ରେଶମ ପଥ

ଆମ ଦେଶରେ

ରେଶମ ପଥ (ରେଶମ ସୂତ୍ର ବା ରେଶମ ମାର୍ଗ ନାମରେ ମଧ୍ୟ ଜଣା) ଏକ ପୁରାତନ ବେପାର ବଣିଜ ତଥା ଚଳଣିଗତ ଆଦାନ ପ୍ରଦାନ ପଥକୁ ବୁଝାଇଥାଏ । ବିଭିନ୍ନ ସମୟରେ ଏହି ପଥସବୁ ଯୋଡ଼ିଥିଲା ଏସିଆ ମହାଦେଶ ସହ ପାଶ୍ଚାତ୍ୟ ଓ ପ୍ରାଚ୍ୟ ଭିତରେ ଚଳଣିଗତ ପରିବହନ ନିମନ୍ତେ ଚୀନଭାରତର ବଣିକ, ତୀର୍ଥଯାତ୍ରୀ, ସାଧୁ, ଯାଯାବର ଓ ସହରୀ ଲୋକଙ୍କୁ ଭୂମଧ୍ୟ ସାଗର ସହ ଯୋଡ଼ିଥିଲା ।

ହାଣ ସାମ୍ରାଜ୍ୟ (ଖ୍ରୀ.ପୂ. ୨୬୦- ଖ୍ରୀ.ପୂ. ୨୨୦)ର ରାଜୁତି କାଳରେ 6,000 kilometres (4,000 miles) ବ୍ୟାପୀ ରହିଥିବା ରେଶମ ପଥର ନାମ ପଥ ସାରା ଚାଲିଥିବା ମଖମଲି ଚୀନି ରେଶମର ବେପାର ବଣିଜରୁ ଆସିଛି । ଚୀନି ରାଜଦୂତ ଚାଙ୍ଗ କିଆନଙ୍କ ଦୂତକାମ ଓ ଅନ୍ୱେଷଣ ସକାଶେ ରେଶମ ବେପାରର କେନ୍ଦ୍ରୀୟ ଏସୀୟ ବିଭାଗଗୁଡ଼ିକ ପାଖାପାଖି ଖ୍ରୀ.ପୂ. ୧୧୪ ବେଳକୁ ହାଣ ସାମ୍ରାଜ୍ୟଦ୍ୱାରା ବଢ଼ାଯାଇଥିଲା । ଚୀନି ନିଜ ବେପାରର ସୁରକ୍ଷା ନିମନ୍ତେ ଅତି ଯତ୍ନବାନ ହୋଇ ବଣିଜ ପଥର ସୁରକ୍ଷା କରିବା ପାଇଁ ଚୀନର ବିଶାଳ କାନ୍ଥକୁ ବଢ଼ାଇଥିଲେ ।

ରେଶମ ପଥରେ ବେପାର ବଣିଜ ଚୀନ, ଭାରତୀୟ ଉପମହାଦେଶ, ପର୍ସିଆ, ଇଉରୋପ, ଆଫ୍ରିକା ଶିଖର ଓ ଆରବିଆରେ ସଭ୍ୟତା ଓ ଏହାର ଦୂରବାଟ, ରାଜନୀତିକ, ଅର୍ଥନୀତିକ ସମ୍ବନ୍ଧ ଆଦି ଆରମ୍ଭ କରି ବିକାଶରେ ଏକ ପ୍ରମୁଖ ଭୂମିକା ନିଭାଇଥିଲା । ଚୀନରେ ରେଶମ ମୁଖ୍ୟ ବେପାର ଉପାଦାନ ହୋଇଥିଲେ ହେଁ ଅନ୍ୟାନ୍ୟ ପଦାର୍ଥସବୁର ବେପାର ମଧ୍ୟ ହେଇଥିଲା । ଏହା ଛଡ଼ା ଧର୍ମ, ସମନ୍ୱୟୀ ଦାର୍ଶନିକଗଣ, ବିଭିନ୍ନ ବୈଷୟିକ କୌଶଳ ଏପରିକି ରୋଗସବୁ ମଧ୍ୟ ରେଶ ପଥ ଦେଇ ବ୍ୟାପିଥିଲେ । ସଭ୍ୟତାଗୁଡ଼ିକ ଭିତରେ ବାଣିଜ୍ୟିକ ଆଦାନପ୍ରଦାନ ସଙ୍ଗେ ଚଳଣିଗତ ଆଦାନପ୍ରଦାନ ମଧ୍ୟ ଏହି ଅନ୍ତର୍ଜାଲ ଯୋଗୁ ସାଧିତ ହେଉଥିଲା ।

