ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍

ଗାସ୍ଟ୍ରୋଏଣ୍ଟେରାଇଟିସ, ପ୍ରତିଶବ୍ଦ ସଂକ୍ରମଣକାରୀ ତରଳ ଝାଡ଼ା (ଇଂରାଜୀ ଭାଷାରେ infectious diarrhea), ଏକ ଖାଦ୍ୟ ନଳୀର ପ୍ରଦାହ ଯାହା ଯାହା ମାନବ ପାକସ୍ଥଳୀ ଓ ଅନ୍ତନଳୀରେ ହୁଏ । ଇଂରାଜୀରେ ଗ୍ୟାସ୍ଟ୍ରୋ ଶବ୍ଦ ପାକସ୍ଥଳିର ବିଶେଷଣ ଓ ଏଣ୍ଟେରୋ ଶବ୍ଦ ଅନ୍ତନାଳିର ବିଶେଷଣ । ଆଇଟିସ ଶବ୍ଦ ପ୍ରଦାହ ଅର୍ଥରେ ବ୍ୟବହାର ହୁଏ । ଏହାକୁ ଅନେକ କଥିତ ଭାଷାରେ ସ୍ଟୋମାକ ଫ୍ଲୁ, ଗ୍ୟାସ୍ଟ୍ରିକ ଫ୍ଲୁ ବା ସ୍ଟୋମାକ ବଗ୍ ନାମ ଦେଇ କହନ୍ତି । ଏହି ରୋଗରେ ମିଳିତ ଭାବରେ ତରଳ ଝାଡ଼ା, ବାନ୍ତି ଓ ଉଦର ଯନ୍ତ୍ରଣା ହୁଏ । ଜ୍ୱର, ଶକ୍ତି ଅଭାବ ଓ ନିର୍ଜଳନ ହୋଇପାରେ । ସ୍ୱାଭାବିକ ଭାବରେ ୨ ସପ୍ତାହ ପର୍ଯ୍ୟନ୍ତ ଏହି ରୋଗ ରହେ । ଇନଫ୍ଲୁଏଞ୍ଜା ରୋଗ ସ‌ହିତ ଏହାର କୌଣସି ସମ୍ପର୍କ ନ ଥିଲେ ମଧ୍ୟ ଏହାକୁ ଭୁଲରେ ପାକସ୍ଥଳୀ ଫ୍ଲୁ କୁହାଯାଏ ।

ଗାସ୍ଟ୍ରୋଏଣ୍ଟେରାଇଟିସ
ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍
ଗାସ୍ଟ୍ରୋଏଣ୍ଟେରାଇଟିସ ଭୁତାଣୁ: ଏ = ରୋଟାଭୁତାଣୁ, ବି = ଆଡେନୋଭୁତାଣୁ, ସି = ନୋରୋଭୁତାଣୁ ଓ ଡି = ଆସ୍ଟ୍ରୋଭୁତାଣୁ । (The virus particles are shown at the same magnification to allow size comparison.) The virus particles are shown at the same magnification to allow size comparison.
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିgastroenterology[*]
ଆଇସିଡ଼ି-୧୦A02.0, A08., A09., J10.8, J11.8, K52.
ଆଇସିଡ଼ି-୯-ସିଏମ୍008.8 009.0, 009.1, 558
ରୋଗ ଡାଟାବେସ30726
ମେଡ଼ିସିନ-ପ୍ଲସ000252 000254
ଇ-ମେଡ଼ିସିନemerg/213
MeSHD005759

ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍ ରୋଗ ଭୁତାଣୁ, ଜୀବାଣୁ, ପରଜୀବୀ ଓ କବକ ମାନଙ୍କଦ୍ୱାରା ହୁଏ । ଅଧିକାଂଶ ରୋଗ ଭୁତାଣୁଦ୍ୱାରା ହୁଏ । ପିଲାମାନଙ୍କର ସାଧାରଣତଃ ରୋଟାଭୁତାଣୁଦ୍ୱାରା ଏହି ସାଂଘାତିକ ରୋଗ ହୁଏ । ବଡ଼ ମଣିଷମାନଙ୍କର ନୋରୋଭୁତାଣୁକାମ୍ପିଲୋବ୍ୟାକ୍ଟରଦ୍ୱାରା ସାଧାରଣତଃ ହୁଏ । ଅସିଦ୍ଧ ଖାଦ୍ୟ ଖାଇଲେ, ପ୍ରଦୂଷିତ ଜଳ ପାନ କଲେ ଓ ସଂକ୍ରମିତ ଲୋକ ସଂସ୍ପର୍ଷରେ ଆସିଲେ ଏହି ରୋଗ ବ୍ୟାପେ । ରୋଗ ନିର୍ଣ୍ଣୟ ନିମନ୍ତେ କୌଣସି ପରୀକ୍ଷା ଆବଶ୍ୟକ ହୁଏନାହିଁ ।

