ରାସାୟନିକ ମୌଳିକ

ରାସାୟନିକ ମୌଳିକ ହେଉଛି ଏକ ବିଶୁଦ୍ଧ ରାସାୟନିକ ବସ୍ତୁ ଯାହାକି ଗୋଟିଏ ପ୍ରକାରର ପରମାଣୁ ବହନ କରିଥାଏ । କୌଣସି ବସ୍ତୁରେ ଏକାଧିକ ପ୍ରକାରର ପରମାଣୁ ଥିଲେ ତାହାକୁ ଯୌଗିକ କୁହାଯାଏ । ମୌଳିକ ମୁଖ୍ୟତଃ କଠିନ, ତରଳ କିମ୍ବା ଗ୍ୟାସ୍‌ ହୋଇପାରେ । ମୌଳିକର ଗୁଣ ବହନ କରୁଥିବା କ୍ଷୁଦ୍ରତମ କଣିକାକୁ ପରମାଣୁ କୁହାଯାଏ ।

ରାସାୟନିକ ମୌଳିକ
ଗନ୍ଧକ ସ୍ପଟିକ
ରାସାୟନିକ ମୌଳିକ
ବ୍ରୋମିନ ହେଉଛି ଏକ ତରଳ ମୌଳିକ

ଗୋଟିଏ ମୌଳିକରେ ଗୋଟିଏ ପ୍ରକାରର ପରମାଣୁ ଥାଆନ୍ତି । ପରମାଣୁରେ ଥିବା ପ୍ରୋଟନ୍‌ ସଂଖ୍ୟାକୁ ଏହାର 'ପରମାଣୁ ସଂଖ୍ୟା' ବା 'ପରମାଣୁ କ୍ରମାଙ୍କ' କୁହାଯାଏ । ଦୃଷ୍ଟାନ୍ତ ସ୍ୱରୂପ, ୬ଟି ପ୍ରୋଟନ୍‌ ଥିବା ପରମାଣୁ ଗୁଡ଼ିକ ଅଙ୍ଗାରକର ଓ ୯୨ଟି ପ୍ରୋଟନ୍‌ ଥିବା ପରମାଣୁ ଗୁଡ଼ିକ ହେଉଛି ୟୁରାନିୟମ୍‌ର ।

ସମସ୍ତ ବସ୍ତୁର ମୂଳ ହେଉଛି ମୌଳିକ । ଏମାନେ ମିଶି ଅଣୁ ଗଠନ କରନ୍ତି ।

ରାସାୟନିକ ମୌଳିକ
ମୌଳିକମାନଙ୍କର ପର୍ଯ୍ୟାୟ ସାରଣୀ

ଆଜି ପର୍ଯ୍ୟନ୍ତ ୧୧୮ଟି ମୌଳିକ ଆବିଷ୍କାର କରାଯାଇଛି । ତନ୍ମଧ୍ୟରୁ ୯୨ଟି ମୌଳିକ ପ୍ରକୃତିରୁ ମିଳେ ଏବଂ ମାନବ ଶରୀର ୨୬ଟି ମୌଳିକକୁ ନେଇ ଗଠିତ । ଅନ୍ୟଗୁଡ଼ିକ ଗବେଷଣାଗାରରେ ପ୍ରସ୍ତୁତ କରାଯାଏ । ୧୭୮୯ରେ ଶେଷ ପ୍ରାକୃତିକ ମୌଳିକ ଭାବେ ୟୁରାନିୟମ୍ ଆବିଷ୍କାର କରାଯାଇଥିଲା । ୧୯୩୭ରେ ପ୍ରଥମ କୃତ୍ରିମ ମୌଳିକ ଟେକ୍ନେଟିୟମ୍ ପ୍ରସ୍ତୁତ କରାଯାଇଥିଲା ।

ରାସାୟନିକ ମୌଳିକମାନଙ୍କୁ ପର୍ଯ୍ୟାୟ ସାରଣୀରେ ସଜାଯାଇଥାଏ । ସାରଣୀରୁ ମୌଳିକମାନଙ୍କର ଗୁଣ ଓ ଅନ୍ୟ ମୌଳିକମାନଙ୍କ ସହ ତୁଳନା ଜଣା ପଡ଼ିଥାଏ ।

