ଫାହିୟାନ: ଚୀନ ପରିବ୍ରାଜକ

ଫାହିୟାନ (ଇଂରାଜୀରେ Faxian) (ଖ୍ରୀ.

୩୩୭- ଆନୁମାନିକ ୪୨୨) ଜଣେ ଚୀନୀ ବୌଦ୍ଧ ସନ୍ୟାସୀ, ଅନୁବାଦକ ଓ ପରିବ୍ରାଜକ ଥିଲେ । ସେ ଚୀନରୁ ପଦଯାତ୍ରା କରି ଭାରତକୁ ଆସିଥିଲେ । ଖ୍ରୀ. ୩୯୯ରୁ ୪୧୨ ମଧ୍ୟରେ ନିଜ ଯାତ୍ରା ପଥରେ ସେ ମଧ୍ୟ ଏସିଆ, ଦକ୍ଷିଣ ଏସିଆ ଓ ଦକ୍ଷିଣ-ପୂର୍ବ ଏସିଆର ବିଭିନ୍ନ ରାଜ୍ୟ ପରିଭ୍ରମଣ କରି ବିଭିନ୍ନ ବୌଦ୍ଧ ଧର୍ମ ଗ୍ରନ୍ଥ ପ୍ରାପ୍ତ କରିଥିଲେ । ନିଜ ଯାତ୍ରା ବୃତ୍ତାନ୍ତ ସେ ଫୋଗୁଓ ଜି (ମୂଳ ଚୀନୀ ନାମ 佛國記) ନାମକ ଏକ ପୁସ୍ତକରେ ଲେଖିଥିଲେ । ଏହାର ଇଂରାଜୀ ଅନୁବାଦ ହେଉଛି A Record of Buddhist Kingdoms(ବୌଦ୍ଧ ରାଜ୍ୟମାନଙ୍କ ଏକ ବିବରଣୀ) ।

ଫାହିୟାନ
ଫାହିୟାନ: ଜୀବନୀ, ଫାହିୟାନଙ୍କ ଲେଖାର ଅନୁବାଦ, ଫାହିୟାନଙ୍କ ରଚନା
ଅଶୋକଙ୍କ ପ୍ରାସାଦର ଭଗ୍ନାବଶେଷ ଦେଖୁଥିବା ଫାହିୟାନ
ଧର୍ମବୌଦ୍ଧ ଧର୍ମ
ବ୍ୟକ୍ତିଗତ
ଜନ୍ମ୩୩୭
ପିଂଗୟାଂଗ ୱୁୟାଂଗ (平陽武陽), ଆଧୁନିକ ଲିନଫେନ ନଗର
ମୃତ୍ୟୁଆନୁମାନିକ ୪୨୨ (୮୫ ବର୍ଷ ବୟସରେ)
ଧାର୍ମିକ ବୃତ୍ତି
କାର୍ଯ୍ୟଫୋଗୁଓଜି (ବୌଦ୍ଧ ରାଜ୍ୟମାନଙ୍କ ଏକ ବିବରଣୀ)

କିଛି ସ୍ଥାନରେ ତାଙ୍କ ନାମ ଫାହିଏନଫାଃସିଏନ ବୋଲି ମଧ୍ୟ କୁହାଯାଇଛି ।

ଜୀବନୀ

ଖ୍ରୀ. ୩୯୯ରେ ଆଉ ୯ ଜଣ ସାଥୀଙ୍କ ସହ ବିଭିନ୍ନ ବୌଦ୍ଧ ଧର୍ମ ଗ୍ରନ୍ଥର ଅନୁସନ୍ଧାନରେ ଫାହିୟାନ ନିଜର ଯାତ୍ରା ଆରମ୍ଭ କରିଥିଲେ । ଚୀନରୁ ନିଜ ପଦଯାତ୍ରା ଆରମ୍ଭ କରି ଦୁର୍ଗମ ଗିରିପଥ ଓ ଶୀତଳ ମରୁଭୂମି ଅତିକ୍ରମ କରି ପଞ୍ଚମ ଶତାବ୍ଦୀର ଆରମ୍ଭରେ ସେ ଭାରତ ଆସି ପହଞ୍ଚିଥିଲେ । ଉତ୍ତର-ପଶ୍ଚିମ ପଟରୁ ସେ ଭାରତରେ ପ୍ରବେଶ କରିଥିଲେ ଓ ପରେ ପାଟଳିପୁତ୍ର ପହଞ୍ଚିଥିଲେ । ନିଜ ସହିତ ସେ ବିଭିନ୍ନ ବୌଦ୍ଧ ଧର୍ମ ଗ୍ରନ୍ଥ ଓ ବୌଦ୍ଧମାନଙ୍କ ମତରେ ପବିତ୍ର ବସ୍ତୁମାନ ସଂଗ୍ରହ କରି ଚୀନକୁ ଫେରି ଯାଇଥିଲେ । ପାଟଳିପୁତ୍ର ପହଞ୍ଚିବା ପରେ ସେ ତାହାର ଭଗ୍ନାବଶେଷ ବୁଲି ଦେଖିଥିଲେ ।