ଏହାର ପ୍ରତିଷେଧ ନିମନ୍ତେ ସାବୁନ‌ଦ୍ୱାରା ହସ୍ତ ପ୍ରକ୍ଷାଳନ, ବିଶୁଦ୍ଧ ଜଳ ପାନ, ମାନବ ଆବର୍ଜନା ଓ ପିଲାଙ୍କୁ ବଜାର ଖାଦ୍ୟ ବଦଳରେ ସ୍ତନ୍ୟପାନ କରାଯାଏ । ପିଲାଙ୍କୁ ରୋଟାଭୁତାଣୁ ଟିକା ଦେବାକୁ ପରାମର୍ଶ ଦିଆଯାଏ । ଯଥେଷ୍ଟ ପରିମାଣର ପାନୀୟ ଦେଇ ଚିକିତ୍ସା କରାଯାଏ । ସାମାନ୍ୟ ଓ ମଧ୍ୟମ ଧରଣର ରୋଗ ନିମନ୍ତେ ଓରାଲ ରିହାଇଡ୍ରେସନ ସଲ୍ୟୁସନ ବା ଓଆରଏସ (ଜଳ, ଲୁଣ ଓ ଚିନିର ଏକ ମିଶ୍ରଣ) ଦିଆଯାଏ । ସ୍ତନ୍ୟପାନ କରୁଥିବା ପିଲାଙ୍କୁ ମଝିରେ ମଝିରେ ଲଗାତାର ସ୍ତନ୍ୟପାନ କରାଯାଏ । ସାଂଘାତିକ କେଶ୍‌ରେ ଶିରାଭ୍ୟନ୍ତର ତରଳ ପାନୀୟ ଆବଶ୍ୟକ ହୁଏ । ନାସାପାକସ୍ଥଳି ନଳି ମାଧ୍ୟମରେ ତରଳ ପଦାର୍ଥ ଦିଆଯାଏ । ଜିଙ୍କ ଅନୁପୂରକ ପିଲାଙ୍କୁ ଦିଆଯାଏ । ଆଣ୍ଟିବାୟୋଟିକ ସାଧାରଣତଃ ଆବଶ୍ୟକ ହୁଏ ନାହିଁ ।

ପ୍ରତ୍ୟେକ ବର୍ଷ ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍ ରୋଗରେ ୩ରୁ ୫ ନିୟୁତ ଲୋକ ଆକ୍ରାନ୍ତ ହୋଇ ୧.୪ ନିୟୁତ ଲୋକ ମୃତ୍ୟୁ ବରଣ କରନ୍ତି । ବିକାଶଶୀଳ ଦେଶମାନଙ୍କରେ ଓ ଶିଶୁମାନେ ଅଧିକ ଆକ୍ରାନ୍ତ ହୁଅନ୍ତି । ସନ ୨୦୧୧ରେ ୫ ବର୍ଷରୁ କମ ବୟସର ୧.୭ ବିଲିଅନ ପିଲାଙ୍କ ମଧ୍ୟରୁ ୦.୭ ନିୟୁତ ପିଲା ମୃତ୍ୟୁ ବରଣ କରିଥିଲେ । ଦୁଇ ବର୍ଷରୁ କମ୍ ବୟସର ପିଲାଙ୍କୁ ବିକାଶଶୀଳ ଦେଶମାନଙ୍କରେ ପ୍ରାୟ ୬ ବା ତାଠାରୁ ଅଧିକ ଥର ଏହି ରୋଗ ହୁଏ । ବଡ଼ ମଣିଷଙ୍କର ଇମ୍ମ୍ୟୁନିଟି ଅଧିକ ଥିବାରୁ ଏହି ରୋଗ କମ୍ ହୁଏ ।


