ପ୍ଲୁରିସି

ପ୍ଲୁରିସି ଅନ୍ୟ ନାମ ପ୍ଲୁରାଇଟିସ (ଇଂରାଜୀ ଭାଷାରେ Pleurisy other name pleuritis) ରୋଗ କ‌ହିଲେ ପ୍ଲୁରାର (ଫୁସଫୁସର ଖୋଳ) (pleurae) ପ୍ରଦାହକୁ ବୁଝାଏ । ଏହି ରୋଗ ଥିଲେ ଶ୍ୱାସ କ୍ରିୟା ସମୟରେ ତୀବ୍ର ଛାତି ଯନ୍ତ୍ରଣା (chest pain) ହୁଏ । ବେଳେବେଳେ ଅଳ୍ପ କିନ୍ତୁ ଲଗାଏତ ଯନ୍ତ୍ରଣା ହୁଏ । ଏହା ଅନ୍ତର୍ନିହିତ କାରଣ ଅନୁଯାୟୀ ଅଣନିଶ୍ୱାସୀ, କାଶ, ଜ୍ୱର ଓ ଓଜନ ହ୍ରାସ (weight loss) ଭଳି ଲକ୍ଷଣ ଦେଖାଯାଇପାରେ ।

ପ୍ଲୁରିସି
ଇଂରାଜୀ ପ୍ରତିଶବ୍ଦ - ପ୍ଲୁରାଇଟିସ/pleuritis, ପ୍ଲୁରାଇଟିକ ଚେସ୍ଟ ପେନ/ pleuritic chest pain
ପ୍ଲୁରିସି
ଚିତ୍ର Aରେ ସାଧାରଣ ଅନାଟୋମି ଦେଖାଯାଉଛି । ଚିତ୍ରା Bରେ ଡାହାଣ ଫୁସଫୁସରେ ପ୍ଲୁରିସି ଓ ବାମ ଫୁସଫୁସରେ ନିମୋଥୋରାକ୍ସ ଥିବା ଦେଖାଯାଉଛି ।
ବିଭାଗpulmonology
କାରଣଭୁତାଣୁ ସଂକ୍ରମଣ viral infection, ନିମୋନିଆ pneumonia, ପଲମୋନାରି ଏମ୍ବୋଲିଜ୍ମ pulmonary embolism
ସଠିକ ରୋଗ ନିର୍ଣ୍ଣୟpericarditis, heart attack, cholecystitis
ଔଷଧparacetamol (acetaminophen), ibuprofen
ଚିକିତ୍ସାbased on the underlying cause
ପୁନଃପୌନିକone million cases per year (United States)

ଭୁତାଣୁ ସଂକ୍ରମଣ (viral infection) ଯୋଗୁ ସାଧାରଣତଃ ଏହି ରୋଗ ହୁଏ । ଅନ୍ୟାନ୍ୟ କାରଣ ମଧ୍ୟରେ ନିମୋନିଆ, ପଲମୋନାରି ଏମ୍ବୋଲିଜ୍ମ (pulmonary embolism), ଅଟୋଇମ୍ମ୍ୟୁନ ଡିଜଅର୍ଡ଼ର (autoimmune disorders), ହୃତ୍‌ପିଣ୍ଡ ଅପରେଶନ ପରବର୍ତ୍ତୀ ଫୁସଫୁସ କର୍କଟ (lung cancer), ଅଗ୍ନାଶୟ ପ୍ରଦାହ, ଛାତି ଆଘାତ ଓ ଆସବେସ୍ଟୋସିସ (asbestosis) ଇତ୍ୟାଦି ଉଲ୍ଲେଖନୀୟ । ବେଳେବେଳେ ଏହାର କାରଣ ଅଜ୍ଞାତ ଥାଏ । ପ୍ଲୁରାର ଦୁଇ ସ୍ତର ସାଧାରଣତଃ ପରସ୍ପର ସଂସ୍ପର୍ଶରେ ଆସିବା ବଦଳରେ ଏହି ରୋଗରେ ଘଷି ହୁଅନ୍ତି । ପେରିକାର୍ଡ଼ାଇଟିସ (pericarditis), ହୃଦ୍‌ଘାତ, ପିତ୍ତକୋଷ ପ୍ରଦାହ (cholecystitis) ଓ ନିମୋଥୋରାକ୍ସ ଭଳି ରୋଗମାନଙ୍କରେ ସମାନ ଧରଣର ଲକ୍ଷଣ ଦେଖାଯାଏ । ଛାତି ଏକ୍ସ-ରେ (chest X-ray), ଇସିଜି (electrocardiogram) (ECG), ଓ ରକ୍ତ ପରୀକ୍ଷା (blood test) କରି ରୋଗ ନିର୍ଣ୍ଣୟ କରାଯାଏ ।

