ଶଲରା: ଲତା

ଶଲରା ଏକ ଲତା ଜାତୀୟ ଉଦ୍ଭିଦ। କେହି କେହି ଏହାକୁ ପାଞ୍ଚ ଆଙ୍ଗୁଳିଆ ଲତା ବୋଲି କହିଥାନ୍ତି, କାରଣ ଏହାର ପତ୍ର ଦେଖିବାକୁ ଠିକ୍ ହାତ ପାପୁଲି ପରି ଓ ଏଥିରେ ହାତର ଆଙ୍ଗୁଳି ପରି ପାଞ୍ଚଟି ଆକୃତି ମଧ୍ୟ ରହିଥାଏ। ଏଇ ପତ୍ର ଗୁଡ଼ିକ ଅଳ୍ପକେ କଲରାପତ୍ର ପରି ଦିଶେ। ଏହାର ଫଳଗୁଡ଼ିକ ଛୋଟ ବରକୋଳି ଆକାରର। ଏଗୁଡ଼ିକ ଶିବଲିଙ୍ଗପରି ଦିଶୁଥିବାରୁ ଏହାକୁ ଶିବଲିଙ୍ଗୀ ବୋଲି ମଧ୍ୟ କୁହାଯାଏ। ଏ ଗୁଡ଼ିକ ପାଚିଲେ ଲାଲ ଦେଖାଯାଏ। ଏ ଲତାର ସର୍ବାଙ୍ଗ ଦୁର୍ଗନ୍ଧମୟ। ବାଡ଼ ଓ ଅନ୍ୟାନ୍ୟ ଗଛ ଉପରେ ଏହା ମାଡ଼ିଥାଏ। ଭାରତରେ ସର୍ବତ୍ର ଏହା ଦେଖିବାକୁ ମିଳେ। ଓଡ଼ିଶାରେ କେତେକ ଅଞ୍ଚଳରେ ଲୋକେ ଛଞ୍ଚିଣାକୁ ଶଲରା ବୋଲି କହିଥାନ୍ତି, କିନ୍ତୁ ବାସ୍ତବରେ ଏ ଦୁଇଟି ଭିନ୍ନ ଭନ୍ନ।

ବିବିଧ ଭାରତୀୟ ପ୍ରାଦେଶିକ ନାମ

ପ୍ରାଦେଶିକ ଭାଷା ନାମ
ଓଡ଼ିଆ ଶଲରା, ଶିବଲିଙ୍ଗୀ, ପାଞ୍ଚଆଙ୍ଗୁଳିଆ
ସଂସ୍କୃତ ଶିବଲିଙ୍ଗୀ, ଲିଙ୍ଗୀକା, ଶିବଜା, ଦେବୀ ଲିଙ୍ଗଜା, ଈଶ୍ୱରୀ, ବହୁପତ୍ରୀ, ଚିତ୍ରପଳା, ଚଣ୍ଡା, ଚଣ୍ଡାଳୀ, ଚଣ୍ଡାବତୀ ଓ ଶିବ ମଲ୍ଲିକା କୁହାଯାଏ।
ହିନ୍ଦୀ ଶିବଲିଙ୍ଗୀ, ପଞ୍ଚାଗୁରିଆ
ତେଲୁଗୁ ପଞ୍ଚାଗୁଲ
ବଙ୍ଗଳା ଶିବଲିଙ୍ଗୀ, ଲିଙ୍ଗିନୀ

ଶାସ୍ତ୍ରୋକ୍ତ ଗୁଣ

ପ୍ରବଳ କଟୁରସ, ରସାୟନ, ଉଷ୍ଣବୀର୍ଯ୍ୟ, ପୁଷ୍ଟିକର, ରକ୍ତ ଶୋଧକ, ଗର୍ଭଦାୟକ, ମସ୍ତିସ୍କ ବଳଦାୟକ, କ୍ଷୁଧାବର୍ଧକ, କାନ୍ତି ପ୍ରଦାୟକ, ଜ୍ୱର, ରକ୍ତବିକାର, କୁଷ୍ଠ, ଅମ୍ଳପିତ୍ତ, ଦଦ୍ରୁ, ବ୍ରଣ, କ୍ଷତ, ଉପଦଂଶ, ଅସ୍ତ୍ରାଘାତ, କୃମି, ବାତ ଓ ସର୍ପବିଷ ନାଶକ ଅଟେ।