ଚିହ୍ନ ଓ ଲକ୍ଷଣ

ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍ ରୋଗରେ ପତଳା ଝାଡା ଓ ବାନ୍ତି ହୁଏ, ବେଳେ ବେଳେ ଗୋଟିଏ ଲକ୍ଷଣ ପ୍ରକାଶ ପାଏ । ପେଟରେ କ୍ରାମ୍ପ ହୋଇପାରେ । ସଂକ୍ରମଣ ହେବାର ୧୨ - ୭୨ ଘଣ୍ଟା ମଧ୍ୟରେ ଲକ୍ଷଣ ଦେଖାଯାଏ । ଭାଇରସଦ୍ୱାରା ହେଉଥିଲେ ଏକ ସପ୍ତାହ ମଧ୍ୟରେ ଭଲ ହୋଇଯାଏ । କେତେକ ଭୁତାଣୁ ଜନିତ ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍ ରୋଗରେ ଜର, ଥକ୍କାଣ, ମୁଣ୍ଡ ବଥା ଓ ମାଂସ ପେଶୀ ଯନ୍ତ୍ରଣା ହୁଏ । ଝାଡାରେ ରକ୍ତ ପଡୁଥିଲେ ଭୁତାଣୁ ଅପେକ୍ଷା ଜୀବାଣୁଦ୍ୱାରା ହେବା ସମ୍ଭାବନା ଅଧିକ । କେତେକ ଜୀବାଣୁ ଯୋଗୁ ପେଟରେ ଯନ୍ତ୍ରଣା ହୁଏ ଓ ଅନେକ ସପ୍ତାହ ପର୍ଯ୍ୟନ୍ତ ଲାଗି ରହେ ।
ପିଲାମାନେ ୩ରୁ ୮ ଦିନ ମଧ୍ୟରେ ଭଲ ହୋଇ ଯାଆନ୍ତି । ଗରିବା ଦେଶମାନଙ୍କରେ ଚିକିତ୍ସା ସୁବିଧା ନ ଥିବାରୁ ବହୁତ ଦିନ ଧରି ରୋଗ ଲାଗି ରହେ ନିର୍ଜଳନ ଏହାର ଏକ ଜଟିଳ ସମସ୍ୟା, । ନିର୍ଜଳନ ଏହାର ମୂଖ୍ୟ ଜଟୀଳତା। ସ୍ୱଳ୍ପ ସ୍ୱାସ୍ଥ୍ୟରକ୍ଷା ଓ ଅପପୁଷ୍ଟି ଥିବା ସ୍ଥାନମାନଙ୍କରେ ବାରମ୍ବାର ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍ ହୁଏ ଓ ଏହା ସହ ବିକାଶରେ ବାଧା ହୁଏ ଓ ବହୁ ଦିନ ଧରି ବୋଧ ଶକ୍ତି କମିଯାଏ ।

କାରଣ

ବିଭିନ୍ନ ଏଜେଣ୍ଟଙ୍କଦ୍ୱାରା ଏହି ରୋଗ ହୁଏ ।

ଭୁତାଣୁ

ରୋଟା, ନୋରା, ଆଡେନୋ ଓ ଆସ୍ଟ୍ରୋ ଭୁତାଣୁଦ୍ୱାରା ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ ରୋଗ ହୁଏ । ରୋଟା ଭୁତାଣୁ ସବୁଠାରୁ ଅଧିକ ପିଲାମାନଙ୍କ ଦେହରେ ଏହି ରୋଗ ସୃଷ୍ଟି କରେ ଓ ଉଭୟ ବିକଶିତ ଓ ବିକାଶଶୀଳ ଦେଶମାନଙ୍କରେ ସମ ଭାବରେ ଦେଖାଯାଏ । ପିଲାମାନଙ୍କର ରୋଗର ୭୦% ଭୁତାଣୁ ଯୋଗୁ ହୁଏ। ଇମ୍ମ୍ୟୁନିଟି ଯୋଗୁ ବଡ଼ମାନଙ୍କ ଦେହରେ ରୋଟା ଜନିତ ରୋଗ କମ ହୁଏ ।
ବଡ଼ ମଣିଷଙ୍କର ନୋରୋ ଭୁତାଣୁ ଯୋଗୁ ଏହି ରୋଗ ଆମେରିକାରେ ଦେଖାଯାଏ ।

ଜୀବାଣୁ

ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍ 
Salmonella enterica serovar Typhimurium (ATCC 14028) as seen with a microscope at 1000 fold magnification and following Gram staining.