ଦ୍ୱିତୀୟ ଚନ୍ଦ୍ରଗୁପ୍ତଙ୍କ ରାଜୁତି ସମୟରେ ତାଙ୍କ ଭାରତ ଭ୍ରମଣ ସମ୍ପନ୍ନ ହୋଇଥିଲା । ଗୌତମ ବୁଦ୍ଧଙ୍କ ଜନ୍ମ ସ୍ଥଳ ଆଧୁନିକ ନେପାଳର ଲୁମ୍ବିନୀକୁ ଫାହିୟାନ ତୀର୍ଥ ଯାତ୍ରାରେ ମଧ୍ୟ ଯାଇଥିଲେ । କିନ୍ତୁ ନିଜ ଭ୍ରମଣ ବୃତ୍ତାନ୍ତରେ ସେ ଗୁପ୍ତ ବଂଶ ବିଷୟରେ କିଛି ଲେଖିନାହାନ୍ତି । ରାକ୍ଷସ ଓ ଡ୍ରାଗନମାନେ ଶ୍ରୀଲଙ୍କାର ମୂଳ ନିବାସୀ ବୋଲି ଫାହିୟାନ ଦାବୀ କରିଛନ୍ତି ।

ସିଂହଳରେ ଦୁଇ ବର୍ଷ ରହିବା ପରେ ଫାହିୟାନ ଚୀନ ଅଭିମୁଖେ ଜଳ ଯାତ୍ରା ଆରମ୍ଭ କରିଥିଲେ । ଏକ ବାତ୍ୟା ଯୋଗୁଁ ତାଙ୍କ ଜାହାଜ ଏକ ଦ୍ୱୀପରେ (ସମ୍ଭବତଃ ଜାଭା ଦ୍ୱୀପରେ) ଯାଇ ଲାଗିଥିଲା । ପାଞ୍ଚ ମାସ ସେଠାରେ ରହିବା ପରେ ଫାହିୟାନ ଆଉ ଏକ ଜାହାଜରେ ଦକ୍ଷିଣ ଚୀନ ଅଭିମୁଖେ ଯାତ୍ରା ଆରମ୍ଭ କଲେ । କିନ୍ତୁ ପୁନର୍ବାର ତାଙ୍କ ଜାହାଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ଚିନଦାଓ ସହରରୁ ୩୦ କିଲୋମିଟର ପୂର୍ବରେ ଥିବା ଲାଓ ପର୍ବତ (ବର୍ତ୍ତମାନର ଉତ୍ତର ଚୀନର ଶାନଡୋଂଗ) ନିକଟରେ ଯାଇ ପହଞ୍ଚିଲା । ସେ ତାଙ୍କର ବାକି ଜୀବନ ନିଜ ସଂଗୃହୀତ ସମସ୍ତ ଗ୍ରନ୍ଥ ଓ ଲେଖାର ଅନୁବାଦ ଓ ସମ୍ପାଦନାରେ ଅତିବାହିତ କରିଥିଲେ ।

