୧୪ଶ ଲୋକ ସଭା

୧୪ଶ ଲୋକ ସଭା (୧୭ ମଇ ୨୦୦୪ - ୧୮ ମଇ ୨୦୦୯), ୨୦୦୪ ମସିହାର ସାଧାରଣ ନିର୍ବାଚନ ପରେ ଗଠିତ ହୋଇଥିଲା । ଏହି ଲୋକ ସଭା ପାଇଁ ୨୦ ଅପ୍ରେଲ ୨୦୦୪ରୁ ୧୦ ମଇ ୨୦୦୪ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପୂର୍ବ ଲୋକ ସଭା ତ‌ଥା ୧୩ଶ ଲୋକ ସଭାଠାରୁ ୬୨ଟି ଆସନ ଅଧିକ ଜିତି ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା । କଂଗ୍ରେସ ଦଳର ନେତା ମନମୋହନ ସିଂହ ଏହି ଲୋକ ସଭାର ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେଇଥିଲେ । ଏହି ଲୋକ ସଭା ପାଇଁ ସାଧାରଣ ନିର୍ବାଚନ ପରେ ସଂସଦର ରାଜ୍ୟ ସଭାରେ ଥିବା ୮ ଜଣ ସାଂସଦ ଲୋସଭାକୁ ନିର୍ବାଚିତ ହୋଇଥିଲେ ।

ଗୁରୁତ୍ୱପୂର୍ଣ୍ଣ ସଦସ୍ୟ

ସଂସଦର ନିୟମ ଅବମାନନା କରିବାଦ୍ୱାରା ସଦସ୍ୟଙ୍କୁ ବହିଷ୍କାର

୧୨ ଡିସେମ୍ବର ୨୦୦୫ରେ ଷ୍ଟାର ଟିଭି ନ୍ୟୁଜ ଚେନାଲରେ ଅପରେସନ ଦୁର୍ଯ୍ୟୋଧନ ନାମକ ଏକ ଷ୍ଟିଙ୍ଗ୍ ଅପରେସନର ଟେଲିକଷ୍ଟ କରାଯାଇଥିଲା, ଯେଉଁଥିରେ ସଂସଦର ୧୧ ଜଣ ସଦସ୍ୟ (ଲୋକ ସଭାର ୧୦ ଜଣ ଏବଂ ରାଜ୍ୟ ସଭାର ଜଣେ ସଦସ୍ୟ) ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଲାଞ୍ଚ ନେଉଥିବାବେଳେ ଧରା ପଡ଼ିଥିଲେ । ରାଜ୍ୟ ସଭାର ନୀତିଶାସ୍ତ୍ର ସମିତି ଏବଂ ଲୋକ ସଭାର ଏକ ବିଶେଷ ସମିତିଦ୍ୱାରା ପଚରାଉଚୁରାଦ୍ୱାରା ଏହି ସଦସ୍ୟମାନଙ୍କୁ ଦୋଷୀ ଭାବରେ ଦର୍ଶାଗଲା ଏବଂ ସେମାନଙ୍କୁ ବହିଷ୍କାର କରିବାକୁ ପ୍ରସ୍ତାବ ଦିଆଗଲା ।

୨୩ ଡିସେମ୍ବର ୨୦୦୫ରେ, ୧୪ଶ ଲୋକ ସଭାରୁ ନିମ୍ନରେ ଦର୍ଶାଯାଇଥିବା ୧୦ ଜଣ ସଦସ୍ୟମାନଙ୍କୁ ବ‌ହିଷ୍କାର କରିଦିଆଯାଇଥିଲା:

  1. ନରେନ୍ଦ୍ର କୁମାର କୁଶ୍ୱହା (ବହୁଜନ ସମାଜ ପାର୍ଟି) – ମିର୍ଜାପୁର, ଉତ୍ତର ପ୍ରଦେଶ
  2. ଆନ୍ନାସାହେବ ଏମ୍. କେ. ପାଟିଲ (ଭାରତୀୟ ଜନତା ପାର୍ଟି) – ଇରାନ୍ଦୋଲ, ମହାରାଷ୍ଟ୍ର
  3. ୱାଇ. ଜି. ମହାଜନ (ଭାରତୀୟ ଜନତା ପାର୍ଟି) – ଜଳଗାଁ, ମହାରାଷ୍ଟ୍ର
  4. ମୋନୋଜ କୁମାର (ରାଷ୍ଟ୍ରୀୟ ଜନତା ଦଳ) – ପାଳମାଉ, ଝାଡ଼ଖଣ୍ଡ
  5. ସୁରେଶ ଚଣ୍ଡେଳ (ଭାରତୀୟ ଜନତା ପାର୍ଟି) – ହାମିରପୁର, ହିମାଚଳ ପ୍ରଦେଶ
  6. ରାଜା ରାମ ପାଳ (ଭାରତୀୟ ଜନତା ପାର୍ଟି) – ବିଲହୌର, ଉତ୍ତର ପ୍ରଦେଶ
  7. ଲାଲ ଚନ୍ଦ୍ର କୋଲ (ଭାରତୀୟ ଜନତା ପାର୍ଟି) – ରବର୍ଟସଗଞ୍ଜ, ଉତ୍ତର ପ୍ରଦେଶ
  8. ପ୍ରଦୀପ ଗାନ୍ଧୀ (ଭାରତୀୟ ଜନତା ପାର୍ଟି) – ରାଜନନ୍ଦଗାଓଁ, ଛତିଶଗଡ଼
  9. ଚନ୍ଦ୍ର ପ୍ରତାପ ସିଂହ (ଭାରତୀୟ ଜନତା ପାର୍ଟି) – ସିଧି, ମଧ୍ୟ ପ୍ରଦେଶ
  10. ରାମସେବକ ସିଂହ (ଭାରତୀୟ ଜାତୀୟ କଂଗ୍ରେସ) – ଗ୍ୱାଲିଅର, ମଧ୍ୟ ପ୍ରଦେଶ

