ବିଶ୍ୱନାଥ ଦାଶ (୧୮୮୯ - ୧୯୮୪) ଜଣେ ଭାରତୀୟ-ଓଡ଼ିଆ ରାଜନେତା, ସମାଜସେବୀ ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ବ୍ରିଟିଶ ଶାସନ (୧୯୩୭ - ୧୯୩୯) କାଳରେ ଓଡ଼ିଶା ପ୍ରଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ । ସେ ମଧ୍ୟ ଉତ୍ତର ପ୍ରଦେଶର ରାଜ୍ୟପାଳ (୧୯୬୨-୧୯୬୭) ଥିଲେ ଏବଂ ଶେଷରେ ଓଡ଼ିଶା ପ୍ରଦେଶର ମୁଖ୍ୟମନ୍ତ୍ରୀ (୧୯୭୧-୧୯୭୨) ଥିଲେ । ସେ ଲୋକ ସେବକ ମଣ୍ଡଳର ଆଜୀବନ ସଦସ୍ୟ ମଧ୍ୟ ଥିଲେ ।
ବିଶ୍ୱନାଥ ଦାଶ | |
---|---|
ମୁଖ୍ୟମନ୍ତ୍ରୀ, ଓଡ଼ିଶା | |
କାର୍ଯ୍ୟକାଳ ୩ ଅପ୍ରେଲ ୧୯୭୧ – ୧୪ ଜୁନ ୧୯୭୨ | |
ପୂର୍ବ ଅଧିକାରୀ | ରାଷ୍ଟ୍ରପତି ଶାସନ |
ପର ଅଧିକାରୀ | ନନ୍ଦିନୀ ଶତପଥୀ |
ରାଜ୍ୟପାଳ, ଉତ୍ତର ପ୍ରଦେଶ | |
କାର୍ଯ୍ୟକାଳ ୧୬ ଅପ୍ରେଲ ୧୯୬୨ – ୩୦ ଅପ୍ରେଲ ୧୯୬୭ | |
ପୂର୍ବ ଅଧିକାରୀ | ବୁରଗୁଲା ରାମକୃଷ୍ଣ ରାଓ |
ପର ଅଧିକାରୀ | ବେଜଉଆଡା ଗୋପାଳ ରେଡ୍ଡୀ |
ପ୍ରଧାନମନ୍ତ୍ରୀ, ଓଡ଼ିଶା | |
କାର୍ଯ୍ୟକାଳ ୧୯ ଜୁଲାଇ ୧୯୩୭ – ୪ ନଭେମ୍ବର ୧୯୩୯ | |
ପୂର୍ବ ଅଧିକାରୀ | କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ |
ପର ଅଧିକାରୀ | କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ବେଲଗାଁ ଗଞ୍ଜାମ ଜିଲ୍ଲା | ୮ ମାର୍ଚ୍ଚ ୧୮୮୯
ମୃତ୍ୟୁ | ୨ ଜୁନ ୧୯୮୪ କଟକ | (ବୟସ ୯୫)
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ସଂଯୁକ୍ତ ସାମ୍ମୁଖ୍ୟ |
ଘର | କାଜି ବଜାର ,କଟକ |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ କଲିକତା ବିଶ୍ୱବିଦ୍ୟାଳୟ |
ବିଶ୍ୱନାଥ ଦାସ ୧୮୮୯ ମସିହା ମଇ ୮ ତାରିଖରେ ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ମଧୁସୁଦନ ଦାସ । ସେ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକରେ ଉତ୍ତୀର୍ଣ୍ଣ ହେବାପରେ ୧୯୧୮ରେ କଲିକତା ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ । ମାଡ୍ରାସଠାରେ ଓକିଲାତି କରୁଥିବା ସମୟରେ ସେ ୧୯୨୧ ମସିହାରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେଇଥିଲେ । ସେହିବର୍ଷ ସେ ମଧ୍ୟ ଗଞ୍ଜାମ ଜିଲ୍ଲାର ଛତ୍ରପୁର ତାଲୁକ ପରିଷଦର ସଭାପତି ପଦକୁ ନିର୍ବାଚିତ ହୋଇଥିଲେ ।
ସେ ମାଡ୍ରାସ କାଉନ୍ସିଲକୁ ତିନିଥର (୧୯୨୦ -୧୯୨୯) ନିର୍ବାଚିତ ହୋଇଥିଲେ । ପରେ ସେ ସ୍ୱାଧୀନତା ସଂଗ୍ରାମରେରେ ଭାଗ ନେବାପାଇଁ କାଉନ୍ସିଲରୁ ଇସ୍ତଫା ଦେଇଥିଲେ ଓ ବାରମ୍ବାର ଜେଲ ଯାଇଥିଲେ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ପ୍ରଚେଷ୍ଟା ପ୍ରଣିଧାନଯୋଗ୍ୟ । ୧୯୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେଲାପରେ ସେ ୧୯୩୭ ମସିହାରେ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ । ପରେ ସେ ଦ୍ୱିତୀୟ ବିଶ୍ୱଯୁଦ୍ଧ ହେବାରୁ ୧୯୪୨ ମସିହାରେ ଇସ୍ତଫା ଦେଇଥିଲେ । ସେ ୧୯୪୭ରୁ ୧୯୫୨ ପର୍ଯ୍ୟନ୍ତ ଭାରତୀୟ ସମ୍ବିଧାନ ସଭାର ସଦସ୍ୟ ଥିଲେ । ସେ ଅନେକ ଥର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଥିଲେ । ପରେ ୧୯୭୧-୧୯୭୨ରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ ।
ପ୍ରାୟ ଅର୍ଦ୍ଧ ଶତାବ୍ଦୀ ଧରି ସାମାଜିକ ଓ ରାଜନୀତିକ ଜୀବନ ଅତିବାହିତ କଲାପରେ ସେ ୨ ଜୁନ ୧୯୮୪ରେ ଇହଲୀଳା ସମ୍ବରଣ କରିଥିଲେ ।
This article uses material from the Wikipedia ଓଡ଼ିଆ article ବିଶ୍ୱନାଥ ଦାସ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.