ନିକୋଲା ଟେସ୍ଲା (ଜୁଲାଇ ୧୦, ୧୮୫୬ - ଜାନୁଆରୀ ୭, ୧୯୪୩) ଜଣେ ସର୍ବୀୟ ଆମେରିକୀୟ ଉଦ୍ଭାବକ, ପଦାର୍ଥ ବିଜ୍ଞାନୀ, ଯାନ୍ତ୍ରିକ ଓ ଇଲେକ୍ଟ୍ରିକାଲ ଇଞ୍ଜିନିୟର ଥିଲେ । ସେ ତତ୍କାଳୀନ ଅଷ୍ଟ୍ରିଆ-ହଙ୍ଗେରୀର ସ୍ମିଲ୍ଜାନ୍ରେ ଜନ୍ମଗ୍ରହଣ କରିଥିଲେ, ଯାହା ଏବେ କ୍ରୋଏସିଆ ଦେଶରେ ଅଛି । ପରେ ସେ ଆମେରିକାର ନାଗରିକତ୍ୱ ଗ୍ରହଣ କରିଥିଲେ ।
ନିକୋଲା ଟେସ୍ଲା | |
---|---|
ଜନ୍ମ | ସ୍ମିଲ୍ଜାନ୍ (Smiljan), ଅଷ୍ଟ୍ରୀୟ ସାମ୍ରାଜ୍ୟ (ଅଧୁନା କ୍ରୋଆସିଆ) | ୧୦ ଜୁଲାଇ ୧୮୫୬
ମୃତ୍ୟୁ | ୭ ଜାନୁଆରୀ ୧୯୪୩ ମ୍ୟାନହାଟନ , ନ୍ୟୁୟର୍କ , ଯୁକ୍ତରାଷ୍ଟ୍ର ଆମେରିକା | (ବୟସ ୮୬)
ଜାତୀୟତା | ଆମେରକୀୟ |
ଜାତୀୟତା | ଅଷ୍ଟ୍ରିୟ ସାମ୍ରାଜ୍ୟ (୧୦ ଜୁଲାଇ ୧୮୫୬ – ୧୮୬୭) ଅଷ୍ଟ୍ରିଆ-ହଙ୍ଗେରୀ (୧୮୬୭ – ୩୧ ଅକ୍ଟୋବର ୧୯୧୮) ଯୁକ୍ତରାଷ୍ଟ୍ର ଆମେରିକା (୩୦ ଜୁଲାଇ ୧୮୯୧ – ୭ ଜାନୁୟାରୀ ୧୯୪୩) |
ଶିକ୍ଷାନୁଷ୍ଠାନ | ଗ୍ରଜ ବୈଷୟିକ ବିଶ୍ୱବିଦ୍ୟାଳୟ (ଅଧାରୁ ପାଠ ଛାଡିଥିଲେ) |
ପ୍ରସିଦ୍ଧି |
|
ପୁରସ୍କାର |
|
ବିଜ୍ଞାନୀ ଜୀବନ | |
କ୍ଷେତ୍ର | ବୈଦୁତିକ ଯନ୍ତ୍ରୀ ଯାନ୍ତ୍ରିକ(ମେକାନିକାଲ) ଯନ୍ତ୍ରୀ |
କର୍ମାନୁଷ୍ଠାନ | ଏଡିସନ ମେସିନ ୱାର୍କ୍ସ ଟେସ୍ଲା ଇଲେକ୍ଟ୍ରିକ ଲାଇଟ ଏଣ୍ଡ ମାନୁଫ୍ୟାକଚରିଙ୍ଗ Westinghouse Electric & Manufacturing Co. |
ପ୍ରଭାବିତ କରିଥିଲେ | ଏର୍ନେଷ୍ଟ ମ୍ୟାକ (Ernst Mach), ଜୋହାନ ଓଲ୍ଫଗ୍ୟାଙ୍ଗ ଭୋନ ଗୋଥେ (Johann Wolfgang von Goethe), ମାର୍କ ତ୍ୱାଇନ (Mark Twain), ସ୍ୱାମୀ ବିବେକାନନ୍ଦ, ଭୋଲଟାଇର (Voltaire) |
ଆଦର୍ଶ | ଗାନୋ ଡୁନ (Gano Dunn) |
ଦସ୍ତଖତ | |
