ଓଡ଼ିଆ ଗହଣା

ଓଡ଼ିଶା ପୁରାତନ କାଳରେ କଳା, ଭାସ୍କର୍ଯ୍ୟ ଓ ତାରକସି କାମରେ ସୁନାମ ଅର୍ଜନ କରିଥିଲା। ଓଡ଼ିଶାର ନରନାରୀ ବିଭିନ୍ନ ପ୍ରକାର ଅଳଙ୍କାରଦ୍ୱାରା ନିଜର ଅଙ୍ଗ ସଜ୍ଜା କରୁଥିଲେ ।

ଇତିହାସ

ଓଡ଼ିଶାରେ ପୁରା କାଳରୁ ମନ୍ଦିର ଗାହରେ ମୂର୍ତ୍ତିମାନଙ୍କରେ ନାନାଦି ଗହଣା ଦେଖିବାକୁ ମିଳିଥାଏ । ମାରିଚୀଙ୍କର ଅନେକ ମୂର୍ତ୍ତି ରତ୍ନଗିରି ଆଦି ଅଞ୍ଚଳରୁ ଆବିଷ୍କାର କରାଯାଇଛି । ସାଧନାସାଧନାମାଳାରେ ଏହି ପ୍ରକାର ମୂର୍ତ୍ତିକୁ ଓଡ଼ିଆଣ-ମାରିଚୀ ନାମରେ ନାମିତ କରାଯାଇଛି । ପାରମ୍ପରିକ ଭାବେ ମୁକୁଟସମୂହ ରାଜରାଜୁଡ଼ାଙ୍କ ଦେଇ ପିନ୍ଧା ଯାଉଥିଲା । ଯାଜପୁରଠାରେ ରାଣୀ ଇନ୍ଦ୍ରାଣୀଙ୍କ ଦେଇ ପିନ୍ଧାଯାଉଥିବା ମୁକୁଟ ସବୁଠୁ ଅଧିକ ଦାମର ଥିଲା ବୋଲି ଜଣାଯାଏ । କୁଣ୍ଡଳ ଓ ନୋଳି ଆଦି ଅଳଙ୍କାର ଉଭୟ ପୁରୁଷ ଓ ନାରୀଙ୍କ ଦେଇ ପିନ୍ଧାଯାଇଥାଏ । ଓଡ଼ିଶାରେ ବିଭିନ୍ନ ରକମର ଅଳଙ୍କାର ତିଆରି ହୁଏ । କଟକରେ ତାରକସି କାମରେ ତିଆରି ଅଳଙ୍କାର ପ୍ରସ୍ତୁତ ହୁଏ ।

ନାରୀମାନଙ୍କ ଗହଣା

ଥିଲାବାଲା ଘରର ନାରୀମାନେ ସୁନା ଗହଣା ପିନ୍ଧୁଥିଲାବେଳେ, ଅପେକ୍ଷାକୃତ ଗରିବ ଘରର ନାରୀମାନେ ରୂପାର ଗହଣା ନାଉଥିଲେ। ରାଜା ଓ ଜମିଦାର ଘରର ନାରୀମାନେ ହୀରା, ନୀଳା, ମୋତି, ମାଣିକ୍ୟାଦି ମୂଲ୍ୟବାନ ପଥର ଖଚିତ ଗହଣା ପିନ୍ଧୁଥିଲେ। ସେମିତି ଗରିବ ପରିବାରର ନାରୀମାନେ କାଇଁଚ ଫଳ, ଶଙ୍ଖ, ସିପ ଓ ରଙ୍ଗୀନ ପଥରର ଗହଣା ନାଇ ନିଜକୁ ସଜଉଥିଲେ।

ପୁରୁଷମାନଙ୍କ ଗହଣା

ପୁରାକାଳରେ ଓଡ଼ିଆ ପୁରୁଷମାନେ ନିଜ ଦେହକୁ ସଜେଇବାରେ ପଛଉ ନଥିଲେ। ମୁଣ୍ଡରେ ଲମ୍ବା ଚୂଳ ରଖି ତାକୁ ଚଉଁରି କାଠିରେ ବାନ୍ଧି ବେଣୀ କରୁଥିଲେ ଓ ଆପାଦମସ୍ତକ ନାନାଦି ଅଳଙ୍କାର ଧାରଣ କରୁଥିଲେ। ଏମିତି ଅଙ୍ଗ ସଜ୍ଜା କେତେକାଂଶରେ ନାରୀ ଓ ପୁରୁଷମାନଙ୍କର ସମାନ ଥିଲା। ପୁରୁଷମାନେ ମଧ୍ୟ ନାନାଦି ଅଳଂକାରର ପ୍ରୟୋଗ କରୁଥିଲେ।

