ଜଗନ୍ନାଥ ମନ୍ଦିର, ଅହମଦାବାଦ

ଜଗନ୍ନାଥ ମନ୍ଦିର ଏକ ହିନ୍ଦୁ ମନ୍ଦିର ଯାହା ଭାରତର ଗୁଜରାଟ ପ୍ରଦେଶର ଅହମଦାବାଦରେ ଅବସ୍ଥିତ ଓ ହିନ୍ଦୁ ଠାକୁର ଶ୍ରୀ ଜଗନ୍ନାଥଙ୍କୁ ସମର୍ପିତ ହୋଇଛି । ଏହା ଗୁଜରାଟର ଜମାଲପୁର ଇଲାକାରେ ଅଛି ଯାହା ୪୫୦ ବର୍ଷ ପୂର୍ବେ ସାଧୁ ସାରଙ୍ଗଦାସଜୀ ତିଆରି କରେଇଥିଲେ । ଏହି ସ୍ଥାନ ବାର୍ଷିକ ରଥ ଯାତ୍ରା ପାଇଁ ପ୍ରସିଦ୍ଧ ଯାହା ପୁରୀ ରଥଯାତ୍ରା ପରେ ଦ୍ୱିତୀୟ ବୃହତ୍ ରଥଯାତ୍ରା । ଭକ୍ତମାନଙ୍କ ପାଇଁ ସକାଳ ୪:୩୦ରୁ ଦିନ ଗୋଟାଏ ଓ ଦିନ ୩ଟାରୁ ରାତି ୯ଟା ଯାଏ ଖୋଲା ରହେ ।

ଜଗନ୍ନାଥ ମନ୍ଦିର
ଜଗନ୍ନାଥ ମନ୍ଦିର, ଅହମଦାବାଦ
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictAhmedabad
ଦେବାଦେବୀ Jagannath ଜଗନ୍ନାଥ
FestivalsRath yatra ରଥ ଯାତ୍ରା, ଅହମଦାବାଦ
Governing bodyଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ କମିଟି
Location
ସ୍ଥାନJamalpur, Ahmedabad
Stateଗୁଜରାଟ
Countryଭାରତ
ଜଗନ୍ନାଥ ମନ୍ଦିର, ଅହମଦାବାଦ is located in Ahmedabad
ଜଗନ୍ନାଥ ମନ୍ଦିର, ଅହମଦାବାଦ
Shown within Ahmedabad
ଜଗନ୍ନାଥ ମନ୍ଦିର, ଅହମଦାବାଦ is located in Gujarat
ଜଗନ୍ନାଥ ମନ୍ଦିର, ଅହମଦାବାଦ
ଜଗନ୍ନାଥ ମନ୍ଦିର, ଅହମଦାବାଦ (Gujarat)
ଭୌଗଳିକ ଅବସ୍ଥିତି23°00′41.1″N 72°34′51.2″E / 23.011417°N 72.580889°E / 23.011417; 72.580889
Architecture
Date establishedପରେ ୪୫୦ ବର୍ଷ ପୂର୍ବେ
Website
www.jagannathjiahd.org
ଜଗନ୍ନାଥ ମନ୍ଦିର, ଅହମଦାବାଦ
The spire of Jagannath temple, Ahmedabad

ରଥଯାତ୍ରା

ଏଠାକାର ରଥଯାତ୍ରା ଓ ପୁରୀ ରଥଯାତ୍ରା ଏକ ସମୟରେ ସମାହିତ ହୁଏ । ପରମ୍ପରା ଅନୁସାରେ ହାତୀ ଆଣି ଜଗନ୍ନାଥ, ତାଙ୍କ ଭ୍ରାତା ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ଦର୍ଶନ କରେଇବା ପରେ ସେମାନେ ଯାତ୍ରା ଅଗ୍ରଭାଗରେ ରହନ୍ତି । ଗୁଜରାଟର ମୁଖ୍ୟମନ୍ତ୍ରୀ ‘ପହଣ୍ଡି ବିଧି’ କରନ୍ତି ଯାହା ରଥ ପରିଷ୍କାର କରିବାର ଏକ ପ୍ରତୀକ ବିବେଚିତ ହୁଏ ଓ ତା’ ପରେ ରଥ ଟଣା ଆରମ୍ଭ ହୁଏ । ଅହମଦାବାଦ ସହର ଭିତରେ ୧୪ କିମି ପଥ ଉପରେ ରଥ ଟଣାଯାଏ । ଏହି ଯାତ୍ରା ସରସ ପୁରରେ ଶେଷ ହୁଏ ଓ ସେଠାରେ ସ୍ଥାନୀୟ ଲୋକମାନେ ପ୍ରଭୁ ଜଗନ୍ନାଥଙ୍କ ଭକ୍ତମାନଙ୍କୁ ‘ମହାଭୋଜ’ରେ ଆପ୍ୟାୟିତ କରନ୍ତି । ଏହା ଗୁଜରାଟ ରାଜ୍ୟର ଲୋକୋତ୍ସବ ବା ଜନ ଉତ୍ସବ ଭାବରେ ପାଳନ କରାଯାଏ । ପୁରୀ ଓ କୋଲକାତା ରଥଯାତ୍ରା ପରେ ଏହା ଭାରତର ତୃତୀୟ ବିରାଟ ଯାତ୍ରାର ମାନ୍ୟତା ପାଏ ।

