୁନ ୨୦୧୪ ମଧ୍ୟରେ ବସିଥିଲା ।

ଏହି ଲୋକ ସଭାରେ କେହି ବିରୋଧୀ ଦଳ ନେତା ନଥିଲେ; କାରଣ ଭାରତୀୟ ସମ୍ବିଧାନର ନିୟମ ଅନୁସାରେ ବିରୋଧୀ ଦଳ ଭାବରେ ପରିଗଣିତ ହେବାପାଇଁ ଏକ ଦଳ ପାଖରେ ଅତିକମରେ ସମୁଦାୟ ଲୋକ ସଭା ଆସନ ୫୪୫ର ୧୦ ପ୍ରତିଶତ ବିଜୟୀ ପାର୍ଥୀ ଥିବା ଆବଶ୍ୟକ । ଭାରତୀୟ ଜାତୀୟ କଂଗ୍ରେସର ସମୁଦାୟ ୪୪ଟି ଆସନରେ ଏବଂ ତାମିଲନାଡ଼ୁର ଏଆଇଡିମେକେ ସମୁଦାୟ ୩୭ଟି ଆସନରେ ବିଜୟୀ ହୋଇଥିଲେ । ତେଣୁ ଏହି ଲୋକ ସଭାରେ କେହି ବିରୋଧୀ ଦଳ ନେତା ରହିପାରିଲେ ନାହିଁ । ଭାରତୀୟ ଜାତୀୟ କଂଗ୍ରେସର ନେତା ମଲ୍ଲିକାର୍ଜୁନ ଖର୍ଗେ ଏହି ଲୋକ ସଭା ପାଇଁ କଂଗ୍ରେସ ସାଂସଦ ଦଳର ନେତା ଭାବରେ ଘୋଷିତ ହେଲେ ।

୨୦୧୪ ଭାରତୀୟ ସାଧାରଣ ନିର୍ବାଚନ ପରେ ରାଜ୍ୟ ସଭାର ୫ମ ସଦସ୍ୟ ଲୋକ ସଭାକୁ ମନୋନୀତ ହୋଇ ଆସିଥିଲେ ।

ଗୁରୁତ୍ୱପୂର୍ଣ୍ଣ ସଦସ୍ୟ

  • ବାଚସ୍ପତି
    • ସୁମିତ୍ରା ମହାଜନ, ଭାରତୀୟ ଜନତା ପାର୍ଟି
  • ଉପ-ବାଚସ୍ପତି:
    • ଟି. ଥାମ୍ବିଦୁରାଇ, ଏଆଇଡିଏମ୍‌କେ
  • ଅଧକ୍ଷ:
    • ନରେନ୍ଦ୍ର ମୋଦି, ଭାରତୀୟ ଜନତା ପାର୍ଟି
  • ବିରୋଧୀ ଦଳ ନେତା:
    • କେହି ନଥିଲେ; କାରଣ କୌଣସି ଦଳରେ ବିରୋଧୀ ଦଳ ପାଇଁ ଯୋଗ୍ୟତା ହାସଲ କରିପାରିନଥିଲେ
  • ମହା ସଚିବ:
    • ସ୍ନେହଲତା ଶ୍ରୀବାସ୍ତବ

ଆଧାର

ବାହାର ଆଧାର

Tags:

ନରେନ୍ଦ୍ର ମୋଦିଭାରତୀୟ ଜନତା ପାର୍ଟି୧୫ଶ ଲୋକ ସଭା

🔥 Trending searches on Wiki ଓଡ଼ିଆ:

ୟୁ ଟ୍ୟୁବଚାଣକ୍ୟ୨୬ ଅପ୍ରେଲଟାଇପରାଇଟରଛତିଶଗଡ଼ଲାଲ ବାହାଦୁର ଶାସ୍ତ୍ରୀଯକୃତବିଦ୍ୟାଳୟବିଶ୍ୱନାଥ ଦାସସଞ୍ଚିତା ମହାନ୍ତିକାଞ୍ଜିଅଅଁଳା ଓଷାମହାଭାରତପାର୍କିନ୍‌ସନ୍ ରୋଗହିନ୍ଦୁ ଧର୍ମବନ୍ଦେ ଉତ୍କଳ ଜନନୀଦାଶରଥୀ ଜେନାଶେର ଶାହ ସୁରୀରାଖାଲ ମହାନ୍ତିସୌଭାଗ୍ୟ କୁମାର ମିଶ୍ର୧୯୩୪ଦଶାବତାରଭାରତୀୟ ଡାକ ସେବା୧୮ ଅପ୍ରେଲଜ୍ଞାନୀ ଦେବାଶିଷ ମିଶ୍ର୧୯ ଅପ୍ରେଲକାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଆ ଭାଷାଜାତୀୟ ଖାଦ୍ୟ ସୁରକ୍ଷା ନୀତି ୨୦୧୩ହିଡ଼ିମ୍ବପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଗଜେନ୍ଦ୍ର ପ୍ରସାଦ ସାହୁ୩ ଅପ୍ରେଲଭାନୁଜୀ ରାଓବ୍ରାଉଜରଦୁଃଶାସନପଣା ସଂକ୍ରାନ୍ତିଲିନକ୍ସଉତ୍କଳ ବ୍ରାହ୍ମଣଓଡ଼ିଶୀନୃସିଂହ ଚରଣ ପଣ୍ଡାହୃଷୀକେଶ ମଲ୍ଲିକଦି ଟାଇମସ୍ ଅଫ୍ ଇଣ୍ଡିଆଅକ୍ଷୟ ମହାନ୍ତିଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଓଡ଼ିଆ କବି ମାନଙ୍କର ତାଲିକାକଟକକରଣ (ଜାତି)ଗିରିଧର ଗମାଙ୍ଗ୧୯୬୩ର ଓଡ଼ିଆ କଥାଚିତ୍ରସମୀର ରଞ୍ଜନ ଦାଶଲକ୍ଷ୍ମଣ ମିଶ୍ରଭାରତୀୟ ଜନତା ପାର୍ଟିଜହ୍ନିଓଷାପ୍ରଧାନ ପୃଷ୍ଠାଚିଲିକା ହ୍ରଦସାରଳା ଦାସବିନୋଦ ଚନ୍ଦ୍ର ନାୟକଚୈତ୍ର ପୂର୍ଣ୍ଣିମାବ୍ରହ୍ମୋତ୍ରୀ ମହାନ୍ତିମିଳିମିଳାକୁକୁରଲକ୍ଷ୍ମୀକାନ୍ତ ମହାପାତ୍ରଗୌରୀଶଙ୍କର ରାୟଓଡ଼ିଆଭାରତର ସଂସ୍କୃତିକୃଷ୍ଣଚନ୍ଦ୍ର ପାଣିଗ୍ରାହୀବାଳୀପକ୍ଷୀଆତ୍ମହତ୍ୟାଲିଙ୍ଗରାଜ ମନ୍ଦିର🡆 More