ଲୁମ୍ବିନୀ: Lumbino

ଲୁମ୍ବିନୀ ବିଶ୍ୱର ଏକ ପ୍ରମୁଖ ବୌଦ୍ଧ ପର୍ଯ୍ୟଟନସ୍ଥଳୀ ତଥା ଧର୍ମସ୍ଥଳୀ। ସିଦ୍ଧାର୍ଥ ଗୌତମ (ଭଗବାନ ବୁଦ୍ଧ) ଖ୍ରୀଷ୍ଟପୂର୍ବ ୬୨୩ରେ ପ୍ରସିଦ୍ଧ ଲୁମ୍ବିନୀ ବଗିଚାରେ ଜନ୍ମ ଗ୍ରହଣ କରିଥିଲେ। ଲୁମ୍ବିନୀ ନେପାଳର ଉତ୍ତର ପଶ୍ଚିମାଞ୍ଚଳ ରୁପନଦେହୀ ଜିଲ୍ଲାରେ ଅବସ୍ଥିତ । କପିଳବସ୍ତୁ ପୌରପରିଷଦ ଅଞ୍ଚଳରେ ପୂର୍ବରେ ୨୫କି.ମି ଦୂରରେ ଏହା ରହିଛି। ଇହୁଦୀଙ୍କ ଜେରୁଜେଲମ ଓ ମୁସଲିମଙ୍କ ପାଇଁ ମକ୍କା ଯେଭଳି ପ୍ରସିଦ୍ଧ ସେହିଭଳି ବୌଦ୍ଧ ଧର୍ମାବଲମ୍ବୀଙ୍କ ପାଇଁ ଲୁମ୍ବିନୀ ପ୍ରସିଦ୍ଧ। ବୁଦ୍ଧଙ୍କ ତ୍ୟାଗ ଓ ଆଦର୍ଶ ସହିତ ସଂଶ୍ଲିଷ୍ଠ ୪ଟି ସ୍ଥଳୀ ମଧ୍ୟରୁ ଲୁମ୍ବିନୀ ଅନ୍ୟତମ। ଅନ୍ୟ ୩ଟି ସ୍ଥଳୀ ହେଉଛି କୁଶିନଗର,ବୋଧ ଗୟା ଓ ସାରନାଥ।

ଲୁମ୍ବିନୀ,ନେପାଳ,ଏଠାରେ ବୁଦ୍ଧ ଜନ୍ମ ନେଇଥିଲେ ବିଶ୍ୱାସ କରାଯାଇଥାଏ*
ଇଉନେସ୍କୋ ସ୍ଥଳୀ

ଲୁମ୍ବିନୀ: Lumbino
ରାଜ୍ୟ ଦଳ ନେପାଳ
ପ୍ରକାର Cultural
ନିୟମ iii, vi
ଆଧାର 666
ଅଞ୍ଚଳ** Asia-Pacific
ଲେଖ ଇତିହାସ
ଲେଖ 1997  (21st ଭାଗ)
* ବିଶ୍ଵ ଐତିହ୍ୟ ସ୍ଥଳୀରେ ଥିବା ନାଆଁ
** ଇଉନେସ୍କୋ ଦେଇ ବିଭାଗିତ ନାଆଁ

ଲୁମ୍ବିନୀରେ ରହିଛି ମାୟାଦେବୀ ମନ୍ଦିର,ପୁଷ୍କରିଣୀ, ଓ ପାର୍କ ।ବୁଦ୍ଧଙ୍କୁ ଜନ୍ମ ଦେବା ପୂର୍ବରୁ ଏଠାରେ ଥିବା ପୁଷ୍କରିଣୀରେ ମାଆ ମାୟାଦେବୀ ଗାଧୋଇଥିଲେ ବୋଲି କୁହାଯାଏ । ବଗିଚାର ସୌନ୍ଦର୍ଯ୍ୟ ଉପଭୋଗ କରୁଥିବା ବେଳେ ସେ ପ୍ରସବ ବେଦନା ପାଇଥିଲେ ଏବଂ ଏକ ଶାଳଗଛ ମୂଳେ ଶିଶୁ ବୁଦ୍ଧଙ୍କୁ ଜନ୍ମ ଦେଇଥିଲେ ।