ପଞ୍ଚମ ଶତାବ୍ଦୀରେ ରେଶମ ପଥ ଯେଉଁ ସବୁ ରାଜ୍ୟ ବା ଦେଶ ଦେଇ ଯାଇଥିଲା, ସେ ସମସ୍ତ ସ୍ଥାନର ତତ୍କାଳୀନ ଭୂଗୋଳ, ଇତିହାସ, ବୌଦ୍ଧ ଧାର୍ମିକ ପରମ୍ପରା ନିଜ ଭ୍ରମଣ ବୃତ୍ତାନ୍ତ ମାଧ୍ୟମରେ ଫାହିୟାନ ଜଣାଇଛନ୍ତି । ତାଙ୍କ ଲେଖାରେ ତକ୍ଷଶିଳା, ପାଟଳିପୁତ୍ର, ମଥୁରା, କନୌଜ ମଧ୍ୟ-ଭାରତର ନଗର ସବୁ ଉଲ୍ଲିଖିତ । ତାଙ୍କ ଲେଖାରେ ସେ ମଧ୍ୟ-ଭାରତର ଲୋକଙ୍କ ବେଶଭୂଷା ଓ ଖାଦ୍ୟପେୟ ଚୀନୀ ଲୋକଙ୍କ ପରି ବେଲି କହିଛନ୍ତି । ପାଟଳିପୁତ୍ର ଏକ ସମୃଦ୍ଧଶାଳୀ ନଗର ଥିଲା ବୋଲି ସେ କହିଛନ୍ତି ।

ସେ ୪୧୨ ଖ୍ରୀଷ୍ଟାବ୍ଦରେ ଫେରିଥିଲେ ଓ ବର୍ତ୍ତମାନର ନାନ୍‍ଜିଂଗ୍‍ରେ ବସତି ସ୍ଥାପନ କରିଥିଲେ । ୪୧୪ରେ ସେ ଫୁଗୁଓ ଜି ରଚନା କରିଥିଲେ । ମୃତ୍ୟୁ ପର୍ଯ୍ୟନ୍ତ ପ୍ରାୟ ଏକ ଦଶନ୍ଧି ସମୟ ସେ ଭାରତରୁ ସଂଗ୍ରହ କରି ଆଣିଥିବା ବିଭିନ୍ନ ବୌଦ୍ଧ ସୂତ୍ରର ଅନୁବାଦରେ ଅତିବାହିତ କରିଥିଲେ ।

ଫାହିୟାନଙ୍କ ଲେଖାର ଅନୁବାଦ

ଫାହିୟାନ: ଜୀବନୀ, ଫାହିୟାନଙ୍କ ଲେଖାର ଅନୁବାଦ, ଫାହିୟାନଙ୍କ ରଚନା 
ମିୟାଜିମାର ଦାଇଶୋ-ଇନ୍ ମନ୍ଦିରରେ ଫାହିୟାନଙ୍କ ମୂର୍ତ୍ତି
ଫାହିୟାନ: ଜୀବନୀ, ଫାହିୟାନଙ୍କ ଲେଖାର ଅନୁବାଦ, ଫାହିୟାନଙ୍କ ରଚନା 
ଭାରତ ଦେଇ ଫାହିୟାନଙ୍କ ଯାତ୍ରା ପଥ

ଜେମ୍ସ୍ ଲେଗ୍ଗେ ଫାହିୟାନଙ୍କ ଲେଖାର ଅନୁବାଦରେ ନିମ୍ନ ଲିଖିତ ଅନୁକ୍ରମଣିକା ଲେଖିଛନ୍ତି:

ଫାହିୟାନ ନିଜେ ଲେଖିଥିବା ବୃତ୍ତାନ୍ତ ବ୍ୟତୀତ ତାଙ୍କ ବିଷୟରେ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ଲେଖାଯାଇନାହିଁ । ମୁଁ ତାଙ୍କ ବିଷୟରେ ୫୧୯ ଖ୍ରୀଷ୍ଟାବ୍ଦରେ ସଙ୍କଳିତ ମେମୋୟର୍ସ୍ ଅଫ୍ ଏମିନେଣ୍ଟ୍ ମଂକ୍‍ସ୍ (Memoirs of Eminent Monks) ଓ ମିଂଗ୍ ସାମ୍ରାଜ୍ୟର ତୃତୀୟ ସମ୍ରାଟଙ୍କ ସମୟରେ (ଖ୍ରୀ. ୧୪୦୩-୧୪୨୪) ଲିଖିତ ମେମୋୟର୍ସ୍ ଅଫ୍ ମାର୍ଭେଲସ୍ ମଂକ୍‍ସ୍ (Memoirs of Marvellous Monks)ରୁ ତାଙ୍କ ବିଷୟରେ ପଢ଼ିଛି । ଏଗୁଡ଼ିକର ତଥ୍ୟ କିନ୍ତୁ ପ୍ରାୟ ଏକା ପରି ଓ ସେଥିରୁ ଅଧିକ କିଛି ଜାଣିହେବ ନାହିଁ ।

