ଜୋର୍ଡାନ

ଜୋର୍ଡାନ ପଶ୍ଚିମ ଏସିଆର ଜୋର୍ଡାନ ନଦୀର ପୂର୍ବ କୂଳରେସ୍ଥିତ ଲେଭାଣ୍ଟ ଅଞ୍ଚଳର ଏକ ଆରବୀୟ ଦେଶ । ସାଉଦି ଆରବ, ଇରାକ, ସିରିଆ, ଇସ୍ରାଏଲ ଏବଂ ପାଲେଷ୍ଟାଇନ (ପଶ୍ଚିମ କୂଳ) ଜୋର୍ଡାନର ପଡୋଶୀ ରାଷ୍ଟ୍ର । ମୃତ ସାଗର ଏହାର ପଶ୍ଚିମ ସୀମାରେ ଅବସ୍ଥିତ । ଦେଶର ଦକ୍ଷିଣ-ପଶ୍ଚିମ ଦିଗରେ ଲୋହିତ ସାଗରର ୨୬ କିଲୋମିଟର (୧୬ ମାଇଲ୍) ଦୀର୍ଘ ଉପକୂଳ ଅଛି । ଜୋର୍ଡାନ ଏସିଆ, ଆଫ୍ରିକା ଏବଂ ୟୁରୋପର ମିଳନସ୍ଥଳୀ ନିକଟରେ ଅବସ୍ଥିତ । ରାଜଧାନୀ ଆମ୍ମାନ ହେଉଛି ଜୋର୍ଡାନର ସବୁଠାରୁ ଜନବହୁଳ ସହର ତଥା ଦେଶର ଅର୍ଥନୈତିକ, ରାଜନୈତିକ ଏବଂ ସାଂସ୍କୃତିକ କେନ୍ଦ୍ର ।

ଜୋର୍ଡାନ ହେଉଛି ଏକ ଅର୍ଦ୍ଧ-ଶୁଷ୍କ, ପ୍ରାୟ ଉପକୁଳବିହୀନ ଦେଶ, ଯାହାର କ୍ଷେତ୍ର ୮୯,୩୪୨ ବର୍ଗକିଲୋମିଟର (୩୪,୪୯୫ ବର୍ଗମାଇଲ) । ଜନସଂଖ୍ୟା ୧୦ ନିୟୁତ ଓ ଏହା ଏକାଦଶତମ ଜନସଂଖ୍ୟା ବିଶିଷ୍ଟ ଆରବ ଦେଶ । ପ୍ରାୟ ୯୫% ଲୋକ ସୁନ୍ନି ଇସଲାମ ହେଉଛି ଧର୍ମାବଲମ୍ବୀ ଏବଂ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ ଦ୍ୱିତୀୟ ବୃହତ୍ ଜନସମୂହ ।ପଶ୍ଚିମ ଏସିଆର ଅଶାନ୍ତ ଅଞ୍ଚଳରେ ଜୋର୍ଡାନକୁ “ସ୍ଥିରତାର ମରୁଦ୍ୟାନ” ବୋଲି କୁହାଯାଏ । ୨୦୧୦ର ଆରବ ବସନ୍ତ ବିପ୍ଳବ ସମୟରେ ଏହି ଅଞ୍ଚଳରେ ଘଟିଥିବା ହିଂସାକାଣ୍ଡ ଜୋର୍ଡାନକୁ ପ୍ରଭାବିତ କରି ନାହିଁ ।

ଜୋର୍ଡାନକୁ “ଉଚ୍ଚ ମଧ୍ୟମ ବିକାଶ” ଅର୍ଥନୀତି ସହିତ “ଉଚ୍ଚ ମାନବ ବିକାଶ” ଦେଶ ଭାବରେ ଶ୍ରେଣୀଭୁକ୍ତ କରାଯାଇଛି । ଜୋର୍ଡାନର ଅର୍ଥନୀତି, ଏହି ଅଞ୍ଚଳର ସବୁଠାରୁ ଛୋଟ ଅର୍ଥନୀତି । ଏହାର ଦକ୍ଷ କର୍ମଜୀବୀ ଉପରେ ଆଧାର କରି ବିଦେଶୀ ନିବେଶକଙ୍କୁ ଆକର୍ଷିତ କରିଥାଏ ।ଏହା ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ । ଏହା ସତ୍ତ୍ୱେ ପ୍ରାକୃତିକ ସମ୍ପଦର ଅଭାବ,ଆଞ୍ଚଳିକ ଅସ୍ଥିରତା ଅର୍ଥନୈତିକ ଅଭିବୃଦ୍ଧିରେ ବାଧା ସୃଷ୍ଟି କରିଛି ।