ଖ୍ରୀଷ୍ଟପୂର୍ବ ୨୪୯ରେ ସମ୍ରାଟ ଅଶୋକ ଲୁମ୍ବିନୀ ପରିଦର୍ଶନରେ ଆସିଥିବା ସମୟରେ ୪ଟି ସ୍ତୁପ ଓ ଏକ ସ୍ତମ୍ଭ ନିର୍ମାଣ କରିଥିଲେ । ସ୍ତମ୍ଭ ଉପରେ ଏକ ଘୋଡାର ମୂର୍ତ୍ତି ରହିଥିଲା । ପଥରରେ ନିର୍ମିତ ଏହି ସ୍ତମ୍ଭରେ ଖୋଦେଇହେଇ କେତେକ ତଥ୍ୟ ରହିଛି ।୧୮୯୫ରେ ଜର୍ମାନୀରେ ପ୍ରତ୍ନତ୍ତ୍ୱତବିତ ଫ୍ୟୁରର ଚୁରିଆ ରେଞ୍ଜରେ ଘୁରି ବୁଲୁଥିବା ବେଳେ ଅଶୋକ ନିର୍ମାଣ କରିଥିବା କେତେକ ସ୍ତୁପ ଓ ସ୍ତମ୍ଭ ଆବିଷ୍କାର କରିଥିଲେ । ପରେ ସମ୍ପୃକ୍ତ ଅଞ୍ଚଳରେ ଖନନ କରାଯିବାଦ୍ୱାରା ସେଠାରୁ ପ୍ରାଚୀନ ମନ୍ଦିର ଓ କିର୍ତ୍ତିରାଜି ମିଳିଥିଲା।୧୯୯୭ରେ ୟୁନେସ୍କୋ ପକ୍ଷରୁ ଏହାକୁ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ମିଳିଥିଲା ।

ଆହୁରି ଦେଖନ୍ତୁ

ଆଧାର

ବାହାର ଆଧାର

27°28′02″N 83°16′30″E / 27.467155°N 83.274908°E / 27.467155; 83.274908

Tags:

ଗୌତମ ବୁଦ୍ଧନେପାଳବିଶ୍ୱ

🔥 Trending searches on Wiki ଓଡ଼ିଆ:

ସାହି ଯାତବଳରାମ ଦାସବାଞ୍ଛାନିଧି ମହାନ୍ତିଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟAnifrolumabହିନ୍ଦୁ ବିବାହ ଅଧିନିୟମ, ୧୯୫୫କାନାଡ଼ାବିଷମ କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରାଧାନାଥ ରାୟ୪ ଜାନୁଆରୀଚିଲିକା ହ୍ରଦଲୋକ ସଭାଜଣ୍ଡିସ୍କୁନ୍ତଳା କୁମାରୀ ସାବତକିଶୋର ପାଣିଗ୍ରାହୀବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗଙ୍ଗା ଦଶହରାକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାନବଗୁଞ୍ଜରଟିକୋନାଜୋଲମହୁମାଛିଭାରତୀୟ ମୁଦ୍ରାଭଗବତ ଗୀତାକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବବିନୋଦ ଚନ୍ଦ୍ର ନାୟକଭବାନୀପାଟଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ୟୁ ଟ୍ୟୁବମଧୁସୂଦନ ରାଓଶବ୍ଦ (ଧ୍ୱନି)ପୌଷଦୀନନାଥ ପାଠୀଶ୍ରୀ ଅରବିନ୍ଦପଠାଣି ସାମନ୍ତବଲାଙ୍ଗୀର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପ୍ରଥମ ବିଶ୍ୱଯୁଦ୍ଧକାଳୀଚରଣ ପଟ୍ଟନାୟକଫକୀର ମୋହନ ସେନାପତିତିନୋଟି ରତନଫାଲଗୁନଶାନ୍ତନୁ କୁମାର ଆଚାର୍ଯ୍ୟମୁକ୍ତେଶ୍ୱର ଦେଉଳବଳଦେବଜୀଉ ମନ୍ଦିରକବିସୂର୍ଯ୍ୟ ବଳଦେବ ରଥଆସନଅକ୍ଷୟ ତୃତୀୟାବଲ୍ଲଭଭାଇ ପଟେଲତୁଷାରକାନ୍ତି ବେହେରାଜାନକୀ ବଲ୍ଲଭ ପଟ୍ଟନାୟକଚକ୍ଷୁଗୋଲକ ଫାଟମହାତ୍ମା ଗାନ୍ଧୀପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାରସୁନନ୍ଦା ଦାସଜ୍ଞାନପୀଠ ପୁରସ୍କାରହିନ୍ଦୁ ବିଧବା ପୁନର୍ବିବାହ ଅଧିନିୟମ, ୧୮୫୬ଫେସବୁକ ମେସେଞ୍ଜରଓଡ଼ିଆ କବି ମାନଙ୍କର ତାଲିକାରାସନ କାର୍ଡ଼ (ଭାରତ)ଓଧବର୍ଷାଓଡ଼ିଶାର ଇତିହାସକୋଷଜଗନ୍ନାଥ ଦାସଗ୍ରହଭୁବନେଶ୍ୱର ବେହେରାଚିତ୍ତରଞ୍ଜନ ଦାସ🡆 More