ଏଗୁଡ଼ିକ ଅନୁସାରେ ତାଙ୍କ ସଂଜ୍ଞା (ଶେଷ ନାମ) କୁଂଗ୍ ଥିଲା ଓ ସେ ପିଂଗ-ୟାଂଗର ୱୁ-ୟାଂଗର ମୂଳ ନିବାସୀ ଥିଲେ । ବର୍ତ୍ତମାନ ସୁଦ୍ଧା ଏହା ଶାନ୍-ଶିର ଏକ ବଡ଼ ବିଭାଗର ନାମ । ତାଙ୍କର ତିନି ଜଣ ବଡ଼ ଭାଇ ଥିଲେ କିନ୍ତୁ କୈଶୋରାବସ୍ଥାରେ ସେମାନଙ୍କ ମୃତ୍ୟୁ ହୋଇଯାଇଥିଲା । ତାଙ୍କ ପିତା ଏହା ପରେ ତାଙ୍କୁ ବୌଦ୍ଧ ସମାଜର ସେବାରେ ଉତ୍ସର୍ଗ କରିଥିଲେ । ପରିବାରରେ ରହୁଥିଲେ ହେଁ ପିତା ତାଙ୍କୁ ଶ୍ରମଣତ୍ୱ ଗ୍ରହଣ କରାଇଥିଲେ । ଯେତେବେଳେ ଫାହିୟାନ ଭୟଙ୍କର ରୋଗଗ୍ରସ୍ତ ହେଲେତାଙ୍କୁ ପିତା ବୌଦ୍ଧ ବିହାରକୁ ପଠାଇ ଦେଇଥିଲେ । ଫାହିୟାନ ସେଠାରେ ରୋଗମୁକ୍ତ ହେଲେ କିନ୍ତୁ ନିଜ ପିତା-ମାତାଙ୍କ ପାଖକୁ ନ ଫେରିବାର ନିଷ୍ପତ୍ତି ନେଲେ ।

ଦଶ ବର୍ଷ ବୟସରେ ପିତାଙ୍କ ନିଧନ ହୋଇଥିଲା । ତାଙ୍କର ଜଣେ ମାମୁଁ ତାଙ୍କ ମାତାଙ୍କ ବିଧବାବସ୍ଥାର କଷ୍ଟ ଦେଖି ଫାହିୟାନଙ୍କୁ ସନ୍ୟାସୀ ଜୀବନ ପରିତ୍ୟାଗ କରିବାକୁ ଅନୁରୋଧ କରିଥିଲେ ଓ ମାତାଙ୍କ ପାଖକୁ ଫେରି ଆସିବାକୁ କହିଥିଲେ । ଫାହିୟାନ ଏହାର ଉତ୍ତରରେ କହିଲେ – "ମୁଁ ପିତାଙ୍କ ଇଚ୍ଛା ମାନି ପରିବାର ଛାଡ଼ି ନଥିଲି । ବରଂ କଳୁଷିତ ଓ କାମୁକ ଜୀବନରୁ ଦୂରେଇ ରହିବା ପାଇଁ ମୁଁ ସାଂସାରିକ ଜୀବନ ପରିତ୍ୟାଗ କରିଥିଲି । ଏହି କାରଣରୁ ମୁଁ ସନ୍ୟାସୀ ଜୀବନ ଆପଣେଇଛି ।" ତାଙ୍କ ମାମୁଁ ତାଙ୍କୁ ଆଉ ପ୍ରବର୍ତ୍ତାଇବାକୁ ଚେଷ୍ଟା କରି ନଥିଲେ । ପରେ ତାଙ୍କ ମାତାଙ୍କ ନିଧନ ହେଲା, ମାତାଙ୍କ ଶେଷକ୍ରିୟା ପରେ ଫାହିୟାନ ବୌଦ୍ଧ ବିହାରକୁ ଫେରି ଆସିଥିଲେ ।