ଟେସ୍ଲା ରେଡ଼ିଓର ଏକ ପ୍ରାରମ୍ଭିକ ରୂପ ତିଆରି କରିଥିଲେ । ସେ ମୁଖ୍ୟତଃ ଚୁମ୍ବକତ୍ୱ ଓ ବିଦ୍ୟୁତ କ୍ଷେତ୍ରରେ ଆବିଷ୍କାର କରିଥିଲେ । ସଳଖ ବିଦ୍ୟୁତ ବଦଳରେ ଆବର୍ତ୍ତୀ ବିଦ୍ୟୁତର ପ୍ରୟୋଗ ପାଇଁ ଟେସ୍ଲା ବେଶ ଜଣାଶୁଣା । ଦୂର ସ୍ଥାନ ପ୍ରେରଣ କଲା ବେଳେ କମ ନଷ୍ଟ ହେଉଥିବାରୁ ଆବର୍ତ୍ତୀ ବିଦ୍ୟୁତର ଚାହିଦା ବଢ଼ିଲା ।
ତାଙ୍କ ନାମରେ ଚୁମ୍ବକୀୟ ସାନ୍ଦ୍ରତା ମାପିବାର ଏକକ ଟେସ୍ଲା କୁହାଯାଏ । ସେ କିଛି ଦୋଳକ ମଧ୍ୟ ଉଦ୍ଭାବନ କରିଥିଲେ ।
ଟେସ୍ଲା ନ୍ୟୁୟର୍କର୍ ହୋଟେଲ୍ର ୩୩୨୭ କୋଠରୀରେ ଜାନୁୟାରୀ ୭, ୧୯୪୩ରେ ମୃତ୍ୟୁବରଣ କରିଥିଲେ । ବୁଦାପେଷ୍ଟରେ ଏକ ଟେଲିଫୋନ କମ୍ପାନୀରେ ସେ ପ୍ରଥମେ ଚାକିରୀ ପାଇଥିଲେ । ସେ ସବୁବେଳେ କିଛି ଉଦ୍ଭାବନ କରୁଥିଲେ । ଟେଲିଫୋନ ପାଇଁ ସେ ଲାଉଡ଼ସ୍ପିକରର ଉଦ୍ଭାବନ କରିଥିଲେ । ଟେସ୍ଲା କମ ବୟସରୁ ମାନସିକ ସମସ୍ୟାରେ ପିଡ଼ୀତ ଥିଲେ ।
ଟେସ୍ଲା ଜୁଲାଇ ୧୦, ୧୮୫୬ରେ ସ୍ମିଜିଲାନ୍, ଅଷ୍ଟ୍ରିଆରେ ଜନ୍ମ ହୋଇଥିଲେ । ତାଙ୍କ ପିତା ସର୍ବୀୟ ଗୀର୍ଜାରେ ଜଣେ ପୂଜକ ଥିଲେ ଓ ତାଙ୍କ ମାତା ଜଣେ ଗୃହିଣୀ ଥିଲେ । ପାଞ୍ଚ ସନ୍ତାନ ଭିତରେ ସେ ୪ର୍ଥ ଥିଲେ, ଉପରେ ଭାଇ ଡେନ୍, ଦୁଇ ଭଉଣୀ ଆଞ୍ଜେଲିକା ଓ ମିଲ୍କା ଓ ତଳେ ଭଉଣୀ ମାର୍ସିଆ ଥିଲେ ।
୧୮୬୧ରେ ତାଙ୍କ ବିଦ୍ୟାରମ୍ଭ ହେଲା | ୧୮୬୨ରେ ତାଙ୍କ ପରିବାର ଅଷ୍ଟ୍ରିଆର ଗସପିକ୍ ନାମକ ସ୍ଥାନକୁ ଚାଲିଗଲେ | ୧୮୭୦ରେ ଉଚ୍ଚ ବିଦ୍ୟାଳୟରେ ପଢ଼ିବା ଲାଗି ଟେସ୍ଲା କାର୍ଲୋଭାକ୍ ଗଲେ | ସେଠି ସେ ତାଙ୍କ ଗଣିତ ଅଧ୍ୟାପକଙ୍କଦ୍ୱାରା ବିଶେଷ ଭାବେ ପ୍ରଭାବିତ ହୋଇଥିଲେ | ସେ କାଲ୍କୁଲସ୍ରେ ଏପରି ଦକ୍ଷ ଥିଲେ ଯେ ତାକୁ ମାନସାଙ୍କ ପରି କଷି ପାରୁଥିଲେ, ଯାହା ବେଳେ ବେଳେ ତାଙ୍କ ଅଧ୍ୟାପକମାନଙ୍କୁ ଚକିତ ଓ ସନ୍ଦିହାନ କରି ଦେଉଥିଲା |