ପ୍ରତୀକ

ମୌଳିକମାନଙ୍କୁ ଅନନ୍ୟ ପ୍ରତୀକ ଦିଆଯାଇଥାଏ । ସାରା ବିଶ୍ୱରେ ଏଗୁଡ଼ିକ ବ୍ୟବହାର କରାଯାଇଥାଏ । ଅର୍ଥାତ୍‌, ଯେକୌଣସି ଭାଷାରେ ମଧ୍ୟ କୌଣସି ପ୍ରତୀକର ଅର୍ଥ ସମାନ । କୌଣସି ମୌଳିକର ପ୍ରତୀକ ଇଂରାଜୀ କିମ୍ବା ଲାଟିନ୍‌ ନାମରୁ ଆସିଥାଏ । ଯଥା, ଅଙ୍ଗାରକ (English: Carbon;କାର୍ବନ୍)ର ପ୍ରତୀକ ହେଉଛି 'C' ଓ ସୋଡ଼ିଅମ୍‌(‌ର ଲାଟିନ୍ ନାମ ନାଟ୍ରିଅମ୍ (natrium) ଓ ଏହାର ପ୍ରତୀକ ହେଉଛି 'Na' । ଜର୍ମାନ୍‌ ନାମ ୱଲ୍‌ଫ୍ରାମ୍‌ (wolfram)ରୁ ଟଙ୍ଗଷ୍ଟନ୍‌ର ପ୍ରତୀକ ହେଉଛି 'W'। କିଛି ପ୍ରତୀକ ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କ ନାମରେ ନାମିତ, ଯଥା ଆଲବର୍ଟ ଆଇନଷ୍ଟାଇନଙ୍କ ନାମରେ ଆଇନଷ୍ଟାନିଅମ୍

ଯୌଗିକ

ମୌଳିକମାନେ ମିଶି ବା ପ୍ରତିକ୍ରିୟା କରି ଯୌଗିକ ଗଠନ କରନ୍ତି (ଯଥା: ଜଳ, ଲବଣ, ଅକ୍ସାଇଡ୍‌ ଓ ଜୈବଯୌଗିକ) । ଯୌଗିକମାନଙ୍କର ନିଜସ୍ୱ ଗଠନ ଓ ଗୁଣଧର୍ମ ରହିଥାଏ । ଗଠିତ ମୌଳିକମାନଙ୍କର ଗୁଣଠାରୁ ଯୌଗିକର ଗୁଣ ଅଲଗା ହୋଇପାରେ । ସୋଡ଼ିଅମ୍‌ ଏକ ଦହନଶୀଳ ଧାତୁ ଓ କ୍ଲୋରିନ୍‌ ଏକ ବିଷାକ୍ତ ଗ୍ୟାସ୍‌ । ଉଭୟେ ପ୍ରତିକ୍ରିୟା କରିଲେ ଖାଇବାଯୋଗ୍ୟ ସୋଡ଼ିଅମ୍‌ କ୍ଲୋରାଇଡ଼୍‌ (ଲୁଣ) ତିଆରି ହୁଏ ।

ମିଶ୍ରଣ

କିଛି ମୌଳିକ, ବିଶେଷତଃ ଧାତବ ମୌଳିକ ଅନିର୍ଦ୍ଦିଷ୍ଟ ଅନୁପାତରେ ମିଶି ମିଶ୍ରଣ ଗଠନ କରନ୍ତି । ଏଗୁଡ଼ିକ ଯୌଗିକ ନୁହନ୍ତି । ଏହାକୁ ମିଶ୍ରଣ କୁହାଯାଏ ।

ସମସ୍ତାନିକ

ଗୋଟିଏ ମୌଳିକର ପରମାଣୁର ନାଭି ବା ନ୍ୟୁକ୍ଲିୟସ୍‌ରେ ଭିନ୍ନ ସଂଖ୍ୟାର ନ୍ୟୁଟ୍ରନ୍ ଥିଲେ ଏଗୁଡ଼ିକୁ ମୌଳିକର ବିଭିନ୍ନ ସମସ୍ତାନିକ ବା ଇଂରାଜୀରେ ଆଇସୋଟୋପ୍ କୁହାଯାଏ । ଯେମିତି ଅଙ୍ଗାରକର ଗୋଟିଏ ସାଧାରଣ ସମସ୍ତାନିକ ହେଉଛି ଅଙ୍ଗାରକ-୧୪ । ଏହା ତେଜଷ୍କ୍ରିୟ ଅଟେ ଓ ଅଙ୍ଗାରକର-୧୨ଠାରୁ ୨ଟି ଅଧିକ ନ୍ୟୁଟ୍ରନ୍‌ ଧାରଣ କରେ ।

ଅନ୍ୟାନ୍ୟ ପୃଷ୍ଟା

ଟୀକା

ଆଧାର

ଅଧିକ ପଢ଼ନ୍ତୁ

  • Ball, P (2004). The Elements: A Very Short Introduction. Oxford University Press. ISBN 0-19-284099-1.
  • Emsley, J (2003). Nature's Building Blocks: An A-Z Guide to the Elements. Oxford University Press. ISBN 0-19-850340-7.
  • Gray, T (2009). The Elements: A Visual Exploration of Every Known Atom in the Universe. Black Dog & Leventhal Publishers Inc. ISBN 1-57912-814-9.
  • Scerri, ER (2007). The Periodic Table, Its Story and Its Significance. Oxford University Press.
  • Strathern, P (2000). Mendeleyev's Dream: The Quest for the Elements. Hamish Hamilton Ltd. ISBN 0-241-14065-X.