ଗୁଜରାଟ ଦଙ୍ଗାରେ ମନ୍ଦିର ଉପରେ ଆକ୍ରମଣ

ସେପ୍ଟେମ୍ବର ୧୯୬୯ ମସିହାରେ ସୁଫୀ ସନ୍ଥ ଭୂଖରୀ ସାହେବ ଚିଲାଙ୍କ ସମାଧି ପାଖରେ ସ୍ଥାନୀୟ ଉର୍ସ ଉତ୍ସବ ପାଳନ କରିବାକୁ ମୁସଲମାନ ଜନତା ଜମା ହୋଇଥିଲେ । ସେତିକିବେଳେ କତିପୟ ହିନ୍ଦୁ ସାଧୁ ସେହି ରାସ୍ତା ଦେଇ ନିକଟସ୍ଥ ଜଗନ୍ନାଥ ମନ୍ଦିର ପରିସରକୁ ତାଙ୍କର ଗାଈ ଆଣୁଥିଲେ । ସେତିକି ବେଳେ କିଛି ମୁସଲମାନ ମହିଳା ଆଘାତ ପ୍ରାପ୍ତ ହୋଇଥିଲେ । ରାସ୍ତା ଉପରେ ଜିନିଷ ବିକ୍ରି କରିବା ପାଇଁ ଥିବା କିଛି ଶଗଡ଼ କ୍ଷତିଗ୍ରସ୍ତ ହୋଇଥିବା କୁହାଯାଏ । ସେଥି ଯୋଗୁ କେତେକ ମୁସଲମାନ ଯୁବକ ଆକ୍ରମଣ କରି ସାଧୁଙ୍କୁ ଆଘାତ ଦେଇଥିଲେ ଓ ମନ୍ଦିର ଝରକା ଭାଙ୍ଗିଦେଇଥିଲେ । ହିନ୍ଦୁ ମନ୍ଦିରର ମହନ୍ତ ସେବାଦାସଜୀ ଅନଶନରେ ବସିଗଲେ । ଏ ଏମ ପୀରଜାଦାଙ୍କ ନେତୃତ୍ୱରେ ଏକ ୧୫ ଜଣିଆ ପ୍ରତିନିଧି ଦଳ ଆସି ମହନ୍ତଙ୍କୁ କ୍ଷମା ଭିକ୍ଷା କରିବା ପରେ ସେ ଅନଶନ ଭାଙ୍ଗିଥିଲେ ।

ଏହା ପରେ ମନ୍ଦିର ପାଖରେ ଥିବା ଦରଗାହକୁ କିଛି ହିନ୍ଦୁ ଭଙ୍ଗାରୁଜା କରିଥିଲେ । ଫଳରେ ସେହି ସ୍ଥାନରେ ଅନେକ ମୁସଲମାନ ଲୋକ ଜମା ହୋଇଗଲେ । ସେପ୍ଟେମ୍ବର ୧୯ ତାରିଖ ଦିନ ପ୍ରାୟ ୨୫୦୦-୩୦୦୦ ମୁସଲମାନ ମନ୍ଦିରକୁ ପୁନର୍ବାର ଆକ୍ରମଣ କରିଥିଲେ । ସେମାନେ ଆଖପାଖର ଅନ୍ୟାନ୍ୟ ପୂଜା ସ୍ଥଳଗୁଡ଼ିକରେ ଆକ୍ରମଣ କରି ଖୁନ ଓ ପୋଡ଼ାଜଳା କରିଥିଲେ ।

ଯୋଗାଯୋଗ

ରାସ୍ତା – ଅହମଦାବାଦରୁ ଗୁଜରାଟର ପ୍ରତ୍ୟେକ ବଡ଼ ସହର ରାସ୍ତା ମାଧ୍ୟମରେ ସଂଯୁକ୍ତ ଅଛି । ଅନେକ ପ୍ରାଇଭେଟ ବସ ଓ ପବ୍ଲିକ ବସ ଜଗନ୍ନାଥ ମନ୍ଦିରକୁ ଯାତାୟତ କରେ ।

ଟ୍ରେନ – ଗୁଜରାଟର ପ୍ରତ୍ୟେକ ବଡ଼ ବଡ଼ ସହର ସହିତ ଟ୍ରେନ ମାଧ୍ୟମରେ ଅହମଦାବାଦ ସଂଯୁକ୍ତ ଅଛି । ଅହମଦାବାଦରୁ ମନ୍ଦିର ପର୍ଯ୍ୟନ୍ତ ଏକ ଟ୍ରେନ ଯିବା ଆସିବା କରେ ।

