ଗୋବିନ୍ଦ ଚନ୍ଦ୍ର ଦାସ: ଆଇନଜୀବି ଓ ସାହିତ୍ୟିକ

ଗୋବିନ୍ଦ ଚନ୍ଦ୍ର ଦାସ (୩୦ ଜୁନ ୧୯୩୦ - ୧୭ ଅକ୍ଟୋବର ୨୦୦୮) ଜଣେ ଓଡ଼ିଆ ସାହିତ୍ୟିକ ତଥା ଆଇନଜୀବୀ ଥିଲେ । ସେ ଓଡ଼ିଶାର ପୂର୍ବତନ ଆଡଭୋକେଟ ଜେନେରାଲ ଓ ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ଓକିଲାତି କରିବାରେ ସେ ପ୍ରଥମ ଓଡ଼ିଆ ବ୍ୟକ୍ତି ଅଟନ୍ତି ।

ଗୋବିନ୍ଦ ଚନ୍ଦ୍ର ଦାସ
ଜନ୍ମ(1930-06-30)୩୦ ଜୁନ ୧୯୩୦
ତିସାଣିଆ, କଲ୍ୟାଣପୁର, ଯାଜପୁର ଜିଲ୍ଲା
ମୃତ୍ୟୁ୧୭ ଅକ୍ଟୋବର ୨୦୦୮(2008-10-17) (ବୟସ ୭୮)
ଜାତୀୟତାଭାରତୀୟ
ବୃତ୍ତିଓକିଲ ଓ ସାହିତ୍ୟିକ
ଉଲ୍ଲେଖନୀୟ କୃତିଅମାବାସ୍ୟାର ଚନ୍ଦ୍ର
ବୈବାହିକ-ସାଥୀଶାନ୍ତି ଦାସ
ପୁରସ୍କାରଉତ୍କଳ ସାହିତ୍ୟ ସମାଜ ଉପନ୍ୟାସ ସମ୍ମାନ

ଜୀବନୀ

ଗୋବିନ୍ଦ ଚନ୍ଦ୍ର ଦାସ ୧୯୩୦ ମସିହା ଜୁନ ମାସ ୩୦ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ଛାତ୍ର ଜୀବନରୁ ସମାଜବାଦଦ୍ୱାରା ଆକର୍ଷିତ ହୋଇ, ସୋସାଲିଷ୍ଟ ପାର୍ଟିରେ ଯୋଗ ଦେଇଥିଲେ । ତାଙ୍କ ବାପାଙ୍କ ଇଚ୍ଛା ଥିଲା, ସେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦିଅନ୍ତୁ । କିନ୍ତୁ ସୋସାଲିଷ୍ଟ ପାର୍ଟିର ସଭ୍ୟ ହୋଇ, ପ୍ରଶାସନିକ ସେବାରେ ଯୋଗଦେବା ପାଇଁ ଗୋବିନ୍ଦ ଚନ୍ଦ୍ରଙ୍କର ଇଚ୍ଛା ନଥିଲା । ବାପାଙ୍କ ଇଚ୍ଛାକୁ ସମ୍ମାନ ଦେଇ ଭାରତୀୟ ପ୍ରଶାସନିକ ସେବା ଲିଖିତ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଥିଲେ ସୁଦ୍ଧା ସାକ୍ଷାତକାର ପରୀକ୍ଷା ଦେବାକୁ ଯାଇନଥିଲେ । ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନରେ ସ୍ନାତକ ଶିକ୍ଷା ସମାପ୍ତ କରି ଲଣ୍ଡନର ଲିଙ୍କନସ୍-ଇନରୁ ବାର୍-ଆଟ-ଲ ଡିଗ୍ରୀ ଲାଭ କରିଥିଲେ । ସେ ୧୯୫୩ ମସିହାରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଓକିଲାତି ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ପ୍ରଥମ ଓଡ଼ିଆ ଭାବରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ଓକିଲାତି କରିଥିଲେ । ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ୧୯୮୦ ଓ ୧୯୮୮ ମସିହାରେ ଦୁଇଥର ପାଇଁ ସେ ଓଡ଼ିଶାର ଆଡଭୋକେଟ ଜେନେରାଲ ପଦବୀ ଅଳଙ୍କୃତ କରିଥିଲେ ।

ସାହିତ୍ୟ ସାଧନା ଗୋବିନ୍ଦ ଚନ୍ଦ୍ରଙ୍କ ବ୍ୟକ୍ତିତ୍ୱର ଅନ୍ୟତମ ଦିଗ । ୧୯୬୪ ମସିହାରେ ତାଙ୍କ ଉପନ୍ୟାସ ଅମାବାସ୍ୟାର ଚନ୍ଦ୍ର ପ୍ରକାଶ ପାଇଥିଲା । ଏହି ଉପନ୍ୟାସଟିର ଲୋକପ୍ରିୟତା ଏଥିରୁ କଳନା କରାଯାଇପାରେ ଯେ, ୨୦୧୨ ମସିହାରେ ଏହାର ଅଣତିରିଶତମ ସଂସ୍କରଣ ପ୍ରକାଶ ପାଇଥିଲା । ଉପନ୍ୟାସ ବ୍ୟତିତ ସେ ଭ୍ରମଣକାହାଣୀ, କ୍ଷୁଦ୍ରଗଳ୍ପ ଓ କବିତା ମଧ୍ୟ ଲେଖୁଥିଲେ । ସେ "କୃଷକ" ପତ୍ରିକାର ସମ୍ପାଦନା ମଧ୍ୟ କରୁଥିଲେ ।

