ଫୁସଫୁସ କର୍କଟ

ଫୁସଫୁସ କର୍କଟ, (ଇଂରାଜୀ ଭାଷାରେ ଲଙ୍ଗସ୍ କ୍ୟାନସର ବା ଲୁଙ୍ଗସ କାର୍ସିନୋମା), ରୋଗ ଏକ ମାଲିଗନାଣ୍ଟ ଅର୍ବୁଦ ଯେଉଁଥିରେ ଫୁସଫୁସ ତନ୍ତୁରେ ଥିବା ଜୀବକୋଷମାନଙ୍କର ସଂଖ୍ୟାର ଅଦମନୀୟ ବୃଦ୍ଧି ଘଟେ । ଚିକିତ୍ସା ନ ହେଲେ ଏହି ବୃଦ୍ଧି ଫୁସଫୁସ ପାର ହୋଇ ନିକଟସ୍ଥ ତନ୍ତୁକୁ ଓ ଏହାର କିଛି ଅଂଶ ଦୂରବର୍ତ୍ତୀ ଅଙ୍ଗମାନଙ୍କୁ ସ୍ଥାନାନ୍ତରିତ ବା ମେଟାସ୍ଟାସିସ (Metastasis) ହୋଇପାରେ । ଫୁସଫୁସରେ ହେଉଥିବା କର୍କଟ ମଧ୍ୟରୁ ଅଧିକାଂଶ ପ୍ରାଥମିକ କର୍କଟ ଶ୍ରେଣୀର ଓ ଏପିଥେଲିଅମ୍ ଜାତୀୟ ଜୀବକୋଷରୁ ବୃଦ୍ଧି ହୁଏ । ମୂଖ୍ୟ ଫୁସଫୁସ କର୍କଟ ଦୁଇ ପ୍ରକାର ଥାଏ: କ୍ଷୁଦ୍ର କୋଷ ଫୁସଫୁସ କର୍କଟ (SCLC) ଓ ଅଣକ୍ଷୁଦ୍ର କୋଷ ଫୁସଫୁସ କର୍କଟ(NSCLC) । କାଶ, ରକ୍ତମିଶା କଫ, ଓଜନ ହ୍ରାସ ଓ କଷ୍ଟଦାୟକ ଶ୍ୱାସ କ୍ରିୟା ଇତ୍ୟାଦି ଲକ୍ଷଣମାନ ଏହି ରୋଗରେ ଦେଖାଯାଏ । ଏହା ବ୍ୟତିତ ଅନ୍ୟ ଅଙ୍ଗର କର୍କଟ କୋଷ ମଧ୍ୟ ରକ୍ତରେ ପ୍ରବାହିତ ହୋଇ ଫୁସଫୁସରେ କର୍କଟ ସୃଷ୍ଟି କରନ୍ତି ।

ଫୁସଫୁସ କର୍କଟ
ଫୁସଫୁସ କର୍କଟ
ଛାତି ଏକ୍ସ ରେରେ ଦେଖାଯାଇଥିବା ଫୁସଫୁସରେ ହୋଇଥିବା ଅର୍ବୁଦ ବା ଟ୍ୟୁମର ତୀର ଚିହ୍ନଦ୍ୱାରା ଦେଖା‌ଯାଇଛି
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିoncology[*], pulmonology[*]
ଆଇସିଡ଼ି-୧୦C33.-C34.
ଆଇସିଡ଼ି-୯-ସିଏମ୍162
ରୋଗ ଡାଟାବେସଛାତି ଏକ୍ସ‌-ରେ: ଫୁସଫୁସ ଭିତରେ ତୀର ଚିହ୍ନିତ ଅଂଶରେ କର୍କଟ ରୋଗ ଦେଖାଉଛି ।.htm 7616 ଛାତି ଏକ୍ସ‌-ରେ: ଫୁସଫୁସ ଭିତରେ ତୀର ଚିହ୍ନିତ ଅଂଶରେ କର୍କଟ ରୋଗ ଦେଖାଉଛି ।
ମେଡ଼ିସିନ-ପ୍ଲସ007194
ଇ-ମେଡ଼ିସିନmed/1333 med/1336 emerg/335 radio/807 radio/405 radio/406
Patient UKଫୁସଫୁସ କର୍କଟ
MeSHD002283