ଏକଦା ସେ କିଛି ସାଥୀଙ୍କ ସହ ଧାନ କାଟୁଥିବା ସମୟରେ କିଛି କ୍ଷୁଧାର୍ତ୍ତ ଚୋର ବଳପୂର୍ବକ ତାଙ୍କ ଶସ୍ୟ ଛଡ଼ାଇ ନେବାର ଚେଷ୍ଟା କରିଥିଲେ । ତାଙ୍କ ସାଥୀ ଶ୍ରମଣମାନେ ପଳାୟନ କଲେ, କିନ୍ତୁ ଫାହିୟାନ ସେଠାରେ ଛିଡ଼ା ରହିଲେ ଓ ଚୋରମାନଙ୍କୁ କହିଲେ – “ଯଦି ତୁମକୁ ଖାଇବାର ଅଛି ଶସ୍ୟତକ ନିଅ । କିନ୍ତୁ ତୁମେ ପୂର୍ବେ ଦାନ ନକରିଥିବାରୁ ଆଜି ଏପରି ଦଶା ଭୋଗୁଛ । ବର୍ତ୍ତମାନ ତୁମେ ପୁଣି ଅନ୍ୟମାନଙ୍କ ଶସ୍ୟ ଚୋରାଉଛ । ଦୁଃଖର ସହିତ କହିବାକୁ ପଡ଼ୁଛି ଯେ ତୁମେ ଭବିଷ୍ୟରେ ପୁଣି ଦାରିଦ୍ର୍ୟ ଓ କଷ୍ଟ ଭୋଗ କରିବ । ତେଣୁ ମୁଁ ପୂର୍ବରୁ ହିଁ ତୁମଠାରେ କ୍ଷମା ପ୍ରାର୍ଥନା କରୁଛି ।“ ଏପରି କହି ସେ ନିଜ ସାଥୀ ଶ୍ରମଣଙ୍କ ନିକଟକୁ ଫେରିଯିବାକୁ ବାହାରିଲେ । ଚୋରମାନେ ଶସ୍ୟ ଛାଡ଼ି ଚାଲିଗଲେ ଓ ସେଠାରେ ଥିବା ଶହ ଶହ ସନ୍ୟାସୀ ଫାହିୟାନଙ୍କ ସାହସର ପ୍ରଶଂସା କଲେ ।

ବୌଦ୍ଧ ଧର୍ମର ସେବା ପାଇଁ ପୂର୍ଣ୍ଣ ଦାୟିତ୍ୱ ବହନ କରିବା ବେଳକୁ ତାଙ୍କର ଶୃଙ୍ଖଳା, ବୁଦ୍ଧିମତା ଓ ସାହସ ବିଷୟରେ ସମସ୍ତଙ୍କୁ ଜଣା ଥିଲା । ତା’ ପରେ ସେ ଭାରତ ଭ୍ରମଣ କରି ବିନୟ ପିଟକର ସମସ୍ତ ଲେଖା ସଂଗ୍ରହ କରିବାକୁ ମନସ୍ଥ କଲେ । ଏହା ପରେ ଭାରତକୁ ତାଙ୍କର ଯାତ୍ରା ଓ ସମୁଦ୍ର ପଥରେ ଚୀନକୁ ତାଙ୍କ ପ୍ରତ୍ୟାବର୍ତ୍ତନ ଯାତ୍ରା ତାଙ୍କ ଲେଖାରୁ ଜାଣିହେବ । ସେଥିରେ ରାଜଗୃହର ଗୃଧ୍ରକୂଟ ଭ୍ରମଣ ସମୟରେ ତାଙ୍କ ସହ ଘଟିଥିବା କିଛି ସୁନ୍ଦର ଘଟଣାର ବୃତ୍ତାନ୍ତ ମଧ୍ୟ ରହିଛି ।