ବିକଶିତ ଦେଶମାନଙ୍କରେ ମୂଖ୍ୟତଃ କ୍ୟୁମ୍ପିଲୋବ୍ୟାକ୍ଟର ଜେଜୁନି ଜୀବାଣୁଦ୍ୱାରା ଏହି ରୋଗ ହୁଏ । ଯେଉଁ ଲୋକମାନେ କୁକୁଡା ପାଳନ କାମରେ ନିଯୁକ୍ତ ଥାଆନ୍ତି ସେମାନଙ୍କର ଏହି ରୋଗ ବେଶୀ ହୁଏ । ପିଲାମାନଙ୍କର ରୋଗର ୧୫% ଜୀବାଣୁଦ୍ୱାରା ହୁଏ । ମୂଖ୍ୟ ଜୀବାଣୁ ଗୁଡିକର ନାମ: ଇ. କୋଲାଇ, ସାଲମୋନେଲା, ସିଗେଲା ଓ କୋମ୍ପିଲୋବ୍ୟାକ୍ଟର । ସଂକ୍ରମିତ ଖାଦ୍ୟରେ ଜୀବାଣୁ କିଛି ଘଣ୍ଟା ରହିଗଲେ ଜୀବାଣୁ ବଂଶ ବୃଦ୍ଧି କରନ୍ତି । ଅସିଦ୍ଧ ଖାଦ୍ୟ, ପୋଲ୍ଟ୍ରି, ସମୁଦ୍ରି ଖାଦ୍ୟ, ଅଣ୍ଡା, ପାସ୍ଚୁରାଇଜ ହୋଇ ନ ଥିବା କ୍ଷୀର, ଫଳ ଓ ପରିବା ଜୁସ ମାଧ୍ୟମରେ ଏହି ରୋଗ ସହଜରେ ବ୍ୟାପେ । ଖାଦ୍ୟ ଓ ଜଳ ମାଧ୍ୟମ ଏହି ସଂକ୍ରମଣର ମୂଖ୍ୟ ବାହକ ।
ଆଣ୍ଟିବାୟୋଟିକ ଓ ଆଣ୍ଟାସିଡ ସେବନ କରୁଥିବା ଲୋକଙ୍କ ଦେହରେ କେତେକ ଜୀବାଣୁର ବିଷାକ୍ତ ପଦାର୍ଥ ଯୋଗୁ ଏହି ରୋଗ ହୁଏ ।

ପରଜୀବି(Parasite)

ଜିଆର୍ଡିଆ ଓ ଏଣ୍ଟାମିବା ହୋସ୍ଟୋଲିଟିକାଦ୍ୱାରା ମଧ୍ୟ ଏହି ରୋଗ ହୁଏ ।

ବିକାରୀ ଶରୀର କ୍ରିୟା(Pathophysiology)

କ୍ଷୁଦ୍ର ଅନ୍ତ ଓ ବୃହଦନ୍ତର ସଙ୍କ୍ରମଣ ଯୋଗୁ ହେଉଥିବା ତରଳ ଝାଡା ଓ ବାନ୍ତି ରୋଗକୁ ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍ କୁହାଯାଏ। କ୍ଷୁଦ୍ର ଅନ୍ତ ନାଳୀରେ ପ୍ରଦାହ ହୁଏ ନାହିଁ କିନ୍ତୁ ବୃହଦନ୍ତରେ ପ୍ରଦାହ ହୁଏ । ଏହି ରୋଗ ସୃଷ୍ଟି କରିବା ନିମନ୍ତେ ଗୋତିଏ ଜୀବାଣୁ(କ୍ରିପ୍ଟୋସ୍ପୋରିଡିଅମ୍)ଠାରୁ ଆରମ୍ଭ କରି ୧୦ (କଲେରା ଜୀବାଣୁ) ସ୍ଥଳ ବିଶେଷରେ ଆବଶ୍ୟକ ହୁଅନ୍ତି ।