୧୮୭୩ରେ ସେ ନିଜ ଗାଁ ସ୍ମିଲ୍ୟାନ୍କୁ ଫେରନ୍ତେ କଲେରା ରୋଗାଗ୍ରସ୍ତ ହୋଇ ନଅ ମାସ ମୃତ୍ୟୁ ସହ ସଂଗ୍ରାମ କଲେ | ଯଦିଚ ତାଙ୍କ ବାପା ଚାହୁଁଥିଲେ ସେ ମଧ୍ୟ ପୂଜକ ହୁଅନ୍ତୁ, କିନ୍ତୁ ଏପରି ସମୟରେ (ଟେସ୍ଲାଙ୍କ ଏକମାତ୍ର ଭାଇ ଘୋଡାଚଢା ବେଳେ ମୃତ୍ୟୁବରଣ କରିଥିଲେ) ତାଙ୍କୁ ସାନ୍ତ୍ୱନା ଦେବା ପାଇଁ ତାଙ୍କ ବାପା ତାଙ୍କୁ ଭଲ ଇଞ୍ଜିନିୟରିଂ କଲେଜ ପଠାଇବେ ବୋଲି ଆଶ୍ୱାସନା ଦେଲେ |
ବାଧ୍ୟତାମୂଳକ ସୈନ୍ୟ ସେବାରୁ ବଞ୍ଚିବା ଲାଗି ସେ ୧୮୭୪ରେ ଘରୁ ପଳାୟନ କଲେ | ଟୋମିଙ୍ଗାୟ ନାମକ ଏକ ପର୍ବତ ଓ ନିକଟବର୍ତ୍ତୀ ଅଞ୍ଚଳରେ ବର୍ଷେ କାଳ ପ୍ରାକୃତିକ ପରିବେଶରେ ଯାଯାବର ଜୀବନ କାଟିଲା ପରେ ତାଙ୍କ ଇଞ୍ଜିନିୟରିଂ ପଢ଼ା ୧୮୭୫ରେ ଗ୍ରଜସ୍ଥିତ ଅଷ୍ଟ୍ରିୟ ପଲିଟେକ୍ନିକ୍ରେ ଆରମ୍ଭ ହେଲା | ପ୍ରଥମ ବର୍ଷ ଟେସ୍ଲା ଏପରି ପରିଶ୍ରମୀ ଥିଲେ ଯେ ସେ ଗୋଟାଏ ସୁଦ୍ଧା କ୍ଲାସ୍ ଛାଡି ନଥିଲେ | ସର୍ବୋଚ୍ଚ ସମ୍ଭବ ମାର୍କ ଓ ନଅଟି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ (ଉତ୍ତୀର୍ଣ୍ଣ ହେବା ଲାଗି ପାଞ୍ଚୋଟିର ଆବଶ୍ୟକତା ଥିଲା) ସେ ନିଜ ଡିନଙ୍କୁ ଏପରି ପ୍ରଭାବିତ କରିଥିଲେ ଯେ ଡିନ ସ୍ୱୟଂ ତାଙ୍କ ପିତାଙ୍କୁ ଏକ ପ୍ରଶଂସା ପୂର୍ଣ୍ଣ ଚିଠି ପଠାଇଥିଲେ | ଏପରିକି ଛୁଟି ଦିନରେ ମଧ୍ୟ ସେ ଭୋର ୩ରୁ ରାତି ୧୧ ଯାଏଁ କାର୍ଯ୍ୟବ୍ୟସ୍ତ ରହୁଥିଲେ | ପ୍ରମାଣ ସ୍ୱରୂପ ପିତାଙ୍କ ମୃତ୍ୟୁ ପରେ ଟେସ୍ଲା ତାଙ୍କ ପିତାଙ୍କୁ ତାଙ୍କ ଅଧ୍ୟାପକଙ୍କ ପ୍ରେରିତ ଚିଠିଗୁଡିଏ ପାଇଥିଲେ ଯେଉଁଥିରେ ଲେଖାଥିଲା ଟେସ୍ଲା ଯଦି କଲେଜ ନ ଛାଡନ୍ତି ତେବେ ଅତ୍ୟଧିକ କାର୍ଯ୍ୟଭାରରୁ ତାଙ୍କ ମୃତ୍ୟୁର ସମ୍ଭାବନା ରହିଛି | ଦ୍ୱିତୀୟ ବର୍ଷରେ ତାଙ୍କର ପ୍ରଫେସର୍ ପୋଏଶଲ୍ଙ୍କ ସହ ମତଭେଦ ହୋଇଥିଲା ଆଉ ବର୍ଷ ଶେଷ ଆଡକୁ ସେ ଜୁଆରେ ମାତି ନିଜ ବୃତ୍ତି ଟିକକ ମଧ୍ୟ ହରାଇଥିଲେ | ଶେଷ ବର୍ଷ ବେଳକୁ ତାଙ୍କ ଜୁଆ ନିଶା ଗଲାବେଳକୁ ଡେରି ହୋଇଯାଇଥିଲା | ସେ ଅପ୍ରସ୍ତୁତ ହୋଇ ନିଜ ଶେଷ ପରୀକ୍ଷା ଦେଲେ ଆଉ ଅସଫଳ ହେଲେ |