ଭୂଗୋଳ

ଜୋର୍ଡାନ 
ଅଜ୍ଲୁନ୍ ଜଙ୍ଗଲ

ଜୋର୍ଡାନ ଏସିଆ, ଆଫ୍ରିକା ଏବଂ ୟୁରୋପର ମିଳନସ୍ଥଳୀ ନିକଟରେସ୍ଥିତ । ଏହାର କ୍ଷେତ୍ରଫଳ ୮୯,୩୪୨ ବର୍ଗକିଲୋମିଟର (୩୪,୪୯୫ ବର୍ଗମାଇଲ) ଏବଂ ଏହାର ଉତ୍ତର ଦିଗର ଶେଷ ସ୍ଥାନ ଉମ୍ କାଏସ୍ ଏବଂ ଦକ୍ଷିଣ ଦିଗର ଶେଷ ସ୍ଥାନ ଆକାବା ମଧ୍ୟରେ ଦୁରତା ୪୦୦ କିଲୋମିଟର (୨୫୦ ମାଇଲ) । ଏହା ୨୯°ରୁ ୩୪° ଉତ୍ତର ଅକ୍ଷ୍ୟାଂଷ ମଧ୍ୟରେ, ଏବଂ ୩୪°ରୁ ୪୦° ପୂର୍ବ ଦ୍ରାଘିମା ମଧ୍ୟରେ ଅବସ୍ଥିତ । ଏହାର ଦକ୍ଷିଣ ଏବଂ ପୂର୍ବରେ ସାଉଦି ଆରବ, ଉତ୍ତର-ପୂର୍ବରେ ଇରାକ, ଉତ୍ତରରେ ସିରିଆ ଏବଂ ପଶ୍ଚିମ ଦିଗରେ ଇସ୍ରାଏଲ୍ ଓ ପାଲେଷ୍ଟାଇନ ଅବସ୍ଥିତ ।

ଜୋର୍ଡାନ ପୂର୍ବ ଅଞ୍ଚଳ ହେଉଛି ଏକ ଶୁଷ୍କ ମାଳଭୂମି ଯାହା ମୋୖସୁମୀ ବର୍ଷା ଏବଂ ଋତୁକାଳୀନ ଜଳଧାରାଦ୍ୱାରା ଜଳସେଚିତ ହୁଏ । ଉର୍ବର ମୃତ୍ତିକା ଏବଂ ଅପେକ୍ଷାକୃତ ଅଧିକ ବୃଷ୍ଟିପାତ ହେତୁ ପ୍ରମୁଖ ସହରଗୁଡିକ ରାଜ୍ୟର ମୁଖ୍ୟତଃ ଉତ୍ତର-ପଶ୍ଚିମ ଭାଗରେ ଅବସ୍ଥିତ । ଇରବିଡ, ଜେରାଶ ଏବଂ ଜାର୍କା ଉତ୍ତର-ପଶ୍ଚିମରେ , ମଧ୍ୟ ପଶ୍ଚିମରେ ରାଜଧାନୀ ଆମ୍ମାନ ଏବଂ ଅଲ-ଲୁନ୍ ଏବଂ ଦକ୍ଷିଣ-ପଶ୍ଚିମରେ ମାଡାବା, ଅଲ-କରକ ଏବଂ ଆକାବା ସହର ଅନ୍ତର୍ଭୁକ୍ତ । ଦେଶର ପୂର୍ବ ଭାଗର ପ୍ରମୁଖ ସହରଗୁଡ଼ିକ ହେଉଛି ଆଜ୍ରାକ୍ ଏବଂ ରୁୱାଇଶ୍ ଯାହାକି ମରୂଦ୍ୟାନ କେନ୍ଦ୍ରିୟ ସହର ।