ରୋଗ ନିର୍ଣ୍ଣୟ

ଏହି ରୋଗ ମୂଖ୍ୟତଃ ରୋଗୀର ଲକ୍ଷଣ ଓ ଚିହ୍ନ ଦେଖି ନିର୍ଣ୍ଣୟ କରାଯାଏ । ସଠିକ ଭାବେ ଏହାର କାରଣ ନିର୍ଣ୍ଣୟ ଅନାବଶ୍ୟକ ଯେ ହେତୁ ଏହାର ଚିକିତ୍ସା ଉପରେ ପ୍ରଭାବ ନାହିଁ । ଝାଡାରେ ରକ୍ତ ଦେଖାଗଲେ ପରୀକ୍ଷା ଆବଶ୍ୟକ; ବିଷାକ୍ତ ଖାଦ୍ୟ ଯୋଗୁ ଏହା ହୋଇପାରେ । ୧୦% ପିଲାଙ୍କର ଗ୍ଲୁକୋଜ ବା ଶର୍କରା ଅଂଶ କମିଯାଏ ଏଣୁ ରକ୍ତର ଗ୍ଲୁକୋଜ ପରୀକ୍ଷା ଆବଶ୍ୟକ ହୁଏ । ଅତ୍ୟଧିକ ନିର୍ଜଳନ ଥିଲେ କିଡନି କର୍ମକୁଶଳତା ପରୀକ୍ଷା ଓ ଇଲେକ୍ଟ୍ରୋଲାଇଟ ପରୀକ୍ଷା କରାଯାଏ ।

ନିର୍ଜଳନ

ଏହାକୁ ତିନି ଭାଗରେ ବିଭକ୍ତ କରାଯାଏ: ସାମାନ୍ୟ(୩ ରୁ୫%), ମଧ୍ୟମ(୬ରୁ ୯%) ଓ ଅତିଶୟ(୧୦% ବା ଅଧିକ) । ପିଲାମାନଙ୍କ ଦେହରେ ନିର୍ଜଳନର ମୂଖ୍ୟ ଲକ୍ଷଣ : - ଦେହର କୌଣସି ସ୍ଥାନକୁ ଅଳ୍ପ ସମୟ ନିମନ୍ତେ ଟିପଦ୍ୱାରା ଚିପି ଧରି ଛାଡିଦେଲେ ଶେତା ଦେଖାଯାଏ କିନ୍ତୁ ସଙ୍ଗେ ସଙ୍ଗେ ରକ୍ତିମ ହୋଇ ସାଧାରଣ ରଙ୍ଗ ହୋଇଯାଏ । ନିର୍ଜଳନ ଥିଲେ ସେହି ସ୍ଥାନର ରଙ୍ଗ ଫେରିବାକୁ ସମୟ ଲାଗେ । ନିଶ୍ୱାସ ପ୍ରଶ୍ୱାସ ସାଧାରଣ ରହେ ନାହିଁ । ପାଟି ଶୁଖି ଯାଏ, ଲୁହ ବହେ ନାହିଁ ଚମର ଇଲାସ୍ଟିସିଟି ରହେ ନାହିଁ ଓ ଆଖି ଭିତରକୁ ପଶିଯାଏ । ପରିସ୍ରା ପରିମାଣ କମିଯାଏ ।

ପ୍ରତିଷେଧ

ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍ 
Percentage of rotavirus tests with positive results, by surveillance week, United States, July 2000 – June 2009.

ଅଣସଂକ୍ରମିତ ଜଳ ଯୋଗାଣ ଓ ଉତ୍ତମ ସ୍ୱାସ୍ଥ୍ୟରକ୍ଷା ଯୋଗୁ ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍ ରୋଗ ହାର କମିଯାଏ । ଭଲ ଭାବରେ ହାତ ଧୋଇଲେ ଏହି ରୋଗ ୩୦ % କମିଯାଏ । ସ୍ତନ୍ୟପାନ ଯୋଗୁ ରୋଗ କମ ହୁଏ, ରୋଗ ସମୟ ଓ ପୁନଃପୌନିକତାକୁ କମାଏ । ସଂକ୍ରମିତ ଖାଦ୍ୟ ଓ ପାନୀୟ ବର୍ଜନ ଉଚିତ ।