କଲେଜରୁ ପାସ୍ କରି ନ ପାରି ଏଇଠି ସେ ପାଠରେ ଡୋରି ବାନ୍ଧି ଟେସ୍ଲା ମାରିବୋର୍ ଚାଲିଗଲେ | ସେଠି ସେ ୬୦ ଫ୍ଲୋରିନ୍ ମାସିକ ଦରମାରେ ଡ୍ରାଫ୍ଟ୍ସମ୍ୟାନ କାମ କଲେ ଆଉ ବଳକା ସମୟତକ ତାସ୍ ଖେଳରେ ବ୍ୟତୀତ କଲେ | ତିରସ୍କାର ଭୟରେ ସେ ପରିବାର ସହ ସବୁ ସମ୍ପର୍କ ଛିନ୍ନ କରିଦେଇଥିଲେ, ଏଣେ ତାଙ୍କ ବନ୍ଧୁମାନେ ଭାବିଲେ ସେ ମୁର ନଦୀରେ ବୁଡି ପ୍ରାଣ ହରାଇଛନ୍ତି | ଖବର ପାଇ ୧୮୭୯ରେ ତାଙ୍କ ପିତା ଯାଇ ଟେସ୍ଲାଙ୍କୁ ଫେରିଆସିବାକୁ ମଧ୍ୟ ଅନୁରୋଧ କରିଥିଲେ କିନ୍ତୁ ସେ ତାହା ପ୍ରତ୍ୟାଖ୍ୟାନ କରିଦେଲେ |
ତେବେ ଅପ୍ରତ୍ୟାଶିତ ଭାବେ ବସବାସ ପରମିଟ୍ ନଥିବାରୁ ୨୪ ମାର୍ଚ୍ଚ ୧୮୭୯ରେ ତାଙ୍କୁ ଗ୍ସପିକ୍ ଫେରିବାକୁ ହିଁ ପଡିଲା | ମାସେ ପରେ ହିଁ ଅଗ୍ୟାଁତ ରୋଗରେ ତାଙ୍କ ପିତାଙ୍କ ମୃତ୍ୟୁ ଘଟିଲା | ସେହି ବର୍ଷ ସେ ନିଜ ପୂର୍ବ ବିଦ୍ୟାଳୟରେ କିଛି ସମୟ ଅଧ୍ୟାପନା କରିଥିଲେ |
ତେ ୧୮୮୦ରେ ତାଙ୍କ ଦୁଇ ଜଣ ମାମୁଁଙ୍କ ବଦାନ୍ୟତାରୁ ସେ ଉଚ୍ଚ ଶିକ୍ଷା ଲାଗି ପ୍ରାଗ୍ ଗଲେ, କିନ୍ତୁ ଦୁର୍ଭାଗ୍ୟବଶତଃ ସେ ପହଞ୍ଚିବା ବେଳେ ନାଁଲେଖାର ସମୟ ସରିଯାଇଥିଲା | ସେ ମଧ୍ୟ ଦୁଇ ଜରୁରୀ ବିଷୟ ଗ୍ରୀକ୍ ଭାଷା ଓ ଚେକ୍ ଭାଷା ଶିଖି ନଥିଲେ | ତେବେ ପ୍ରମାଣପତ୍ର ନ ମିଳୁ ପଛେ ଟେସ୍ଲା ଚାର୍ଲ୍ସ୍-ଫର୍ଡିନାଣ୍ଡ ବିଶ୍ୱବିଦ୍ୟାଳୟରେ କ୍ଲାସ୍ କରିଥିଲେ |
୧୮୮୧ରେ ସେ ଚାକିରି ସନ୍ଧାନରେ ବୁଦାପେଷ୍ଟ ଯାଇଥିଲେ | କିଛି ଦିନ ପୁନର୍ବାର ଡ୍ରାଫ୍ଟ୍ସମ୍ୟାନ ଭାବେ କାମ କଲା ପରେ ସେ ନବନିର୍ମିତ ବୁଦାପେଷ୍ଟ ଟେଲିଫୋନ୍ ଏକ୍ସଚେଞ୍ଜରେ ମୁଖ୍ୟ ଇଲେକ୍ଟ୍ରିସିଆନ୍ ଭାବେ ଚାକିରି ପାଇଲେ | ଟେସ୍ଲାଙ୍କ ଅନୁସାରେ ସେ ନିଜ କାର୍ଯ୍ୟକାଳରେ ଟେଲିଫୋନ ରିପିଟର (ଆମ୍ପ୍ଲିଫାୟର୍)ରେ କିଛିଟା ସୁଧାର କରିଥିଲେ, ଯଦିଓ ଏହାର କୌଣସି ପାଟେଣ୍ଟ କରାଯାଇ ନଥିଲା |