ପଶ୍ଚିମରେ ଭାଗଟି ଏକ ମାଳଅଞ୍ଚଳ ଯେଉଁଠି ଜଳସେଚିତ ଚାଷ ଜମି ଓ ଭୂମଧ୍ୟସାଗରୀୟ ଚିରସବୁଜ ଜଙ୍ଗଲ ଅନ୍ତର୍ଭୁକ୍ତ । ଏହି ମାଳ ଅଞ୍ଚଳ ଜୋର୍ଡାନ ଗସ୍ତ ଉପତ୍ୟକା ସହ ମିଶି ଯାଇଛି । ଏହି ଗସ୍ତ ଉପତ୍ୟକା ମଧ୍ୟରେ ଜୋର୍ଡାନ ନଦୀ ପ୍ରବାହିତ ଯାହା ଜୋର୍ଡାନକୁ ଇସ୍ରାଏଲଠାରୁ ଅଲଗା କରେ ।ମୃତ ସାଗର ଏହି ଉପତ୍ୟକା ମଧ୍ୟରସ୍ଥିତ । ଲୋହିତ ସାଗରର ଆକାବା ଉପସଗରରେ ଜୋର୍ଡାନର ୨୬ କିଲୋମିଟର (୧୬ ମାଇଲ୍) ଦୀର୍ଘ ଉପକୂଳ ଅଛି । ୟର୍ମୋକ୍ ନଦୀ , (ଜୋର୍ଡାନ ନଦୀର ଏକ ଉପନଦୀ), ଉତ୍ତରରେ ଜୋର୍ଡାନ ଏବଂ ସିରିଆ ମଧ୍ୟରେ ସୀମାରେଖା ସୃଷ୍ଟି କରେ । ଜୋର୍ଡାନର ସୀମା ଅନେକ ଆନ୍ତର୍ଜାତୀୟ ଏବଂ ସ୍ଥାନୀୟ ଚୁକ୍ତିନାମାଦ୍ୱାରା ଗଠିତ ହୋଇଛି । ଜୋର୍ଡାନ ସର୍ବୋଚ୍ଚ ବିନ୍ଦୁ ସମୁଦ୍ର ପତ୍ତନଠାରୁ ୧,୮୫୪ ମିଟର (୬,୦୮୩ ଫୁଟ) ଉଚ୍ଚରେସ୍ଥିତ । ସର୍ବନିମ୍ନ ସ୍ଥାନ ହେଉଛି ମୃତ ସାଗର , ଯାହକି ସମୁଦ୍ର ପତ୍ତନଠାରୁ ୪୨୦ ମିଟର (୧,୩୭୮ ଫୁଟ) ତଳେ । ଏହା ପୃଥିବୀର ସର୍ବନିମ୍ନ ସ୍ଥଳଭାଗ ।

ଜୋର୍ଡାନ 
ମୃତ ସାଗର

ସରକାର

ଜୋର୍ଡାନ ଏକ ଐକିକ ସାମ୍ବିଧାନିକ ରାଜତନ୍ତ୍ର । ଜୋର୍ଡାନର ସମ୍ବିଧାନ, ୧୯୫୨ରେ ଗୃହିତ ହୋଇଥିଲା ଏବଂ ଏହା ପରଠାରୁ ଏଥିରେ ଅନେକ ଥର ସଂଶୋଧନ କରାଯାଇଛି । ଏହି ସମ୍ବିଧାନ ରାଜତନ୍ତ୍ର, ସରକାର, ସଂସଦ ଏବଂ ନ୍ୟାୟପାଳିକାକୁ ନିୟନ୍ତ୍ରଣ କରିଥାଏ । ରାଜାଙ୍କ ନିକଟରେ ବ୍ୟାପକ କାର୍ଯ୍ୟନିର୍ବାହୀ ଏବଂ ବୈଧାନିକ କ୍ଷମତା ରହିଛି । ରାଜା ସରକାରଙ୍କ ମାଧ୍ୟମରେ ନିଜର କ୍ଷମତା ପ୍ରୟୋଗ କରନ୍ତି ଯାହାକୁ ସେ ଚାରି ବର୍ଷ ପାଇଁ ନିଯୁକ୍ତ କରନ୍ତି । ସରକର୍ ସଂସଦ ଆଗରେ ଉତ୍ତରଦାୟୀ । ସଂସଦର ଦୁଇଟି ଗୃହ: ସିନେଟ ଏବଂ ପ୍ରତିନିଧିସଭାକୁ ନେଇ ଗଠିତ । ସମ୍ବିଧାନ ଅନୁଯାୟୀ ନ୍ୟାୟପାଳିକା ସ୍ୱାଧୀନ ଅଟେ ।