ବାହାର ଲିଙ୍କ

Tags:

ରାସାୟନିକ ମୌଳିକ ପ୍ରତୀକରାସାୟନିକ ମୌଳିକ ଯୌଗିକରାସାୟନିକ ମୌଳିକ ମିଶ୍ରଣରାସାୟନିକ ମୌଳିକ ସମସ୍ତାନିକରାସାୟନିକ ମୌଳିକ ଅନ୍ୟାନ୍ୟ ପୃଷ୍ଟାରାସାୟନିକ ମୌଳିକ ଟୀକାରାସାୟନିକ ମୌଳିକ ଆଧାରରାସାୟନିକ ମୌଳିକ ଅଧିକ ପଢ଼ନ୍ତୁରାସାୟନିକ ମୌଳିକ ବାହାର ଲିଙ୍କରାସାୟନିକ ମୌଳିକପରମାଣୁ

🔥 Trending searches on Wiki ଓଡ଼ିଆ:

ଦାଶରଥି ଦାସବନ୍ୟାଜଗନ୍ନାଥ ପ୍ରସାଦ ଦାସଲକ୍ଷ୍ମୀଆପେଣ୍ଡିସାଇଟିସଓଡ଼ିଶାତିଳ ଚତୁର୍ଥୀରାୟଗଡ଼ା ଜିଲ୍ଲାଜହ୍ନସରସ୍ୱତୀ ସମ୍ମାନଧାତୁମନୋଜ କୁମାର ମିଶ୍ରରାଜ୍ୟ ସଭାପୁରୀହେମନ୍ତ କୁମାର ଦାସଟୁକୁନି ସାହୁଭଣ୍ଡ ଗଣେଶଉତ୍ତମ ମହାନ୍ତି୨୯ ମାର୍ଚ୍ଚବି. ଆର. ଆମ୍ବେଦକରଶାସ୍ତିତରୁଣକାନ୍ତି ମିଶ୍ରବଉଳଉତ୍କଳ ସଙ୍ଗୀତ ମହାବିଦ୍ୟାଳୟଚନ୍ଦ୍ରଶେଖର ରଥକବାଟହମିଦା ବାନୁ ବେଗମନଅଙ୍କ ଦୁର୍ଭିକ୍ଷଉପନିଷଦନମିତା ଅଗ୍ରୱାଲଗୋପବନ୍ଧୁ ଚୌଧୁରୀଅନନ୍ତ ପଟ୍ଟନାୟକଭାରତର ନଦୀ ସମୂହର ତାଲିକାଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପଲୋକ ସଭାବିନୋଦ ଚନ୍ଦ୍ର ନାୟକଓଡ଼ିଶାର ମାପ ବ୍ୟବସ୍ଥାସମ୍ବଲପୁର ଜିଲ୍ଲାପଖିଆଓଡ଼ିଶୀ ସଙ୍ଗୀତ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନସୂଚନା ପ୍ରଯୁକ୍ତିବିଦ୍ୟାକାଞ୍ଚି ଅଭିଯାନଜୟଦେବନଇ ଆରପାରିଦଗ୍ଧବୃହସ୍ପତିଓଡ଼ିଆ ଖବରକାଗଜ ତାଲିକାଶ୍ରୀନିବାସ ରାମାନୁଜନଶତ୍ରୁଘ୍ନ ପାଣ୍ଡବଭାରତୀୟ ସ୍ୱାଧୀନତା ଆନ୍ଦୋଳନଜ୍ଞାନକୋଷପୁଷ୍ଟିସାରଗୁଗଲବ୍ୟାସଦେବସୋନପୁର ରାଜ୍ୟବିର୍ସା ମୁଣ୍ଡାକାଶୀ ବିଶ୍ୱନାଥ ମନ୍ଦିରଖାରବେଳଜଗନ୍ନାଥଙ୍କ ଧୂପପଞ୍ଚସଖାଶ୍ରଦ୍ଧାକର ସୂପକାରକୃଷ୍ଣଟ୍ରାପିଜିଅମସୁନାସୋନାଲ ମାନସିଂହଭୁବନେଶ୍ୱର ବେହେରାଜାପାନ ସାଗରଛାନ୍ଦନାରାୟଣ ସାହୁନବଯୌବନ ବେଶଭାରତୀୟ ମହାକାଶ ଗବେଷଣା ସଂସ୍ଥା🡆 More