୧୮୮୨ ମସିହାରେ ଟେସ୍ଲା ଫ୍ରାନ୍ସରେ କଣ୍ଟିନେଣ୍ଟାଲ ଏଡିସନ କମ୍ପାନୀ ଲାଗି କାମ କରିବା ଆରମ୍ଭ କଲେ । ଜୁନ ୧୮୮୪ରେ ଥୋମାସ ଏଡିସନଙ୍କ ଏଡିସନ ମେସିନ୍ ୱାର୍କରେ କାମ କରିବା ଲାଗି ନିଉୟର୍କ ଚାଲିଗଲେ । ପ୍ରଥମେ ସରଳ ଇଞ୍ଜିନିୟରିଂ କାମରୁ ଆରମ୍ଭ କଲାପରେ ସେ ଅଧିକ ଜଟିଳ କାର୍ଯ୍ୟରେ ମନୋନିବେଶ କଲେ ।
ଏଡିସନ କମ୍ପାନୀର ଡ଼ିସି ଜେନେରେଟର ନୂଆ କରି ଡ଼ିଜାଇନ୍ କରିବାର ଦାୟିତ୍ୱ ତାଙ୍କୁ ଦିଆଗଲା । ସେ ଦାବୀ କଲେ ଯେ କମ୍ପାନୀର ଅକ୍ଷମ ଜେନେରେଟର ଗୁଡ଼ିକୁ ସେ ପୁନର୍ବାର ଡିଜାଇନ୍ କରିଦେଲେ ଅର୍ଥ ବ୍ୟୟ ଛଡ଼ା ସେବାରେ ମଧ୍ୟ ଉନ୍ନତି ଘଟିବ । ଟେସ୍ଲା କହିବା ଅନୁସାରେ କାର୍ଯ୍ୟରେ ସଫଳ ହେଲେ ତାଙ୍କୁ ୫୦,୦୦୦ ଡ଼ଲାର ପୁରସ୍କାର ଦେବାକୁ ଏଡିସନ୍ ପ୍ରତିଶ୍ରୁତି ଦେଇଥିଲେ । ବାସ୍ତବରେ ଏଡିସନ୍ କମ୍ପାନୀ ଦରମା ଦେବାରେ ଅତ୍ୟନ୍ତ କଞ୍ଜୁସ୍ ଥିଲା ଓ କମ୍ପାନୀ ପାଖରେ ଏତେ ଅର୍ଥରାଶି ମଧ୍ୟ ନଥିଲା । କିଛି ମାସର କଠିନ ପରିଶ୍ରମ ପରେ ଟେସ୍ଲା ସଫଳ ହେବା ପରେ ନିଜ ପୁରସ୍କାର ବିଷୟରେ ପଚାରନ୍ତେ ଏଡିସନ କହିଲେ ଯେ ସେ କେବଳ ମଜାରେ ପୁରସ୍କାର କଥା କହିଥିଲେ : "ତୁମେ ଆମେରିକୀୟ ଥଟ୍ଟା ବୁଝିପାରିଲନି।" ବରଂ ପୁରସ୍କାର ବଦଳରେ ସେ ଟେସ୍ଲାଙ୍କ ସାପ୍ତାହିକ ଦରମା ୧୮ ଡଲାରରୁ ବଢ଼ାଇ ୨୮ ଡଲାର କରିବାର ପ୍ରସ୍ତାବ ଦେଲେ । ଏହାକୁ ଟେସ୍ଲା ପ୍ରତ୍ୟାଖ୍ୟାନ କରି ତୁରନ୍ତ କମ୍ପାନୀରୁ ଇସ୍ତଫା ଦେଲେ ।
ନିକୋଲା ଟେସ୍ଲା ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ | |
ଉଇକିକଥାରୁ ଢଗଢମାଳି ଓ କଥାମାନ | |
ଉଇକିପୋଥିରେ ପଢ଼ାବହିମାନ |
This article uses material from the Wikipedia ଓଡ଼ିଆ article ନିକୋଲା ଟେସ୍ଲା, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.