ରାଜା ହେଉଛନ୍ତି ରାଷ୍ଟ୍ରମୁଖ୍ୟ ଏବଂ ସେନାର ସେନାଧ୍ୟକ୍ଷ । ଯୁଦ୍ଧ ଏବଂ ଶାନ୍ତି ଘୋଷଣା କରିବା, ଆଇନ ଏବଂ ଚୁକ୍ତିନାମାକୁ ଅନୁମୋଦନ କରିବା, ସଂସଦ ଅଧିବେଶନ ଡକାଇବ ଓ ବନ୍ଦ କରିବା, ନିର୍ବାଚନକୁ ଘୋଷଣା ଏବଂ ସ୍ଥଗିତ କରିବା , ସରକାରଙ୍କୁ ବରଖାସ୍ତ କରିବା ଏବଂ ସଂସଦ ଭଙ୍ଗ କରିବା ଇତ୍ୟାଦି ଅଧିକାର ରାଜାଙ୍କ ନିକଟରେ ଅଛି । ନିର୍ବାଚିତ ପ୍ରତିନିଧିସଭାରେ ଅନାସ୍ଥା ପ୍ରସ୍ତାବ ବହୁମତ ଭୋଟ୍ ମାଧ୍ୟମରେ ନିଯୁକ୍ତ ସରକାରଙ୍କୁ ମଧ୍ୟ ବରଖାସ୍ତ କରାଯାଇପାରିବ । ସରକାରଙ୍କଦ୍ୱାରା ଏକ ଚିଠା ପ୍ରସ୍ତାବିତ ହେବା ପରେ ଏହାକୁ ଲୋକ ସଭାରେ ତାପରେ ସିନେଟ୍ ଅନୁମୋଦନ କରିବା ଆବଶ୍ୟକ ଏବଂ ରାଜାଙ୍କ ଅନୁମୋଦନ ପରେ ଏହା ଆଇନରେ ପରିଣତ ହୁଏ ।

ପ୍ରଶାସନିକ ବିଭାଜନ

ଜୋର୍ଡାନର ପ୍ରଥମ ସ୍ତରୀୟ ଉପବିଭାଗ ହେଉଛି ମୁହାଫାଜା । ମୁହାଫାଜାଗୁଡ଼ିକ ଲିୱା କିମ୍ବା ଜିଲ୍ଲାରେ ବିଭକ୍ତ, ଯାହାକି କାଜା ବା ଉପ-ଜିଲ୍ଲାରେ ବିଭକ୍ତ । ପ୍ରତ୍ୟେକ ପ୍ରଶାସନିକ ବିଭାଗ ନିୟନ୍ତ୍ରଣ ଏକ ପ୍ରଶାସନିକ କେନ୍ଦ୍ରରୁ କରାଯାଏ ଯାହାକି ନାହିୟା ଭାବରେ ଜଣାଶୁଣା ।