ଆଧାର

ବାହାର ଆଧାର

Tags:

୧୪ଶ ଲୋକ ସଭା ଗୁରୁତ୍ୱପୂର୍ଣ୍ଣ ସଦସ୍ୟ୧୪ଶ ଲୋକ ସଭା ସଂସଦର ନିୟମ ଅବମାନନା କରିବାଦ୍ୱାରା ସଦସ୍ୟଙ୍କୁ ବହିଷ୍କାର୧୪ଶ ଲୋକ ସଭା ଆଧାର୧୪ଶ ଲୋକ ସଭା ବାହାର ଆଧାର୧୪ଶ ଲୋକ ସଭାମନମୋହନ ସିଂହ୧୩ଶ ଲୋକ ସଭା

🔥 Trending searches on Wiki ଓଡ଼ିଆ:

ଦଶାବତାରକାଜାଖସ୍ତାନସୁଭାଷ ଚନ୍ଦ୍ର ବୋଷପୁରୀଅଳେଇଚପଠାଣି ସାମନ୍ତଯୀଶୁଭୀମ ଭୋଇଶଶି ଭୂଷଣ ବେହେରାହନୁମାନ ଚାଳିଶାଛବିଳ ମଧୁ ବର୍ଣ୍ଣବୋଧଶିଶିର ମିଶ୍ରଜଳ ପ୍ରଦୂଷଣଔଷଧୀୟ ଗଛଲତାମାନଙ୍କର ତାଲିକାପଞ୍ଚସଖାଆଜ୍‌ମାଅବସାଦଫକୀର ମୋହନ ସେନାପତିକେବେ ତମେ ନାହଁ କେବେ ମୁଁ ନାହିଁଅଚ୍ୟୁତାନନ୍ଦ ଦାସକା (ଉପନ୍ୟାସ)ବାରବାଟି ଦୁର୍ଗଶତ୍ରୁଘ୍ନ ନାଥଓଡ଼ିଶୀପ୍ରତାପରୁଦ୍ର ଦେବଓଡ଼ିଆ ଭାଷା ଆନ୍ଦୋଳନକ୍ଷୀରଚୋରା ଗୋପୀନାଥ ମନ୍ଦିରକୁମ୍ଭ (ରାଶି)୨୮ ଜୁଲାଇଢେଙ୍କାନାଳ ଜିଲ୍ଲାଓଡ଼ିଆଉତ୍କଳ ଦୀପିକାସ୍ନେହସାରନାସା୧୦ ମାର୍ଚ୍ଚକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଜ୍ଞାନପୀଠ ପୁରସ୍କାରଭକ୍ତ ଚରଣ ଦାସବିଭୁ କିଶୋରବୈକୁଣ୍ଠନାଥ ପଟ୍ଟନାୟକନୀଳିମା ଆଜୀମଗଣେଶ ପୂଜାବଡ଼ ଓଡ଼ିଆ ମଠଉତ୍କଳ ସମ୍ମିଳନୀବିଜୁ ଜନତା ଦଳଜଗନ୍ନାଥ ମନ୍ଦିର, କୋରାପୁଟଶିବପୁତଲିବାଈ ଗାନ୍ଧୀଗଣିତଚିକୁନ‌ଗୁନିଆଖାଦ୍ୟମଘା (ନକ୍ଷତ୍ର)ମୁଁ ତୁମେ ଓ ସେବ୍ରହ୍ମୋତ୍ରୀ ମହାନ୍ତିଗେଣ୍ଡୁଫୁଲବୁଦ୍ଧ ପୂର୍ଣ୍ଣିମାସୁବୋଧ ପଟ୍ଟନାୟକ (୧୯୪୭ ଜନ୍ମ)ଗଣନ ସଂଖ୍ୟାଗଜପତି ମହାରାଜା୧୭୧୧ଜର୍ମାନୀଖ୍ରୀଷ୍ଟ ଧର୍ମଗୁଗଲଓଡ଼ିଶାର ଭୂଗୋଳରାମମାନସିକ ଦୃଢ଼ତାରାମଶଙ୍କର ରାୟମନୋରଞ୍ଜନ ଦାସ🡆 More