ତଳେ ଓଡ଼ିଶାର କେତୋଟି ପାରମ୍ପାରିକ ଗହଣାର ନାମ ଦିଆ ଯାଇଛି।

ଗୋଡ ଆଙ୍ଗୁଠିର ଗହଣା

ନାରୀମାନଙ୍କର

ଗୋଡ ଆଙ୍ଗୁଠିରେ ପିନ୍ଧା ଯାଉଥିବା ମୁଦିଗୁଡ଼ିକର ଅଲଗା ଅଲଗା ନାମ ଅଛି । ସେଗୁଡିକ ହେଲା :-

  • ଚିଙ୍ଗୁଡି ଚୋପା ବୁଢ଼ା ଆଙ୍ଗୁଠିରେ ପିନ୍ଧା ହୁଏ ।
  • ମଲ୍ଲି ଫୁଲ ମଝି ଆଙ୍ଗୁଠିରେ ପିନ୍ଧା ହୁଏ ।
  • ପାନ ପତ୍ରୀ ବିଶି ଆଙ୍ଗୁଠିରେ ପିନ୍ଧା ହୁଏ ।
  • ମଲ୍ଲି କଢ ସାନ ଆଙ୍ଗୁଠିରେ ପିନ୍ଧା ହୁଏ ।
  • ଚିଡିଆ
  • ସେବତୀ ଫୁଲ
  • ମାଛ ଝୁଣ୍ଟିଆ

ପୁରୁଷମାନଙ୍କର

ଆଙ୍ଗୁଠି ମୁଦି

ଗୋଡ ଅଳଙ୍କାର

ନାରୀମାନଙ୍କର

ଓଡ଼ିଆ ଗହଣା 
ଝୁଣ୍ଟିଆ
ଓଡ଼ିଆ ଗହଣା 
ମଲ୍ଲି କଢ ଝୁଣ୍ଟିଆ
  • ଆଠବାଙ୍କି
  • ବଳା ନୁପୁର
  • କମଚକି
  • ବାଙ୍କିଆ
  • ଗୋଡ଼ ଖଡ଼ୁ
  • ଚୁପୁଲି
  • ଚକବାଙ୍କି
  • ଗଣ୍ଠିବଳା
  • ଝୁଣ୍ଟିଆ
  • ବାଜେଣି
  • ପଞ୍ଚମ
  • ଝମକ
  • ରୂପା କଡା
  • ମଲ୍ଲ
    • ସାଦା ମଲ୍ଲ
    • ଆଇଁଷବାଡ଼ି ମଲ୍ଲ
  • ପାପଦ୍ମ
  • ପାହୁଡ
    • ମଲ୍ଲ ପାହୁଡ଼
    • ଫୁଲ ପାହୁଡ଼
  • ରୂପା ବଳା
  • ପାଉଁଜି: ଏହା ପାଦରେ ପିନ୍ଧା ଯାଇଥାଏ । ବିଭିନ୍ନ ପ୍ରକାରର ପାଉଁଜି ହେଲା:
    • ବାଘ ନଖି
    • ମଲ୍ଲି କଢ
    • ବିଛା
    • ଠିକିରି
    • ଚିଡିଆ
ଓଡ଼ିଆ ଗହଣା 
ପାଉଁଜି

ପୁରୁଷମାନଙ୍କର

ପାଦରେ (କ୍ରମାନ୍ୱୟରେ ଉପରୁ ତଳକୁ)

  • କିଙ୍କିଣୀ
  • ପାହୁଡ଼
  • ପାଁଝୁଲି
  • ପା ପଦ୍ମ

କମରର ଅଳଙ୍କାର

ନାରୀମାନଙ୍କର

ଅଣ୍ଟାରେ ପିନ୍ଧା ଯାଉଥିବା ଅଳଙ୍କାର

  • ଚନ୍ଦ୍ରହାର
  • ସୂର୍ଯ୍ୟହାର
  • ବିଛା
  • କିଙ୍କିଣି
  • କମର ପଟା
  • କାଂଛି
  • ମେଖଳା
  • ଗୋଠ
  • ଶିକୁଳି
  • ଅଣ୍ଟାସୂତା

ପୁରୁଷମାନଙ୍କର

ଅଣ୍ଟାରେ (କ୍ରମାନ୍ୱୟରେ ଉପରୁ ତଳକୁ)