ଅର୍ଥନୀତି

ଜୋର୍ଡାନର ଅର୍ଥନୀତି ଅପେକ୍ଷାକୃତ ବିବିଧ । ଜିଡିପିର ପ୍ରାୟ ଏକ ତୃତୀୟାଂଶ ବାଣିଜ୍ୟ ଏବଂ ଅର୍ଥନୈତିକ କାର୍ଯ୍ୟକଳାପରୁ ଆସେ । ପରିବହନ ଏବଂ ଯୋଗାଯୋଗ, ଜନସାଧାରଣ ସେବା, ଏବଂ ଗୃହନିର୍ମାଣର ଅବଦାନ ଜିଡିପିର ଏକ ପଞ୍ଚମାଂଶ । ଖଣି ଏବଂ ଉତ୍ପାଦନ ପ୍ରାୟ ଅନ୍ୟ ଏକ ପଞ୍ଚମାଂଶ ।ଜନସଂଖ୍ୟାର ପ୍ରାୟ ୧୪.୪% ଦାରିଦ୍ର୍ଯ ସୀମାରେଖା ତଳେ ବାସ କରନ୍ତି । ଜୋର୍ଡାନର ଅର୍ଥନୀତି ହେଉଛି ଏହି ଅଞ୍ଚଳର ସବୁଠାରୁ ଛୋଟ ଅର୍ଥନୀତି ଏବଂ ଦେଶର ଜନସଂଖ୍ୟା ବେକାରି ଏବଂ ଦାରିଦ୍ରର ଅପେକ୍ଷାକୃତ ଅଧିକ ହାରରେ ପୀଡ଼ିତ ।

ଜୋର୍ଡାନୀୟ ଡିନାର ସରକାରୀ ମୁଦ୍ରା , ଯାହା ୧ ଆମେରିକୀୟ ଡଲାର୍ ≡ ୦.୭୦୯ ଡିନାର ବିନିମୟ ମୂଲ୍ୟ ସହିତ ସମାନ । ୨୦୧୮ ଅନୁମାନ ହିସାବରେ ମୁଣ୍ଡପିଛା ଜିଡିପି $ ୯,୪୦୬ ।

ଜନସଂଖ୍ୟା

୨୦୧୫ ଜନଗଣନା ଅନୁସାରେ ଜୋର୍ଡାନର ଜନସଂଖ୍ୟା ୯,୫୩୧,୭୧୨ (ମହିଳା: ୪୭%; ପୁରୁଷ: ୫୩%) । ପ୍ରାୟ 2.9 ନିୟୁତ (୩୦%) ଅଣ ନାଗରିକ, ଶରଣାର୍ଥୀ ଏବଂ ବେଆଇନ ପ୍ରବାସୀ । ଜନସଂଖ୍ୟାର ପ୍ରାୟ ୯୮% ଆରବୀୟ । ଅବଶିଷ୍ଟ ୨%ରେ ମୁଖ୍ୟତଃ ସର୍କାସିଆନ୍, ଆର୍ମେନିଆ , ଚେଚେନ ଓ ଅନେକ ଛୋଟ ସଂଖ୍ୟାଲଘୁ ଗୋଷ୍ଠୀ ଅନ୍ତର୍ଭୁକ୍ତ । ପ୍ରାୟ ୮୪.୧% ଲୋକ ସହରାଞ୍ଚଳରେ ବାସ କରନ୍ତି ।

ଧର୍ମ

ସୁନ୍ନି ଇସଲାମ ଜୋର୍ଡାନର ପ୍ରମୁଖ ଧର୍ମ । ଦେଶର ଜନସଂଖ୍ୟାର ପ୍ରାୟ ୯୫% ମୁସଲମାନ; ଏଥିରୁ ସେମାନଙ୍କ ମଧ୍ୟରୁ ୯୩% ସୁନ୍ନି ସମ୍ପ୍ରଦାୟର । ସେଠାରେ ଅଳ୍ପ ସଂଖ୍ୟକ ଅହମ୍ମଦିୟ ମୁସଲମାନ, ଏବଂ କିଛି ସିଆ ମୁସଲମାନ ମଧ୍ୟ ଅଛନ୍ତି । ଅନେକ ଅନେକ ସିଆ ମୁସଲମାନ ହେଉଛନ୍ତି ଇରାକୀ ଏବଂ ଲେବାନୀୟ ଶରଣାର୍ଥୀ । ଜୋର୍ଡାନରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ସ୍ଥିତି ପୁରାତନ । ଖ୍ରୀଷ୍ଟଙ୍କ କୃଶବିଦ୍ଧ ପରେ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରୁ ଏଠରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଆରମ୍ଭ ହୋଇଥିଲା ।

