ନିମୋଥୋରାକ୍ସ: ଛାତି ରୋଗ

ନିମୋଥୋରାକ୍ସ (ଇଂରାଜୀ ଭାଷାରେ pneumothorax) ନାମ ଦିଆଯାଏ ଯେତେବେଳେ ପ୍ଲୁରା ଅଭ୍ୟନ୍ତରରେ (pleural space) ଅସାଧାରଣ ବାୟୁ ସଂଗୃହିତ ହୋଇ ଛାତି କାନ୍ଥ (chest wall) ଓ ଫୁସଫୁସ ସଂଯୋଜନ ଦୂର ହୋଇଯାଏ । ଲକ୍ଷଣ: ହଠାତ୍ ଛାତିର ଏକ ପାଖରେ ତୀବ୍ର ଯନ୍ତ୍ରଣା ଆରମ୍ଭ ହୋଇ ରୋଗୀ ଅଣନିଶ୍ୱାସୀ (shortness of breath) ହୋଇଯାଏ । ଅଳ୍ପ କେତେକ କେଶ୍‌ରେ ନଷ୍ଟ ହୋଇଥିବା ତନ୍ତୁ ସ୍ଥାନରେ ଗୋଟିଏ ଏକ ପାଖିଆ ଭଲ୍‌ଭ ତିଆରି ହୋଇଯିବାଦ୍ୱାରା ଏକ ଅବସ୍ଥା ଉପୁଜେ ଯାହାକୁ ଟେନସନ ନିମୋଥୋରାକ୍ସ କୁହାଯାଏ । ଫୁସଫୁସର ଏହି ଅବସ୍ଥା ଫଳରେ କ୍ରମାଗତ ଅମ୍ଳଜାନ ଅଭାବ (oxygen shortage) ହୁଏ ଓ ନିମ୍ନ ରକ୍ତଚାପ (low blood pressure) ସୃଷ୍ଟି ହୁଏ । ତୁରନ୍ତ ସଫଳ ଚିକିତ୍ସା ନ ପାଇଲେ ରୋଗୀର ମୃତ୍ୟୁ ହୋଇପାରେ । ଛାତିର ଉଭୟ ପାର୍ଶ୍ୱ କ୍ୱଚିତ ଏହି ରୋଗଦ୍ୱାରା ଆକ୍ତାନ୍ତ ହୋଇପାରେ । ଏହି ରୋଗକୁ ସଂକୁଚିତ ଫୁସଫୁସ (collapsed lung) ମଧ୍ୟ କୁହାଯାଏ ଯଦିଓ ଏହି ନାମ ଅନ୍ୟ ଏକ ରୋଗକୁ ବୁଝାଏ ଯାହାର ପ୍ରକୃତ ନାମ ଆଟେଲେକ୍ଟାସିସ (atelectasis) ।

ନିମୋଥୋରାକ୍ସ
ଇଂରାଜୀ ପ୍ରତିଶବ୍ଦ - collapsed lung (ସଙ୍କୁଚିତ ଫୁସଫୁସ)
ନିମୋଥୋରାକ୍ସ: ଛାତି ରୋଗ
ଦକ୍ଷିଣ ପାର୍ଶ୍ୱର ନିମୋଥୋରାକ୍ସ
ଦକ୍ଷିଣ ପାର୍ଶ୍ୱର ସ୍ପୋଣ୍ଟାନିଅସ ନିମୋଥୋରାକ୍ସ (ଛବିରେ ବାମ ପାଖ) । ସଙ୍କୁଚିତ ଫୁସଫୁସର ଧାର ତୀର ଚିହ୍ନ ଦେଇ ଦର୍ଶାଯାଇଛି ।
ବିଭାଗpulmonology, thoracic surgery
ଲକ୍ଷଣchest pain, en:shortness of breath, tiredness
ଆକ୍ରାନ୍ତ ସମୟsudden
କାରଣunknown, trauma
ବିପଦ କାରକCOPD, tuberculosis, smoking
ରୋଗ ନିର୍ଣ୍ଣୟ ପଦ୍ଧତିchest X-ray, ultrasound, CT scan
ସଠିକ ରୋଗ ନିର୍ଣ୍ଣୟlung bullae, hemothorax
ପ୍ରତିକାରstopping smoking
ଚିକିତ୍ସାconservative, chest tube, needle aspiration
ପୁନଃପୌନିକ20 per 100,000 per year