ପୁରାତନ କାଳରେ ମୁଖ୍ୟ ବଣିକମାନେ ଥିଲେ ଚୀନି, ପର୍ସିଆନ, ସୋମାଲୀୟ, ସିରିଆନ, ରୋମାନ, ଆର୍ମେନିଆନ, ଭାରତୀୟ ଓ ବ୍ୟାକ୍ଟେରିଆନ ଥିଲେ ଓ ପରେ ୫ମରୁ ୮ମ ଶତକ ଯାଏ ସଗଡ଼ିଆନ ଲୋକେ । ଇସଲାମର ଉତ୍ଥାନ ଫଳରେ ଆରବୀୟମାନେ ମଧ୍ୟ ବେପାରରେ ଅଧିକ ସକ୍ରିୟ ହେବା ଆରମ୍ଭ କଲେ ।

୨୦୧୪ ମସିହା ଜୁନମାନରେ ଇଉନେସ୍କୋ ଚାଙ୍ଗାନ ଟିଆଁସାଁ କରିଡ଼ର ଅଫ ଦି ସିଲ୍କ ରୋଡ଼କୁ ବିଶ୍ୱ ଐତିହ୍ୟ ସ୍ଥଳୀର ମାନ୍ୟତା ଦେଇଥିଲେ ।

ଇତିହାସ

ପୂର୍ବାରମ୍ଭ

ଅନ୍ତର୍ମହାଦେଶୀୟ ଯାତ୍ରା

ରେଶମ ପଥ 
ଖ୍ରୀପୂ ୩୦୦ରେ ପାଜିରିକ ଘୋଡ଼ା ଚଢ଼ାଳି ।

ଭାରବାହୀ ପଶୁମାନଙ୍କୁ ପାଳନ କରି ଓ ଜାହାଜ ଗଢ଼ାରେ ଉନ୍ନତୀକରଣ ହେବା ପରେ ଇତିହାସ ପୂର୍ବ ଲୋକେ ଦୂର ବାଟରେ ଅଧିକ ଓଜନିଆ ଭାର ନେବା ଆଣିବା କରିବା ଆରମ୍ଭ କଲେ । ଏଥି ସହିତ ଚଳଣିଗତ ଆଦାନପ୍ରଦାନ ଓ ବେପାର ମଧ୍ୟ ବଢ଼ିଲା । ଏସିଆର ବିଶାଳ ଘାସପଡ଼ିଆ ଅଧିକ ଚାରଣ ପାଇଁ ଜାଗା, ପାଣି, ଓ ଯାଯାବରମାନଙ୍କ ପାଇଁ ସହଜ ବାଟ ଯୋଗାଇଲା । ଫଳରେ ପଥଚାରୀମାନେ ଚାଷଜମି ନଷ୍ଟ ନ କରି ଓ ବଣୁଆ ପଶୁମାନଙ୍କୁ ନ ହୁରୁଡ଼ାଇ ପ୍ରଶାନ୍ତରୁ ଆଫ୍ରିକା ତଥା ଇଉରୋପ ଭିତରେ ଅଧିକ ଦୂରତା ଅତିକ୍ରମ କରିପାରିଲେ ।