ବ୍ୟବହାର

ଏହାର ମଞ୍ଜିକୁ ସ୍ତ୍ରୀ ରୋଗ, ବିଶେଷକରି ବନ୍ଧ୍ୟାତ୍ୱ ପାଇଁ ଏହାର ଉପଯୋଗ କରାଯାଏ। ଏହାର କଞ୍ଚାଫଳ ଅଜୀର୍ଣ, ଆମାଶୟ, ରକ୍ତବିକାର, ମଳରୋଧ ଓ ଶୂଳ ଆଦିର ନିବାରଣ କରେ। ଏହାର ପତ୍ର ବିଭିନ୍ନ ପ୍ରକାର ଚର୍ମରୋଗର ଔଷଧ ରୂପେ ବ୍ୟବହାର କରାଯାଏ। ଏହାର ମୂଳ ଗୁଳ୍ମ, ପ୍ଳୀହା, ଅଗ୍ନିମାନ୍ଦ୍ୟ ଆଦି ଦୂରକରେ। ଏହାର ସର୍ବାଙ୍ଗ ମସ୍ତିସ୍କଭ୍ରମ, ରକ୍ତବିକାର ଓ ଅଜୀର୍ଣ ଆଦିର ଶାମକ ଅଟେ।

ବାହାର ଆଧାର

  • ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି. ଧର୍ମଗ୍ରନ୍ଥ ଷ୍ଟୋର, ଅଲିଶା ବଜାର, କଟକ

Tags:

ଶଲରା ବିବିଧ ଭାରତୀୟ ପ୍ରାଦେଶିକ ନାମଶଲରା ଶାସ୍ତ୍ରୋକ୍ତ ଗୁଣଶଲରା ବ୍ୟବହାରଶଲରା ବାହାର ଆଧାରଶଲରା

🔥 Trending searches on Wiki ଓଡ଼ିଆ:

ରାଷ୍ଟ୍ରୀୟ ପେନସନ ପ୍ରଣାଳୀତନ୍ଦ୍ରାଲୋକର ପ୍ରହରୀରାଧାନାଥ ରାୟଶିମିଳିପାଳ ଜାତୀୟ ଉଦ୍ୟାନପଖାଳଚେତନ ଭଗତଶୁଚିତ୍ୱଟାଟା ମୋଟରସମନମୋହନ ସାମଲଶ୍ରାଦ୍ଧନରେନ୍ଦ୍ର ମୋଦୀକପିଳାସ ଶିବ ମନ୍ଦିର୧୮ ମାର୍ଚ୍ଚଜହ୍ନପ୍ରାଣବନ୍ଧୁ କରବିଦ୍ୟାଳୟପଟ୍ଟନାୟକବନ୍ଦେ ଉତ୍କଳ ଜନନୀପ୍ଲାଟିନମଇଲୋପେରିଡୋନଦି ଓ୍ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ଓଡ଼ିଆ ଲିପିତରୁଣକାନ୍ତି ମିଶ୍ରରାମଚନ୍ଦ୍ର ବେହେରାଓଡ଼ିଆ ପତ୍ରିକା ଗୁଡ଼ିକର ତାଲିକାଫାଲଗୁନନୀଳମାଧବ ମନ୍ଦିରପୁରାଣବ୍ରାଉଜରଡାଇରେକ୍ଟ ବେନିଫିଟ ଟ୍ରାନ୍ସଫରବୈଶାଖଲୋକ ସଭାଜଗମୋହନମାଳିକାDarifenacinପରିବାରରତି ରଞ୍ଜନ ମିଶ୍ରଦ୍ୱିତୀୟ ବିଶ୍ୱଯୁଦ୍ଧପରିଣାମବଳରାମ ମିଶ୍ରମାଣବସା ଗୁରୁବାରବ୍ରାହ୍ମଣୀ ନଦୀଜହ୍ନିଓଷାପରିସଂଖ୍ୟାନଓଡ଼ିଶାମାଗୁଣିର ଶଗଡ଼ଗଣିତସମ୍ବଲପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ରବି ସିଂଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାପାଇଥନ୍ (ପ୍ରୋଗ୍ରାମିଂ ଭାଷା)ବାହୁଡ଼ା ଯାତ୍ରାକ୍ରିଏଟିଭ କମନ୍ସଦୀପାବଳୀଗୀତା ଦାଶକୌଶଲ୍ୟା ବନ୍ଧବିଶ୍ୱ ତମାଖୁହୀନ ଦିବସଭାରତ-ଚୀନ ସୀମା ବିବାଦପଦାର୍ଥ ବିଜ୍ଞାନରାମଶଙ୍କର ରାୟଭୁବନେଶ୍ୱରପୁଷ୍ପେନ୍ଦ୍ର ସିଂହ ଦେଓପ୍ରତିଭା ରାୟଶ୍ରୀନିବାସ ରାମାନୁଜନବିଧାନ ସଭା ସଭ୍ୟ୨୯ ମାର୍ଚ୍ଚମିଶେଲ ଓବାମା🡆 More