କୌଣସି ଜ୍ଞାତବ୍ୟ କାରଣ ନ ଥିଲେ ଓ ଉଲ୍ଲେଖନୀୟ ଫୁସଫୁସ ରୋଗ ନ ଥାଇ ନିମୋଥୋରାକ୍ସ ରୋଗ ହେଲେ ତାହାକୁ ପ୍ରାଇମେରୀ ବା ପ୍ରାଥମିକ ନିମୋଥୋରାକ୍ସ କୁହାଯାଏ; କୌଣସି ଫୁସଫୁସ ରୋଗ (lung disease) ଥାଇ ନିମୋଥୋରାକ୍ସ ହେଲେ ତାହାକୁ ସେକେଣ୍ଡାରୀ ନିମୋଥୋରାକ୍ସ କୁହାଯାଏ । ଏହି ରୋଗ ସଙ୍କଟ ସୃଷ୍ଟି କରିବାରେ ଧୂମ୍ରପାନ, ସିଓପିଡି, ଆଜ୍‌ମାଯକ୍ଷ୍ମା ମୂଖ୍ୟ ଭୂମିକା ନିଅନ୍ତି । ଏହାର ଅନ୍ୟାନ୍ୟ କାରଣ ମଧ୍ୟରେ ଛାତି ଆଘାତ ବିଶେଷତଃ ବିଷ୍ଫୋଟ ଆଘାତ (blast injury) ଓ ଚିକିତ୍ସା ଜନିତ ଜଟିଳତାରୁ (complication of a healthcare intervention) ହୋଇପାରେ; ଏଣୁ ଏହି ଦଳକୁ ଆଘାତ ନିମୋଥୋରାକ୍ସ ବା ଟ୍ରମାଟିକ ନିମୋଥୋରାକ୍ସ କୁହାଯାଏ ।

ନିମୋଥୋରାକ୍ସ ଆକାରରେ ଛୋଟ ଥିଲେ ତାହାର ନିର୍ଣ୍ଣୟ କେବଳ ଶାରୀରିକ ପରୀକ୍ଷାଦ୍ୱାରା କଷ୍ଟସାଧ୍ୟ ହୋଇପାରେ । ଛାତି ଏକ୍ସ‌-ରେ (chest X-ray), ସିଟି ସ୍କାନ computed tomography ବା ଅଲଟ୍ରାସାଉଣ୍ଡ ultrasound କରି ଏହାର ଉପସ୍ଥିତି ନିର୍ଣ୍ଣୟ କରାଯାଏ । ସମ ଲକ୍ଷଣ ପ୍ରକାଶ କରୁଥିବା ଅନ୍ୟ ରୋଗମାନଙ୍କ ନାମ: ହେମୋଥୋରାକ୍ସ (hemothorax), ପଲମୋନାରି ଏମ୍ବୋଲିଜ୍ମ (pulmonary embolism) ଓ ହୃଦ୍‌ଘାତ । ଗୋଟିଏ ବଡ଼ ଫୋଟକା ମଧ୍ୟ ଏକ୍ସ-ରେ ଚିତ୍ରରେ ଏକାଭଳି ଦେଖାଯାଏ ।