ରୋଗର ଅନ୍ତର୍ନିହିତ କାରଣ ଉପରେ ଚିକିତ୍ସା ନିର୍ଭର କରେ । ଯନ୍ତ୍ରଣା ଉପଶମ ନିମନ୍ତେ ପାରାସେଟାମୋଲଆଇବୁପ୍ରୋଫେନ୍ ଦିଆଯାଏ । ଶ୍ୱାସକ୍ରିୟାରେ ଉନ୍ନତି ଆଣିବା ନିମନ୍ତେ ଇନସେଣ୍ଟିଭ ସ୍ପାଇରୋମେଟ୍ରି (Incentive spirometry) ଦେବାକୁ ସୁପାରିସ କରାଯାଏ । ପ୍ରତିବର୍ଷ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟ ଏକ ନିୟୁତ ଲୋକଙ୍କୁ ଏହି ରୋଗ ହୁଏ । ଖ୍ରୀ:ପୂ: ୪୦୦ ଶତାବ୍ଦୀରେ ହିପୋକ୍ରେଟ (Hippocrates) ପ୍ରଥମେ ଏହି ରୋଗ ବିଷୟ ବର୍ଣ୍ଣନା କରିଥିଲେ ।

ଆଧାର

Tags:

en:chest painen:pulmonary pleuraeen:weight lossକାଶଛାତି ଯନ୍ତ୍ରଣାଜ୍ୱର

🔥 Trending searches on Wiki ଓଡ଼ିଆ:

ତାମିଲନାଡୁସୀତା ନବମୀଗୋଲୋକ ବିହାରୀ ଧଳହରେ କୃଷ୍ଣଶୈଳବାଳା ଦାସତିର୍ତ୍ତୋଲ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଯୌନ ସମ୍ଭୋଗଜଗନ୍ନାଥ ଦାସ୧୯୯୨ସୁଦଶା ବ୍ରତଓଡ଼ିଆ ଭାଗବତହନୁମାନ୧୮୯୦ଉତ୍କଳ ସାହିତ୍ୟ ସମାଜମୟୂରଭଞ୍ଜ ଜିଲ୍ଲାମେଥିଶତାବ୍ଦୀର ସୂର୍ଯ୍ୟଚୈତନ୍ୟନୂଆଖାଇୟେଭାଡୁଭାରତର ସଂସ୍କୃତିତୁଳସୀଅମର ପ୍ରସାଦ ଶତପଥୀଗଜାଆମ୍ବସତ୍ୟଭାମାଯକୃତମଦର ଟେରେସାକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାମୌଳିକ ସଂଖ୍ୟାମେଘନାଦ ପ୍ରାଚୀରବିଶ୍ୱ ପରିବେଶ ଦିବସଅର୍ଥଶାସ୍ତ୍ରସମାଜ (ଖବରକାଗଜ)ସୁରମା ପାଢ଼ୀବୁଢ଼ିଆଣୀଜନ ଗଣ ମନଭାରତୀୟ ମହାକାଶ ଗବେଷଣା ସଂସ୍ଥାବିଶ୍ୱଜିତ ଦାସସୀତା ବିବାହସୌଭାଗ୍ୟ କୁମାର ମିଶ୍ରଜାତୀୟ ଆଇନ ସେବା ଦିବସଭାଷାଉମେଶଚନ୍ଦ୍ର ସରକାରଦି ଟାଇମସ୍ ଅଫ୍ ଇଣ୍ଡିଆପଦ୍ମ ଫୁଲବରଗଛବିବାହଆନ୍ଧ୍ର ପ୍ରଦେଶରଚିତା ମିସ୍ତ୍ରୀତନ୍ଦୁର୍ମାନସିକ ସ୍ୱାସ୍ଥ୍ୟଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଓଡ଼ିଆ ଗହଣାଚିତାଗଛନିଓୱାଇଜ ଧୂମକେତୁସୌର ଜଗତଗୋଦାବରୀଶ ମିଶ୍ରସୁଖ ସଂସାରଅମାଲୁଖୋର୍ଦ୍ଧାଭାରତର ରାଷ୍ଟ୍ରପତିତାଳଧ୍ୱଜରସାବଳିପ୍ରଧାନ ପୃଷ୍ଠାକାଳୀୟଦଳନ ବେଶପୁରୀଶୁଚିତ୍ୱମହାପ୍ରସାଦହରେକୃଷ୍ଣ ମହତାବନୀଳାଦ୍ରି ଭୂଷଣ ହରିଚନ୍ଦନସିପ୍ରା ମଲ୍ଲିକ🡆 More