କଥିତ ଅଛି ଯେ ଚୀନକୁ ଫେରିବା ପରେ ସେ ରାଜଧାନୀ ନାନ୍‍ଜିଂଗ୍ ଯାଇଥିଲେ ଓ ସେଠାରେ ଭାରତୀୟ ଶ୍ରମଣ ବୁଦ୍ଧଭଦ୍ରଙ୍କ ସହିତ ମିଶି ଭାରତରୁ ସଂଗୃହୀତ ବିଭିନ୍ନ ବୌଦ୍ଧ ଗ୍ରନ୍ଥର ଅନୁବାଦ କରିଥିଲେ । ନିଜ ଅଭିଳାଷିତ ସମସ୍ତ କାର୍ଯ୍ୟ ସାରିବା ପରେ ସେ ବର୍ତ୍ତମାନର ହୁବେଇ ପ୍ରାନ୍ତର ଜିଂଝୌକୁ ଚାଲିଯାଇଥିଲେ ଓ ସେଠାରେ ସମସ୍ତଙ୍କୁ ଶୋକାକୁଳ କରି ୮୮ ବର୍ଷ ବୟସରେ ଦେହତ୍ୟାଗ କରିଥିଲେ । ତାଙ୍କର ସମସ୍ତ ଦେଶ ପରିଭ୍ରମଣ ସମ୍ପର୍କିତ ଏକ ଲେଖା ମଧ୍ୟ ରହିଥିଲା ।

ନିଜ ଲେଖା ବ୍ୟତୀତ ଫାହିୟାନଙ୍କ ବିଷୟରେ ଆଉ ଏତିକି ତଥ୍ୟ ଉପଲବ୍ଧ । ଫାହିୟାନ ତାଙ୍କର ନାମ ନୁହେଁ ବରଂ ତାଙ୍କ ଦାୟିତ୍ୱ ଲାଗି ତାଙ୍କୁ ଦିଆଯାଇଥିବା ଉପାଧି । ଫାହିୟାନ ନାମର ଅର୍ଥ ହେଲା “ନୀତିନିୟମରେ ପ୍ରବୀଣ” । ତା’ ପୂର୍ବରୁ ଯୋଡ଼ାଯାଇଥିବା ଶିଃ ଗୌତମ ବୁଦ୍ଧଙ୍କ (ଶାକ୍ୟ ମୁନି – ପ୍ରେମରେ ମହାନ, ଶାନ୍ତି ଓ ଏକାନ୍ତରେ ବସବାସ କରୁଥିବା) ନାମର ପ୍ରଥମାଂଶ । ଏହି ନାମ ପୂର୍ବ ତ୍ସିନ ସାମ୍ରାଜ୍ୟ (ଖ୍ରୀ. ୩୧୭-୪୧୯) କିମ୍ବା ଲ୍ୟୁ ସଂଗ୍ ସାମ୍ରାଜ୍ୟ (ଖ୍ରୀ. ୪୨୦-୪୭୮) ସମୟର ବୋଲି ମଧ୍ୟ କୁହାଯାଏ । ୨୦ ବର୍ଷ ବୟସରେ ସେ ଯଦି ଜଣେ ସନ୍ୟାସୀ ହେଲେ ଓ ୨୫ ବର୍ଷ ବୟସରେ ଭାରତ ଭ୍ରମଣରେ ଗଲେ, ତାଙ୍କ ଜୀବନ କାଳ ଏହି ଦୁଇ ସାମ୍ରାଜ୍ୟ ମଧ୍ୟରେ ବିଭାଜିତ ।

ଫାହିୟାନଙ୍କ ରଚନା

  • ଫାହିୟାନ (୧୮୮୬). A Record of Buddhistic Kingdoms; ବୌଦ୍ଧ ଧର୍ମ ଗ୍ରନ୍ଥ ଅନୁସନ୍ଧାନରେ ଚୀନୀ ସନ୍ୟାସୀ ଫାହିୟାନଙ୍କ ଖ୍ରୀ. ୩୯୯-୪୧୪ ସମୟରେ ଭାରତ ଓ ସିଂହଳ ଭ୍ରମଣ ବୃତ୍ତାନ୍ତ. ଜେମ୍ସ୍ ଲେଗ୍ଗେ (ଅନୁବାଦକ). ଦ କ୍ଲାରେଣ୍ଡନ୍ ପ୍ରେସ୍, ଅକ୍ସଫୋର୍ଡ୍.
  • ଫାହିୟାନ (୧୮୭୭). Record of the Buddhistic Kingdoms. ହର୍ବର୍ଟ୍ ଏ. ଜାଇଲ୍‍ସ୍ (ଅନୁବାଦକ). ଟ୍ରୁବ୍‍ନର୍ ଏଣ୍ଡ୍ କୋ., ଲଣ୍ଡନ.