ସ୍ୱତଃ ତିଆରି ନିମୋଥୋରାକ୍ସ ବିନା ଚିକିତ୍ସାରେ ଆପେ ଆପେ ଉପଶମ ହୋଇଯାଏ, ତେଣୁ କେବଳ ତାହାକୁ ସମୟକ୍ରମେ ଅନୁଶୀଳନ ଓ ନିୟନ୍ତ୍ରଣ କରାଯାଏ । କୌଣସି ଫୁସଫୁସ ରୋଗ ନ ଥିବା ରୋଗୀଙ୍କ ନିମନ୍ତେ ଏହି ଚିକିତ୍ସା ଯଥେଷ୍ଟ ହୁଏ । ନିମୋଥୋରାକ୍ସ ଆକାର ବଡ଼ ହୋଇଥିଲେ ବା ରୋଗୀ ଅଣନିଶ୍ୱାସୀ ହୋଇଥିଲେ ଆଭ୍ୟନ୍ତରୀଣ ବାୟୁ କାଢ଼ିଦିଆଯାଏ ସିରିଞ୍ଜ ସାହାଯ୍ୟରେ ବା ଏକ ପଥ ଭଲ୍‌ଭ (one-way valve system) ଥିବା ଛାତି ନଳୀ ସାହାଯ୍ୟରେ । ଏହି ରୋଗ ବାରମ୍ବାର ହେଲେ ଅଥବା ନଳୀ ନିସ୍କାଷନ ଅସଫଳ ହେଲେ ଅପରେଶନ କରାଯାଏ । ଦୁଇ ପ୍ରକାର ଅପରେଶନ ଉପଲବ୍ଧ ଅଛି; ଗୋଟିକରେ ପ୍ଲୁରାର ଉଭୟ ସ୍ତର ଲାଖିଯିବା (pleurodesis) ବନ୍ଦବୋସ୍ତ କରାଯାଏ, ଯାହାକୁ ପ୍ଲୁରୋଡେସିସ ଅପରେଶନ କୁହାଯାଏ, ଅନ୍ୟ ପନ୍ଥାରେ ପ୍ଲୁରାକୁ କାଢ଼ିଦିଆଯାଏ । ବର୍ଷକୁ ଏକ ଲକ୍ଷ ଲୋକରେ ପ୍ରାୟ ୧୭ରୁ ୨୩ ଜଣକୁ ଏହି ରୋଗ ହୁଏ । ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କୁ ଏହି ରୋଗ ଅଧିକ ହୁଏ ।

ଆଧାର

Tags:

en:Hypoxia (medical)en:atelectasisen:chest wallen:dyspneaen:hypotensionen:pleural spaceଫୁସଫୁସ

🔥 Trending searches on Wiki ଓଡ଼ିଆ:

ଅଞ୍ଜଳି କିସ୍କୁକା (ଉପନ୍ୟାସ)ହରିଶଙ୍କର ମନ୍ଦିରଫାଲଗୁନଗୀତା ଦାଶଗୁଗଲକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଅପରିମେୟ ସଂଖ୍ୟା୪ ସେପ୍ଟେମ୍ବରଉଇକିପୋଥିକମ୍ପ୍ୟୁଟର ବିଜ୍ଞାନଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସଅଶୋକ ଚକ୍ରନବରାତ୍ରୀନୃସିଂହନାଥ ମନ୍ଦିରଶ୍ୱେତସାରପ୍ରତିଭା ରାୟବିର୍ସା ମୁଣ୍ଡାଶନିରାଜନୀତି ବିଜ୍ଞାନମାଂସର ବିଳାପବାଣପୁରକ୍ଲୋନିଡିନଇଣ୍ଡୋନେସିଆମିଳିତ ଜାତିସଂଘଓଡ଼ିଆ ଉଇକିପିଡ଼ିଆରାୟଗଡ଼ା ଜିଲ୍ଲାରବର୍ଟ ମୂଗମହା ଶିବରାତ୍ରିସାନ୍ତାଳ ଜନଜାତିପାଲାଓଡ଼ିଶାର ସଂସ୍କୃତିସିପ୍ରା ମଲ୍ଲିକବାଟ ଓଷାଅମୃତାୟନ୧୩୯୧ପ୍ରଧାନ ପୃଷ୍ଠାଜୁଲିଅସ ସିଜରବେଦଅନୁରାଧା କୋଇରାଲାମକାଆଲୋକଓଡ଼ିଆ ପତ୍ରିକା ଗୁଡ଼ିକର ତାଲିକାଅମୃତ ଫଳପେଚାଶ୍ରୀରାମ ପଣ୍ଡାଗ୍ରାମ ପଞ୍ଚାୟତଗୁରୁପ୍ରସାଦ ମହାନ୍ତିଶଙ୍ଖସାଲେଜ୍ ହାନ୍ସଡାରାମାୟଣକଳାହାଣ୍ଡି ଜିଲ୍ଲାଭୁବନେଶ୍ୱର ବେହେରାପଣା ସଂକ୍ରାନ୍ତିବ୍ରାହ୍ମ ସମାଜକପିଳାସ ଶିବ ମନ୍ଦିରଦିଲୀପ ତିର୍କୀକୋଣାର୍କସୁରେନ୍ଦ୍ର ମହାନ୍ତିରମାଦେବୀ ଚୌଧୁରୀଇନଷ୍ଟାଗ୍ରାମ🡆 More