ଉଡ଼ାଜାହାଜ – ଅହମଦାବାଦରୁ ପୃଥିବୀର ଅନେକ ମୂଖ୍ୟ ସହରକୁ ଉଡ଼ାଜାହାଜ ଯିବା ଆସିବା କରେ ।

ଏହା ମଧ୍ୟ ଦେଖନ୍ତୁ

ଆଧାର

Tags:

ଜଗନ୍ନାଥ ମନ୍ଦିର, ଅହମଦାବାଦ ରଥଯାତ୍ରାଜଗନ୍ନାଥ ମନ୍ଦିର, ଅହମଦାବାଦ ଗୁଜରାଟ ଦଙ୍ଗାରେ ମନ୍ଦିର ଉପରେ ଆକ୍ରମଣଜଗନ୍ନାଥ ମନ୍ଦିର, ଅହମଦାବାଦ ଯୋଗାଯୋଗଜଗନ୍ନାଥ ମନ୍ଦିର, ଅହମଦାବାଦ ଏହା ମଧ୍ୟ ଦେଖନ୍ତୁଜଗନ୍ନାଥ ମନ୍ଦିର, ଅହମଦାବାଦ ଆଧାରଜଗନ୍ନାଥ ମନ୍ଦିର, ଅହମଦାବାଦଗୁଜରାଟଭାରତ

🔥 Trending searches on Wiki ଓଡ଼ିଆ:

ଗୋଦାବରୀଶ ମହାପାତ୍ରବ୍ରହ୍ମପୁରମାନବ ମସ୍ତିଷ୍କଜୟଦେବ ଉନାଡକଟମାଉସୀ ମା’ ମନ୍ଦିରବିଶ୍ୱ ଏଡ୍‌ସ ଦିବସଚୀନୀ କଲରାପତରିଆ ବାଘରାୟଗଡ଼ାଚକ୍ରବର୍ତ୍ତୀ ରାଜଗୋପାଳାଚାରୀବଳଭଦ୍ର ମାଝୀଯୁକ୍ତରାଷ୍ଟ୍ର ଆମେରିକାwiki.phtmlଓଡ଼ିଆ ଭାଷାଇଲନ ମସ୍କକ୍ରିକେଟସୌଭାଗ୍ୟ କୁମାର ମିଶ୍ରପଶ୍ଚିମ ଓଡ଼ିଶାମହୁଲଉତ୍କଳ ବ୍ରାହ୍ମଣନମିତା ଅଗ୍ରୱାଲଫକୀର ମୋହନ ସେନାପତିସାର୍ବଭୌମ ସ୍ୱାଧୀନ ଦେଶମାନଙ୍କର ତାଲିକାଓଡ଼ିଶା ବିଧାନ ସଭାଖାଦ୍ୟAugust 11ଶ୍ରୀରାମ ପଣ୍ଡାପଠାଣି ସାମନ୍ତଗୋଲୋକ ବିହାରୀ ଧଳଧର୍ମ୧୭୮୬ସିଲଡେନାଫିଲ୩୪ଇଣ୍ଡୋନେସିଆଦ୍ୱିତୀୟ ବିଶ୍ୱଯୁଦ୍ଧନରୱେଶବ୍ଦ (ପଦ)ରେବତୀ (କ୍ଷୁଦ୍ରଗଳ୍ପ)କିଶୋରୀ ଚରଣ ଦାସପଣା ସଂକ୍ରାନ୍ତିଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଓଡ଼ିଶାର ଦୋଳଯାତ୍ରାଆର. କେ. ନାରାୟଣଦୁର୍ଗାରାଧାନାଥ ରାୟଲାଟିନ ଭାଷାଜୈନ ଧର୍ମଭାରତୀୟ ମହିଳାବାଜି ରାଉତସ୍ୱିଡେନହିନ୍ଦୀ୧୯୨୭ବିରାଟ କୋହଲୀମଦନମୋହନ ମିଶ୍ରସର୍ବପଲ୍ଲୀ ରାଧାକୃଷ୍ଣନଭାରତ ସରକାରଉମାଶଙ୍କର ମିଶ୍ରମାକାଓକବିସୂର୍ଯ୍ୟ ବଳଦେବ ରଥସୂର୍ଯ୍ୟଫାରୋ ଦ୍ଵୀପପୁଞ୍ଜବ୍ୟଞ୍ଜନ ବର୍ଣ୍ଣବସ୍ତା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପୃଥିବୀର ବାୟୁମଣ୍ଡଳଜୟ ଜଗନ୍ନାଥନାରାୟଣ ସାହୁଉଇକିପିଡ଼ିଆରୋମାନିଆହିନ୍ଦୁ ଧର୍ମଶିବାଜୀଇତିହାସ୧୪୨୪ମହେନ୍ଦ୍ର ସିଂହ ଧୋନିସୁରେନ୍ଦ୍ର ସିଂହ ଭୋଇ🡆 More