୨୦୦୮ ଅକ୍ଟୋବର ୧୭ ତାରିଖରେ କଟକଠାରେ ଗୋବିନ୍ଦ ଚନ୍ଦ୍ର ଦାସଙ୍କର ତିରୋଧାନ ଘଟିଥିଲା ।

ରଚନାବଳୀ

  • ଦେଶେ ଦେଶେ - ୧୯୬୩
  • ଅମାବାସ୍ୟାର ଚନ୍ଦ୍ର - ୧୯୬୪
  • ଲାସୁ
  • ଭଗ୍ନାଂଶ
  • ସୂର୍ଯ୍ୟାସ୍ତ
  • ଜାତକ
  • ମିଶ୍ର ରାଗ
  • ସାନ ଗୋଟିଏ ଜୀବନ (ଆତ୍ମଚରିତ)

ପୁରସ୍କାର ଓ ସମ୍ମାନ

  • ଉତ୍କଳ ସାହିତ୍ୟ ସମାଜ ଉପନ୍ୟାସ ସମ୍ମାନ, ୧୯୯୫

ଆଧାର

Tags:

ଗୋବିନ୍ଦ ଚନ୍ଦ୍ର ଦାସ ଜୀବନୀଗୋବିନ୍ଦ ଚନ୍ଦ୍ର ଦାସ ରଚନାବଳୀଗୋବିନ୍ଦ ଚନ୍ଦ୍ର ଦାସ ପୁରସ୍କାର ଓ ସମ୍ମାନଗୋବିନ୍ଦ ଚନ୍ଦ୍ର ଦାସ ଆଧାରଗୋବିନ୍ଦ ଚନ୍ଦ୍ର ଦାସଓଡ଼ିଆ ଭାଷାଓଡ଼ିଶା

🔥 Trending searches on Wiki ଓଡ଼ିଆ:

୭ ଅପ୍ରେଲଗଜେନ୍ଦ୍ର ପ୍ରସାଦ ସାହୁଋଷିଆଦୁଃଶାସନବିଶ୍ୱଜିତ ଦାସଉଇକିପିଡ଼ିଆ ସମୂହର ତାଲିକାଜୈନ ଧର୍ମଚିତ୍ରା (ନକ୍ଷତ୍ର)ଦି ଟାଇମସ୍ ଅଫ୍ ଇଣ୍ଡିଆହିମାଳୟଜୟଦ୍ରଥମଦର ଟେରେସାଅଟିଜିମ୍‌ବନମାଳୀ ଦାସଦାଶରଥୀ ଜେନାକ୍ୟୁ. ଆର. କୋଡ଼ମିଳିମିଳାମନୋଜ ଦାସଙ୍କ କଥା ଓ କାହାଣୀନଦୀରାଜ୍ୟ ସଭାଭୁବନେଶ୍ୱର ମିଶ୍ର୨୯ ଅପ୍ରେଲଦୀନକୃଷ୍ଣ ଦାସବିଭୂତି ପଟ୍ଟନାୟକଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାସାମବେଦଧର୍ମପାର୍କିନ୍‌ସନ୍ ରୋଗ୧୪ ଅପ୍ରେଲଭାରତର ପ୍ରଧାନମନ୍ତ୍ରୀଭାରତର ନଦୀ ସମୂହର ତାଲିକାଅଖିଳ ମୋହନ ପଟ୍ଟନାୟକବ୍ରହ୍ମୋତ୍ରୀ ମହାନ୍ତି୨୭ ଅପ୍ରେଲବଣିଭଦ୍ରକ ଜିଲ୍ଲାଭାରତୀୟ ଜନତା ପାର୍ଟିସୂର୍ଯ୍ୟୋଦୟପ୍ରଥମ ବିଶ୍ୱଯୁଦ୍ଧସୀତା ବିବାହଝୁମରସୁଦଶା ବ୍ରତଗୌତମ ବୁଦ୍ଧକୃଷ୍ଣଚନ୍ଦ୍ର ପାଣିଗ୍ରାହୀଏମିତି ଭାଇ ଜଗତେ ନାହିଁତରଳ ଝାଡ଼ାସୁଗ୍ରୀବପ୍ରତିଭା ଶତପଥୀଦଶରଥଅରୁଣା ମହାନ୍ତିକାଜଲଲକ୍ଷ୍ମୀକାନ୍ତ ମହାପାତ୍ରକୁଞ୍ଜବିହାରୀ ଦାଶ୨୧ରାମକୃଷ୍ଣ ନନ୍ଦଲାଲ ବାହାଦୁର ଶାସ୍ତ୍ରୀଗୋଦାବରୀଶ ମିଶ୍ରଶିବ ସେନାରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା🡆 More