ଆଧାର

Tags:

ଜୋର୍ଡାନ ଭୂଗୋଳଜୋର୍ଡାନ ସରକାରଜୋର୍ଡାନ ପ୍ରଶାସନିକ ବିଭାଜନଜୋର୍ଡାନ ଅର୍ଥନୀତିଜୋର୍ଡାନ ଜନସଂଖ୍ୟାଜୋର୍ଡାନ ଧର୍ମଜୋର୍ଡାନ ଆଧାରଜୋର୍ଡାନ

🔥 Trending searches on Wiki ଓଡ଼ିଆ:

ରାଜକିଶୋର ପଟ୍ଟନାୟକବିଜୟ ମିଶ୍ରଅଟିଜିମ୍‌ଓଡ଼ିଶାର ଭୂଗୋଳମଧୁସୂଦନ ରାଓମଥୁରା ମଙ୍ଗଳକିଶୋରୀ ଚରଣ ଦାସଭଗବତୀ ଚରଣ ପାଣିଗ୍ରାହୀ୩୦ ଅପ୍ରେଲଅଗ୍ନ୍ୟାଶୟ ଅକ୍ଷମତାସହଦେବ (ମହାଭାରତ)ରାଜେନ୍ଦ୍ର ନାରାୟଣ ସିଂହଦେଓଅର୍ଥଶାସ୍ତ୍ରକରଞ୍ଜତ୍ରିଭୁଜଇସଲାମ ଧର୍ମପଦାର୍ଥଗ୍ରହଅନନ୍ତ ପଟ୍ଟନାୟକଶିବାଜୀଲକ୍ଷ୍ମୀ ପୁରାଣଲଳିତ ମାନସିଂହହନୁମାନ ଜୟନ୍ତୀଚୈତନ୍ୟବୀଜାଣୁବସନ୍ତ କୁମାର ଶତପଥୀଅୟେନ୍ଦ୍ରୀ ଲୱନିୟା ରାୟଆଣ୍ଟିସାଇକୋଟିକକଳାପାହାଡ଼ବିଶ୍ୱନାଥ ଦାସରାସନ କାର୍ଡ଼ (ଭାରତ)ଗୋପବନ୍ଧୁ ଦାସଗୁରୁ ପ୍ରସାଦ ମହାନ୍ତିମଦର ଟେରେସାଲକ୍ଷ୍ମଣ ନାୟକଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିସୁଗ୍ରୀବଜଗନ୍ନାଥ ମନ୍ଦିରଟାଇପରାଇଟରହେନା ଫୁଲପର୍ଫେନାଜାଇନକାଞ୍ଚନ ଅୱସ୍ତିଶତ୍ରୁଘ୍ନ ପାଣ୍ଡବମୌଳିକ ସଂଖ୍ୟାଆପେଣ୍ଡିସାଇଟିସରମେଶ ପ୍ରସାଦ ପାଣିଗ୍ରାହୀତୁଷାରକାନ୍ତି ବେହେରାଗିରିଧର ଗମାଙ୍ଗ୩ ଅପ୍ରେଲବ୍ୟଞ୍ଜନ ବର୍ଣ୍ଣଚୈତ୍ରଭରତ (ରାମାୟଣ)ବୈଷ୍ଣବ ଚରଣ ପଟ୍ଟନାୟକମ୍ୟାଲେରିଆଜଗନ୍ନାଥପ୍ରତିଭା ରାୟମହାତ୍ମା ଗାନ୍ଧୀଙ୍କ ପରିବାରଲିଙ୍ଗରାଜ ମନ୍ଦିରଦିବାକର ପରିଡ଼ାସ୍ୱାମୀ ବିବେକାନନ୍ଦବୈଶାଖମିଳିମିଳାଭାରତର ନଦୀ ସମୂହର ତାଲିକାଚିତ୍ରା (ନକ୍ଷତ୍ର)ବଡ଼ଓଷା🡆 More