  • ଅଣ୍ଟା ପାତିଆ
  • ଚନ୍ଦ୍ର ହାର
  • ପଡ଼ି ରାଗିଡ଼ି (ନିତମ୍ବ ଉପରେ)
  • ଓଲମାଳ (ଏହା ଅଣ୍ଟାରୁ ତଳକୁ ଆଣ୍ଠୁ ପର୍ଯ୍ୟନ୍ତ ଝାଲ ପରି ଓହଳିଥାଏ)

ହାତ ଆଙ୍ଗୁଠିର ଅଳଙ୍କାର

  • ହାତ ପଦ୍ମ
  • ହାଣ୍ଡିବସା ମୁଦି
  • ମୁଦି- ମଲ୍ଲି କଢ, ପାନ ପତରୀ, ଚିଙ୍ଗୁଡି ଚୋପା

ହାତ ଅଳଙ୍କାର

ନାରୀମାନଙ୍କର

  • ବାଲା
ଓଡ଼ିଆ ଗହଣା 
ବାଲା
  • ବଟ ଫଳ
  • ରୁଲି
  • ଶଙ୍ଖା
  • ଶଙ୍ଖ ପଲା
  • ଗୁଞ୍ଜର
  • ବାଜୁବନ୍ଧ
ଓଡ଼ିଆ ଗହଣା 
ଶଙ୍ଖା
  • ପଇଁର ଫୁଲ
  • ଖଡ଼ୁ
    • ଖଜୁରିଆ ଖଡ଼ୁ
    • ଗୋଟା ଖଡୁ
    • କଣ୍ଟା ଖଡ଼ୁ
  • ଖଂଖା
  • ବାହିଚୁଡ଼ି
  • ଓଡ଼ିଆ ଗହଣା 
    ବେଲକଣ୍ଟା ବା ଜୁଡ଼ାଫୁଲ
    କତୁରୀ
  • ଚୁଡ଼ି
  • ଝୁମ୍ପା
  • ତାବିଜ
  • ତାଡ଼
  • ଅନନ୍ତ
  • ବଳା
  • ହାତପଦ
  • ଚିଖା
  • ଅତୁଲ
  • କମଚୁଡ଼ି
  • କମଚୁଆ

ପୁରୁଷମାନଙ୍କର

ବାହୁରେ (କ୍ରମାନ୍ୱୟରେ ଉପରୁ ତଳକୁ)

  • ବାଜୁବନ୍ଧ
  • କିରିଟୀ ବାଜୁବନ୍ଧ
  • କିଙ୍କିଣୀ

ହାତରେ (କ୍ରମାନ୍ୱୟରେ ଉପରୁ ତଳକୁ)

  • ବଜ୍ରବନ୍ଧ
  • ବାଲା
  • ବଟଫଳ
  • ବାହୁଚୁଡ଼ି

ହାତ ଆଙ୍ଗୁଠିରେ

  • ମୁଦି
  • ହସ୍ତପଦ୍ମ
  • ହାଣ୍ଡି ମୁଦି (ଗରିବ ଗୁରୁବାମାନେ)

ବେକ ଅଳଙ୍କାର

ନାରୀମାନଙ୍କର

  • ଚମ୍ପା କଢ଼ି ହାର
  • ଚନ୍ଦ୍ର ହାର
  • ହରଡ ଫାଳିଆ
  • ବେଲ ପତ୍ରୀ
  • ସୋରିଷିଆ
  • ଗୋପ
ଓଡ଼ିଆ ଗହଣା 
ଗୋପ ହାର
  • କୁରୁଜାତକ
  • କଣ୍ଠି
  • ଛେଚା କଣ୍ଠି
  • ଚାପସରି
  • ମାଳି
    • ସୋରିଷିଆମାଳି,
    • ଧାନୁଆ ମାଳି
    • ପତୁରିମାଳି
    • ବେଲପତ୍ରି ମାଳି
    • ଶ୍ରୀରାମ ମାଳି
    • କୁରୁଜାତକ ମାଳି
    • ସୁଉକି ମାଳି
    • ଦୋଷରି ମାଳି
    • ଡଙ୍କି ମାଳି
    • ହରଡ଼ଫାଳିଆ ମାଳି
  • ପଦକ
  • ପୁଷ୍କରା
  • ବାଘ ନଖି

ପୁରୁଷମାନଙ୍କର

(କ୍ରମାନ୍ୱୟରେ ଉପରୁ ତଳକୁ ପିନ୍ଧୁଥିବା ବେକ ଅଳଂକାର)