ଟୀକା

ପିଲାମାନଙ୍କୁ ରୋଟା ଭୁତାଣୁ ଟୀକା ଦେବା ନିମନ୍ତେ ଡବ୍ଲ୍ୟୁ. ଏଚ୍.ଓ. ଉପଦେଶ ଦେଇଛି । ଆମେରିକାର ରୋଟା ଟୀକାଦ୍ୱାରା ୮୦% ରୋଗ କମି ଯାଇଛି । ଅଧୁନା ଦୁଇ ପ୍ରକାର ଟୀକା ମିଳୁଛି ଓ ଅନ୍ୟ କେତେକ ଟୀକାର ପ୍ରସ୍ତୁତି ଚାଲିଛି । ଟୀକାର ପ୍ରଥମ ଡୋଜ ୬ରୁ ୧୫ ସପ୍ତାହ ମଧ୍ୟରେ ଦିଆଯାଏ । କଲେରା ଟୀକା ୫୦ରୁ ୬୦% କାମ ଦିଏ ।

ଚିକିତ୍ସା

ଗ୍ଯାସ୍ଟ୍ରୋଏଣ୍ଟେରାଇଟିସ୍ ଏକ ତୀବ୍ର ଓ ସ୍ୱତଃ ଭଲ ହେବା ରୋଗ ଓ ଏହା ନିମନ୍ତେ କୌଣସି ଔଷଧ ଦରକାର ହୁଏ ନାହିଁ। ସ୍ୱଳ୍ପ ଓ ମଧ୍ୟମ ଧରଣର ରୋଗରେ ନିର୍ଜଳନ ନିମନ୍ତେ ଓରାଲ ରିହାଡ୍ରେସନ ଥେରାପି (ORT) ଦିଆଯାଏ ।ମେଟୋକ୍ଲୋପ୍ରମାଇଡ୍ ଏବଂ/ କିମ୍ବା ଓନ୍ଡାନସ୍ଟେରନ କେତେକ ପିଲାମାନଙ୍କୁ ସାହଯ୍ୟ କରେ । ବ୍ୟୁଟାଇଲ୍‌ସ୍କୋପୋଲାମିନ୍ ଦେଲେ ଉଦର ଯନ୍ତ୍ରଣା କମିଯାଏ ।

ପୁନଃ ଜଳଯୋଜନ(Rehydration)

ବଜାରରେ ଏଥି ନିମନ୍ତେ ଓ.ଆର.ଏସ୍. ପାଉଡର ମିଳେ । ଏହାକୁ ଥଣ୍ଡା ହୋଇଥିବା ଫୁଟା ପାଣିରେ ନିର୍ଦ୍ଦେଶ ମୁତାବକ ଓ.ଆର୍.ଏସ୍. ମିଶେଇ ପାନୀୟ ପ୍ରସ୍ତୁତ କରି ରୋଗୀକୁ ପିଇବାକୁ ଦିଆଯାଏ । ଏହି ପାନୀୟ ପାଟିକୁ ଭଲ ନ ଲାଗିଲେ ସାଧାରଣ ଜଳ ସାଥିରେ ସାମାନ୍ୟ ଚିନି / ଗ୍ଲୁକୋଜ ଓ ଲୁଣ ମିଶେଇ ରୋଗୀକୁ ଦିଆଯାଏ । ଯଦି ନିର୍ଜଳନ ଅତ୍ୟଧିକ ଥାଏ ବା ଚେତନା କମି ଯାଉଥାଏ ତେବେ ଶୀରା ମଧ୍ୟରେ ସାଲାଇନ୍ ଓ ରିଙ୍ଗର ଲାକ୍ଟେଟ ଇତ୍ୟାଦି ଦିଆଯାଏ । ଅତ୍ୟଧିକ ଚିନି ପାଣି, ସଫ୍ଟ ଡ୍ରିଙ୍କ ଓ ଫଳ ଜୁସ ଦେବା ମନା । ଦରକାର ହେଲେ ନାକ ବାଟେ ନଳି ପୁରାଇ ତରଳ ପଦାର୍ଥ ଦିଆଯାଏ ।