ଚୀନୀ ଓ ମଧ୍ୟ ଏସୀୟ ଯୋଗାଯୋଗ

ଖ୍ରୀ.ପୂ. ଦ୍ୱିତୀୟ ସହସ୍ରାବ୍ଦଠାରୁ ଇଆରକେଣ୍ଟ ଓ ଖୋଟାନରୁ ନେଇ ଚୀନ ଯାଏ ନେଫ୍ରାଇଟ ଜେଡ଼ର କାରବାର ଚାଲିଥିଲା ।

ଆଧାର

ବାହାର ଲିଙ୍କ

Tags:

ରେଶମ ପଥ ଇତିହାସରେଶମ ପଥ ଆଧାରରେଶମ ପଥ ବାହାର ଲିଙ୍କରେଶମ ପଥ

🔥 Trending searches on Wiki ଓଡ଼ିଆ:

ରାଜକିଶୋର ପଟ୍ଟନାୟକଚାନ୍ଦ୍ରମାସଜଳ୪ (ସଂଖ୍ୟା)ଦ୍ଵାରକାଧୀଶ ମନ୍ଦିରରାଜନୀତି ବିଜ୍ଞାନପୁରୁଷୋତ୍ତମ ଦେବବିଜୁ ଜନତା ଦଳବଣ୍ଡ (ଅର୍ଥ)ଥାଲକୁଡ଼ିହୃତ୍‌ପିଣ୍ଡଓଡ଼ିଆ ରାନ୍ଧଣାମହେନ୍ଦ୍ର ସିଂହ ଧୋନିସୁନାବେଶଅଭିମନ୍ୟୁ ସାମନ୍ତସିଂହାରଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଓଡ଼ିଶୀନନ୍ଦିଘୋଷସତ୍ୟେନ୍ଦ୍ର ନାଥ ବୋଷଯଦୁମଣି ମହାପାତ୍ରଭଦ୍ରକ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୨୪ ଅପ୍ରେଲମାଛମାଲକାନଗିରି ଜିଲ୍ଲାକୁଜିବର ପ‌ତ୍ରଜିନା ସାମଲଉଦ୍ଭିଦମହାବିଦ୍ୟାଓଡ଼ିଶାର ଇତିହାସପ୍ରଥମ ଭାସ୍କରଶେୟାର ବଜାରତରୁଣକାନ୍ତି ମିଶ୍ରପାଇକ ବିଦ୍ରୋହଦୀନକୃଷ୍ଣ ଦାସହେପାଟାଇଟିସବ୍ୟଞ୍ଜନ ବର୍ଣ୍ଣୟୁକ୍ରେନଓଡ଼ିଆ ଭାଷା ଆନ୍ଦୋଳନଗିରିଧର ଗମାଙ୍ଗଚୈତନ୍ୟଶନିବାରବୈଷ୍ଣବ ପାଣିତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରଯଶୋବନ୍ତ ଦାସଫତୁରାନନ୍ଦଉପେନ୍ଦ୍ର ଭଞ୍ଜଅଷ୍ଟ୍ରେଲିଆଯୌନ ଉତ୍ପୀଡ଼ନମଙ୍ଗଳା ମନ୍ଦିରନିତ୍ୟାନନ୍ଦ ଶତପଥୀଗୋପବନ୍ଧୁ ଦାସଶିଶୁ ଅନନ୍ତ ଦାସଚରକସ୍ଥୌଲ୍ୟତାରଥଯାତ୍ରାକୁତାମ ଚଣ୍ଡୀ ମନ୍ଦିରଆନ୍ଧ୍ର ପ୍ରଦେଶଶ୍ରୀତମ ଦାସହନୁମାନ ଚାଳିଶା୧୯୬୧ପୂରଣବାଚକ ସଂଖ୍ୟାରାଜେନ୍ଦ୍ର କିଶୋର ପଣ୍ଡାମ୍ୟାଲେରିଆ🡆 More