ଏହି ରୋଗର ସବୁଠାରୁ ସାଧାରଣ କାରଣ ହେଲା ଦୀର୍ଘକାଳୀନ ଧୂମ୍ର ପାନ କରିବା ଯାହାଦ୍ୱାରା ୮୫% କର୍କଟ ହୁଏ । ୧୦ରୁ ୧୫ % କର୍କଟ ରୋଗୀ ଜୀବନରେ କେବେ ବି ଧୁମ୍ର ପାନ କରିନଥାଆନ୍ତି । ଏମାନେ ଗୁଣସୂତ୍ର ଅସୁବିଧା, ରାଡନ ଗ୍ୟାସ, ଆଜ୍‌ବେସ୍ଟସ, ସେକଣ୍ଡ ହ୍ୟାଣ୍ଡ ଧୂମ୍ର ତଥା ବାୟୁ ପ୍ରଦୂଷଣ ଯୋଗୁ ରୋଗ ଭୋଗିବା ବିଶ୍ୱାସ କରାଯାଏ । ଛାତି ଏକ୍ସ-ରେ ଓ ସି.ଟି.ସ୍କାନଦ୍ୱାରା ଏହି ରୋଗ ଜଣାପଡେ । ବ୍ରୋଙ୍କୋସ୍କୋପି ବା ସି.ଟି ଗାଇଡାନ୍ସ ମାଧ୍ୟମରେ ବାୟୋପ୍ସି କରି ଏହି ରୋଗ ନିଧାର୍ଯ୍ୟ ଭାବେ ନିର୍ଣ୍ଣୟ କରାଯାଏ ।

ଧୁମ୍ରପାନ ଓ ବାୟୁ ପ୍ରଦୂଷଣ ଏହାର ମୂଖ୍ୟ କାରଣ ହୋଇଥିବାରୁ ଏହାଠାରୁ ଦୂରରେ ରହିଲେ ରୋଗ ପ୍ରତିଷେଧ ହୁଏ । ଏହି ରୋଗର ଚିକିତ୍ସା କର୍କଟର ସ୍ଟେଜ, ଟାଇପ ଓ ରୋଗୀର ସାଧାରଣ ସ୍ୱାସ୍ଥ୍ୟ ଉପରେ ନିର୍ଭର କରେ: ଏହା ଉପରେ ରୋଗର ଚିକିତ୍ସା ଓ ଫଳାଫଳ ନିର୍ଭର କରେ । ଅଧିକାଂଶ ରୋଗ ଆରୋଗ୍ୟସାଧ୍ୟ ନୁହେଁ । ସାଧାରଣ ଚିକିତ୍ସାରେ ଅପରେଶନ, କେମୋଥେରାପି ଓ ରାଡିଏସନ ଥେରାପି ଦିଆଯାଏ । ଅଣକ୍ଷୁଦ୍ର କୋଷ ଫୁସଫୁସ କର୍କଟ(NSCLC) ରୋଗ ବେଳେ ବେଳେ ଅପରେଶନଦ୍ୱାରା କରାଯାଏ ଓ କ୍ଷୁଦ୍ର କୋଷ ଫୁସଫୁସ କର୍କଟ (SCLC) ରୋଗ ଚିକିତ୍ସା କେମୋଥେରାପି ଓ ରେଡିଓଥେରାପିଦ୍ୱାରା କରାଯାଏ ।

ସନ ୨୦୧୨୨ରେ ସାରା ପୃଥିବୀରେ ପ୍ରାୟ ୧.୮ ନିୟୁତ ଲୋକଙ୍କୁ ଫୁସଫୁସ କର୍କଟ ହୋଇଥିବା ଫଳରେ ୧.୬ ନିୟୁତ ମୃତ୍ୟୁ ହୋଇଥିଲା । କର୍କଟ ସମ୍ପର୍କୀୟ ମୃତ୍ୟୁରେ ପୁରୁଷଙ୍କ ମଧ୍ୟରେ ଏହା ପ୍ରଥମ ଓ ମହିଳାଙ୍କ ମଧ୍ୟରେ ଏହା ସ୍ତନ କର୍କଟ ପରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ରୋଗ ନିର୍ଣ୍ଣିତ ହେବା ବୟସ ପ୍ରାୟ ୭୦ ବର୍ଷ । ଯୁକ୍ତରାଷ୍ଟ୍ର ଆମେରିକାରେ ୧୭.୪% ଫୁସଫୁସ କର୍କଟ ରୋଗୀ ରୋଗ ନିର୍ଣ୍ଣୟ ପରଠାରୁ ପ୍ରାୟ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବଞ୍ଚନ୍ତି, ଯେତେବେଳେ କି ବିକାଶଶୀଳ ଦେଶମାନଙ୍କରେ ଏହାର ଫଳ ଅତି ନିରୁତ୍ସାହ ଜନ‌କ ।