ଖାଦ୍ୟ

ସ୍ତନ ପାନ କରୁଥିବା ଶିଶୁ ସ୍ତନ ପାନ ଜାରି ରଖିବ । ଓ.ଆର୍.ଏସ୍. ପିଇବା ପରେ ସ୍ତନ ପାନ ନ କରୁଥିବା ପିଲା ଯେଉଁ ଖାଦ୍ୟ ଖାଉଥିଲା ତାହା ଖାଇବ । ଲାକ୍ଟୋଜ ବିହୀନ ଖାଦ୍ୟ ଅନାବଶ୍ୟକ । ପିଲାମାନେ ରୋଗ ହେଉଥିବା ପୂର୍ବରୁ ଯେଉଁ ଖାଦ୍ୟ ଖାଉଥିଲେ ସେହି ଖାଦ୍ୟ ଖାଇବେ, କେବଳ ଅତ୍ୟଧିକ ଚିନି ଭଳି ପଦାର୍ଥ ଖାଇବେ ନାହିଁ । ଯଥେଷ୍ଟ ଖାଦ୍ୟ ସାର ନ ଥିବାରୁ କଦଳୀ, ଟୋଷ୍ଟ୍, ଚା ଇତ୍ୟାଦି ଉପଯୁକ୍ତ ନୁହେଁ। ପ୍ରୋବାୟୋଟିକ ବା ଉପକାରୀ ଜୀବାଣୁ ଔଷ ଧ ଆକାରରେ ଖାଇଲେ ଉପକାର ମିଳେ ଓ ରୋଗ ସମୟ କମିଯାଏ । ଆଣ୍ଟିଆୟୋଟିକ ଜନିତ ଝାଡାରେ ଏହା ପ୍ରତିଷେଧ ଓ ଚିକିତ୍ସା ଉଭୟରେ ଉପକାର କରେ । ଦହି ଖାଇଲେ ଭଲ ।ପିଲାମାନଙ୍କଠାରେ ଜିଙ୍କ ଥିବା ଔଷଧଦ୍ୱାରା ପ୍ରତିଷେଧ ଓ ଚିକିତ୍ସା ଉଭୟ ଫଳପ୍ରଦ ।

ବାନ୍ତି ପ୍ରତିରୋଧକ ଔଷଧ

ଓଣ୍ଡାନ୍ ସେଟ୍ରନ ଖାଇବାଦ୍ୱାରା ବାନ୍ତି କମିଯାଏ, ଶିରାରେ ଦିବାକୁ ଥିବା ସାଲାଇନ୍ ଇତ୍ୟାଦି କମ୍ ଦରକାର ପଡେ ଓ ଘରେ ମଧ୍ୟ ଚିକିତ୍ସା କରିହୁଏ । ମେଟୋକ୍ଲୋପ୍ରାମାଇଡ୍ ଔଷଧ ମଧ୍ୟ ଉପକାର କରେ । ବେଳେ ବେଳେ ଚିକିତ୍ସାଳୟକୁ ଯିବା ଦରକାର ହୁଏ ।

ଆଣ୍ଟିବାୟୋଟିକ୍

ସଧାରଣତଃ ଆଣ୍ଟିବାୟୋଟିକ୍ ଆବଶ୍ୟକ ହୁଏ ନାହିଁ, ରୋଗ ସାଂଘାତିକ ହେଲେ ଦିଆଯାଏ ବା ସମ୍ବେଦନଶୀଳ ଜୀବାଣୁ ଜଣା ପଡ଼ିଲେ ଦିଆଯାଏ । ଫ୍ଲୋରୋକୁନିଲିନ୍ ଅପେକ୍ଷା ମାକ୍ରୋଲାଇଡ ଅଧିକ ଫଳପ୍ରଦ । ଆଣ୍ଟିବାୟୋଟିକଦ୍ୱାରା ସିଗଲା, ସାଲମୋନେଲା ଓ ଜିଆଡିଆ । ଜିଆଡିଆ ଓ ଇ.ଏଚ୍ ଥିଲେ ମେଟ୍ରୋନିଡାଜୋଲ୍ ଅପେକ୍ଷା ଟିନିଡାଜୋଲ୍ ଅଧିକ ଫଳପ୍ରଦ । ଆଣ୍ଟିବାୟୋଟିକ୍ ଖାଇବା ଦ୍ୱାର ସୁଡୋମୋନାସ୍ କୋଲାଇଟିସ୍ ହୁଏ। ଏହା ହେଲେ ଆଣ୍ଟିବାୟୋଟିକ୍ ଦେବା ବନ୍ଦ କରିଦିଆ ଯାଏ ଓ ମେଟ୍ରୋନିଡାଜୋଲ୍ ବା ଭାଙ୍କୋମାଇସିନ୍ ଦିଆଯାଏ । ଏଣ୍ଟାମିବା ବା ସିଗେଲା ପରଜୀବି ଥିଲେ ଟିନିଡାଜୋଲ୍ ଦିଆଯାଏ ।