  • ଚାପୁଆଣି
  • ପଦକ
  • ହାର
    • ଦାନ୍ତମାଳି
    • ହରଡ଼ଫାଳି
    • ଧାନୁଆ ମାଳି
    • ସୋରିଷ ମାଳି
    • ଖାସୁଲ ସେବତୀ ମାଳି
    • ପଦ୍ମ କଢ଼ି ମାଳି
  • ଝାଲର
  • ପଦକ

କାନ ଅଳଙ୍କାର

ନାରୀମାନଙ୍କର

କାନରେ ପିନ୍ଧା ଯାଉଥିବା ଅଳଙ୍କାର :-

  • ପେଣ୍ଡି ଫୁଲ
ଓଡ଼ିଆ ଗହଣା 
ପେଣ୍ଡିଫୁଲ
  • ଫାସିଆ
  • ନୋଳି
  • କାନଫୁଲ
  • ନାହୁଲ
  • ଗଣ୍ଠିଆ
  • ଫାସିଆ
  • ଲବଙ୍ଗଫୁଲ
  • କାପ
  • ବାଲିଗୁଣା
  • ଚନ୍ଦ୍ର ବାଉଳି
  • ମଲ୍ଲି କଢ଼ି
  • ବେଣ୍ଟଲା
  • ନୋଳି
  • କୁଣ୍ଟଳ
  • ତାଟଙ୍କ
  • ବାଲି
  • ବଜ୍ର ମଲ୍ଲକଢ଼ି
  • ଚମ୍ପା
  • ଗୋଖର
  • ଚୈକି
  • ସାଫିଆ

ପୁରୁଷମାନଙ୍କର

  • ସୁନାକାନ
    • କାପ
    • କାପଶିକୁଳି
    • ଝୁମୁକା
    • ପେଣ୍ଡି

ସୁନାକାନ ତଳକୁ ପୁରୁଷମାନେ କାନ କଣାରେ କାପ, କାପଶିକୁଳି, କାପ ଦେହରେ ଝୁମୁକା ଓ ଓହଳୁଥିବା ପେଣ୍ଡି ପିନ୍ଧୁଥିଲେ।

ନାକ ଅଳଙ୍କାର

ନାକରେ ପିନ୍ଧା ଯାଉଥିବା ଅଳଙ୍କାର :-

ନାରୀମାନଙ୍କର

  • ଦଣ୍ଡି
  • ନୋଡକ
  • ନାକ ଚଣା
  • ନୋଥ
    • ଚକର ନୋଥ
  • ଗୁଣା
    • ଫୁଲଗୁଣା
    • ବାଟମୟୁରଗୁଣା
  • ଦଣ୍ଡୀ
  • ବସଣି
  • ଚିମ

ପୁରୁଷମାନଙ୍କର

  • ବସଣି
  • ଫୁଲ
  • ଦଣ୍ଡି
  • ନୋଲକ

ପୁରୁଷମାନେ ବସଣି ତଳକୁ ଫୁଲ, ନାକପୁଡ଼ା ମଝିରେ ଦଣ୍ଡି ବ୍ୟବହାର କରୁଥିଲେ। ଗରିବ ଲୋକମାନେ ଦଣ୍ଡି ବଦଳରେ ନୋଲକ ପିନ୍ଧୁଥିଲେ।

ମଥାର ଅଳଙ୍କାର

ଓଡ଼ିଆ ଗହଣା 
ମଥା ମଣି
  • ଅଳକା
  • ପାନପତ୍ରୀ
  • କେତକୀ
  • ଚନ୍ଦ୍ରଝୁମ୍ପୀ
  • ଚନ୍ଦ୍ରସୂର୍ଯ୍ୟ
  • ରାଗେଳିଚନ୍ଦ୍ର
  • ଗୋଜିକାଠି
  • ପିହଣିଆ
  • ପାନିଆଁ
  • ଝରାକାଠି
  • ମତାମରି
  • ଝରାମୋତି
  • କୁସୁମଝର
  • ଝିଲିମିଲି
  • ଝରକା
  • ସୁନ୍ଥା
  • ଚିତା
  • ପାନ କେତକୀ
  • ମଥା ମଣି

ଆଧାର

Tags:

ଓଡ଼ିଆ ଗହଣା ଇତିହାସଓଡ଼ିଆ ଗହଣା ନାରୀମାନଙ୍କ ଗହଣାଓଡ଼ିଆ ଗହଣା ପୁରୁଷମାନଙ୍କ ଗହଣାଓଡ଼ିଆ ଗହଣା ଗୋଡ ଆଙ୍ଗୁଠିର ଗହଣାଓଡ଼ିଆ ଗହଣା ଗୋଡ ଅଳଙ୍କାରଓଡ଼ିଆ ଗହଣା କମରର ଅଳଙ୍କାରଓଡ଼ିଆ ଗହଣା ହାତ ଆଙ୍ଗୁଠିର ଅଳଙ୍କାରଓଡ଼ିଆ ଗହଣା ହାତ ଅଳଙ୍କାରଓଡ଼ିଆ ଗହଣା ବେକ ଅଳଙ୍କାରଓଡ଼ିଆ ଗହଣା କାନ ଅଳଙ୍କାରଓଡ଼ିଆ ଗହଣା ନାକ ଅଳଙ୍କାରଓଡ଼ିଆ ଗହଣା ମଥାର ଅଳଙ୍କାରଓଡ଼ିଆ ଗହଣା ଆଧାରଓଡ଼ିଆ ଗହଣାଓଡ଼ିଶା

🔥 Trending searches on Wiki ଓଡ଼ିଆ:

ଗୁରୁପ୍ରସାଦ ମହାନ୍ତିପ୍ଲୀହା୨୧ଓଡ଼ିଆ ଖାଦ୍ୟଜ୍ୟୋତିର୍ଲିଙ୍ଗମହାତ୍ମା ଗାନ୍ଧୀମହାଦେଶଚିତ୍ତରଞ୍ଜନ ତ୍ରିପାଠୀvji40ଉଇକିପିଡ଼ିଆ ସମୂହର ତାଲିକାପାରମିତା ଶତପଥୀସୋନପୁର ରାଜ୍ୟଚୈତନ୍ୟରଥମାଛପ୍ରବୀଣ ଚନ୍ଦ୍ର ଭଞ୍ଜଦେଓକୃଷ୍ଣ୧୭୪୬ଶଙ୍କରାଚାର୍ଯ୍ୟଗୋପୀନାଥ ମହାନ୍ତିଭୀମ ପୃଷ୍ଟିତିଳ ଚତୁର୍ଥୀନଟବର ସାମନ୍ତରାୟରାମକୃଷ୍ଣ ପରମହଂସଚିନ୍ତାମଣି ବେହେରାସିଦ୍ଧାନ୍ତ ମହାପାତ୍ରପାକ୍ରିଟିନିବମହାନଦୀଲଣ୍ଡନନନ୍ଦିନୀ ଶତପଥୀବିରଳା ମନ୍ଦିର, କୋଲକାତାଜର୍ମାନୀରୋହିତ ଶର୍ମାପ୍ରଣବ ପ୍ରକାଶ ଦାସସତ୍ୟବାଦୀ ବନ ବିଦ୍ୟାଳୟଜ୍ଞାନକୋଷଦ୍ଵାରକାଧୀଶ ମନ୍ଦିରଅଷ୍ଟ୍ରେଲିଆଅଂଶୁଘାତଭାରତୀୟ ରିଜର୍ଭ ବ୍ୟାଙ୍କ ଗବର୍ନରସୁରେନ୍ଦ୍ର ମହାନ୍ତିନଅଙ୍କ ଦୁର୍ଭିକ୍ଷବିଶ୍ୱନାଥ କରପିଙ୍କି ପ୍ରଧାନଲକ୍ଷ୍ମୀନାରାୟଣ ସାହୁବିଶ୍ୱ ଏଡ୍‌ସ ଦିବସଅଣ୍ଡାଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରବିଦ୍ୟୁତପ୍ରଭା ଦେବୀମନୋଜ ଦାସଇଣ୍ଟରନେଟଲସିମନୋରଞ୍ଜନ ଦାସତୃପ୍ତି ଦାସରବୀନ୍ଦ୍ରନାଥ ଠାକୁରବ୍ରୁସେଲୋସିସପ୍ରଦୀପ କୁମାର ପାଣିଗ୍ରାହୀ୨୫ ଅପ୍ରେଲକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାବିଜୁ ଜନତା ଦଳ୨୮ ଫେବୃଆରୀଏଞ୍ଜେଲା ମେର୍କେଲ୍ସବ୍ୟସାଚୀ ମିଶ୍ରବାଇଶି ପାହାଚସୀତାକାନ୍ତ ମହାପାତ୍ରବନ୍ୟାସଂକ୍ରାନ୍ତି🡆 More