ଆଧାର ଓ ଅନ୍ୟାନ୍ୟ ପଠନୀୟ ଉତ୍ସ

ଆହୁରି ଦେଖନ୍ତୁ

ଆଧାର

ପୁସ୍ତକ ଆଧାର

ଅନ୍ୟାନ୍ୟ ଲିଂକ୍


Tags:

ଫାହିୟାନ ଜୀବନୀଫାହିୟାନ ଙ୍କ ଲେଖାର ଅନୁବାଦଫାହିୟାନ ଙ୍କ ରଚନାଫାହିୟାନ ଆଧାର ଓ ଅନ୍ୟାନ୍ୟ ପଠନୀୟ ଉତ୍ସଫାହିୟାନ ଆହୁରି ଦେଖନ୍ତୁଫାହିୟାନ ଆଧାରଫାହିୟାନ ପୁସ୍ତକ ଆଧାରଫାହିୟାନ ଅନ୍ୟାନ୍ୟ ଲିଂକ୍ଫାହିୟାନଚୀନଭାରତ

🔥 Trending searches on Wiki ଓଡ଼ିଆ:

ନୂଆପଡ଼ା ଜିଲ୍ଲାପଞ୍ଚସଖାହରେକୃଷ୍ଣ ମହତାବଲକ୍ଷ୍ମୀନାରାୟଣ ସାହୁମହାତ୍ମା ଗାନ୍ଧୀବରୁଣସମ୍ବଲପୁରୀ ଭାଷାରାଧାଜଗନ୍ନାଥଙ୍କ ବେଶକାର୍ତ୍ତିକ ଚନ୍ଦ୍ର ରଥତୃପ୍ତି ଦାସପ୍ରୋଟାମିନ ସଲଫେଟଅଭିମନ୍ୟୁ ସାମନ୍ତସିଂହାରକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବବୀଣାପାଣି ମହାନ୍ତିଆର୍ଜେଣ୍ଟିନାପ୍ରମୋଦ କୁମାର ମହାନ୍ତିକେରଳଲାଟିନ ଭାଷାବାରବାଡୋସଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟଡାଇଭର୍ଟିକୁଲାଇଟିସ୍ଅକ୍ଷୟ ତୃତୀୟାଓଡ଼ିଶାର ଦୋଳଯାତ୍ରାଆପଲ କମ୍ପାନୀଓଡ଼ିଶାମହାପ୍ରସାଦଯାଜପୁରଚୋଡ଼ଗଙ୍ଗ ଦେବବୀର ସୁରେନ୍ଦ୍ର ସାଏ୧୯୬୮ସୁନାମିସୁରେନ୍ଦ୍ର ମହାନ୍ତିଭାଇ ଭାଇନଟବର ଶତପଥୀଫୁଲ୍ଲୋରି ଓଷାଓଡ଼ିଆଲିଓନରାଶି ଓ ନକ୍ଷତ୍ରଅଶ୍ୱିନୀ କୁମାର ଘୋଷଆମାଜନ ନ‌ଦୀଗ୍ରହବଳରାମଦଣ୍ଡ ନାଟଲୁସାକରାମାୟଣକର୍କଟ ରୋଗରଜନୀ ରଞ୍ଜନସାପ୨୮ ମାର୍ଚ୍ଚଖାରବେଳମନୋରଞ୍ଜନ ଦାସମହାଭାରତ୨୯ ମାର୍ଚ୍ଚଅଳେଇଚହିନ୍ଦୁରତ୍ନାକର ଚଇନିବ୍ୟଞ୍ଜନ ବର୍ଣ୍ଣନେଲସନ ମଣ୍ଡେଲାହୋମୱାର୍ଡ଼ଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଗଙ୍ଗାଧର ମେହେରରଶ୍ମି ରାଉଳଗୋମାଂସଅସହଯୋଗ ଆନ୍ଦୋଳନବୈଷୟିକ ବିଜ୍ଞାନଦଧି ନାଟନନ୍ଦିନୀ ଶତପଥୀ🡆 More