ସଂକ୍ରମଣ ଅନୁଶୀଳନ

ଆଧାର

ବାହାର ଲିଙ୍କ

Tags:

ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍ ଚିହ୍ନ ଓ ଲକ୍ଷଣଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍ କାରଣଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍ ବିକାରୀ ଶରୀର କ୍ରିୟା(Pathophysiology)ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍ ରୋଗ ନିର୍ଣ୍ଣୟଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍ ପ୍ରତିଷେଧଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍ ଚିକିତ୍ସାଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍ ସଂକ୍ରମଣ ଅନୁଶୀଳନଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍ ଆଧାରଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍ ବାହାର ଲିଙ୍କଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍ଇଂରାଜୀ ଭାଷାଜ୍ୱରତରଳ ଝାଡ଼ାବାନ୍ତି

🔥 Trending searches on Wiki ଓଡ଼ିଆ:

ଜିମି ୱେଲ୍ସରାମାବତାରମ୍ବିରଳା ମନ୍ଦିର, କୋଲକାତାହୃଷୀକେଶ ମଲ୍ଲିକଗର୍ଭାଶୟ କର୍କଟପୁନମ ମିଶ୍ରନାରାୟଣ ସାହୁପୁରୀଭଦ୍ରକଫରିନା ଆଜାଦଗୁରୁପ୍ରସାଦ ମହାନ୍ତିଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟଜଳପ୍ରେମଆଲୋକଦାମୋଦର ରାଉତଇତିହାସଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରସାମାଜିକ ଆନ୍ଦୋଳନଅଷ୍ଟ୍ରେଲିଆମଟର ସାଇକେଲକାଞ୍ଚି ଅଭିଯାନବିଜୟ ଶଙ୍କର ଦାସମଙ୍ଗଳା ମନ୍ଦିରପ୍ରାଣକୃଷ୍ଣ ପରିଜା୫ ନଭେମ୍ବରସୂର୍ଯ୍ୟବଂଶୀ ସୂରଜପାରମିତା ଶତପଥୀକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଦୁର୍ଗା ପୂଜାସୌଭାଗ୍ୟ କୁମାର ମିଶ୍ରଓଡ଼ିଶାର ସଂସ୍କୃତିପ୍ରତିଭା ରାୟଶରତ କୁମାର ମହାନ୍ତିବରଗଛଓଡ଼ିଶାରୋହିତ ଶର୍ମାବିଭୂତି ପଟ୍ଟନାୟକଗଙ୍ଗାଧର ରଥଜଗନ୍ନାଥ ମନ୍ଦିରଭଣ୍ଡ ଗଣେଶନଟବର ସାମନ୍ତରାୟପରିବେଶରାମଶଙ୍କର ରାୟବିଜୟ ମିଶ୍ରସମର ସଲିମ ସାଇମନଗୋପୀନାଥ ମହାନ୍ତିଉଇକିଅଭିଧାନକୃଷ୍ଣକଟକନେମାଳଓଡ଼ିଆ ଭାଗବତଓଡ଼ିଶାର ଭୂଗୋଳଜନ୍ମ ନିରୋଧଓଡ଼ିଆ ସାହିତ୍ୟର ଇତିହାସଦେବଗଡ଼ ଜିଲ୍ଲାଶାସ୍ତିପାପୁଆ ନିଉ ଗିନିଭାରତୀୟ ସମ୍ବିଧାନଆନ୍ତର୍ଜାତିକ ମହିଳା ଦିବସପ୍ରଣବ ପ୍ରକାଶ ଦାସଗୌରହରି ଦାସଧରିତ୍ରୀ (ଖବରକାଗଜ)ଶ୍ରବଣ ( ରାମାୟଣ ର ଚରିତ୍ର )ଶ୍ରଦ୍ଧାକର ସୂପକାରବଳରାମ ଦାସଶିବନବଗୁଞ୍ଜରରାଜାରାଣୀ ମନ୍ଦିରତ୍ରିପୁରା ମିଶ୍ରପଣା ସଂକ୍ରାନ୍ତି🡆 More