ଆଧାର

Tags:

ଇଂରାଜୀ ଭାଷାକର୍କଟକାଶଫୁସଫୁସ

🔥 Trending searches on Wiki ଓଡ଼ିଆ:

ବୀର ସୁରେନ୍ଦ୍ର ସାଏଗୋପାଳବଲ୍ଲଭ ଦାସଶିବଗଙ୍ଗାଧର ମେହେରନବଗୁଞ୍ଜରବୈଦେହୀଶ ବିଳାସଉଇକିପାଠାଗାରମାଟ୍ରିକ୍ସଜ୍ଞାନୀନ୍ଦ୍ର ବର୍ମାଆଣ୍ଡ୍ରଏଡ଼ଶକୁନି (ମହାଭାରତ)ଇନଷ୍ଟାଗ୍ରାମଜୟୀରାମ ସାମଲଦୀନକୃଷ୍ଣ ଦାସଉଇକିଅଭିଧାନଡାଇରେକ୍ଟ ବେନିଫିଟ ଟ୍ରାନ୍ସଫରଓଡ଼ିଶାର କଳାବ୍ରହ୍ମପୁରବିଜୁ ଜନତା ଦଳହାଡ଼ଉମାଶଙ୍କର ମିଶ୍ରସେପ୍ସିସରାଜେନ୍ଦ୍ର ନାରାୟଣ ସିଂହଦେଓଦଶାବତାରନମିତା ଅଗ୍ରୱାଲଭାରତରଜିୟା ସୁଲତାନଭୀମ ଭୋଇଶାରଳା ପୁରସ୍କାରପୃଥିବୀରାଣୀ ଲକ୍ଷ୍ମୀବାଈଦ୍ୱିତୀୟ ବିଶ୍ୱଯୁଦ୍ଧଜଗନମୋହ‌ନ ଲାଲମାଡ୍ରିଦଆଇସଲ୍ୟାଣ୍ଡନୀଳମାଧବ ମନ୍ଦିରଇସଲାମ ଧର୍ମତାଇୱାନସୁନାଇଟାଲୀପଦାର୍ଥକ୍ରୋଏସିଆରାମଶଙ୍କର ରାୟନଡ଼ିଆକୋଳିକୋଡ଼ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚଦ୍ରୌପଦୀ ମୁର୍ମୁଏର୍ଗୋକ୍ୟାଲସିଫେରଲଚକ୍ରବର୍ତ୍ତୀ ରାଜଗୋପାଳାଚାରୀ୪ ଅଗଷ୍ଟବିଭୂତି ପଟ୍ଟନାୟକମିଳିତ ଜାତିସଂଘଉତ୍କଳ ସାହିତ୍ୟ ସମାଜଅଶୋକ (ସମ୍ରାଟ)ଗୋପୀନାଥ ମହାନ୍ତିଗୌତମ ବୁଦ୍ଧମୟୂରଭଞ୍ଜ ଜିଲ୍ଲାଯୁକ୍ତରାଷ୍ଟ୍ର ଆମେରିକାମୁଣ୍ଡପିଛା ଆୟଭିମାବରମମାନବ ମସ୍ତିଷ୍କଏ. ପି. ଜେ. ଅବଦୁଲ କଲାମପ୍ରତୀକ୍ଷାବଙ୍ଗଳାଦେଶମନମୋହନ ସାମଲବ୍ୟାଙ୍କ୨୦୨୨ ଫିଫା ବିଶ୍ୱକପ୍ଭୁବନେଶ୍ୱର ବେହେରାଶ୍ରୀରାମ ପଣ୍ଡାଦକ୍ଷିଣ କୋରିଆସିକ୍ଲ ସେଲ୍ ରୋଗ🡆 More